Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Sunday, October 16, 2011

ଆସ ଦିଲ୍ଲୀପ ବସ


ଆସ ଦିଲ୍ଲୀପ ବସ
ତମ ଦୁଃଖ ସବୁ ଭାସ...

କଣ ତମ ଜୀବନ ନୌକାରେ
କିଏ ଛିଦ୍ର କଲା!
ଯେ ଏତେ ଅଭିମାନ...
ଦେହ ପା' ଠିକ୍ ଅଛି ତ!!!
ଠିକ୍ ଅଛନ୍ତି ତ ସବୁ ଜଜମାନ...!

ସେ ଲଳନା ତନୟା କଥା...
ଯାହା ପଛେ ଗୋଡାଉଥିଲ?
ପାଇଲକି ତା'କୁ?
ନା ରୁକ୍ଷ, କଦାକାର
ବୁଢିଟାକୁ ଆଦରିନେଲ!

ଦିଲ୍ଲୀପ ସିଂହ ଦ୍ଵାରର ପୋତା
ପେଣ୍ଡୁଟିକୁ କାଢୁଥିଲ
ବାରବାଟି ସୁନା ପାଇବା ସକାଶେ...
କ'ଣ? ମିଳିଲା ନା-
ଖୋଳୁ ଖୋଳୁ ଫଟିଗଲା...!

ନିଜର ଅର୍ଜିତ ଧନକୁ
ସାଇତା ରଖିଛ ତ?
ନା ସେଥିରେ ହେର୍ ଫେର୍ କଲଣି?
ସେତକ ନଥିଲେ
ସମାଜରେ ସ୍ଥାନ ମିଳିବନି...।

ଆସ ଦିଲ୍ଲୀପ ବସ
ତମ ଦୁଃଖ ସବୁ ଭାସ...।

ତୁମେ ମୋର...




ତୁମେ ମୋର ହୋୟାଂହୋ...
ଜୀବନକୁ ସବୁଜ କରିଦିଅ,
ସବୁଜିମା କୁ ଉପଭୋଗ କଲାବେଳେ
ଧସେଇ ପଶିଆସି ଭସେଇ ନେଇଯାଅ।

ତୁମେ ମୋର ଧର୍ମପଦ...
ମନ ବେଳାଭୂମି କୋଣାର୍କରେ
ଦଧିନଉତି ବସାଇ
ଚନ୍ଦ୍ରଭାଗା ଗର୍ଭକୁ ଡେଇଁ ପଡ ।

ତୁମେ ମୋର ଧଳାମେଘ...
ଯୌବନ ଆକାଶରେ ଦୃଶ୍ୟ ହୋଇ
ପ୍ରେମ ବର୍ଷାର ସମ୍ଭାବନା ଦେଇ
ଭାସି ଭାସି ଚାଲିଯାଅ ।

ତୁମେ ଏକ ମରୀଚିକା...
ତୃଷାର୍ତ୍ତକୁ ପାଣିର ଛଇ ଦେଇ
ନିବାରଣ ପାଇଁ ଠାରି ଡକାଇ
ପାଖକୁ ଗଲେ ଉଭେଇ ଯାଅ ।



ଶକୁନି...


ଶକୁନି...
କି ବିକଟାଳ, କେତେ ଛଳନା,
କପଟ ପଶାର ଆଶ୍ରୟେ-
ହସୁଥିଲା... ...
ଦେଇଥିଲା ଦୁର୍ଯ୍ୟୋଧନେ ହସ୍ତିନା।

ତୁମେ ଖାଲି ଦେଖିଛ
ତା'ର ମୁଚୁକୁନ୍ଦା ହସ,
ଜାଣିଛ କି ତା'ର ରହସ୍ୟ?
ତା'ର ହସ ମଧ୍ୟେ ଲୁଚିଥାଏ ଦୁଃଖ,
ମାପି ହୁଏ ନାହିଁ ତା'ର ଗଭୀରତା...
କଳି ହୁଏ ନାହିଁ ତା'ର ପରିସୀମା...
ଦେଖିଛ ତାହା କେତେ ଅସହ୍ୟ...!

ଦୁର୍ଯ୍ୟୋଧନ କରିଥିଲା
ଶକୁନି ବଂଶ ନିପାତ,
ତା'ର ପ୍ରତିଶୋଧେ
ଶକୁନି କରାଇଲା
ମହାଭାରତ ଯୁଦ୍ଧର ସୂତ୍ରପାତ ।

ଆଜିର ମଣିଷ,
ଗୋଟିଏ ଗୋଟିଏ ଶକୁନି...
ସ୍ଵାର୍ଥ ଲିପସୁ...
ନିଜ ସ୍ଵାର୍ଥ ପାଇଁ
ଜାଳେ ଅନ୍ୟ ଘର ଦୁଆର...
କରିଦିଏ ଛାର ଖାର...
ଖାଏ ସେ ଶକୁଳ,
ଅନ୍ୟ ମୁଣ୍ଡେ ଅଠା ବୋଳି
କରେ ଗଗନ ବିହାର ।

ଅପମାନ



ଦୁଇଟୋପା ଲୁହ ପାଇଁ
ବିଛାଇଥିଲା ଚାଦର, କ'ଣ ହେଲା!
ଜନ୍ମ ଜନ୍ମର କୋହ ଅଜାଡି ଦେଲ ।

ଥର ଥର କରି ଅଳ୍ପ ଅଳ୍ପ
ଗଡିଯାଉଥିବା ଲୁହ, ଶୁଖିଯାଉଥିଲା
ଚାଦର ଦେଇ, ଆଜି କିନ୍ତୁ ଅଧିକ ଝରାଇ ଦେଲ!

କାହିଁକି ଏତେ ଦୁଃଖ? କିଏ କଲା କି ଅପମାନ?
ରାଜା କ'ଣ ନିଆଁ ପାଣି ବାସନ୍ଦ କଲେ?
ନା ସେ ରାଜ୍ୟ ଛାଡି ଚାଲିଗଲେ?
କିଏ କଣ ଅପମାନ କଲା... କିଏ ଛୁରାଘାତ କଲା?
ଏ ତ ଜଣା ପଡୁନି ଏ ସବୁ ଭଳି...
ଲାଗେ ସତେ କିଏ ବିଶ୍ଵାସଘାତ କଲା!!!

ତମେ କ'ଣ ରୋମିଓ ଭଳି କଷ୍ଟ ପାଉଛ?
ନୋହିଲେ ଛାତି ବିଦାରି କନ୍ଦିବାର କାରଣ...
କ'ଣ ପାଇଲ! ଦୁଇ ଟୋପା କାନ୍ଦିଥିଲେ,
ଲୋକେ ଦେଇଥାନ୍ତେ ସାନ୍ତ୍ଵନା,
ତମର ଏଇ ଯନ୍ତ୍ରଣା ବୁଝିବେ ବା କେତେ ଜଣ?

ଓଲଟି ତା'କୁ ଦେବେ ସାନ୍ତ୍ଵନା,
ତୁମକୁ ଧିକ୍କାର କରିବେ, କରିବେ ଅପମାନ...
ସେ ଚାଦର ଦେଇଥିଲା ଦୁଇ ଧାର-
ସକାଶେ, ଆଧିକ୍ୟ ହେତୁ ଚିରିଗଲା,
ତିନ୍ତିଗଲା, ଜଳମଗ୍ନ ହେଲା
ତା' ଘର ଦୁଆର।
କାନ୍ଦଣା ଭିତରେ କେହିବି ଆସିନଥିଲେ,
ଯେ'ବି ଆସିଥିଲେ ସିଲେଇବା ପାଇଁ,
କିବା ତମେ ଟାଣି ଆଣିଥିଲ ନିଜ କାନ୍ଦଣା ଭିତର।

କନ୍ଦଣା ଶେଷ ପରେ ସମସ୍ତେ ଆସିଥିଲେ,
ସାନ୍ତ୍ଵନା ଦେଇଥିଲେ...
ତୁମକୁ ନୁହେଁ ତାକୁ।
ଓଲଟି ନିନ୍ଦା କରିଥିଲେ ତୁମ-
କର୍ମ ପାଇଁ, ନିନ୍ଦା ବି କରିଥିଲେ ତୁମ ପୌଋଷକୁ...।
କଟା ଘା' ରେ ଚୁନ ଦେଲା ଭଳି
ସାହାଯ୍ୟ କରିଥିଲେ, ତୁମକୁ ନୁହେଁ ତାକୁ...
କି ଲାଭ ଏତେ ଦୁଃଖ,
ଏତେ କାନ୍ଦଣାର,
ତୁମ ପାଇଁ ରୁମାଲ୍ ସିନା କିଣିଦେବ-
ନିନ୍ଦା ହେବ ତୁମ କାଳ କାଳ କୁ...।


ମୂକ ସାକ୍ଷୀ



ଈତିହାସ ଅଛି ସାକ୍ଷୀ
ଯେବେ ଯେବେ ଯାହା ଘଟିଛି
ଜଣେ ନିଆଁ ଲଗାଇଲେ,
ଆଉ ଜଣେ ଘିଅ ଢାଳୁଛି ।

ତ୍ରେତୟାରେ ରାମ ହୋଇଥାନ୍ତେ ରାଜା,
କିନ୍ତୁ....
ମନ୍ଥରାର ମନ୍ତ୍ରଣା
ଓ କୈକେୟୀଙ୍କ ଚକ୍ରାନ୍ତ
ଘଡିକ ଭିତରେ ସବୁ
କରିଦେଲା ଓଲଟ ପାଲଟ
ରାତି ପାହିଥିଲେ ରାମ ହୋଇଥାନ୍ତେ ରାଜା
ଭାଗ୍ୟ ହିଁ ତାଙ୍କୁ ସଜାଇ ଦେଲା ପ୍ରଜା ।

ଦ୍ଵାପରରେ ହୋଇ ନଥାନ୍ତା ମହାଭାରତ,
ଶକୁନିର ପଶାକାଠିର ଚକ୍ରାନ୍ତ
ପାଣ୍ଡବେ ଦେଇଥିଲା ଅପମାନ,
କୁରୁକୁଳର କରିଥିଲା ଅନ୍ତ ।

ଆଜି ନାହିଁ ମନ୍ଥରା....
ନାହିଁ ମଧ୍ୟ ଶକୁନି,
କିନ୍ତୁ, ଅଛନ୍ତି ତାଙ୍କ ବଂଶଜ
ଦେଶ ଶେବକର ଡିଣ୍ଡିମ ପିଟି
ଲୁଟି ସାରିଲେଣି ଦେଶକୁ ଆଜ ।



ଦୁଇ ପଦ



ମନ

କମାଣର ଭୀମ ଶବ୍ଦ
ସୀମନ୍ତର ଗୋଳା ବର୍ଷଣକୁ
ସିଂହ ଭଳି ସାମନା କରିଥିଲା
କିନ୍ତୁ....
ତୁମ ଆଖିର ଚାହାଣି
ମଧୁର ମଧୁଝରା କଥା
ମନକୁ ମୋର ଆଘାତ କଲା ।

ବକ୍ତା

ମୁଁ ଜଣେ ବକ୍ତା,
ଭାଷା ଝରିଆସେ ମୁଖରୁ ଅନର୍ଗଳ
ତୁମ ସାମନାରେ କହିଲା ବେଳେ ଦୁଇପଦ,
ତଟି ଶୁଖିଯାଏ,
ଦେହ ହୁଏ ଶୀଥିଳ ।


ଉଷା



କାଳ ରାତ୍ରୀର ପ୍ରଭାବକୁ କମାଇ
ଅଚେତ୍ ଦୁନିଆକୁ କରେ ଜାଗ୍ରତ,
ଦିଗ୍ ବଳୟ ଉହାଡରୁ ଦେଖାଦିଏ ସୂର୍ଯ୍ୟ,
ଉଷା ଆଗମନେ ଚଞ୍ଚଳ ହୁଏ ଜଗତ ।

ଭାଙ୍ଗିଥାଏ ଭୟଙ୍କର ଶୂନ୍-ଶାନ୍
କୋଳାହଳ ଆରମ୍ଭ ହୁଏ,
ନିଜ ନିଜ କର୍ମ ପଥେ ଯିବାକୁ
ଉଷାରାଣୀ ସଙ୍କେତ ଦିଏ ।

ଝରଣାର କୁଳୁକୁଳୁ ଶବ୍ଦ ଲାଗେ ମଧୁର
ଚେଇଁ ଉଠେ ଗଛ ପତ୍ର,
ଫୁଲର ସୁଗନ୍ଧ ବିଛୁରିତ ହୁଏ
କର୍ମ ମୁଖର ହୁଏ ଜଗତ ।


ଜୀବନ ନାହା





ସମୟ ସ୍ରୋତରେ ଭାସି ଯାଉଥିବା ଜୀବନ ନାହା,
ଚାରିଆଡେ ଅନ୍ଧକାର,
ଉଛ୍ହୁଳେ ଦୁଇ କୂଳ,
ଦିଶୁନାହିଁ ସଫଳତାର ରାହା ।

ନାଆର ଦୁଇ ମଙ୍ଗ ଧରି
ସଭିଏଁ ଚାଲନ୍ତି....
ମଉଜ ମଜଲିସ୍ କରି
ଠିକ୍ ସମୟରେ
ଶେଷ ସୀମା ଲଙ୍ଘି ଯାଆନ୍ତି ।

କିନ୍ତୁ, ମୋ' ପକ୍ଷେ
ଅଛି ଝଡ ବାତ୍ୟା,
ସୃଷ୍ଟି ହୋଇଛି ଜୁଆର ।
ମଧ୍ୟାହ୍ନ ସୂର୍ଯ୍ୟକୁ
ମେଘ ଢାଙ୍କିଲା ପରି
ଭବିଷ୍ୟତ ଲାଗେ ଅନ୍ଧକାର।

ପଛ ମଙ୍ଗ ମୋର
ଜଳ ମଗ୍ନ ପ୍ରାୟ,
ଆଗଟି ତା'ର ଚଳାଇଛି
ଆଗକୁ ଯିବାର ଚେଷ୍ଟା,
କିନ୍ତୁ... ସେ ଅସହାୟ।

ଅନବରତ ମାରିଚାଲେ କାତ
ଥାଇବି ଅସାର ଅତୀତ
ତଥାପି, ତା' ପ୍ରେରଣାରେ
କରିପାରିବ ଭବିଷ୍ୟତ କୁ ଜାଗ୍ରତ।

କୁହୁଡି ଭିତରେ
ପାଉନି କିଛି
ସଫଳତାର ବିନ୍ଦୁ ବିଃସର୍ଗ
କେତେବେଳେ କଣ ହେବ
ମୁଁ କିଛି ଜାଣି ପାରୁନି
ହୁଏତ କୂଳରେ ଲାଗିବ
ଅବା ଜଳରେ ବୁଡିବ
ମନେ ହୁଏ ସତେ ସଂଶୟର ଦୋଳିରେ
ଝୁଲୁଛି ମୋର ଭବିଷ୍ୟତ।



ଭୟ



ତୁମକୁ ଭେଟିଥାନ୍ତି ଅନେକ ଦିନରୁ....।
ମନରେ ଥିଲା ଭୟ,
ଖୋଜୁଥିଲି ନିରୋଳା ଜାଗା,
ଯେଉଁଠେ ବସିଥିବା ତମେ ଆଉ ମୁଁ,
ପାଉ ନଥିଲି କିନ୍ତୁ ଜମାରୁ।

ଅନେକ ଥର ତୁମକୁ ଦେଖିଛି
ସ୍ଵପ୍ନରେ, ବାସ୍ତବରେ, ପତ୍ର ଗହଳିରେ
ଆଉ ଲୋକ ଗହଳିରେ।
ଦେଖିଛି ତୁମର କଳା ପୋଷାକ
ନିଶୁଆ ମୁହଁ,
ବସି ଯାଉଥାଅ କଳା କଳା ବାହାନ ଉପରେ।

ଡାକିବାକୁ ଚେଷ୍ଟା କରିଛି,
ଜାଗା ବି ଠିକ୍ କରିଛି,
କେବେ କେବେ ଭୁଲି ଯାଇଛି, ବା-
କେବେ ମନେଥିଲେ ବି ଡାକି ପାରିନି।
କାରଣ... କେବେ ବିଜୁଳି ତ' କେବେ
ପବନ, ଗଛ, ଲୋକ, ଆକାଶ, ପୃଥିବୀ ବି
ବାଧା ଦେଇଥାନ୍ତେ, ଜାଡୁ ଜାଡୁ କରି ଚାହିଁ।

ମିଶିଥିଲେ ବି କଥା ହୁଅନ୍ତେନି ଦୁଇ ପଦ,
ସମସ୍ତେ ବାଧା ଦେଇଥାନ୍ତେ ଆମ ମିଳନରେ।
ମେଘ ଗରଜିଥାନ୍ତା, ତାରା ମାନେ ଫୁଟି ପଡନ୍ତେ,
ଦୁନିଆଯାକ ଦେଖନ୍ତେ ଆମକୁ ପୂର୍ଣ୍ଣ ସନ୍ଦେହରେ।

ମତେ ତ ଯାହା କହନ୍ତେ,
ତମକୁ ବି ବକ୍ସି ନଥାନ୍ତେ।
ତମର ସମ୍ମାନ, ତମର ଭୟ,
ତାକୁ ସମସ୍ତେ ଭୁଲି, ତମ ସହ
ମିଶିବାକୁ ପ୍ରୟାସ କରନ୍ତେ।

ଆଜି କିନ୍ତୁ ଡର ଭୟ ଛାଡି
ତମ ପାଖକୁ ଆସିଛି, ପଛାଇବିନି କେବେ
ମନ ଖୋଲି କଥା ହେବା,
ଅଭିଳାଷ ପୂର୍ଣ୍ଣ ହେବ।
କାହିଁକି ନା,
ଯେଉଁ ମାନଙ୍କୁ ଭୟ ଥିଲା,
ସେମାନେ ଛାଡିଛନ୍ତି ତମ ପାଖେ ସବାରୀରେ,
ବାଧା ନ ଦେବା ପାଇଁ ବି
ଦେଇଛନ୍ତି ଜବାବ୍।


ଭାଗ୍ୟ




ହେ ମୋର କେବେ କିଛି ହୋଇ ନଥିବା ଭାଗ୍ୟ,
ହସ୍ତ ପ୍ରସାରି ଡାକେ ମୋ ଭବିଷ୍ୟତ।
ବୋଧେ ସେ ଦେଖିନାହିଁ
ତୋ ସହଯୋଗ, କିବା
ଦେଖିନାହିଁ ତୋ'ର ପଙ୍ଗୁ ଅତୀତ।

ଦେଖିବ ବା କେମିତି,
ତୁମ ସହ ଏହା ତା'ର ପ୍ରଥମ ମିଳନ।
ଅତୀତ ସହ ତା'ର ସମ୍ପର୍କ ନାହିଁ
ସେ ଆଉ ଅତୀତ ମଧ୍ୟେ ମୋର ଅବସ୍ଥାନ।

ବର୍ତ୍ତମାନ ସମୟେ, ସେ ସୁପ୍ତ,
ଗଢୁଥାଏ ନିଜ ଉଦ୍ଦେଶ୍ୟ,
ପ୍ରତିଷ୍ଠା ହେବା ପାଇଁ ସମାଜେ।
ତା'ର ଉଦ୍ଦେଶ୍ୟର ତୁମେ ମୁଖ୍ୟ ନାୟକ,
ତା'ର ଭଲ ମନ୍ଦ ଅବା ଅଲୋଡା ଦିନ ମାନଙ୍କରେ
ତୟାର କରୁଥାଏ ତୁମକୁ, ନିଜେ....।

ଜାଣିନି ସେ, ନେବ କେଉଁଠାକୁ
ସ୍ଵର୍ଗ, ନର୍କ, ମର୍ତ୍ତ୍ୟ କିମ୍ବା-
ଛାଡିଦେବ ଅଧା ରାସ୍ତାରେ।
ଅତୀତକୁ ଉନ୍ମୋଚନ କରିଥିଲେ
ଜାଣି ପାରନ୍ତା ତୁମ ଗତି, କହିଥାନ୍ତା-
ତମ ଭୂମିକା ତା' ସମୟରେ।

ଅତୀତ ବି' ଚୂପ, କହିବାକୁ
ତା' ଦୁଃଖ ସୁଖ ଭରା ସମୟ।
କେମିତି ଦେଇଛ ଫଳ,
ତାହା ମଧୁର କିବା ଖଟା,
ଯେବେ ସେ ନେଇଥିଲା ତମଠେ ଆଶ୍ରୟ।

ମୁଁ କିନ୍ତୁ କହିବି ନାହିଁ
ଦେଖାଇବି ମୋର ପରିଶ୍ରମ,
ଆଉ ତା'ର ପ୍ରତିବଦଳ ଫଳ।
ତା'ପରେ ସବୁ ଛାଡିଦେବି
ଭବିଷ୍ୟତ ଠାରେ, ତୁମକୁ ଆପଣେଇ
ଯୋଜନା କରିବ,
କେମିତି କାଟିବ ତା'ର ସମୟ କାଳ।


ଚନ୍ଦ୍ରମା


ନିରୀକ୍ଷଣ କରିଛ କି ଚନ୍ଦ୍ରରେ ଥିବା କଳଙ୍କକୁ?
ଯାହା ପାଇଁ ସେ ଏତେ ସୁନ୍ଦର...
ଯାହା ପାଇଁ ତା'ର ପ୍ରତ୍ତିପତି...
ଅନେକ ଜନ୍ମରୁ ଜନ୍ମକୁ...

ସେ ଆଉ କିଛି ନୁହେଁ,
ସ୍ଵର୍ଗ ଉପରେ ଅବା
ଦୁଇ ପାହାଡ ଉହାଡ
ମଝିରେ ଥିବା ରକ୍ତମା....।

ଆଉ ପାହାଡର ପାଦଦେଶରେ
ଥିବା ଅକାତକାତ ଜଳରାଶି,
ଶାନ୍ତ ଦେଶ,
ବଢାଏ ତା'ର ରୂପ ନିରୂପମା....।

ଲକ୍ଷ୍ୟ କରିଛକି? ସ୍ଵର୍ଗର ଠିକ୍ ତଳେ
ଫୁଟିଥିବା ସଜ ଗୋଲାପକୁ...
ଗୋଲାପ ଭିତର ମୋତିକୁ...
ମୋତିରୁ ଫୁଟି ଆସୁଥିବା ଅମୃତ ଧାରାକୁ....।

ଦେଖିଛ ପାହାଡ ଉପରର ଜାଗା
ଯେଉଁଠେ ତୁମର ଅବସ୍ଥାନ,
ତା' ଉପରେ ମେଘ ମାନଙ୍କ ଉଅପସ୍ଥିତି
କିଣଇ ସଭିଙ୍କ ମନ....।

ଆଜିକାଲି ଚନ୍ଦ୍ର ଯୋଛନା
ବଢୁଛି କେତେକ ବାଲି ଆଉ ରଙ୍ଗ ପାଇଁ,
ଜନ ମାନଙ୍କ ମଧ୍ୟେ
ହୁଏ ପ୍ରତିଦ୍ଵନ୍ଦିତା,
ସେଇ ଶୀତଳ କିରଣ ପାଇବା ପାଇଁ।

ସୁନ୍ଦରୀ ପ୍ରିୟା

ଆଗୋ ଅପୂର୍ବ ସୁନ୍ଦେରୀ
କିଏ ହେବ ତମ ସରି,

ଚନ୍ଦ୍ର ଚକୋର ତୁମ ମୁଖ
ସଦା ତରଙ୍ଗାଇତ ତୁମ କେଶ
ତୁମେ ଟିକେ ହସିଲେ
ସାର ବିଶ୍ଵ ହେବ ବେହୋସ।

ତୁମର ହରିଣ ଚାଲି
ତୁମର ପଦ୍ମିଳ ଆଖି
ତୁମ ଗୋଲାପି ଓଠ
ଦେଖି ଯାଏ ମୁଁ ଡରି।
କାଳେ କେ ଆକୃଷ୍ଟ ହୋଇ
ମୋ'ଠୁ ତୁମକୁ ନେବ ଚୋରେଇ।

ତୁମର ଏତେ ସୁନ୍ଦର ରୂପ
ପ୍ରକୃତି ବି ହେବ ବିରୂପ,
ତୁମେ ଧରାରେ ପାଦ ଥାପିଲେ
ଧରିତ୍ରୀ ମନେ ଛୁଆଁଇ ପାପ।

ଦେଖି ତୁମକୁ, ସାଧୁ-
ପାଲଟେ ମାତାଲ୍ ପ୍ରେମିକ,
ଭୁଲିଯାଇ ଯୋଗ ସଂଯମ
ଜୀବନ ଟା ଭାବେ ଧିକ୍।
ନ ପାଇଲେ ତୁମକୁ ମନ ଦୁଃଖେ
ଶେଷେ ପାଲଟେ ଉପହାସ ।

ସୁନେଲି ସପନ



ସୁନେଲି ଆକାଶରେ
ଚନ୍ଦ୍ର ଯେବେ ଆସେ
ଶୀତଳ କିରଣ ରୂପୀ
ପ୍ରେମ ସୁଧା ବରଷେ।

ଅନ୍ଧାରର ଦୁନିଆରେ
ଛାଏ ଶୁଭ୍ର ଆଲୁଅ
ରାହା ପାଉ ନ ଥିବାକୁ
ମିଳେ ନୂଆଁ ପଥର ସୁଅ।

ସୁନେଲି ଆକାଶରେ
ମେଘ ଯେବେ ଆସେ
ସୂର୍ଯ୍ୟ ଲୁଚିଯାଏ, ଦିନ-
ଉପରେ ଅନ୍ଧାର ବସେ ।

ସୁନ୍ଦର ଦିନଟିରେ ଭରେ
ଅନ୍ଧାର ରୂପୀ କୋହ
ପୃଥିବୀରେ ଛାଏ ବନ୍ୟା
ଆକାଶ ଝରାଏ ଲୁହ ।

ପୃଥିବୀରେ କେତେବେଳେ
ରାତି ହୁଏ ଦିନ
ଅନେକ ସ୍ମୃତି ଭାବି
ଦେଖେ ସୁନେଲି ସପନ।

କେତେବେଳେ ହୁଏ ଏମିତି
ଯେ ଦିନ ହୁଏ ରାତି
ଲୁହ ଝରାଇ ଝରାଇ
ଦିନ ଯାଏ ବିତି ।

ପକ୍ଷୀ



ଦେଇ ପର
ମତେ ପକ୍ଷୀ କର
ଉଡିବି ନୀଳ ଆକାଶରେ,
ଛାଡି ମୋହ
ବିକାର, ମାୟା,
ଖେଳିବି ମହା ଆନନ୍ଦରେ।

ଆଜି ମଣିଷ
ମାରେ ମଣିଷ
ମୋହ ମାୟାରେ ପଡି,
ଶେଷରେ ଲୁଣ୍ଠିତ
ହୁଅଇ ଦଣ୍ଡିତ
ସବୁତକ ଯାଏ ଛାଡି।

ଭାଇ ଭାଇ କୁ
ବାପ ପୁଅକୁ
ମାରେ ସମ୍ପତ୍ତି ପାଇଁ,
ଲାଗୁନି ମନ
ଏଇଠି ମୋର
ତିଳେ ରହିବା ପାଇଁ।

ହେ ଭଗବାନ...
ତୁମର ସୃଷ୍ଟି
ଆଜି ନଷ୍ଟ
ହେବାକୁ ବସିଛି,
ସାଜି କଳକୀ
ଦିଷ୍ଟ କାଟି
ରଖ ତୁମ ନିଖିଳ ସୃଷ୍ଟିକି!


Saturday, October 15, 2011

ତମ ସହ ମୋର ସମ୍ପର୍କ



ତମ ସହ ମୋର ସମ୍ପର୍କ ଏତେ ଘନିଷ୍ଠ,
    ଯେପରି                ଗାଈ ସହ ଗୋଠ,
                                  ଲିପ୍ ଷ୍ଟିକ୍ ସହ ଓଠ,
                                            ଗଛ ସହ କାଠ...

ତମ ସହ ମୋର ସମ୍ପର୍କ ଏତେ ନିବିଡ,
    ଯେପରି                  ମାଂସ ସହ ହାଡ,
                                        ପିଠି ସହ ମାଡ,
                                                ଗନ୍ଧ ସହ ପାଡ...

ତମ ସହ ମୋର ସମ୍ପର୍କ ଏତେ ନିଜର,
    ଯେପରି                   ଭଅଁର ସହ ଫୁଲର,
                                           ଚୁମ୍ମା ସହ ଗାଲର,
                                                 ପଥ ସହ ଖାଲର...

ତମ ସହ ମୋର ସମ୍ପର୍କ ଏତେ ଅଳୀକ,
    ଯେପରି                   ପେଟ ସହ ଭୋକ,
                                          ବତୀ ସହ ପୋକ,
                                                   ସିଙ୍ଗାଣି ସହ ନାକ...


ତମ ସହ ମୋର ସମ୍ପର୍କ ଏତେ ନିଆରା,
     ଯେପରି                  ବିରି ସହ ବରା,
                                       ସୂର୍ଯ୍ୟ ସହ ଖରା,
                                          ବେକ ସହ ହୀରା...


ତମ ସହ ମୋର ସମ୍ପର୍କ ଏତେ ରସିଳ,
     ଯେପରି          ତରକାରୀ ସହ ଝୋଳ,
                                     ଦେହ ସହ ଝାଳ,
                                           ଧାନ ସହ ପାଳ...


ତମ ସହ ମୋର ସମ୍ପର୍କ ଏତେ ସୁନ୍ଦର,
     ଯେପରି                ପକ୍ଷୀ ସହ ପର,
                                 କନ୍ୟା ସହ ବର,
                                    ପୋଲିସ୍ ସହ ଚୋର...


ତମ ସହ ମୋର ସମ୍ପର୍କ ଏତେ ଗହନ,
     ଯେପରି             ଇଂଧନ ସହ ଯାନ,
                                 ହୃଦୟ ସହ ମନ,
                                      କଥା ସହ କାନ...


ତମ ସହ ମୋର ସମ୍ପର୍କ ଏତେ ଜୀବନ୍ତ,
     ଯେପରି                 ନୌକା ସହ କାତ,
                                          ଦେହ ସହ ହାତ,
                                                 ବଲ୍ ସହ ଲାତ...


ଆକାଂକ୍ଷା



ହେ ଲାସ୍ୟ ମୟୀ ମୋ ଆକାଂକ୍ଷା,
କି ବାକ୍ୟେ କରିବି ତୁମର ବ୍ୟାଖ୍ୟା।
ନିର୍ମାଣ କରିଛ ତୁମେ ଚିତ୍ତରେ ସୌଧ,
ରମଣୀ ଭଳି କେବେ ସ୍ଫଳିତ ସ୍ତବ୍ଧ।

ରସରେ ଭରା ତମେ ଆଦ୍ୟରୁ ପ୍ରାନ୍ତ,
ଆସିଲେ ସଂଯତ ମନ ହୁଏ ଉଦ୍ଭ୍ରାନ୍ତ।
କରିଲେ ତବ କାମ୍ୟ କାୟା ବର୍ଣ୍ଣନା,
କି' ରୂପେ ଦେବି ତାକୁ ଉପମା!

ଆଦ୍ୟେ, ପଦ ତୁମ କମଳ ତୁଲ୍ୟ,
ପୃଥ୍ଵୀରେ ଓହ୍ଲାଇ ବଢାଇଛ ତା' ମୂଲ୍ୟ।
ସର୍ପିଳ ଗତି ତୁମ ଭାରି କମନୀୟ,
ସୁପଥୀ-ବିପଥ ହେବା ବାଞ୍ଛନୀୟ।

କଟିରେ ବିରାଜେ ଯେବେ ଚନ୍ଦ୍ରହାର,
ସତେ ବିଜୁଳି ଆସିଛି ମୋ ପୟର।
ବେଶ ମାନେ ତୁମକୁ ମସୀପାଣି,
ତର୍ଜମା କର ପ୍ରତ୍ୟେକ ହୃଦୟକୁ ଜାଣି।

ଆଭରଣ ପୂର୍ଣ୍ଣ ଦେଖି ତୁମ ଗ୍ରୀବା,
ଆଦିତ୍ୟର ଠାଣି ସରମରେ ଭାଙ୍ଗିବନି କିବା!
ତକ ଭଳି ଦିଶେ ତମ ଚିବୁକ,
ତ୍ର୍ୟମ୍ବାକ ଧାରୁଆ କରଇ ମୁଖ।

ଗୋଲାପ ପାଖୁଡା ପରି ତମ ମଧୁ ଫେଣା,
ଖୋଲିଲେ ପୀୟୂଷର ଆସେ ଝରଣା।
ମୋତି ଭଳି ଗୁନ୍ଥା ତମର ସାନୁ,
ଥରେ ହସିଦେଲେ ଛାପ ଯାଏନି ମନୁ।

ଡାଲୁ ଭଳି ଭୃକୁ ମଧ୍ୟରେ ସ୍ଵର୍ଗ,
ନିର୍ଝରିଣୀ ନିଳୀମାକୁ କରେ ଅପସର୍ଗ।
ମୁଖ ମଣ୍ଡଳ ସତେ ଚନ୍ଦ୍ର ପରି,
ଥରେ ଦେଖିଲେ ମନ ଯାଏନି ଫେରି।

ସଦା ତରଙ୍ଗାଇତ ତମର କେଶ,
ମେଘ ମଧ୍ୟେ ଚନ୍ଦ୍ର ଦେଖି ହୁଏ ବେହୋସ।
ଡର ଥାଏ ଏତିକି ତୁମକୁ ପାଇବି କି ନାହିଁ,
ନ ପାଇଲେ ବଞ୍ଚିବାର ମୂଲ୍ୟ କିଛି ନାହିଁ।

ପ୍ରିୟତମା



ହେ ମୋ ସଦା ମିଳିତ ପ୍ରିୟତମା!
                  କିପରି କରିବି ତୁମ ରୂପ ବର୍ଣ୍ଣନା?
ତୁମେ ତୁମେହିଁ ରୂପର ତୁଳନା...
                  ରୂପ ତୁଳନାରେ ତୁମ-
                               ଚାନ୍ଦିନୀ ରାତିବି ହୋଇବ ଭସ୍ମା ।

ଦୂରୁ ଦେଖିଲେ ତୁମରି ବେଶ,
               କରିଦିଏ ସଭିଙ୍କ ମନ ଆକର୍ଷ।
ମୃଗୁଣୀ ଭଳି ଚାଲି ଦେଖି-
               ମୁର୍ଦ୍ଦାର ବି ପାଇବ ଜୀବନ୍ୟାଶ।

ଚନ୍ଦ୍ର ଚକୋର ତବ ମୁଖ ମଣ୍ଡଳ,
               ଗ୍ରୀବାରେ ଲମ୍ବିଛି ସୁନାର ମାଳ,
ପାଦେ ଘୁଙ୍ଗୁର ନଥାଇ ବି...
               ଜନ ମନକୁ ତମେ କର ପାଗଳ।

ଦିଶ ସଦା ସଜ ଗୋଲାପ,
              ଦେଖି ବ୍ରହ୍ମା ମନେ ଜନ୍ମେ ପାପ,
କେଉଁ ଛାଞ୍ଚେ ତୁମକୁ ଗଢିଥିଲେ-
              ପାଇବାକୁ ନିତି କରଇ ଜପ।

ସ୍ଵର୍ଗ ତଳ ପାଖ କଳାଜାଇ,
              ତୁମ ଲାବଣ୍ୟକୁ ଦ୍ଵିଗୁଣ କରଇ,
ସ୍ଵର୍ଗ ଉପର ଟିକି କଳଙ୍କ-
              ତୁମ ମୁଖକୁ ବେଶ୍ ମାନଇ।

ପଦ୍ମ ନୁହେଁ ତାହା ତୁମ ଅଧର,
             ଦାନ୍ତ ସତେ ଗୁନ୍ଥା ହୋଇଛି ମୋତିର,
ମୁଖ ଖୋଲିଲେ ଢାଳୁଛ ସୁଧା-
            ପବିତ୍ର କରୁଛ କର୍ଣ୍ଣକୁ ଅନ୍ୟର।

ଆଖି ନୁହେଁ ତାହା ନୀଳ ସାଗର,
            ଦ୍ଵୀପ ରହିଛି ତା' ମଧ୍ୟେ ବରାବର,
ସେଥିରେ ଦେଖୁଛି ମୋର ଛବି-
            ମୋ ପାଇଁ କରିଛି ସେଇଠି ଘର।

ସଜେଇ ହୋଇ ଯେବେ ଘରୁ ବାହାର,
            ସୂର୍ଯ୍ୟ ଭୁଲେ ତା' ଦିଗ, ପଥର...
ସଦା କଳା ଟିପା ଲଗାଇବ-
            ନୋହିଲେ ଲାଗିବ କାଳେ କା' ନଜର।

ପତ୍ନୀ ଆନ୍ଦୋଳନ



ହେଲା ପତ୍ନୀ ମୁକ୍ତି ଆନ୍ଦୋଳନ,
        ପତି ପ୍ରାଧ୍ୟାନ୍ୟ କୁ କରିବେ ଦଳନ।

ପ୍ରାତଃରୁ ପତ୍ନୀର ମାଡ ଦେଖି-
         ପତି ପଡୋଶୀଙ୍କୁ ଗଲେ ଡାକି।

ପଡୋଶୀ କହିଲେ ଏହା ତୁମ ଘର ମାମଲା,
        ମୋତେ ଭିତରକୁ କାହିଁ ଟାଣୁଛ ଭଲା ।

ତମେ ସିନା ଏବେ ମାଡ ଖାଇଲ,
       ସକାଳୁ ତିନି ଥର ପିଠି ମୋ' ହେଲାଣି ଖାଲ।

ମୁଁ କି ପୋଛିବି ତୁମ ଦରଦ,
       ଜାଣିଲେ ପତ୍ନୀ, ପିଠିକୁ ମୋ କରିବ ବାଦ୍ୟ।

ତେଣୁ ତୁମକୁ ଏତିକି ମିନତି,
       ନ କହିବ ତୁମ କଥାକୁ ସାଥି।

ଯାହା ପତ୍ନୀ କରିବେ ସହିବ,
       ବାହାରେ କେବେ ତା' ପ୍ରକାଶ ନ କରିବ।

କହିଲେ ତମେ ତ ଖାଇବ ଖାଇବ,
       ସାଥେ ଆମକୁ ବି ନର୍କେ ଠେଲିବ।

ଦେଖ ମୁଁ କେତେ ସରଳ ସୁଧାର,
       ନ କହେ କେବେ କଥା ଭିତରର।

ଖାଏ, ଯାହା ପତ୍ନୀ ଦିଅନ୍ତି,
      ଶୁଣେ, ପତ୍ନୀ ଯାହା କହନ୍ତି।

କି' କହିବି ତୁମକୁ ଅନ୍ତରର କଥା,
     ଦିନ ସାରା ହୁଏ ଦେହ, ମୁଣ୍ଡ ବ୍ୟଥା।

ଏବେ ଏବେ ମାଡ ଖାଇ ଆସିଛି,
     ପୁଣି ଏବେ ସଜେଇ ହୋଇ ଯାଉଛି।

ଅକୁହା କଥା



ତମ ସାଥେ କଥା ହେବାର ଅଛି ଅନେକ,
କିନ୍ତୁ ହାୟ !
ଜାଣିନି ସମୟ ନା
ତମେ ସାଜୁଛ ପ୍ରତିବନ୍ଧକ ।

କହିବାର ଅଛି-
ଅନେକ କଥା,
ଦିନ ପରେ ରାତି
ରାତି ପରେ ଦିନ
ବିତି ଚାଲିଯିବ
ତଥାପି, ସରିବ ନାହିଁ ସେ ଗାଥା ।

ନ କହିଲେ,
କାନ୍ଦିବ ଶେଫାଳି
କାନ୍ଦିବ ଝରଣା
ଆଉ ଆକାଶଟା ଫାଟିଯିବ
ସଭିଏଁ କରିବେ ଶୋକ,
ତଥାପି...
କାହିଁ, କିଏ ବା
ସେହି, ଯେକି ସାଜୁଛି
ଆମ ରାସ୍ତାର କଣ୍ଟକ ।

ଖୋଜିବାକୁ କହିଥିଲି ତା'ର ଠିକଣା,
ପବନକୁ...  ବର୍ଷାକୁ...
ଚାରିଆଡେ ଘୁରୁଥିବା ଭଅଁରକୁ,
ସମସ୍ତଙ୍କ ଇଙ୍ଗିତ ମୋ ଆଡେ,
ମୁଁ କାଳେ ମିଶିବାକୁ ଚାହେଁନା,
ଚାହେଁନି ମୁକ୍ତ ହୋଇ ଉଡିବାକୁ
ଭାଙ୍ଗି ବନ୍ଧନ ଶିକୁଳିର ବାଡେ ବାଡେ ।

ନିଷ୍ଠୁର ସମାଜେ
ନିଷ୍ଠୁର ହୋଇ ମୁଁ
କେତେ ଦିନ ବା ବଞ୍ଚିବି...।
କୋମଳ ହୃଦୟେ
ସରଳ ବହି,
ପାଖକୁ ଘେନିଯା'
ସବୁ କଥା ତତେ କହିବି ।

ତୃଷ୍ଣା




ଦୁଇଟି ନାଆରେ ପାରିହେବା କଷ୍ଟ
ତୁମ ଠାରେ ତାହା ବାରି ହୁଏନି ସ୍ପଷ୍ଟ
ସ୍ପଷ୍ଟ ଦିବାଲୋକେ ଦେଖାଇଲେ ଚନ୍ଦ୍ର...
ନିଜ ପ୍ରତିଷ୍ଠା, ନିଜ ମର୍ଯ୍ୟାଦା ହୋଇବ ନଷ୍ଟ ।

ସାଜି ମରୀଚିକା ଖେଳ ଖେଳ ହୃଦୟର
ସାନିଧ୍ୟେ ଆଣ ବଢାଇ ତୃଷ୍ଣା ଯୌବନର
ଯୌବନ ତୃଷ୍ଣାରେ ମୁଁ କିଛି ନ ଜାଣଇ...
ଅନ୍ୟ କେହି ଥିଲେ ବି ଯାଏ ତମ ପୟର ।

ତୃଷାର୍ତ୍ତ ଯୌବନ ସାଥେ ପାଗଳ ମନ
ନିର୍ଦ୍ଧିଷ୍ଟ ନଥାଏ ତା'ର କୌଣସି ସ୍ଥାନ
ମରୀଚିକା ଠାରୁ ଭଲ ପାଏ ବାସ୍ତବକୁ...
ଚାଲିଗଲେ, ତମେ ଖେଳର ହେବ ଅବସାନ ।

ଚାହୁଁ ଯୌବନର ସୂର୍ଯ୍ୟ ଢଳିଯିବ
ତୃଷାର୍ତ୍ତ ପାଶେ ଗଲେ ବି ନ ଛୁଇଁବ
ଭ୍ରମର-ଫୁଲର ଲୁଚକାଳି ଖେଳ ...
ବସନ୍ତର ଅନ୍ତେ ଜଣା ପଡୁଥିବ ।

ଫୁଲ ହୋଇ ଆସ ଭ୍ରମର ସଂସ୍ପର୍ଶେ
ବାସ ବିକଶିଲେ ଜନ ମାନସେ
ଫଳକୁ ବି ଲୋକେ ଆଦରିବେ...
କଶା ଗୁଣ ଭୁଲିଯିବେ ତୁମ ସୁବାସେ ।

ତୃଷାର୍ତ୍ତର ବନ୍ଧୁ ତୁମେ ହେ ମରୀଚିକା
ନ କର ସଭିଙ୍କୁ ତୁମେ ଚାହିଁ ଜଳକା
ଚାଲିଆସ ବାସ୍ତବେ ମୋ ଜୀବନେ...
ଭରିଦିଅ ରଙ୍ଗ, ଉଡେଇ ସବୁ ଫିକା ।

ତମ ବିନା



ଧୀରେ ଧୀରେ ପ୍ରେମ ଅଗ୍ନି ଜଳିଲା
ଥଣ୍ଡା ମନ ମୋର ଆଜି ତରଳିଲା
ତମ ମନ ଯଦି ତା' ସାଥେ ଭିଜିଲା...
ମୁଁ କହିବି ବୈଶାଖେ ବସନ୍ତ ଫେରିଲା ।

ତମ ବିନା ଜୀବନଟା ଥିଲା ରସ ହୀନ
ପତ୍ର ଝଡା ଦେଉଥିଲା ମୋର ମନ
କଢି ବି ଫୁଲ ହେଉ ନଥିଲା...
ଯେବେ ତମେ ନଥିଲ ମୋ ଜୀବନ ।

ଓଲଟା ସବୁ ଆସି ତମେ କରିଲ
ଟାଙ୍ଗରା ଭୂଇଁରେ କଲ ଜଙ୍ଗଲ
ପକ୍ଷୀ ଆସି ଗୀତ ଗାଇଲା ...
ବୈଶାଖୀ ଜୀବନକୁ ବସନ୍ତ କଲ ।

ସବୁବେଳେ ଶୁଣୁଛି ଏବେ କୋକିଳ ତାନ
ଉଛନ୍ନ ହୁଅଇ ଶୁଣି ବଂଶୀର ସ୍ଵନ
ତଥାପି ମନ ମୋର ବୁଝେନା...
ଭିଜେଇବାକୁ ଚାହେଁ ତମର ମନ ।

ତମ ନା' କୁହନା...।



ହେ ଚାରୁ ଚନ୍ଦ୍ରାନନା, ଚମ୍ପକ ବରଣା,
                 ସୁନୀଳ ନୟନା, କେଶ ମେଘ ବର୍ଣ୍ଣା,
ମୁଖ ପୀୟୂଷ ଝରଣା, କଥା କୁହୁକର ମୁଣା,
                 ଲୋକ ମନ କିଣା, ତୁମ ନା' କୁହନା......।

         ସାଜି ତମେ ମୋ ସ୍ଵପ୍ନର ରାଣୀ
         ରଚି ଚାଲୁଥାଅ ପ୍ରେମ କାହାଣୀ
         ନିଦ ଭାଙ୍ଗିଗଲେ ନଥାଇ ପୁଣି
         ତୃଷାର୍ତ୍ତ ମନକୁ ଦେଉଛ ହାଣି ।
  ସ୍ଵପ୍ନରେ ହେଲେ ତୁମେ କର ବାହାନା
                              ବେଶି ନାହିଁ ଥରେ ତୁମ ନା' କୁହନା.....।

         ବୟସ ପଡିଲେ ତମଠେ ଥକି
         କୁହୁଡି କେଶରେ ରହିଲେ ଜାକି
         ପୁଛିବେନି କେହି ତୁମକୁ ସାଥୀ
         ତଥାପି ଥିବି ମୁଁ ତୁମକୁ ଲାଖି ।
  ଚିହ୍ନି ପାରେନି ମୁଁ ଉଆ ଉଷୁନା
                             ଥରେ ହେଲେ ତୁମ ନା' କୁହନା.....।

         ଧୋକା ଦୁନିଆରେ ତମେ ଭରସା
         ଦିଅ ମୋତେ ସଦା ତୁମେ ସହାସା
         ପାଗଳ ସାଜି ହୁଏ ଆଜି ଲୋକ ହସା
         ଘାରିଛି ମୋତେ ତୁମ ପ୍ରେମର ନିଶା ।
  ପାଗଳ କହି ଆଉ ମୋତେ ଚିଡାନା
                              ଥରେ ଖାଲି ତୁମ ନା' କୁହନା.....।

ମନ ସୁନ୍ଦରୀ



ସୁନ୍ଦେରୀ ସୁନ୍ଦେରୀ ଫୁଲଝରୀ ଫୁଲଝରୀ
ଯାଉଛ କୁଆଡେ ଦୂରେ ଦୂରେ
ରାସ୍ତାରେ ମୁଁ ଠିଆ, କଣେଇ କଣେଇ
ଅନା ଅନା ଟିକେ ମୋ ଆଡେ ।

ଯେବେଠୁ ଦେଖିଲି ତୋତେ
ସପନ ଦେଖୁଛି କେତେ
ଦିନ ନାହିଁ ରାତି ନାହିଁ
ତୋ ନା' ମାଳି ମୁଁ ଗଣେ ଗଣେ ।

ଦେଖିଛି କେତେ ସୁନ୍ଦେରୀ
ଦେଖିଛି କେତେ ଅପସରୀ
ରମ୍ଭା ଠାରୁ ମେନକା ଯାଏଁ
ତୋ' ଭଳି ନାହିଁ କେ ଜଣେ ଜଣେ ।

ମୁଁ ବି ତ ସୁନ୍ଦର ବଡ
ପଛେ ମୋ ଝିଅଙ୍କ ଭିଡ
ପାଇବା ପାଇଁ ସେ ମୋତେ
ଓଷା କରନ୍ତି ପଣେ ପଣେ ।

ମୋ ଆଡେ ଟିକିଏ ଅନା
ଉଡାଇଦେ ନୀଳ ବାନା
ତୋ-ମୋ ଭଳି ଯୋଡି
ଦୁନିଆରେ ନଥିବ ଜାଣେ ଜାଣେ ।

ମୋ ବାହା ଘର


ଆଜି ମୁଁ ହେବି ବର          ଯିବି କନିଆଁ ଘର
ବାଜିବ ସାହାନାଇ           ନାଚିବେ ଝୁମୁଝାଇଁ
           ଦୁଲୁକାଇ ଦେବି ସାରା ସହର
             ଆଜି ମୋର ବର ପଟୁଆର ।

ଆଣିବି ହାତି ଘୋଡା         ବାନ୍ଧିବି ଥୋଡା ଥୋଡା
ମଟର ବି ଆସିବ             ଆଦ୍ୟୁ ପ୍ରାନ୍ତ ଲମ୍ବିବ
             ଦେଖୁଥିବ ଖାଲି ସାରା ସହର
              ଆଜି ମୋର ବର ପଟୁଆର ।

ଆସିବେ ମନ୍ତ୍ରୀ ଯନ୍ତ୍ରୀ           ଆସିବେ ପୁଣି ତନ୍ତ୍ରୀ
ନାଚିବେ ରାସ୍ତା ଘାଟ           ସହର ସବୁ ବାଟ
              ଫେରିବନି ଆଉ କାହା ନଜର
               ଆଜି ମୋର ବର ପଟୁଆର ।

ବିଜୁଳି ଲାଗିଥିବ                ଆତସ ଫୁଟୁଥିବ
ଶଙ୍ଖର ଶଙ୍ଖ ନାଦ              ହୁଳ ହୁଳି ଶବଦ
              ଶୁଣିବ ଆଜି ଏ ସାର ସହର
               ଆଜି ମୋର ବର ପଟୁଆର ।



ପୂଜା



ପ୍ରେମ ମୋର ଧର୍ମ
ତମେ ମୋ ଠାକୁର
ପୂଜିବି ତୁମକୁ...
ମୁଁ ବରା ବର ।

ମୋର ନୌକାର କାତ ତୁ
ଏ ଇଛାର ଶେଷ ଲକ୍ଷ୍ୟ ତୁ
ବାହିଦେ ମୋର ନୌକା କୁ
ଲଙ୍ଘିଦେ ତୋର ସୀମା କୁ
ପୂଜିବି ତୁମକୁ...
ମୁଁ ବରା ବର ।

ମୋ ମନର ତୁ ମାନସୀ
ମୁଁ ପାଣି ହେଲେ ତୁ କଳସୀ
ମୋ ବିନା ପୂରା ଏକା ତୁ
ତୋ ବିନା ପୂରା ଏକା ମୁଁ
ପୂଜିବି ତୁମକୁ...
ମୁଁ ବରା ବର ।

ମୋ ମନେ ଚୋର ରହି ନାହିଁ
ବ୍ୟାକୁଳ ତୋର ଦର୍ଶନ ପାଇଁ
ଡାକିଦେ ଏଇ ପାଗଳ କୁ
ଛୁଇଁଦେ ତା'ର ପ୍ରେମ କୁ
ପୂଜିବି ତୁମକୁ...
ମୁଁ ବରା ବର ।

ବୋଉ



ବୋଉଲୋ...  ବୋଉଲୋ...
ଖାଇବାକୁ ଦେ, ଭୋକ ଭାରି ହେଲାଣି...
ବୋଉଲୋ...  ବୋଉଲୋ...
ଖାଇବାକୁ ଦେ ବେଳ ଗଡି ଗଲାଣି ।

ଛଅଟାରୁ ନଅଟା              ବେଳ ହେଲା ଓଲଟା
               ଦାନା ଟିକେ ପଡିନି... ।

ଚାଉଳ ବଛା ସରିନି
          ପରିବା କଟା ହୋଇନି
                    ଚୂଲି ବି କାହିଁ ଲାଗିନି...

କରୁଛି ବିକଳେ ରଡି
        ମୂଷାତ ଧାଡିକି ଧାଡି
                 ପେଟରେ ବୁଲାନ୍ତି ବାଡି...

ପାଉନାହିଁ ସାହାସ               ଉଡିଲାଣି ହୋଅସ
                  ପେଟ ଜଳି ଗଲାଣି ।

ଘର ଘର ବୁଲୁଛୁ
       ଡାକିଲେ ହଁ ମାରୁଛୁ
                  ପୁଣିତ ବସି ପଡୁଛୁ...

ତୋତେ ମୁଁ ଖୋଜି ପାଉନି
          କେଉଁଠେ ମାଉସୀ ନାନୀ
                      ସାଥେ ତୋ କଥା ସରୁନି...

ମଉସା ମାନେ ଆସିଲେ         ମାଉସି ମାନେ ଘରକୁ ଗଲେ
                 ଏବେ ବି ତୋ ମନେ ପଡୁନି ।

ପାଖରେ ପଇସା ନାହିଁ
            ରହୁଛି ତୋ ମୁହଁ ଚାହିଁ
                    ମୁଠାଏ ଖାଇବା ପାଇଁ...

ବାବା ବି ଆସି ନାହାନ୍ତି
           ସାଥେ ହୋଟେଲ୍ ଯାଆନ୍ତି
                     ତୋତେ ମୁଁ ଜଗି ନଥାନ୍ତି...

ଯାହା ହେଲା ହେଲାଣି                ଆଉ କିଛି ଦିଶୁନି
                    ପେଟ ରାମ ରାମ କଲାଣି ।

ମାଉସୀ



ମାଉସୀ ଲୋ ମାଉସୀ
ତୁ ଫଟା କଳସୀ...।

ସବୁ ବେଳେ ବଲ ବଲ
କାମ ପାଇଁ ନାହିଁ ବେଳ
ବେକାର କଥାରେ ତୁ ଯାଉଛୁ ଭାସି ।

ଅଲ ଇଣ୍ଡିଆ ହାରିଯିବ
ବିବିସି ବି ବନ୍ଦ ହେବ
ଆଜ୍ ତକ୍ ପ୍ରଯୋଯକ ଦେବେଲୋ ଫଶୀ ।

ହୋଇଲେ ତୁ ହାଜର
ଲୋକଙ୍କୁ ଲାଗଇ ଜ୍ଵର
ଡରି ଖୋଜନ୍ତି ବାଟ ଯିବାକୁ ଖସି ।

ନାହିଁ ବରଷା କି ଖରା
ନାହିଁ ଜହ୍ନ କି ତାରା
ସବୁ ବେଳେ ବୁଲୁଥାଉ ତୁ ବାରମାସୀ ।

ମଉସା ବି କାନ୍ଦୁଥିବେ
ଲୁଚି ମୁଣ୍ଡ ପିଟୁଥିବେ
ଭିତରେ ଦୁଃଖି ପୁଣି ବାହାରେ ଖୁସି ।

ତୁ ହୋଇଲେ ହାଜର
ନାହିଁ ତା'ଙ୍କ ପଟାନ୍ତର
ବାଧ୍ୟ ହୋଇ ରଖିଥିବେ ହେଲେବି ବାସି ।

ଶାଶ୍ଵତୀ




ଏ... ଶା... ଶ୍ଵ... ତୀ...

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ଅଗରବତୀ,
ଲୋ ପୂନେଇ ରାତି, ତୋ-
ସାଥେ କରିବି ପୀରତି ।
   
ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ବୁଧୁ ପାହାନ୍ତି,
ଲୋ ରତ୍ନର ଗୋଟି, ତୁ-
ଭରାଉ ଦେହରେ ତାତି ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ନଦୀ ଭଳି ଭାଙ୍ଗୁ ଅଳସୀ କନ୍ୟା
ନାହିଁ ତୋ ପରି କେ' ତୁ ଅନନ୍ୟା
କାଚ କେନ୍ଦୁ ଆଖି ଆଲୋ ସୁନେନା
ହେବୁ କେବେ ଲୋ ମୋ' ସାଥୀ ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ଜୀବନ ଜ୍ୟୋତି,
ଲୋ କୁହୁକ ବତୀ, ତୁ-
ଜଳୁ ଥିବୁ ନିତି ନିତି ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ସାବରମତି,
ଲୋ ଗୟା ଗାଙ୍ଗୋତ୍ରୀ, ତୁ-
ବହୁ ଥିବୁ ଦିନ ରାତି ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ଆଲୋ ତୋ' ଦେହୁ ଝରୁଛି ମନ୍ଦାକିନୀ
ଖୀରା, ତୁମ୍ବି, ଚନ୍ଦ୍ରରେ ତୋ ଗଢଣୀ
କୋକିଳ ଚନ୍ଦ୍ର ଛାଞ୍ଚେ ହୋଇଛୁ ଛାଣି
ଦେବୁ କେବେ ମୋତେ ତୁ ମୁକ୍ତି ।
ଏ ଶାଶ୍ଵତୀ...   ଏ ଶାଶ୍ଵତୀ...

ଆଜିର ସୁନ୍ଦରୀ (BEAUTY)


 

ସୁନ୍ଦରୀ ମାନଙ୍କ ଲୀଳାଖେଳା...
ଦେଖି ଅନ୍ଧାରେ ବୁଡିବ ଚପଳା
ଘଡଘଡି ବି ରହିବ ଚୁପ୍ ଚାପ-
ଦିଗ ଭୁଲି ଆଦିତ୍ୟ ହେବ ବାଉଳା !!!

ଗାନ୍ଧୀ କଥାରେ ପୋଷାକ କାଟି
ପୁଙ୍ଗୁଳା ଦେହରେ ପକାଇ ପଟି
ଲାଜ ସରମ ସବୁକୁ ବିକି-
ଫେସନ ବୋଲି କରନ୍ତି ପାଟି ।

ବରଜୀବ ରସେ ନିତି ଗାଧୋଇ
ନିତି ବିୟୁଟି ପାର୍ଲରକୁ ଯାଇ
ଦେହେ ଡୋଭ୍ ସାବୁନ୍ ଲଗାଇ-
କାଳିଆ ପୋଡିକି ଗୋରୀ ହୁଅଇ ।

ନ ଖାଇ ନ ପିଇ କର ଡାଇଟି
କେବେ ଅଧା, ଫାଳେ ଖାଇଲେ ରୋଟି
ଲେମ୍ବୁ ପାଣିରେ ଦିନ ଦେଲେ କାଟି-
ଶୁଖିବ କି କେବେ ଗୋଣ୍ଠୁଣୀ ହାତୀ ।

ପାଣ୍ଡରା ନୁଖୁରା ବାଳ ସଜାର
ଆଇନା ଆଗରେ ଦିନକୁ ସାର
ମୁହେଁ ଲଗାଇ ସ୍ନୋ, ପାଉଡର-
ଧଳା ଭୂତ ହୋଇ ଘରୁ ବାହାର ।

କଠୋଉ ଥୋଇ ଛୁଞ୍ଚି ପର୍ବତ ନେଲେ
ସିଧା ରାସ୍ତାରେ ତମେ ଝୁଣ୍ଟିଲେ
ମରାଳୀ ଚାଲି ତୁମ ଦେଖିଲେ-
ଛୋଟି ବୋଲି ଲୋକେ କହିବେ ଭଲେ ।

କାଟି କାଟି କନା କର ଫିଇଟି
କେବେ ଜିନ୍ସ କେବେ ମିନି ସ୍କଟଟି
ହାଇ ହିଲ୍ ମାରି ଯେବେ ଚାଲଟି-
ତାଳ ଗଛ ପରି ତମେ ଦିଶଟି ।

ଭ୍ରୂକୁ କୁ ଯେବେ କର ଟାଙ୍ଗରା
ନୟନେ ନଦେଇ କଜଳ ଗିରା
ଢଳ ଢଳ ଆଖି ଶୁଖିଯାଇ-
ହେଡ୍ ଲାଇଟ୍ ଭଳି ଦିଶଇ ପରା ।

ତମ୍ବାରେ ତମ ଦାନ୍ତ ସଜାଡ
ଓଠରେ ଲିପ୍ ଷ୍ଟିକ୍ ରଙ୍ଗ ଅଜାଡ
ରାଗରେ ହୁଅ ଯେବେ କଡ ମଡ-
ତାଡକା ଠୁ ବି ତମେ ବଳି ପଡ ।

କଳା କେଶକୁ କର ବ୍ରାଉନ୍
ଗୋରା ଗାଲକୁ କର ରଙ୍ଗୀନ୍
ଆଖି ପତାକୁ କଲର୍ ଦେଲେ-
"ପାତି" ବି ତମଠେ ପଡିବ ଡାଉନ୍ ।

କି କରିବି ତୁମ ରୂପ ବର୍ଣ୍ଣନା
ଲେଖିବାକୁ ପାଉନି ଉପମା
କଲମ ସରିବ, କପାଳ ଫାଟିବ-
ତଥାପି ସରିବନି ତମ ରୂପ ତର୍ଜମା ।