Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Thursday, January 5, 2012

A Gift

Everyone, any time can be offered with a gift, but it is him to deal and negotiate with.

There is a story which may lead you in a better way...

Father: (Looking at Son’s negligence towards his study, he thought to develop his son’s interest in study) Son, if you score a pass mark in your final exam, I will gift you a bicycle.

Son: (Became happy, but a question was raised in his mind and he asked his father...) Papa, if I failed?

Father: (With an unsown smile) I will buy you TEN of those.

Which made the Son even happier; he started dreaming of his cycles with friends. How he is getting appreciation among his friends. He has shown a least interest on studies, exam arrived, result published, the Son found himself in failed list. He went to his Father and asked his gifts as they had negotiated earlier. Based on earlier promise, the Father purchased him Ten new cycle and a shop.

Son: Thank you Papa.

Father: Son, I tried my best, but you hardly have put any effort towards your success. If you have passed the exam, then I would have bought you a new cycle and you might have enjoyed the next level of studies with your friends. But you have chosen and forced me to buy Ten cycles for you. Now, I wish you to sit at this CYCLE-MART and do the business.

The moral: Gifts are everywhere, we have to recognize that.

Sunday, January 1, 2012

ନବ ବର୍ଷରେ ଘେନ ଅଭିନନ୍ଦନ


ବସିଛି ମୁଁ ସିଂହ ଦ୍ଵାରରେ
ବୁଡ ସାରି ଚନ୍ଦ୍ରଭାଗରେ
ଦେଖିବି ନୂତନ ସୂର୍ଯ୍ୟଦୟ...
ନବ ବର୍ଷର ନୂତନ ସକାଳେ
ତୁମ ଆଶିଷର ଛାୟା ତଳେ
... ହଉ ନୂଆ ଯୁଗର ଅଭ୍ଭ୍ୟୁଦୟ ।

ଅତୀତରେ ତୁମ ଈତିହାସ
ମନେ ଭରେ ନୂଆଁ ଉତ୍ସ୍ଵାସ
ଅଙ୍କୁରୋଦ୍ଗମ ହୁଏ ଆଶାର...
ସଂଚାର କର ସୁଖ ଶାନ୍ତି
ଆଣିଦିଅ ଦେଶରେ ପ୍ରଗତି
ବହିଯାଉ ଗଙ୍ଗା ପ୍ରେମ ଭାଷାର ।

ନିଷ୍ଠୁରତା, ସ୍ଵ୍ଵାର୍ଥପରତା, ପରଶ୍ରୀକାରତା
ହଟିଯାଉ ସଂସାରୁ ସବୁ ବ୍ୟଥା
ସ୍ଵପ୍ନ ଭରିଦିୟ ଆଖିରେ ସଭିଙ୍କ...
ସୃଷ୍ଟି କର ନବ ଜାଗରଣ
ସୁଗନ୍ଧିତ କର ସଭିଙ୍କ ଜୀବନ
ଆରମ୍ଭ ହେଉ ସୁବର୍ଣ୍ଣ ଯୁଗର ଅଙ୍କ ।

ମୋହ ମାୟା ସବୁ ହଟିଯାଉ
ମଳୟେ ଶିହରଣ ଖେଳିଯାଉ
ଯୋଡି ଦିଅ ଏକ ନୂଆଁ ବନ୍ଧନ...
ସମୃଦ୍ଧ ହୁଅ, ସରସ ହୁଅ
ତୁମ କରୁଣାର ଆଶିଷ ଦିଅ
ନବ ବର୍ଷରେ ଘେନ ଅଭିନନ୍ଦନ ।