Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Saturday, December 10, 2011

ଜୀବନ ଅଙ୍କ



ଜୀବନ ଅଙ୍କ କଷୁ କଷୁ
ହଠାତ୍ ଡାକ ଶୁଭିଲା ଆକାଶୁ
ହରଣ, ଗୁଣନ, ମିଶାଣ, ଫେଡାଣ
ଥୋଇ ଦେଇ...
ଇଛା ନଥିଲେ ବି ଯିବାକୁ ପଡିଲା
ନିର୍ବାକ୍ ହୋଇ ।

ସେଠି ଥିଲେ ଜଣେ
କଦାକାର, ବିଶାଳକାୟ, ମୁଦ୍ଗର ଧାରୀ
ମୋଟା ନିଶୁଆ ପ୍ରଧାନ ଶିକ୍ଷକ...
ଯାହାଙ୍କ ଅଧୀନେ-
ଜଣେ କିରାଣୀ ଦେଖୁଥାନ୍ତି-
ଏଠିକାର କଷା ଅଙ୍କ,
ଆଉ କିଛି ଚପରାସୀ-
କରୁଥାନ୍ତି ତାଙ୍କ ଆଦେଶ ପାଳନ ।

ସେଠି ମୂଲ୍ୟାୟନ ହୁଏ ସଭିଙ୍କ ଅଙ୍କ
ଓ ମିଳେ ପ୍ରତି ବଦଳ ଫଳ...
ଭୁଲ ଅଙ୍କକୁ ଦଣ୍ଡ
ଭଲ ଅଙ୍କ କୁ ଅମୃତ ଫଳ ।

ପୁଣି ପ୍ରେରନ୍ତି ମର୍ତ୍ତ୍ୟକୁ,
ମୂର୍ଖକୁ ଅଙ୍କ ଶିଖାଇ
ଠିକ୍ ହେବା ଯାଏଁ ଅଙ୍କ
ଏ ଧରାକୁ ସେ ଆସୁଥାଇ
ଠିକ୍ ହୋଇଗଲେ ଅଙ୍କ
ଯାଏ ମୋକ୍ଷ ପଥ ଯାତ୍ରୀ ହୋଇ ।

ଆଜିର ମଣିଷ



ଦୁଃଶାସନ ଆଜି
ଭୀମର ହାଡର ପ୍ରାଚୀର
ଆଉ ମାଂସର ଛାତକୁ ଫଟାଇ
ଶୋଷି ଚାଲିଛି ରକ୍ତ...
ଦୁର୍ଯ୍ୟୋଧନ...
ରକ୍ତ ନଥିବା ଭୀମର
କରୁଛି ଜାନୁ ଭଗ୍ନ ।

କୃଷ୍ଣ ଆଜି ମୌନ
ଭୀମର କ୍ରନ୍ଦନେ-
ଗଛ ଲତା, ପଶୁ ପକ୍ଷୀ ନରମି ଗଲେଣି
ସୂର୍ଯ୍ୟ ଲୁଚିଯାଇ...
ଢି ଢି ବର୍ଷା ହେଲାଣି
ତଥାପି ଅର୍ଜୁନ, ଅଭିମନ୍ୟୁ
ମୃତ୍ୟୁ ପାଇଁ ଭୀମକୁ କରୁଛି ଦାୟୀ ।

ସ-ପାଣ୍ଡବେ କାନରେ
ଆଙ୍ଗୁଠି ଦେଇ ଜଳ ଜଳ ଚାହିଁଛନ୍ତି-
ଆଉ ଦ୍ରୌପଦୀର ମନ ଖୁସି
ଭୀମ ରକ୍ତରେ କେଶକୁ ଧୋଇ ।

ଆଜିର ଭୀମ ହାରିଯାଇଛି
ଦୁଃଶାସନର ବିଜୟ ହୋଇଛି ।

ସତ୍ୟଭାମା କିଏ?


ସତ୍ୟଭାମା କିଏ?
ସମୟର ଶବ୍ଦ ନା'
ଲୋକେ କର୍ମ ତତ୍ପର ହେବାର ସଂକେତ...!
ନା ସେ ଶଙ୍ଖ-
ନା ମର୍ଦ୍ଦଳ ବ୍ଲକ୍ କଲୋନୀର...
ବାଜୁଥାଏ ଭୋର ପାଞ୍ଚଟାରୁ-
ଦିନସାରା... ୟାତଯାତ ।

କେଉଁ ଉପାଦାନେ ଗଢା ସେ?
ଖରା ବି କାଟୁନି...
କେଉଁ ରାଇଜୁ ଆସିଛି ସେ?
ବର୍ଷାକୁ ଡରୁନି...
ବୋଧେ ଗ୍ରହ ଯୁଦ୍ଧ ବେଳେ
ଖସିଯାଇଛି ଅନ୍ତରୀକ୍ଷରୁ ଉଲକା ପରି...
ଶୀତକୁ ମାନୁନି !

ସେ ତା' ମନର ରାଜକୁମାରୀ
ଲୋକଙ୍କ କଥାରେ ରାଣୀ
ତା'ର ସମ୍ବଳ ଦୁଇ ହାଣ୍ଡି ପାଣି,
ପୁଣି ଦୁଇ ହାଣ୍ଡି ପାଣି ଆଉ ଦୁଇ ହାଣ୍ଡି ପାଣି...
ତା' ଜୀବନ-
ଚାହା ଏକ କପ୍, ଦୁଇ କପ୍, ତିନି କପ୍...
ଆଉ ଗୋଟିଏ ଝିଅ,
ଆଉ ପୁଅ ।

ମଝିରେ ମଝିରେ
ଆକାଶକୁ ଅନାଇ କହେ
ବାରିପଡା...
ତୋ ମାଁ...
ତୋ ଭଉଣୀ...
ତୋ ଝିଅ...
ତୋ ଘର...
ଆଉ ସବୁ ଦୁଃଖ ଅଜାଡି ଦିଏ
ଅଜାଙ୍କ ଆଗରେ ।

ରଙ୍କ ପଧାନ!
ତା' ସ୍ଵପ୍ନ ସୌଦାଗର!!
କହିଥିଲା-
ହିଞ୍ଜିଳି ଗରୁଡ ଖମ୍ବ ତଳୁ
ରୂପା ଭଅଁରକୁ ଆଣେ-
ତତେ ସ୍ଵପ୍ନ ଦେବି ।

ଘର ଛାଡି, ଦ୍ଵାର ଛାଡି
ପାଣିରେ ବୁଡି
ଆଣିଥିଲା ରୂପା ଭଅଁର
ରଙ୍କ ଦେଖି
ଦାନ୍ତ ଉହାଡରୁ ହସ ପେଲିଦେଲା...
ନଦେଇ ସେ ସ୍ଵପ୍ନର ଝଲକ
ଦେଇଥିଲା ପ୍ରତାରଣା
ଲଦିଥିଲା ତା' ବୁକୁରେ ଦୁଇଟି ଜଞ୍ଜାଳ ।

ମନେ ପଡିଲେ...
ଆକାଶକୁ ଅନାଇ କହେ
ବାରିପଡା...
ତୋ ମାଁ...
ତୋ ଭଉଣୀ...
ତୋ ଝିଅ...
ତୋ ଘର...
ଆଉ ସବୁ ଦୁଃଖ ଅଜାଡି ଦିଏ
ଅଜାଙ୍କ ଆଗରେ ।

ସତ୍ୟଭାମା କିଏ?
ସେ କଣ ବ୍ଲକ୍ କଲୋନୀର ଶଙ୍ଖ?
ସବୁବେଳେ ବାଜୁଥାଏ;
ସକାଳ ସଞ୍ଜରେ-
ବିଜ୍ଞାପିତ ଅଞ୍ଚଳର-
ନଳକୂପ ପାଖେ ।

ତୁମେ ଓ ମୁଁ




ମୁଁ ଭିଜାବାଲି
ତୁମେ ଅବୁଝା ଲହରୀ
ସମୁଦ୍ରର...
ନିତି ମୁଣ୍ଡ ଗୁଞ୍ଜି
ମୋ କୋଳେ ଗୋ ଲହରୀ
ଭୁଲିଯାଅ କଥା ପ୍ରତାରଣାର ।

ମୁଁ ଫଗୁଣ
ତୁମେ କୋଇଲି
ଯୌବନର...
ପ୍ରେମ କୁହୁତାନ ଗାଇ
ସମାହିତ ହୋଇଯାଅ
ମନ ଉପବନରେ ମୋର ।

ଅନ୍ଧାର ହିଁ ଦୋଷୀ
ସେ ତ ଶୁଣିଛି ମୋ ଶବ୍ଦ
ଶୁଙ୍ଗିଛି ମୋ ବାସ୍ନା
ତଥାପି...
ବ୍ୟକ୍ତ କରି ନଥାଏ
ମୋ' ପରିଚୟ ।

ହସ




ହସ...
ଏ ନୁହେଁ ଆତ୍ମୀୟତାର
ଏ ନୁହେଁ ପ୍ରଗତିର
ସ୍ଵାର୍ଥ ଗନ୍ଧୀ ହସ ଦିଶୁଛି...,
କି ବିକଟାଳ!
ସର୍ବସ୍ଵାନ୍ତ କରିଦେବ ପୃଥିବୀର ।

ଜନତାକୁ ଜଳକା କରି-
ଦିନକୁ ରାତି କରିବ-
ଏ ହସ... ...
ସବୁ ଅନ୍ଧାରରେ ଝୁଣ୍ଟିବେ,
ବଲବ୍ ବି କାଢିନେବେ
ସମସ୍ତେ ହେବେ ବେହୋସ ।

ହସକୁ ରୋକିବା
ଗ୍ରଜୁଏଟ୍, ବୁଦ୍ଧିଜୀବୀ ଆଜି
ପ୍ରେମିକା ସାଥେ ବ୍ୟସ୍ତ!
ନିରର୍ଥକ ଜୀବନକୁ ଗାନ୍ଧୀ,
ଗୋପବନ୍ଧୁ ବାଛି ନେଇଥିଲେ
କାନ୍ଦିଥାନ୍ତେ ଆମେ ଗୁଲାମ୍ ହୋଇ-
ଇଂରେଜଙ୍କ ଲ୍ୟାଟିନରେ
ଚଳାଇଥାନ୍ତେ ହସ୍ତ ।

ଆସ ଗ୍ରାଜୁଏଟ୍ ଆସ
ବନ୍ଦ କର ଏ ହସ
ଦେଖ କି ବିକଟାଳ ହସ !

ଭେଟ





ଆସିବାର ନଥିଲା-
ତଥାପି ଆସିଗଲି,
କିଏ ଜଣେ ଇସାରା ଦେଇଥିଲା
ଆସିବା ପାଇଁ...।

ଏଠି ଜାଣିଲି
ଯେମିତି ବି ମିଶିବି ତମ ସାଥେ...
ଭୁଲ କରି ବା'
ଭଲ କରି... ...।

ଆମେ ସବୁ ଶାସିତ
ତାଙ୍କ ଜରିଆରେ,
ସେ ଗଢିଥାନ୍ତି ପଥ
ବିକାର ଓ ତ୍ୟାଗର...

ଯେଉଁ ପଥେ ଗଲେ ବି'
ହୁଏ ତମ ସାଥେ ଭେଟ ।

ବିଧବା





ମରିନାହିଁ ମୁଁ, ତଥାପି
                  ମୋ ପ୍ରିୟା ବିଧବା;
ଭୁଲି ଯାଇଛି ସେ ମୋତେ,
           ନିଇତି ଦେଖଇ ଯଦିବା ।

କିଏ ତା'କୁ କହିଲା, ଅବା
             କେଉଁଠୁ ପାଇଲା ଖବର;
ଭାଙ୍ଗିଦେଲା ହାତର ଚୁଡି
              ପୋଛିଲା ମଥାର ସିନ୍ଦୂର ।

ଭାବିଛି ସେ ମୋତେ ଭୂତ
               ନ ମାଡଇ ସେ ମୋ ପାଶ;
କଥା ନକହି ଆଜି ମୋତେ
                କରଇ ମୋର ଉପହାସ ।

ଡାକିଲେ ତା'କୁ ପାଖକୁ
                ରହୁଛି ସେ ବହୁତ ଦୂରେ;
କାଳେ ତା'କୁ ଖାଇଯିବି
             ମୋତେ ସେ ଭୟ କରେ ।

ହେ ଭଗବାନ୍... ଜାଣି ନାହିଁ ସେ
                      ମୋର କେତେ ନିଜର;
ମନେ ପଡେ ପ୍ରଥମେ ସେ,
                  ଦ୍ଵିତୀୟେ ତୁମକୁ ଜୁହାର ।

କାଢିବାକୁ ଚୂଡି ସିନ୍ଦୂର
                      ମୁଁ ତା'କୁ ମନା କରୁଛି;
ସଧବା ହୋଇବି ସେ
                     ଆଜି ବିଧବା ସାଜିଛି ।

ବଞ୍ଚି ଥାଉ ଥାଉ ଆଜି
                     ମୁଁ ଯମପୁରେ ବସିଛି;
ସଧବା ହୋଇବି ସେ
                    ଆଜି ବିଧବା ସାଜିଛି ।

ପାଠୁଆ



ସବୁବେଳେ ପାଠ ପଢି...
କେଉଁ ଯଶ ବାନା ଉଡାଇବ ହେ?
ପଢି ପଢି ତୁମ ଚାଲିଯିବ ଆଖି,
ବହିର ପୋକ ବୋଲି ଚିଡାଇବେ ହେ ।

ଚାକିରୀ ଯେ କରାଇ ଆଶ,
ଧାଇଁବ ସିନା ତୁମେ ତା'ର ପାଶ,
ସକଳ ଭରସା ତୁମ ତୁଟିଯିବ-
CERTIFICATE ଦେଖି ତୁମ ଦିନ ଚାଲିଯିବ ହେ ।

ଠକି ଠକି ଥରକୁ ଥର,
ପଇସା ତୁମ ନେବେ ଟାଉଟର,
କାନ୍ଦୁଥିବ ତୁମେ ହାଟ ମଝିଟାରେ-
ଲୋକେ ଦେଖି ତୁମକୁ ହସୁଥିବେ ହେ ।

ତୁମେ ଫନ୍ଦା ଖୋଜିବ ବୁଲି,
କେଉଁ ଏକ ଧନ୍ଦା କରିବ ବୋଲି,
ଚାରି ଦଉଡିତ କଟି ସାରିଥିବ-
ଦେଖାଯିବ ସବୁ ଅନ୍ଧାର ହେ ।

ପାଠ ସହ ଟିକେ ବୁଦ୍ଧି ଖେଳ,
ବାହାରୁ ଯାଣିବା ଏହାହିଁ ବେଳ,
ସମୟ ସହ ଖାପ କୁଆଇ ଦେଖ-
ଦିଶିବ ସବୁ ଉଜ୍ଜ୍ଵଳ ହେ ।


ମୋ କ୍ୟାରିୟର୍...


ମୋ କ୍ୟାରିୟର୍...
ନଈ କୂଳର ବାଲିଘର!

ଗଢୁଥାଏ ମୁଁ
ସୂର୍ଯ୍ୟର ନଜରରେ...

ତୋଳୁଥାଏ ମୁଁ
ଚନ୍ଦ୍ରର ଜୋତ୍ସ୍ନାରେ...

ନିତି ନିତି ହୁଏ ଅପଦସ୍ତ
ପାଣିରେ, ପବନରେ ଅବା
ଶତ୍ରୁ ଭାବୁଥିବା କୀଟ ପତଙ୍ଗରେ...

ଭାଙ୍ଗିଯାଏ ଘର।
କିନ୍ତୁ ମୁଁ ନୁହେଁ ଧୌର୍ଯ୍ୟ ହରା-
ସଦା ଚେଷ୍ଟିତ ଘର ଗଢିବାରେ...


ମୋ କ୍ୟାରିୟର୍...
ଚାରଣ ଭୂମିର ଘାସ!!

ସୂର୍ଯ୍ୟ ଦେଖୁ ଦେଖୁ
କାକର ପାଣିରେ ସତେଜ ହୁଏ।

ଦିନ ବଢିଲେ ବଢିଚାଲେ ମୁଁ...
ପଶୁ ମାନଙ୍କ ଖାଦ୍ୟ ହୁଏ।

ବଞ୍ଚିଗଲେ କିଛି-
ପଥିକ ପାଦରେ ଚକୁଟା ଯାଏ।

ତଥାପି ମନେ ଅଛି ବିଶ୍ଵାସ
ହୃଦୟରେ ଅଛି ସାହସ
ଯେତେ ଯାହା ହେଲେ ବି ବଢିବି ମୁଁ...
ଦେଖିବି କାଲିର ସୂର୍ଯ୍ୟଦୟ।

Friday, December 9, 2011

ମୁଁ ବାସନ୍ତୀ


ଆଜି ମୁଁ ବାସନ୍ତୀ
ଫୁଟିଛି ଫୁଲ
ଫଳିଛି ଫଳ
ମହକେ ଦେଶ
ଧରି ଭଅଁର ବେଶ
ଦୂର ରାଇଜୁ
ଆସିବ ମୋ ପାଶ...
ଫଳ ଖାଇବ
ମୋତେ ଚୁମିବ
ଫୁଲରେ ବସି
ମଧୁ ଶୋଷିବ
ମୁଁ ହସିବି...
ହସିବ ଦୁନିଆଁଯାକ ।

ଚ୍ୟାଲେଞ୍ଜ୍...


ହେ ପାଠକ ମଣ୍ଡଳୀ-
ତୁମକୁ ମୋର ଉପଦେଶ...
ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ୍ କର!
ଚ୍ୟାଲେଞ୍ଜ କୁ ଚ୍ୟାଲେଞ୍ଜ୍ ନକଲେ
ବାଜି ମାରିନେବ ଆଉ କିଏ,
ଫେରି ଆସିବ ତୁମେ-
ପରାଜିତ ହୋଇ ରଣାଙ୍ଗନେ...।

ବୀରର ରକ୍ତ ବହୁଛି ତୁମ ଶୀରାରେ
ଭାଙ୍ଗୀଯିବ ସିନା ନଇଁବ ନାହିଁ ।
ଚ୍ୟାଲେଞ୍ଜକୁ ଗ୍ରହଣ କରି ଯିବ ଆଗକୁ ଆଗକୁ...
କାହିଁକି, ପଛଘୁଞ୍ଚା ନାହିଁ ତମ ଜାତକେ ।

ଆଜି ହେଉଛି ଚ୍ୟାଲେଞ୍ଜର ଯୁଗ
ସବୁ କିଛି ହେଉଛି ଚ୍ୟାଲେଞ୍ଜରେ
ପଢିବ ତୁମେ ଚ୍ୟାଲେଞ୍ଜରେ
କାମ କରିବ ବି ଚ୍ୟାଲେଞ୍ଜରେ
ଦେଖିବ ଚ୍ୟାଲେଞ୍ଜ କୁ ଚ୍ୟାଲେଞ୍ଜ କଲେ
ନିଶ୍ଚେ ପହଞ୍ଚିବ ତୁମେ ଶୀର୍ଷରେ
ଏହା ମୋର ଚ୍ୟାଲେଞ୍ଜ୍...

Friday, November 11, 2011

ହେ ଭଗବାନ



ମୋ ହୃଦ ଦୁଆର ଖୋଲି
ମନ ମୋର କହୁଛି ବୁଲି
ଭଗବାନ ତୁମେ ନାହଁ ବୋଲି...

ବଢୁଛନ୍ତି ପାପ, ବଢୁଛନ୍ତି ପାପୀ,
ନିରୀହ ଲୋକଙ୍କ ତଟିକୁ ଚିପି,
ସମାଜେ ବୋଲାନ୍ତି ସେମାନେ ତପି ।

ଭଣ୍ଡ ସାଜି ଦେଶ ସେବକ
ଭାଷଣ ମାରନ୍ତି କିପରି ଦେଖ
ମୁଣାରେ ପୂରାନ୍ତି ଦୁନିଆ ଯାକ ।

ପୋଲିସ୍ କରଇ ଆଇନ ଭଙ୍ଗ,
ଡାକ୍ତର ଖେଳଇ ଜୀବନ ସଙ୍ଗ,
ଶିକ୍ଷକ ଲଗାଏ ସମାଜେ ରଙ୍ଗ ।

ହେ ଭଗବାନ...
ନିଅ ନାହିଁ ଆଉ ତୁମେ ଜନମ
ନାହିଁ ଏଠି ଆଉ ତୁମ ଓଜନ
ଗାନ୍ଧି ମୁଣ୍ଡ ଯା'ଠେ ତା'ର ହିଁ ମାନ ।

ଚାରି ଆଡେ ଖାଲି ରାବଣ କଂସ,
ପ୍ରଭାବେ ବଢିଛି ରାକ୍ଷାସ ବଂଶ,
କରି ଚାଲିଛନ୍ତି ବିଶ୍ଵକୁ ଧ୍ଵଂସ ।

ଏହା ଦେଖି ନ ସାଜି କଲକୀ
ଶ୍ଵାନ ପରି ଲାଙ୍ଗୁଡ ଜାକି
କେଉଁ ବ୍ରହ୍ମାଣ୍ଡେ ଯାଇଛ ଛକି ?

ଋଷନା...




ଋଷୁ ଯେବେ ତୁ,
ହୃଦୟ ଯନ୍ତ୍ରଣା କାହାକୁ କହିବି?
କ୍ଷମା ଚାହୁଁଛି,
ଯଦି କିଛି ଭୁଲ ହୋଇଛି ।

ସୂର୍ଯ୍ୟ ନ ଉଇଁଲେ;
ପଦ୍ମର ତ ରୋଷ ନାହିଁ...
ଚନ୍ଦ୍ର ନ ଦିଶିଲେ;
କଇଁ ତ ରାଗେ ନାହିଁ...
ମେଘ ନ ଗରଜିଲେ;
ମୟୂର ଆକ୍ରୋଶ ହୁଏ ନାହିଁ...
ଫୁଲ ନ ଫୁଟିଲେ;
ଭଅଁର କ'ଣ ମଧୁ ଖାଏ ନାହିଁ?

ନଦୀ ନ ବହିଲେ;
ସାଗର ତା ଦୁଆର ବନ୍ଦ କରେ ନାହିଁ...
ଟିକିଏ ଡେରି ହେଲେ-
ଏତେ ବେଦନା କାହିଁ ପାଇଁ ?
ଆସିଛି ମୁଁ...
ତୁମ ବିଶ୍ଵାସରେ ତ ବିଷ ଦେଇ ନାହିଁ ।
ଏମିତି ଋଷି,
ମୋତେ ଓ ନିଜକୁ-
ଆଉ ଜଳାଅ ନାହିଁ ।

ହାଟ




ଆରେ ଅଝଟ
ଯାଆ ତୁ ଝଟ
କାଆଟୁ ଅଟରୁ-
କିଣ ଅନାଜ
ନ କରି ଲାଜ
ଆଳୁ, ପିଆଜ,
ସଢା ବାଇଗଣ,
ପଚା ଟମାଟ...
ନାହିଁ ତଟକା
ପଚାରିଲେ ଦର-
ହେବୁ ତାଟକା ।
ଖରିଦ ଦାର...
ଛାତି କରି ଟାଣ
ପରିବା କିଣ
ପଇସା ଗଣ
କାନକୁ ମୋଡ
ଶୁଖିଲା ମୁହଁରେ
ଘରକୁ ଫେର ।

ଶିକାରୀ



ଶକୁଳ କୁ ଦେଖି
ଶକୁନିର ଆଖି
ରହିଛି ଲାଖି...।
ସଞ୍ଚୟୀ ଶକ୍ତି
ନଭରୁ ଖସି
ମାରିଣ ଝାମ୍ପ
ଆକାଶେ ଉଠେ-
ଶିକାର ଧରି ।
ତା କ୍ରୂର ମନ
ହୁଏ ଉଛ୍ହନ
ଧରି ମାଗୁର
କରେ ଆହାର
ମାରି ତା' ଥଣ୍ଟ
ରକ୍ତ ଶୋଷି କରେ-
ମନକୁ ଆଣ୍ଟ ।
ବୃକ୍ଷ ଶାଖାରେ
ଘସି ତା ଚଞ୍ଚୁ
ଆନନ୍ଦେ ଉଡେ
ନୀଳ ଅମ୍ବରେ ।

ଯାଦୁ



ତୋ ରୂପରେ କି ଯାଦୁ ଅଛି
ସର୍ବଦା ତୋ' ମୁହଁ ଦିଶୁଛି
ଅନ୍ୟତ୍ର ଯିବାକୁ ଚାହିଁଲେ
ତୋ ଆଡେ ଚାଲି ମୁଁ ଆସୁଛି ।
ତୋ ରୂପରେ କି ଯାଦୁ ଅଛି


ତୋ ଆଖିରେ କି ଯାଦୁ ଅଛି
ମୋ ନିଦ ହଜେଇ ନେଇଛି
ନିର୍ଝରିଣୀ ଆଖିରେ ତୋର
ନିମ୍ମଜିତ ହେବାକୁ ଚାହୁଁଛି ।
ତୋ ଆଖିରେ କି ଯାଦୁ ଅଛି

ତୋ ହସରେ କି ଯାଦୁ ଅଛି
ମୋ ମନ କିଣି ନେଉଛି
ମୁରୁକି ମୁରୁକି ହସ ତୋ'ର
ମୋତେ ଯେ ପାଗଳ କରୁଛି ।
ତୋ ହସରେ କି ଯାଦୁ ଅଛି

ତୋ କଥାରେ କି ଯାଦୁ ଅଛି
କେବଳ ଯେ ମଧୁ ଝରୁଛି
ଆନନ୍ଦେ ତା' ପାନ କରି
ଭାବ ରାଜ୍ୟେ ମୁଁ ଭାସୁଛି ।
ତୋ କଥାରେ କି ଯାଦୁ ଅଛି

ତୋ ତନୁରେ କି ଯାଦୁ ଅଛି
ମୋତେ ଚନ୍ଦନ ପରି ବାସୁଛି
ତୋତେ ପାଇବାଟା ହୋଇପାରେ କଷ୍ଟ
ତଥାପି ମୁଁ ଚେଷ୍ଟା କରୁଛି ।
ତୋ ତନୁରେ କି ଯାଦୁ ଅଛି

ତୋ ଚାଲିରେ କି ଯାଦୁ ଅଛି
ମୋତେ ପାଗଳ କରି ଦେଉଛି
ଥିରି ଥିରି ଚାଲି ତୋ'ର
ସତେ କି ପଦ୍ମ ଫୁଟୁଛି ।
ତୋ ଚାଲିରେ କି ଯାଦୁ ଅଛି

ବାରେ ଶୁଣ ତୁମେ ଯାଦୁମୟୀ
ମୋତେ ଛାଡି ଚାଲି ଯାଅ ନାହିଁ
ପାଗଳ କରିଛ ତୁମେ ମୋତେ-
ତୁମ ବାଟ ମୁଁ ଚାହିଁ ବସିଛି ।
ତୁମ ରୁପରେ କି ଯାଦୁ ଅଛି ।

ଶକ୍ତି




କହେ ବିଜ୍ଞାନ...
ପରମାଣୁ-ପରମାଣୁ ମିଳନେ-
ନୂତନ ଅଣୁ ହୁଏ ସୃଷ୍ଟ,
ସାଥେ କିଛି ଶକ୍ତିର ବିଛ୍ହୁରଣ
ଜନ୍ମାଏ ମନେ ଶିହରଣ
'ଆଟମ୍ ବମ୍' ରୂପ ନେଇ
କରିବକି ସୃଷ୍ଟିକି ନଷ୍ଟ !!!

ସୂର୍ଯ୍ୟ ଦେହେ...
ଅନେକ 'ଉଦଜାନ'
ପାଲଟେ 'ହିଲିୟମ'
ଅଭ୍ୟନ୍ତରେ ଅଗ୍ଣି ଜନ୍ମାଇ...
ମୋ ଶୁକ୍ରାଣୁ-ତୋ ଡିମ୍ବାଣୁ-
ସଂଯୋଗେ ଜାତ କଳିକା...
କିନ୍ତୁ...,
କାହିଁ ଗାଲା ଶକ୍ତି !
କେଉଁଠେ ତା'କୁ ଦେଲକି ଲୁଚାଇ !!!

ସେଇ ଶକ୍ତି...
କରିଛି କି ତୁମକୁ-
ସୀତାରୁ ଦୁର୍ଗା !
ମୀରାରୁ ଲକ୍ଷ୍ମୀବାଇ !!
ଫୁଲରୁ ଫୁଲନ୍ ସାଜିଛ...
କ'ଣ ସେଇ ଶକ୍ତି ପାଇ ।

ନୋହିଲେ... କାହୁଁ ଆସିଲା ?
ଶୃଗାଳ ଦେହେ ସିଂହ ଗର୍ଜନ !
ଝରଣାର ସାଗର କ୍ରନ୍ଦନ !!
ମୂକର ଭଗବତ ପଠନ !!!
ନା... ସେହି ଶକ୍ତି,
ଏହି ରୂପ ନେଲା-
ରଖି ସବୁ ଗୋପନ, ଗୋପନ ଆଉ ଗୋପନ ।

ଭୁଲିବି କେମିତି ତା'କୁ?



ଭୁଲିବି କେମିତି ତା'କୁ?
କଳ୍ପନା ଯାହାର ଆଳୟ,
ସ୍ଵପ୍ନର ଯିଏ ବଳୟ,
ହୃଦୟରୁ କେମିତି ତଡିବି?
ଯା'ର ସମ୍ପର୍କ ହୃଦୟ ସାଥେ...।

ନିଶ୍ଵାସଠୁ ମୁଁ କେମିତି ହେବି ଅଲଗା!
ଆତ୍ମୀୟଙ୍କୁ କେମିତି ଦେବି ମୁଁ ଧୋକା!!

ସମ୍ପର୍କ...
ନୁହେଁ କେବେ ଅଦିନିଆ ମେଘ-
ଯେ' କେବଳ ବର୍ଷି ଚାଲିଯିବ ...!!!
ନୁହେଁ ସେ ରାତିର ଶେଫାଳି
ଅଜ୍ଞାତରେ ଝଡି ମଉଳିଯିବ ....!
ଏ... ନୁହେଁ ମୁହୂର୍ତ୍ତକ ପାଇଁ-
ଏହା ଜନ୍ମ ଜନ୍ମାନ୍ତର କଥା ।

କଇଁକୁ କେବେ ଭୁଲିବକି ଚନ୍ଦ୍ର!!
ପଦ୍ମକୁ କେବେ ବିସ୍ମରିବ ସୂର୍ଯ୍ୟ !!!

ଭୁଲିବି ବା କେମିତି ତା'କୁ?
ଆଖିର ଯିଏ ଆବରଣ !
କାନରେ ଯା'ର ଗୁଞ୍ଜରଣ !!
ମେଘକି ଭୁଲିପାରେ ଶ୍ରାବଣ !!!

ଯିଏ ମୋର ଆଖିର ଜ୍ୟୋତି,
ମନକୁ ମୁଗ୍ଧ କରାଏ ଯା'ର ପ୍ରୀତି...
ତା'କୁ ସତେ ଭୁଲିବି ମୁଁ କେମିତି !

Thursday, November 10, 2011

ମୋ କଥା


ଆଜି ଆଜି ମୁଁ ମାରିଛି ବାଜି
ସୁନ୍ଦରୀ ଝିଅ ଆଜି ତତେ ଫାଶିବି
ଦୁନିଆଟା କହୁ ପଛେ ଛି ଛି ଛି
ବାଜି ମାରି ଆଜି ମୁଁ ଜିତିବି ।

କଲେଜ ହତାରେ ଅବା ରାସ୍ତା ଉପରେ
ସାରା ସହରେ ଅବା ଘର ପାଖରେ
ଛାଡିବିନି ତତେ ଆଉ କୋଉଠେ ବାକି
ଯେଉଁଠେ ଦେଖିବି ତୋ ପିଛା କରିବି ।

ତୋ କଥା ଶୁଣି ଭାଇ ଆସିଲେ
ବୁଝେଇ ଶୁଝେଇ କହିବି ଭଲେ
ନୋହିଲେ ହସ୍ପିଟାଲ୍ ରାସ୍ତା ମୁଁ ଜାଣିଛି
ତା'ଙ୍କୁବି ରାସ୍ତା ଦେଖେଇ ଦେବି ।

ବୋଇଙ୍କୁ ଯେବେ ତୁମେ କହିବ
ବାବା ତୁମ ଆସି ମୋତେ ପୁଛିବ
କହିବି ତା'ଙ୍କୁ ମୁଁ ସବୁ କିଛି
ବାବା-ବୋଉ ସାଥେ ତମ ଘରକୁ ଯିବି ।

ବୌଙ୍କୁ କହିବି ତୋତେ ମୁଁ ଭଲ ପାଏ
କରିବି ତୋତେ ମୁଁ ମୋର ସିଏ
ନୋହିଲେ ମୃତ୍ୟୁକୁ ବାଛି ନେବି
କୁଳକୁ ତମର ବୁଡେଇ ଦେବି ।

ବାବା-ବାବା ଆମ କଥା ହେବେ
ତୋ ନା' ସାଥେ ମୋ ନା' ଯୋଡିବେ
ଦୁନିଆ କହିବନି ଛି ଛି ଛି
ତୋ ମଥାରେ ମୁଁ ସିନ୍ଦୁର ଦେବି ।

ସମାଜ




ନାୟକ ହେବାକୁ ଆସିଥିଲି ରଙ୍ଗମଞ୍ଚକୁ
ସାଜିଲି କିନ୍ତୁ ଖଳ ନାୟକ,
ଭଲ ଗୁଣ ଭୁଲି ଶଠତାର ବଳେ ହେଲି
ଜନ ପାଇଁ ଦୁଃଖ ଦାୟକ ।

ସ୍ନେହକୁ ତେଜିଛି ମହା ଆନନ୍ଦେ ମୁଁ ବଢୁଛି
ଆଜି ଶଢରିପୁ କୋଳେ,
ସମଗ୍ର ଦେଶକୁ ଆଣିବି ହାତ ମୁଠାକୁ
କଳେ ବଳେ କଉଶଳେ ।

ଦେଖ ସୂର୍ଯ୍ୟ ଆଜି ଜୀବିତ ଦିବସକୁ ତେଜି
ବୁଡିବ କୁ-କର୍ମ ଅନ୍ଧାରେ,
ମାନବ ସମାଜ ଚିର ନିଦ୍ରା ଯିବ
ଉଦୁ ଉଦୁ ଖରା ବେଳାରେ ।

କଳିକୁ ଖୋଜିବି ପାଖେ ମୋର ରହିବି
ପଡିଛି ନୂଆଁ କୌଶଳ
ଆଜିବି ରାବଣ କଂସ ହେବେ ପ୍ରତିଦିନ
ବଢିବ ଅନ୍ଧାରି ବଳ ।

କ୍ଷୀର ସାଗରରେ ନବସି ଅନନ୍ତ ପିଠିରେ
ଆସିବ ହୋଇ ଲଳକୀ,
ନୂତନ ଦୁନିଆ ପୁଣି ସ୍ଥାପିବ କହ୍ନେୟା
କୁସମାଜକୁ ଠେଲି ପାଣିକି...।

ଗୋ ବାନ୍ଧବୀ



ଗୋ ବାନ୍ଧବୀ...
ତମେ ମୋ ହୃଦ ଚାବି,
ତମ କଥା ଭାବି ଭାବି
ଆଜି ମୁଁ ସାଜିଛି କବି ।

ହେ ପ୍ରୀୟତମା...
ତୋ ମୁଖ ସତେ ଚନ୍ଦ୍ରମା,
ନୟନ ସାଗର ନୀଳିମା,
ମୁଖ ପୀୟୁଷ ଝରଣା ।

ଗୋ ସହଚରୀ...
ତମ ମନ କାବେରୀ,
ଆଶାର ନାବ କରି,
ବାହ ମୋତେ ଥିରି ଥିରି ।

ସେ ଓ ମୁଁ



ଆକାଶର ଭସା ବାଦଲ-
ଆଉ ମୋ ମଧ୍ୟେ,
ସାମଞ୍ଜସ୍ୟ ରହିଛି ଅନେକ।

ସେ ବି ଘୂରିବୁଲେ
ଇତଃସ୍ତତ ହୋଇ
ଲକ୍ଷ୍ୟ ହୀନ ପଥରେ...

ସେ ବି ରୋଷ କରେ
ଭୟଙ୍କର ସାଜି
ଅଲୋଡା ବ୍ୟକ୍ତିଙ୍କ ଆଗରେ...

ସେ ବି ଜଳିଉଠେ
ଝଲକ୍ ଦେଖି
ଅହେତୁକ କଥାରେ...

କିନ୍ତୁ...
ସେ ଗଢି ପାରେ-
ସୌଧମାଳା; ଆପଣାର ।
ବ୍ୟକ୍ତ କରିପାରେ ଦୁଃଖ-
ଯନ୍ତ୍ରଣା; ଭଙ୍ଗା ହୃଦୟର ।
ନାହିଁ ତା'ର ଅଭିମାନ
ନାହିଁ ଅହମିକା
ସବୁଠାରେ ପାଏ ଆଶ୍ଵାସନା...
କିନ୍ତୁ, ହାଏ....
ମାନ ଅଭିମାନେ ମୁଁ,
ହୃଦ ଯନ୍ତ୍ରଣା ବ୍ୟକ୍ତ କରିପାରେନା ।

Wednesday, November 9, 2011

ଅର୍ଚ୍ଚନା



ଗୋ ଅର୍ଚ୍ଚନା
ଦିନକର ବସିଲି
କରିବି ତୁମ ଅର୍ଥ ରଚନା...

ଅନଭିଜ୍ଞ ମୁଁ,
କ୍ଷମା କରିବେ...
"ମୁଁ" କହିବିନି
ଅହଙ୍କାର ଗ୍ରାସିବ ଚିତ୍ତକୁ ।
ଅନଭିଜ୍ଞ ଆମ୍ଭେ
ନାହିଁ ଶବ୍ଦ ବୋଧ ଜ୍ଞାନ
ତଥାପି, ଲେଖୁଛି ତୁମକୁ ।

ଅବେଳାଟାରେ, ଅଲୋଡା କାଗଜ ଉପରେ
ଶବ୍ଦ ପୁଞ୍ଜା ଗୁନ୍ଥୁ ଗୁନ୍ଥୁ
ଭଗ୍ନୀ କହିଗଲେ
ତୁମ ପାରଦର୍ଶୀତା,
ଟାଣ ପଣେ କହିଦେଲି ତା'ଙ୍କୁ
ଲେଖିବି ତୁମ ନାମାର୍ଥେ
ଆଧୁନିକ କବିତା... ।

ଅଭିଧାନ ଖୋଲିଦେଲି
କଲମ ଧରି, ପୃଷ୍ଠା ଓଲଟାଇ-
ଶେଷେ ହେଲି ହତାଶ,
ଜାଣିବାର ଜିଜ୍ଞାସା
ଲେଖିଲା ଚିଠି
ଶୁଣିବା ପାଇଁ ତୁମ ଶବ୍ଦ ବିନ୍ୟାସ ।

ମୋର କବିତା




ମୋ ସ୍ଵପ୍ନ...
ସୀମାତୀତ ଆକାଶରେ-
ଘୂରି ବୁଲି ଗୀତ ଗାଉଥିବା-
ଚଢେଇଟି ପରି...

ଥକି ନାହିଁ କେବେ ସେ,
ତେର ନଈ,
ସାତ ଦରିଆ ଡେଇଁ
ମାଡି ଚାଲେ ଆଗକୁ ଆଗକୁ...
ନିଜ ଲକ୍ଷ୍ୟ ସାଧନରେ ।

କାଳେ ପାଇଯିବ
କୁହୁକ ମଣି...
ଯା' ବଳରେ ବଳୀୟାନ ହୋଇ
ରାଜୁତି କରିବ
ସମଗ୍ର ବିଶ୍ଵକୁ...
ରାଜା ହୋଇ ।

ଏଇ ସ୍ଵପ୍ନିଳ ବିଶ୍ଵର
ରାଜା ହୋଇ ସୁଦ୍ଧା
ମାଡି ଚାଲେ ଆଗକୁ ଆଗକୁ
ଅନେକ କିଛି ପାଇବା ଆଶାରେ ।
ବୋଧେ ସେଇ
ଆଶା ହିଁ ମୋର କବିତା ।

ଅମାନିଆ ମନ



ଅମାନିଆ ମନ ମୋ,
କେତେ ଯେ ଭୁଲ୍ କରିଛି
ତା' ହିସାବ କିତାବ ନାହିଁ ।
ସବୁ ବେଳେ ଚାହୁଁ ଥାଏ
ଆକାଶକୁ ଛୁଇଁବ ବୋଲି
ମୂଲ୍ୟବାନ ସମୟକୁ
ଜାଳାଞ୍ଜଳି ଦେଇ ।

ଦିନ ପରେ ରାତି-
ଗଡି ଚାଲିଛି...
କିନ୍ତୁ, ଭାବନାର ଅନ୍ତ ନାହିଁ,
ତଥାପି... ସେ ଦେଖେ
ସୁନେଲୀ ସପନ
ଭବିଷ୍ୟତଟା ଗଢିବା ପାଇଁ ।

କିନ୍ତୁ...
ବିଦ୍ରୂପର ହସ ହସି
ସମୟ ତା' ଠାରୁ
ବିଦାୟ ନେଉଛି...
ତଥାପି ତା' ହୃଦେ
ଚେତନା ନାହିଁ
ସ୍ଵପ୍ନରୁ ଉଠିବା ପାଇଁ ।

ମୋ ମନ



ମୋ ମନ
କେବେ ବୃନ୍ଦାବନ,
କେବେ କାଶୀ,
ବୁଲି ଚାଲିଆସେ
ପଲଙ୍କେ ବସି ।

ତା' ଭାବନା ସମୁଦ୍ର-
ଗଢେ କୋଣାରକ
ମନରେ ମନରେ,
ପୁଣି ଖୋଜେ ମୁକ୍ତା
ଶାମୁକା ଭିତରେ ।

ଗଢେ କେବେ
ଅଷ୍ଟ ପ୍ରାଚୀର ଉଆସ
ପୁଣି ଭାଙ୍ଗେ
ଚୋର, ଠକା ଆଉ
ଦୁଷ୍ଟ ଜନଙ୍କ ସାହାସ ।

ସହାୟ ହୁଏ
ଦରିଦ୍ର, ଦୁଃଖୀ, ରଙ୍କି
ଏବଂ ଗରିବ ଜନଙ୍କୁ,
ଦର୍ପ ଭାଙ୍ଗେ
ଶୋଷକ ସାହୁକାରର,
ଭଣ୍ଡ ମହାଜନର ଓ
ତାଙ୍କ କାଳା ବଜାରୀକୁ ।

ମୋ ମନର ମୁଁ ରାଜା
ପ୍ରଶାସନ ମୋର ଉତ୍ତମ, ନିର୍ମଳ
ସଦା କହେ ସତ୍ ବାଣୀ,
ବାହାରି ଦୁନିଆଁ
ନାହିଁ ମୋ ଇସାରାରେ କିଛି
ଚାହେଁ ମୁଁ ହେବା ପାଇଁ
ସଂସାରୀ ଓ ଗୁଣି ।

କହିବ ଗୋ ମନ ଖୋଲି



କହିବ ଗୋ ମନ ଖୋଲି
ତୁମ-ମୋ ପ୍ରଣୟ କଥା
ମୁଁ ନାୟକ, ତୁମେ ମୋ ନାୟିକା
ରଙ୍ଗୀନ୍ ଗୀତ ଗାଇ ଗାଇକା
ହୃଦରୁ ହୃଦକୁ ବୁଲି ।

ଆଜି ତୁମେ ସିନ୍ଦୂର ପିନ୍ଧି
କାହା ହାତେ ହୋଇଛ ବାନ୍ଧି
ମୋତେ ଖାଲି ଲାଗୁଛି ରୁନ୍ଧି
ଗଲ ତୁମେ କେମିତି ବା ଭୁଲି ।

କାହା ପାଇଁ ଗୋ କରୁଛ ଓଷା
ରଙ୍ଗୀନ୍ କରୁଛ କାହାର ନିଶା
ଭାଙ୍ଗି ମୋ' ମନ ଚଢେଇ ବସା
ହୃଦୟ ମୋର ଦେଉଛ ଜାଳି ।

କାହା ପାଇଁ ଗାଓ ମଧୁ ସଙ୍ଗୀତ
କାହା ପାଇଁ ରୁହ ସଦା ଜାଗ୍ରତ
ଗରଳ ଦେଇ ମୋତେ ପିଅ ଅମୃତ
ହସ ପୁଣି ଖିଲି ଖିଲି ।

ମୁଁ ସିନା ତୁମ ମଙ୍ଗଳ ଚାହେଁ
ଗୋଲାପୀ ପଥେ କଣ୍ଟା ନ ବୁଏଁ
ନିତି କଣ୍ଟା ମାରି ଭଙ୍ଗା ହୃଦୟରେ
ତୁମେ ଯାଉଛ କୁଆଡେ ଚାଲି?

କହିବ କି ଗୋ ଥରେ ମନ ଖୋଲି!

ଆକାଂକ୍ଷା



କ'ଣ ଅଛି ସେଥିରେ କେଜାଣି?
ଭିକାରୀଠୁ ବିଲଗେଟସ୍ ପର୍ଯ୍ୟନ୍ତ
ପଛେ ପଛେ ଗୋଡାନ୍ତି
ପାଇବାର ଆଶା ନେଇ ।

କ'ଣ ଅଛି ସେଥିରେ କେଜାଣି?
ଟିକେ ଛୁଇଁବାକୁ ମନ ଛନ ଛନ
ଆରମ୍ଭରୁ ଶେଷ ଯାଏଁ ଭାବିନେଲେ
'ଜେଲି' ରୁ 'ଟାଇଟାନ୍' ସରିଯିବ
ତଥାପି ବିଷାଦର ଛାଇ ।

କ'ଣ ଅଛି ସେଥିରେ କେଜାଣି?
ଟିକେ ହସିବାକୁ ମନ ଝକ ଝକ
ଅନେକ ଭାବନା, କଳ୍ପନା,
ଆଲୋଚନା, ସମାଲୋଚନା,
ଶୂନ୍ୟକୁ କେବେ ପାଇବକି ହାତ!!!
କାମନା, ଲାଳସା ସଭିଙ୍କୁ ନେଇ ।

କ'ଣ ଅଛି ସେଥିରେ କେଜାଣି?
ସମସ୍ତେ ଦୌଡରେ ଲମ୍ଫ ଦିଅନ୍ତି,
କ'ଣ? ପଚାରିଲେ-
ପାଟିସାରା କୋଲ ମାଡିଯାଏ,
ଶେଷରେ କହନ୍ତି-
କିଛି ନାହିଁ, କିଛି ନାହିଁ, କିଛି ନାହିଁ ।

ବୋଉ



ସମ୍ପର୍କ...
ଜନ୍ମରୁ ଜନ୍ମାନ୍ତର ଯାଏଁ...
ତୋ ଗର୍ଭର ଛାୟା ଅନ୍ଧାରରୁ
ବାହାରି ଆସିଲି...
ସୁନେଲୀ ସ୍ଵପ୍ନ ନେଇ ।

ଖୋଲା ଆକାଶ ତଳେ
ଛିଡା ହେଲି,
ନିଜ ଈଛ୍ହା ମତ୍ତେ-
କିଛି କରିବା ପାଇଁ ।

ଏଠି ସବୁକିଛି ପର ଲାଗେ
କେହି ନୁହେଁ ନିଜର...
ରାସ୍ତାଘାଟ, ଜୀବନ, ଶୂନ୍ୟତା ।
ଆଖି ଖୋଲିଲେ
ଅସୁରର ମାୟା
ବୁଢୀଆଣି ଜାଲ
ସଭିଙ୍କ ଶତୃତା ।

ସମସ୍ତେ ଚାହିଁ ରହିଛନ୍ତି
ଲୋଲୁପ ନୟନେ,
କରିବାକୁ ଗ୍ରାସ-
ହାଡ, ରକ୍ତ ଆଉ ମାଂସ ।
ଚାରିଆଡେ ଅମାବାସ୍ୟା
ଅନ୍ଧାରୀ ରାଜୁତି
କରିବେ ସୃଷ୍ଟିର ସର୍ବନାଶ
ଆଉ, ଲୁଟିବେ ମଣିଷର ବଂଶ ।

ଇଛା ହୁଏ ଫେରିଯିବି...
ପୁଣି ତୋର କୋଳକୁ,
ତୋର ଛାୟା ତଳେ
ଜନ୍ମ ନେଉଥିବି
ପ୍ରତି ଜନ୍ମରୁ ଜନ୍ମକୁ... ।

କାନ୍ଦଣା



କାନ୍ଦ ତୁମେ
ମନ ଭରି କାନ୍ଦ,
ମୋର କିଛି କହିବାର ନାହିଁ ।

ବନ୍ୟା ନଦୀ ପରି ଲୁହ ଧାରେ
ଭାସି ଯାଉ ଘର ଦ୍ଵାର...
ବୁଡି ଯାଉ ଜନ ପଦ ମାନ...
ସବୁ କୋହ ଅଜାଡି ଦିଅ,
ମୁଁ... କିନ୍ତୁ,
ତୁମକୁ ରୋକିବି ନାହିଁ ।

ଫଟା ହୃଦୟ ନେଇ ଚିତ୍କାର କର
ବନ୍ଧୁ ବାନ୍ଧବ ଆସନ୍ତୁ...
ସାନ୍ତ୍ଵନା ଦେବା ପାଇଁ ।
ଯାତ୍ରା ଗୋଟେ ସୃଷ୍ଟି ହେଉ,
ତୁମ କାନ୍ଦଣା ଦେଖିବା ପାଇଁ ।
ମୁଁ... କିନ୍ତୁ,
ତୁମକୁ ବାଧା ଦେବି ନାହିଁ ।

କାନ୍ଦିବା ପୂର୍ବରୁ
କର ଶପଥ...
ଲୁହ ଗଡାଇ ତୁମ ଆଖିରୁ...
ମୋ ହୃଦୟକୁ କଷ୍ଟ ଦେବ ନାହିଁ ।

Saturday, November 5, 2011

ଅସହାୟର ବିଳାପ


ମୁଁ ଗୀତା ଛୁଇଁ ଶପଥ କରୁଛି,
"ଯାହା କହିବି ସତ କହିବି
ସତ ବିନା କିଛି କହିବି ନହିଁ ।"
ଅନ୍ତତଃ ଏହି ଜନମରେ
ଗୀତା ଛୁଇଁ ମିଛ କହିଲେ
ମୋତେ ପାପ ଲାଗିବ ନାହିଁ ।

ଏଠି ଦେବତା ତ ପଥର
ନାହିଁ ସମଦର୍ଶି ଭାବ
ନୋହିଲେ ସାଜନ୍ତିନି ଭିକାରୀ
ବାପା, ମା'ଙ୍କ ସ୍ନେହଁ ପରିବର୍ତ୍ତେ,
ଧରି ନଥାନ୍ତି ଅଇଁଠା ବାସନ
ଶୁଣନ୍ତିନି ଛି ଛି କାର ଶବ୍ଦ
ସ୍କୁଲର ବହି ଭରା ବସ୍ତାନୀ ପରିବର୍ତ୍ତେ ।

ଏଠି ଦେବତା ତ ଜଡ
କଲେଜ ପ୍ରକୋଷ୍ଠେ
ପାଠ ପଢିବା ବଦଳେ...
ଦେଇ ନଥାନ୍ତେ ମିଛ ସାଖି-
ସତ କହି ନ୍ୟାୟ ଦେବା ବଦଳେ ।

ଅନ୍ତତଃ ମିଛ କହି...
ଦୁଇ ପଇସା ରୋଜଗାର କଲେ-
ଆଜି ଦିନଟା ମୋର
ଆରାମରେ ଚାଲେ ।

ପବିତ୍ର କୋର୍ଟ ପରିସରେ,
ଧର୍ମର ତରାଜୁ ତଳେ
ଓକିଲ ତ ମିଛ କହେ
ମହକିଲ ପାଇଁ...
ଧର୍ମ ଅବତାର
ଆଇନର ଦ୍ଵାହି ଦେଇ
ହୁଅନ୍ତି ଅସହାୟ...
ମୁଁ ବି ତ ଅସହାୟ
ମୋର ଦୈନ୍ୟ ପାଇଁ ।

ଶ୍ରଦ୍ଧାଞ୍ଜଳି





କିଛି ଜଣାଇ
ହଠାତ୍ ଚାଲିଗଲ
କୌଣସି ଏକ ଅଜଣା ଇଲାକାକୁ...
କିଏ ଡାକିଲା?
ତୂଳୀ ଫୋପାଡି ଚାଲିଗଲ...!
ଜୀବନ ଛବି ଆଙ୍କୁ ଆଙ୍କୁ......!!!

ମନେ ପଡ ତୁମେ-
ସ୍ଵପ୍ନରେ, ବାସ୍ତବରେ ଆଉ ଚାଲିଯିବା ପରେ
ଦେଖୁଥାଏ ତୁମ ଛବି...
କାନ୍ଥରେ, ରାସ୍ତାରେ ଏବଂ ପତ୍ର ଗହଳରେ
ଗୁଞ୍ଜୁରି ଉଠେ ତୁମ କଥା...
ଗଛ ଉହାଡରେ, ଫଟା ହୃଦୟରେ
ସମୟର ତାଳେ ତାଳେ... ...

ଅଶ୍ରୁ ଦୁଇ ଧାର... ...
ଖସି ଆସେ ଚକ୍ଷୁ କୋରଡରୁ
ନିଶ୍ଵାସ ନେବା ସମୟେ
ତଥାପି ହୃଦୟ
ଚାହେଁ କୁସୁମିତ ପଥ
ତୁମର ଚଲା ପାଥୟେ

Sunday, October 16, 2011

ଆସ ଦିଲ୍ଲୀପ ବସ


ଆସ ଦିଲ୍ଲୀପ ବସ
ତମ ଦୁଃଖ ସବୁ ଭାସ...

କଣ ତମ ଜୀବନ ନୌକାରେ
କିଏ ଛିଦ୍ର କଲା!
ଯେ ଏତେ ଅଭିମାନ...
ଦେହ ପା' ଠିକ୍ ଅଛି ତ!!!
ଠିକ୍ ଅଛନ୍ତି ତ ସବୁ ଜଜମାନ...!

ସେ ଲଳନା ତନୟା କଥା...
ଯାହା ପଛେ ଗୋଡାଉଥିଲ?
ପାଇଲକି ତା'କୁ?
ନା ରୁକ୍ଷ, କଦାକାର
ବୁଢିଟାକୁ ଆଦରିନେଲ!

ଦିଲ୍ଲୀପ ସିଂହ ଦ୍ଵାରର ପୋତା
ପେଣ୍ଡୁଟିକୁ କାଢୁଥିଲ
ବାରବାଟି ସୁନା ପାଇବା ସକାଶେ...
କ'ଣ? ମିଳିଲା ନା-
ଖୋଳୁ ଖୋଳୁ ଫଟିଗଲା...!

ନିଜର ଅର୍ଜିତ ଧନକୁ
ସାଇତା ରଖିଛ ତ?
ନା ସେଥିରେ ହେର୍ ଫେର୍ କଲଣି?
ସେତକ ନଥିଲେ
ସମାଜରେ ସ୍ଥାନ ମିଳିବନି...।

ଆସ ଦିଲ୍ଲୀପ ବସ
ତମ ଦୁଃଖ ସବୁ ଭାସ...।

ତୁମେ ମୋର...




ତୁମେ ମୋର ହୋୟାଂହୋ...
ଜୀବନକୁ ସବୁଜ କରିଦିଅ,
ସବୁଜିମା କୁ ଉପଭୋଗ କଲାବେଳେ
ଧସେଇ ପଶିଆସି ଭସେଇ ନେଇଯାଅ।

ତୁମେ ମୋର ଧର୍ମପଦ...
ମନ ବେଳାଭୂମି କୋଣାର୍କରେ
ଦଧିନଉତି ବସାଇ
ଚନ୍ଦ୍ରଭାଗା ଗର୍ଭକୁ ଡେଇଁ ପଡ ।

ତୁମେ ମୋର ଧଳାମେଘ...
ଯୌବନ ଆକାଶରେ ଦୃଶ୍ୟ ହୋଇ
ପ୍ରେମ ବର୍ଷାର ସମ୍ଭାବନା ଦେଇ
ଭାସି ଭାସି ଚାଲିଯାଅ ।

ତୁମେ ଏକ ମରୀଚିକା...
ତୃଷାର୍ତ୍ତକୁ ପାଣିର ଛଇ ଦେଇ
ନିବାରଣ ପାଇଁ ଠାରି ଡକାଇ
ପାଖକୁ ଗଲେ ଉଭେଇ ଯାଅ ।



ଶକୁନି...


ଶକୁନି...
କି ବିକଟାଳ, କେତେ ଛଳନା,
କପଟ ପଶାର ଆଶ୍ରୟେ-
ହସୁଥିଲା... ...
ଦେଇଥିଲା ଦୁର୍ଯ୍ୟୋଧନେ ହସ୍ତିନା।

ତୁମେ ଖାଲି ଦେଖିଛ
ତା'ର ମୁଚୁକୁନ୍ଦା ହସ,
ଜାଣିଛ କି ତା'ର ରହସ୍ୟ?
ତା'ର ହସ ମଧ୍ୟେ ଲୁଚିଥାଏ ଦୁଃଖ,
ମାପି ହୁଏ ନାହିଁ ତା'ର ଗଭୀରତା...
କଳି ହୁଏ ନାହିଁ ତା'ର ପରିସୀମା...
ଦେଖିଛ ତାହା କେତେ ଅସହ୍ୟ...!

ଦୁର୍ଯ୍ୟୋଧନ କରିଥିଲା
ଶକୁନି ବଂଶ ନିପାତ,
ତା'ର ପ୍ରତିଶୋଧେ
ଶକୁନି କରାଇଲା
ମହାଭାରତ ଯୁଦ୍ଧର ସୂତ୍ରପାତ ।

ଆଜିର ମଣିଷ,
ଗୋଟିଏ ଗୋଟିଏ ଶକୁନି...
ସ୍ଵାର୍ଥ ଲିପସୁ...
ନିଜ ସ୍ଵାର୍ଥ ପାଇଁ
ଜାଳେ ଅନ୍ୟ ଘର ଦୁଆର...
କରିଦିଏ ଛାର ଖାର...
ଖାଏ ସେ ଶକୁଳ,
ଅନ୍ୟ ମୁଣ୍ଡେ ଅଠା ବୋଳି
କରେ ଗଗନ ବିହାର ।

ଅପମାନ



ଦୁଇଟୋପା ଲୁହ ପାଇଁ
ବିଛାଇଥିଲା ଚାଦର, କ'ଣ ହେଲା!
ଜନ୍ମ ଜନ୍ମର କୋହ ଅଜାଡି ଦେଲ ।

ଥର ଥର କରି ଅଳ୍ପ ଅଳ୍ପ
ଗଡିଯାଉଥିବା ଲୁହ, ଶୁଖିଯାଉଥିଲା
ଚାଦର ଦେଇ, ଆଜି କିନ୍ତୁ ଅଧିକ ଝରାଇ ଦେଲ!

କାହିଁକି ଏତେ ଦୁଃଖ? କିଏ କଲା କି ଅପମାନ?
ରାଜା କ'ଣ ନିଆଁ ପାଣି ବାସନ୍ଦ କଲେ?
ନା ସେ ରାଜ୍ୟ ଛାଡି ଚାଲିଗଲେ?
କିଏ କଣ ଅପମାନ କଲା... କିଏ ଛୁରାଘାତ କଲା?
ଏ ତ ଜଣା ପଡୁନି ଏ ସବୁ ଭଳି...
ଲାଗେ ସତେ କିଏ ବିଶ୍ଵାସଘାତ କଲା!!!

ତମେ କ'ଣ ରୋମିଓ ଭଳି କଷ୍ଟ ପାଉଛ?
ନୋହିଲେ ଛାତି ବିଦାରି କନ୍ଦିବାର କାରଣ...
କ'ଣ ପାଇଲ! ଦୁଇ ଟୋପା କାନ୍ଦିଥିଲେ,
ଲୋକେ ଦେଇଥାନ୍ତେ ସାନ୍ତ୍ଵନା,
ତମର ଏଇ ଯନ୍ତ୍ରଣା ବୁଝିବେ ବା କେତେ ଜଣ?

ଓଲଟି ତା'କୁ ଦେବେ ସାନ୍ତ୍ଵନା,
ତୁମକୁ ଧିକ୍କାର କରିବେ, କରିବେ ଅପମାନ...
ସେ ଚାଦର ଦେଇଥିଲା ଦୁଇ ଧାର-
ସକାଶେ, ଆଧିକ୍ୟ ହେତୁ ଚିରିଗଲା,
ତିନ୍ତିଗଲା, ଜଳମଗ୍ନ ହେଲା
ତା' ଘର ଦୁଆର।
କାନ୍ଦଣା ଭିତରେ କେହିବି ଆସିନଥିଲେ,
ଯେ'ବି ଆସିଥିଲେ ସିଲେଇବା ପାଇଁ,
କିବା ତମେ ଟାଣି ଆଣିଥିଲ ନିଜ କାନ୍ଦଣା ଭିତର।

କନ୍ଦଣା ଶେଷ ପରେ ସମସ୍ତେ ଆସିଥିଲେ,
ସାନ୍ତ୍ଵନା ଦେଇଥିଲେ...
ତୁମକୁ ନୁହେଁ ତାକୁ।
ଓଲଟି ନିନ୍ଦା କରିଥିଲେ ତୁମ-
କର୍ମ ପାଇଁ, ନିନ୍ଦା ବି କରିଥିଲେ ତୁମ ପୌଋଷକୁ...।
କଟା ଘା' ରେ ଚୁନ ଦେଲା ଭଳି
ସାହାଯ୍ୟ କରିଥିଲେ, ତୁମକୁ ନୁହେଁ ତାକୁ...
କି ଲାଭ ଏତେ ଦୁଃଖ,
ଏତେ କାନ୍ଦଣାର,
ତୁମ ପାଇଁ ରୁମାଲ୍ ସିନା କିଣିଦେବ-
ନିନ୍ଦା ହେବ ତୁମ କାଳ କାଳ କୁ...।


ମୂକ ସାକ୍ଷୀ



ଈତିହାସ ଅଛି ସାକ୍ଷୀ
ଯେବେ ଯେବେ ଯାହା ଘଟିଛି
ଜଣେ ନିଆଁ ଲଗାଇଲେ,
ଆଉ ଜଣେ ଘିଅ ଢାଳୁଛି ।

ତ୍ରେତୟାରେ ରାମ ହୋଇଥାନ୍ତେ ରାଜା,
କିନ୍ତୁ....
ମନ୍ଥରାର ମନ୍ତ୍ରଣା
ଓ କୈକେୟୀଙ୍କ ଚକ୍ରାନ୍ତ
ଘଡିକ ଭିତରେ ସବୁ
କରିଦେଲା ଓଲଟ ପାଲଟ
ରାତି ପାହିଥିଲେ ରାମ ହୋଇଥାନ୍ତେ ରାଜା
ଭାଗ୍ୟ ହିଁ ତାଙ୍କୁ ସଜାଇ ଦେଲା ପ୍ରଜା ।

ଦ୍ଵାପରରେ ହୋଇ ନଥାନ୍ତା ମହାଭାରତ,
ଶକୁନିର ପଶାକାଠିର ଚକ୍ରାନ୍ତ
ପାଣ୍ଡବେ ଦେଇଥିଲା ଅପମାନ,
କୁରୁକୁଳର କରିଥିଲା ଅନ୍ତ ।

ଆଜି ନାହିଁ ମନ୍ଥରା....
ନାହିଁ ମଧ୍ୟ ଶକୁନି,
କିନ୍ତୁ, ଅଛନ୍ତି ତାଙ୍କ ବଂଶଜ
ଦେଶ ଶେବକର ଡିଣ୍ଡିମ ପିଟି
ଲୁଟି ସାରିଲେଣି ଦେଶକୁ ଆଜ ।



ଦୁଇ ପଦ



ମନ

କମାଣର ଭୀମ ଶବ୍ଦ
ସୀମନ୍ତର ଗୋଳା ବର୍ଷଣକୁ
ସିଂହ ଭଳି ସାମନା କରିଥିଲା
କିନ୍ତୁ....
ତୁମ ଆଖିର ଚାହାଣି
ମଧୁର ମଧୁଝରା କଥା
ମନକୁ ମୋର ଆଘାତ କଲା ।

ବକ୍ତା

ମୁଁ ଜଣେ ବକ୍ତା,
ଭାଷା ଝରିଆସେ ମୁଖରୁ ଅନର୍ଗଳ
ତୁମ ସାମନାରେ କହିଲା ବେଳେ ଦୁଇପଦ,
ତଟି ଶୁଖିଯାଏ,
ଦେହ ହୁଏ ଶୀଥିଳ ।


ଉଷା



କାଳ ରାତ୍ରୀର ପ୍ରଭାବକୁ କମାଇ
ଅଚେତ୍ ଦୁନିଆକୁ କରେ ଜାଗ୍ରତ,
ଦିଗ୍ ବଳୟ ଉହାଡରୁ ଦେଖାଦିଏ ସୂର୍ଯ୍ୟ,
ଉଷା ଆଗମନେ ଚଞ୍ଚଳ ହୁଏ ଜଗତ ।

ଭାଙ୍ଗିଥାଏ ଭୟଙ୍କର ଶୂନ୍-ଶାନ୍
କୋଳାହଳ ଆରମ୍ଭ ହୁଏ,
ନିଜ ନିଜ କର୍ମ ପଥେ ଯିବାକୁ
ଉଷାରାଣୀ ସଙ୍କେତ ଦିଏ ।

ଝରଣାର କୁଳୁକୁଳୁ ଶବ୍ଦ ଲାଗେ ମଧୁର
ଚେଇଁ ଉଠେ ଗଛ ପତ୍ର,
ଫୁଲର ସୁଗନ୍ଧ ବିଛୁରିତ ହୁଏ
କର୍ମ ମୁଖର ହୁଏ ଜଗତ ।


ଜୀବନ ନାହା





ସମୟ ସ୍ରୋତରେ ଭାସି ଯାଉଥିବା ଜୀବନ ନାହା,
ଚାରିଆଡେ ଅନ୍ଧକାର,
ଉଛ୍ହୁଳେ ଦୁଇ କୂଳ,
ଦିଶୁନାହିଁ ସଫଳତାର ରାହା ।

ନାଆର ଦୁଇ ମଙ୍ଗ ଧରି
ସଭିଏଁ ଚାଲନ୍ତି....
ମଉଜ ମଜଲିସ୍ କରି
ଠିକ୍ ସମୟରେ
ଶେଷ ସୀମା ଲଙ୍ଘି ଯାଆନ୍ତି ।

କିନ୍ତୁ, ମୋ' ପକ୍ଷେ
ଅଛି ଝଡ ବାତ୍ୟା,
ସୃଷ୍ଟି ହୋଇଛି ଜୁଆର ।
ମଧ୍ୟାହ୍ନ ସୂର୍ଯ୍ୟକୁ
ମେଘ ଢାଙ୍କିଲା ପରି
ଭବିଷ୍ୟତ ଲାଗେ ଅନ୍ଧକାର।

ପଛ ମଙ୍ଗ ମୋର
ଜଳ ମଗ୍ନ ପ୍ରାୟ,
ଆଗଟି ତା'ର ଚଳାଇଛି
ଆଗକୁ ଯିବାର ଚେଷ୍ଟା,
କିନ୍ତୁ... ସେ ଅସହାୟ।

ଅନବରତ ମାରିଚାଲେ କାତ
ଥାଇବି ଅସାର ଅତୀତ
ତଥାପି, ତା' ପ୍ରେରଣାରେ
କରିପାରିବ ଭବିଷ୍ୟତ କୁ ଜାଗ୍ରତ।

କୁହୁଡି ଭିତରେ
ପାଉନି କିଛି
ସଫଳତାର ବିନ୍ଦୁ ବିଃସର୍ଗ
କେତେବେଳେ କଣ ହେବ
ମୁଁ କିଛି ଜାଣି ପାରୁନି
ହୁଏତ କୂଳରେ ଲାଗିବ
ଅବା ଜଳରେ ବୁଡିବ
ମନେ ହୁଏ ସତେ ସଂଶୟର ଦୋଳିରେ
ଝୁଲୁଛି ମୋର ଭବିଷ୍ୟତ।



ଭୟ



ତୁମକୁ ଭେଟିଥାନ୍ତି ଅନେକ ଦିନରୁ....।
ମନରେ ଥିଲା ଭୟ,
ଖୋଜୁଥିଲି ନିରୋଳା ଜାଗା,
ଯେଉଁଠେ ବସିଥିବା ତମେ ଆଉ ମୁଁ,
ପାଉ ନଥିଲି କିନ୍ତୁ ଜମାରୁ।

ଅନେକ ଥର ତୁମକୁ ଦେଖିଛି
ସ୍ଵପ୍ନରେ, ବାସ୍ତବରେ, ପତ୍ର ଗହଳିରେ
ଆଉ ଲୋକ ଗହଳିରେ।
ଦେଖିଛି ତୁମର କଳା ପୋଷାକ
ନିଶୁଆ ମୁହଁ,
ବସି ଯାଉଥାଅ କଳା କଳା ବାହାନ ଉପରେ।

ଡାକିବାକୁ ଚେଷ୍ଟା କରିଛି,
ଜାଗା ବି ଠିକ୍ କରିଛି,
କେବେ କେବେ ଭୁଲି ଯାଇଛି, ବା-
କେବେ ମନେଥିଲେ ବି ଡାକି ପାରିନି।
କାରଣ... କେବେ ବିଜୁଳି ତ' କେବେ
ପବନ, ଗଛ, ଲୋକ, ଆକାଶ, ପୃଥିବୀ ବି
ବାଧା ଦେଇଥାନ୍ତେ, ଜାଡୁ ଜାଡୁ କରି ଚାହିଁ।

ମିଶିଥିଲେ ବି କଥା ହୁଅନ୍ତେନି ଦୁଇ ପଦ,
ସମସ୍ତେ ବାଧା ଦେଇଥାନ୍ତେ ଆମ ମିଳନରେ।
ମେଘ ଗରଜିଥାନ୍ତା, ତାରା ମାନେ ଫୁଟି ପଡନ୍ତେ,
ଦୁନିଆଯାକ ଦେଖନ୍ତେ ଆମକୁ ପୂର୍ଣ୍ଣ ସନ୍ଦେହରେ।

ମତେ ତ ଯାହା କହନ୍ତେ,
ତମକୁ ବି ବକ୍ସି ନଥାନ୍ତେ।
ତମର ସମ୍ମାନ, ତମର ଭୟ,
ତାକୁ ସମସ୍ତେ ଭୁଲି, ତମ ସହ
ମିଶିବାକୁ ପ୍ରୟାସ କରନ୍ତେ।

ଆଜି କିନ୍ତୁ ଡର ଭୟ ଛାଡି
ତମ ପାଖକୁ ଆସିଛି, ପଛାଇବିନି କେବେ
ମନ ଖୋଲି କଥା ହେବା,
ଅଭିଳାଷ ପୂର୍ଣ୍ଣ ହେବ।
କାହିଁକି ନା,
ଯେଉଁ ମାନଙ୍କୁ ଭୟ ଥିଲା,
ସେମାନେ ଛାଡିଛନ୍ତି ତମ ପାଖେ ସବାରୀରେ,
ବାଧା ନ ଦେବା ପାଇଁ ବି
ଦେଇଛନ୍ତି ଜବାବ୍।


ଭାଗ୍ୟ




ହେ ମୋର କେବେ କିଛି ହୋଇ ନଥିବା ଭାଗ୍ୟ,
ହସ୍ତ ପ୍ରସାରି ଡାକେ ମୋ ଭବିଷ୍ୟତ।
ବୋଧେ ସେ ଦେଖିନାହିଁ
ତୋ ସହଯୋଗ, କିବା
ଦେଖିନାହିଁ ତୋ'ର ପଙ୍ଗୁ ଅତୀତ।

ଦେଖିବ ବା କେମିତି,
ତୁମ ସହ ଏହା ତା'ର ପ୍ରଥମ ମିଳନ।
ଅତୀତ ସହ ତା'ର ସମ୍ପର୍କ ନାହିଁ
ସେ ଆଉ ଅତୀତ ମଧ୍ୟେ ମୋର ଅବସ୍ଥାନ।

ବର୍ତ୍ତମାନ ସମୟେ, ସେ ସୁପ୍ତ,
ଗଢୁଥାଏ ନିଜ ଉଦ୍ଦେଶ୍ୟ,
ପ୍ରତିଷ୍ଠା ହେବା ପାଇଁ ସମାଜେ।
ତା'ର ଉଦ୍ଦେଶ୍ୟର ତୁମେ ମୁଖ୍ୟ ନାୟକ,
ତା'ର ଭଲ ମନ୍ଦ ଅବା ଅଲୋଡା ଦିନ ମାନଙ୍କରେ
ତୟାର କରୁଥାଏ ତୁମକୁ, ନିଜେ....।

ଜାଣିନି ସେ, ନେବ କେଉଁଠାକୁ
ସ୍ଵର୍ଗ, ନର୍କ, ମର୍ତ୍ତ୍ୟ କିମ୍ବା-
ଛାଡିଦେବ ଅଧା ରାସ୍ତାରେ।
ଅତୀତକୁ ଉନ୍ମୋଚନ କରିଥିଲେ
ଜାଣି ପାରନ୍ତା ତୁମ ଗତି, କହିଥାନ୍ତା-
ତମ ଭୂମିକା ତା' ସମୟରେ।

ଅତୀତ ବି' ଚୂପ, କହିବାକୁ
ତା' ଦୁଃଖ ସୁଖ ଭରା ସମୟ।
କେମିତି ଦେଇଛ ଫଳ,
ତାହା ମଧୁର କିବା ଖଟା,
ଯେବେ ସେ ନେଇଥିଲା ତମଠେ ଆଶ୍ରୟ।

ମୁଁ କିନ୍ତୁ କହିବି ନାହିଁ
ଦେଖାଇବି ମୋର ପରିଶ୍ରମ,
ଆଉ ତା'ର ପ୍ରତିବଦଳ ଫଳ।
ତା'ପରେ ସବୁ ଛାଡିଦେବି
ଭବିଷ୍ୟତ ଠାରେ, ତୁମକୁ ଆପଣେଇ
ଯୋଜନା କରିବ,
କେମିତି କାଟିବ ତା'ର ସମୟ କାଳ।


ଚନ୍ଦ୍ରମା


ନିରୀକ୍ଷଣ କରିଛ କି ଚନ୍ଦ୍ରରେ ଥିବା କଳଙ୍କକୁ?
ଯାହା ପାଇଁ ସେ ଏତେ ସୁନ୍ଦର...
ଯାହା ପାଇଁ ତା'ର ପ୍ରତ୍ତିପତି...
ଅନେକ ଜନ୍ମରୁ ଜନ୍ମକୁ...

ସେ ଆଉ କିଛି ନୁହେଁ,
ସ୍ଵର୍ଗ ଉପରେ ଅବା
ଦୁଇ ପାହାଡ ଉହାଡ
ମଝିରେ ଥିବା ରକ୍ତମା....।

ଆଉ ପାହାଡର ପାଦଦେଶରେ
ଥିବା ଅକାତକାତ ଜଳରାଶି,
ଶାନ୍ତ ଦେଶ,
ବଢାଏ ତା'ର ରୂପ ନିରୂପମା....।

ଲକ୍ଷ୍ୟ କରିଛକି? ସ୍ଵର୍ଗର ଠିକ୍ ତଳେ
ଫୁଟିଥିବା ସଜ ଗୋଲାପକୁ...
ଗୋଲାପ ଭିତର ମୋତିକୁ...
ମୋତିରୁ ଫୁଟି ଆସୁଥିବା ଅମୃତ ଧାରାକୁ....।

ଦେଖିଛ ପାହାଡ ଉପରର ଜାଗା
ଯେଉଁଠେ ତୁମର ଅବସ୍ଥାନ,
ତା' ଉପରେ ମେଘ ମାନଙ୍କ ଉଅପସ୍ଥିତି
କିଣଇ ସଭିଙ୍କ ମନ....।

ଆଜିକାଲି ଚନ୍ଦ୍ର ଯୋଛନା
ବଢୁଛି କେତେକ ବାଲି ଆଉ ରଙ୍ଗ ପାଇଁ,
ଜନ ମାନଙ୍କ ମଧ୍ୟେ
ହୁଏ ପ୍ରତିଦ୍ଵନ୍ଦିତା,
ସେଇ ଶୀତଳ କିରଣ ପାଇବା ପାଇଁ।

ସୁନ୍ଦରୀ ପ୍ରିୟା

ଆଗୋ ଅପୂର୍ବ ସୁନ୍ଦେରୀ
କିଏ ହେବ ତମ ସରି,

ଚନ୍ଦ୍ର ଚକୋର ତୁମ ମୁଖ
ସଦା ତରଙ୍ଗାଇତ ତୁମ କେଶ
ତୁମେ ଟିକେ ହସିଲେ
ସାର ବିଶ୍ଵ ହେବ ବେହୋସ।

ତୁମର ହରିଣ ଚାଲି
ତୁମର ପଦ୍ମିଳ ଆଖି
ତୁମ ଗୋଲାପି ଓଠ
ଦେଖି ଯାଏ ମୁଁ ଡରି।
କାଳେ କେ ଆକୃଷ୍ଟ ହୋଇ
ମୋ'ଠୁ ତୁମକୁ ନେବ ଚୋରେଇ।

ତୁମର ଏତେ ସୁନ୍ଦର ରୂପ
ପ୍ରକୃତି ବି ହେବ ବିରୂପ,
ତୁମେ ଧରାରେ ପାଦ ଥାପିଲେ
ଧରିତ୍ରୀ ମନେ ଛୁଆଁଇ ପାପ।

ଦେଖି ତୁମକୁ, ସାଧୁ-
ପାଲଟେ ମାତାଲ୍ ପ୍ରେମିକ,
ଭୁଲିଯାଇ ଯୋଗ ସଂଯମ
ଜୀବନ ଟା ଭାବେ ଧିକ୍।
ନ ପାଇଲେ ତୁମକୁ ମନ ଦୁଃଖେ
ଶେଷେ ପାଲଟେ ଉପହାସ ।

ସୁନେଲି ସପନ



ସୁନେଲି ଆକାଶରେ
ଚନ୍ଦ୍ର ଯେବେ ଆସେ
ଶୀତଳ କିରଣ ରୂପୀ
ପ୍ରେମ ସୁଧା ବରଷେ।

ଅନ୍ଧାରର ଦୁନିଆରେ
ଛାଏ ଶୁଭ୍ର ଆଲୁଅ
ରାହା ପାଉ ନ ଥିବାକୁ
ମିଳେ ନୂଆଁ ପଥର ସୁଅ।

ସୁନେଲି ଆକାଶରେ
ମେଘ ଯେବେ ଆସେ
ସୂର୍ଯ୍ୟ ଲୁଚିଯାଏ, ଦିନ-
ଉପରେ ଅନ୍ଧାର ବସେ ।

ସୁନ୍ଦର ଦିନଟିରେ ଭରେ
ଅନ୍ଧାର ରୂପୀ କୋହ
ପୃଥିବୀରେ ଛାଏ ବନ୍ୟା
ଆକାଶ ଝରାଏ ଲୁହ ।

ପୃଥିବୀରେ କେତେବେଳେ
ରାତି ହୁଏ ଦିନ
ଅନେକ ସ୍ମୃତି ଭାବି
ଦେଖେ ସୁନେଲି ସପନ।

କେତେବେଳେ ହୁଏ ଏମିତି
ଯେ ଦିନ ହୁଏ ରାତି
ଲୁହ ଝରାଇ ଝରାଇ
ଦିନ ଯାଏ ବିତି ।

ପକ୍ଷୀ



ଦେଇ ପର
ମତେ ପକ୍ଷୀ କର
ଉଡିବି ନୀଳ ଆକାଶରେ,
ଛାଡି ମୋହ
ବିକାର, ମାୟା,
ଖେଳିବି ମହା ଆନନ୍ଦରେ।

ଆଜି ମଣିଷ
ମାରେ ମଣିଷ
ମୋହ ମାୟାରେ ପଡି,
ଶେଷରେ ଲୁଣ୍ଠିତ
ହୁଅଇ ଦଣ୍ଡିତ
ସବୁତକ ଯାଏ ଛାଡି।

ଭାଇ ଭାଇ କୁ
ବାପ ପୁଅକୁ
ମାରେ ସମ୍ପତ୍ତି ପାଇଁ,
ଲାଗୁନି ମନ
ଏଇଠି ମୋର
ତିଳେ ରହିବା ପାଇଁ।

ହେ ଭଗବାନ...
ତୁମର ସୃଷ୍ଟି
ଆଜି ନଷ୍ଟ
ହେବାକୁ ବସିଛି,
ସାଜି କଳକୀ
ଦିଷ୍ଟ କାଟି
ରଖ ତୁମ ନିଖିଳ ସୃଷ୍ଟିକି!


Saturday, October 15, 2011

ତମ ସହ ମୋର ସମ୍ପର୍କ



ତମ ସହ ମୋର ସମ୍ପର୍କ ଏତେ ଘନିଷ୍ଠ,
    ଯେପରି                ଗାଈ ସହ ଗୋଠ,
                                  ଲିପ୍ ଷ୍ଟିକ୍ ସହ ଓଠ,
                                            ଗଛ ସହ କାଠ...

ତମ ସହ ମୋର ସମ୍ପର୍କ ଏତେ ନିବିଡ,
    ଯେପରି                  ମାଂସ ସହ ହାଡ,
                                        ପିଠି ସହ ମାଡ,
                                                ଗନ୍ଧ ସହ ପାଡ...

ତମ ସହ ମୋର ସମ୍ପର୍କ ଏତେ ନିଜର,
    ଯେପରି                   ଭଅଁର ସହ ଫୁଲର,
                                           ଚୁମ୍ମା ସହ ଗାଲର,
                                                 ପଥ ସହ ଖାଲର...

ତମ ସହ ମୋର ସମ୍ପର୍କ ଏତେ ଅଳୀକ,
    ଯେପରି                   ପେଟ ସହ ଭୋକ,
                                          ବତୀ ସହ ପୋକ,
                                                   ସିଙ୍ଗାଣି ସହ ନାକ...


ତମ ସହ ମୋର ସମ୍ପର୍କ ଏତେ ନିଆରା,
     ଯେପରି                  ବିରି ସହ ବରା,
                                       ସୂର୍ଯ୍ୟ ସହ ଖରା,
                                          ବେକ ସହ ହୀରା...


ତମ ସହ ମୋର ସମ୍ପର୍କ ଏତେ ରସିଳ,
     ଯେପରି          ତରକାରୀ ସହ ଝୋଳ,
                                     ଦେହ ସହ ଝାଳ,
                                           ଧାନ ସହ ପାଳ...


ତମ ସହ ମୋର ସମ୍ପର୍କ ଏତେ ସୁନ୍ଦର,
     ଯେପରି                ପକ୍ଷୀ ସହ ପର,
                                 କନ୍ୟା ସହ ବର,
                                    ପୋଲିସ୍ ସହ ଚୋର...


ତମ ସହ ମୋର ସମ୍ପର୍କ ଏତେ ଗହନ,
     ଯେପରି             ଇଂଧନ ସହ ଯାନ,
                                 ହୃଦୟ ସହ ମନ,
                                      କଥା ସହ କାନ...


ତମ ସହ ମୋର ସମ୍ପର୍କ ଏତେ ଜୀବନ୍ତ,
     ଯେପରି                 ନୌକା ସହ କାତ,
                                          ଦେହ ସହ ହାତ,
                                                 ବଲ୍ ସହ ଲାତ...


ଆକାଂକ୍ଷା



ହେ ଲାସ୍ୟ ମୟୀ ମୋ ଆକାଂକ୍ଷା,
କି ବାକ୍ୟେ କରିବି ତୁମର ବ୍ୟାଖ୍ୟା।
ନିର୍ମାଣ କରିଛ ତୁମେ ଚିତ୍ତରେ ସୌଧ,
ରମଣୀ ଭଳି କେବେ ସ୍ଫଳିତ ସ୍ତବ୍ଧ।

ରସରେ ଭରା ତମେ ଆଦ୍ୟରୁ ପ୍ରାନ୍ତ,
ଆସିଲେ ସଂଯତ ମନ ହୁଏ ଉଦ୍ଭ୍ରାନ୍ତ।
କରିଲେ ତବ କାମ୍ୟ କାୟା ବର୍ଣ୍ଣନା,
କି' ରୂପେ ଦେବି ତାକୁ ଉପମା!

ଆଦ୍ୟେ, ପଦ ତୁମ କମଳ ତୁଲ୍ୟ,
ପୃଥ୍ଵୀରେ ଓହ୍ଲାଇ ବଢାଇଛ ତା' ମୂଲ୍ୟ।
ସର୍ପିଳ ଗତି ତୁମ ଭାରି କମନୀୟ,
ସୁପଥୀ-ବିପଥ ହେବା ବାଞ୍ଛନୀୟ।

କଟିରେ ବିରାଜେ ଯେବେ ଚନ୍ଦ୍ରହାର,
ସତେ ବିଜୁଳି ଆସିଛି ମୋ ପୟର।
ବେଶ ମାନେ ତୁମକୁ ମସୀପାଣି,
ତର୍ଜମା କର ପ୍ରତ୍ୟେକ ହୃଦୟକୁ ଜାଣି।

ଆଭରଣ ପୂର୍ଣ୍ଣ ଦେଖି ତୁମ ଗ୍ରୀବା,
ଆଦିତ୍ୟର ଠାଣି ସରମରେ ଭାଙ୍ଗିବନି କିବା!
ତକ ଭଳି ଦିଶେ ତମ ଚିବୁକ,
ତ୍ର୍ୟମ୍ବାକ ଧାରୁଆ କରଇ ମୁଖ।

ଗୋଲାପ ପାଖୁଡା ପରି ତମ ମଧୁ ଫେଣା,
ଖୋଲିଲେ ପୀୟୂଷର ଆସେ ଝରଣା।
ମୋତି ଭଳି ଗୁନ୍ଥା ତମର ସାନୁ,
ଥରେ ହସିଦେଲେ ଛାପ ଯାଏନି ମନୁ।

ଡାଲୁ ଭଳି ଭୃକୁ ମଧ୍ୟରେ ସ୍ଵର୍ଗ,
ନିର୍ଝରିଣୀ ନିଳୀମାକୁ କରେ ଅପସର୍ଗ।
ମୁଖ ମଣ୍ଡଳ ସତେ ଚନ୍ଦ୍ର ପରି,
ଥରେ ଦେଖିଲେ ମନ ଯାଏନି ଫେରି।

ସଦା ତରଙ୍ଗାଇତ ତମର କେଶ,
ମେଘ ମଧ୍ୟେ ଚନ୍ଦ୍ର ଦେଖି ହୁଏ ବେହୋସ।
ଡର ଥାଏ ଏତିକି ତୁମକୁ ପାଇବି କି ନାହିଁ,
ନ ପାଇଲେ ବଞ୍ଚିବାର ମୂଲ୍ୟ କିଛି ନାହିଁ।

ପ୍ରିୟତମା



ହେ ମୋ ସଦା ମିଳିତ ପ୍ରିୟତମା!
                  କିପରି କରିବି ତୁମ ରୂପ ବର୍ଣ୍ଣନା?
ତୁମେ ତୁମେହିଁ ରୂପର ତୁଳନା...
                  ରୂପ ତୁଳନାରେ ତୁମ-
                               ଚାନ୍ଦିନୀ ରାତିବି ହୋଇବ ଭସ୍ମା ।

ଦୂରୁ ଦେଖିଲେ ତୁମରି ବେଶ,
               କରିଦିଏ ସଭିଙ୍କ ମନ ଆକର୍ଷ।
ମୃଗୁଣୀ ଭଳି ଚାଲି ଦେଖି-
               ମୁର୍ଦ୍ଦାର ବି ପାଇବ ଜୀବନ୍ୟାଶ।

ଚନ୍ଦ୍ର ଚକୋର ତବ ମୁଖ ମଣ୍ଡଳ,
               ଗ୍ରୀବାରେ ଲମ୍ବିଛି ସୁନାର ମାଳ,
ପାଦେ ଘୁଙ୍ଗୁର ନଥାଇ ବି...
               ଜନ ମନକୁ ତମେ କର ପାଗଳ।

ଦିଶ ସଦା ସଜ ଗୋଲାପ,
              ଦେଖି ବ୍ରହ୍ମା ମନେ ଜନ୍ମେ ପାପ,
କେଉଁ ଛାଞ୍ଚେ ତୁମକୁ ଗଢିଥିଲେ-
              ପାଇବାକୁ ନିତି କରଇ ଜପ।

ସ୍ଵର୍ଗ ତଳ ପାଖ କଳାଜାଇ,
              ତୁମ ଲାବଣ୍ୟକୁ ଦ୍ଵିଗୁଣ କରଇ,
ସ୍ଵର୍ଗ ଉପର ଟିକି କଳଙ୍କ-
              ତୁମ ମୁଖକୁ ବେଶ୍ ମାନଇ।

ପଦ୍ମ ନୁହେଁ ତାହା ତୁମ ଅଧର,
             ଦାନ୍ତ ସତେ ଗୁନ୍ଥା ହୋଇଛି ମୋତିର,
ମୁଖ ଖୋଲିଲେ ଢାଳୁଛ ସୁଧା-
            ପବିତ୍ର କରୁଛ କର୍ଣ୍ଣକୁ ଅନ୍ୟର।

ଆଖି ନୁହେଁ ତାହା ନୀଳ ସାଗର,
            ଦ୍ଵୀପ ରହିଛି ତା' ମଧ୍ୟେ ବରାବର,
ସେଥିରେ ଦେଖୁଛି ମୋର ଛବି-
            ମୋ ପାଇଁ କରିଛି ସେଇଠି ଘର।

ସଜେଇ ହୋଇ ଯେବେ ଘରୁ ବାହାର,
            ସୂର୍ଯ୍ୟ ଭୁଲେ ତା' ଦିଗ, ପଥର...
ସଦା କଳା ଟିପା ଲଗାଇବ-
            ନୋହିଲେ ଲାଗିବ କାଳେ କା' ନଜର।

ପତ୍ନୀ ଆନ୍ଦୋଳନ



ହେଲା ପତ୍ନୀ ମୁକ୍ତି ଆନ୍ଦୋଳନ,
        ପତି ପ୍ରାଧ୍ୟାନ୍ୟ କୁ କରିବେ ଦଳନ।

ପ୍ରାତଃରୁ ପତ୍ନୀର ମାଡ ଦେଖି-
         ପତି ପଡୋଶୀଙ୍କୁ ଗଲେ ଡାକି।

ପଡୋଶୀ କହିଲେ ଏହା ତୁମ ଘର ମାମଲା,
        ମୋତେ ଭିତରକୁ କାହିଁ ଟାଣୁଛ ଭଲା ।

ତମେ ସିନା ଏବେ ମାଡ ଖାଇଲ,
       ସକାଳୁ ତିନି ଥର ପିଠି ମୋ' ହେଲାଣି ଖାଲ।

ମୁଁ କି ପୋଛିବି ତୁମ ଦରଦ,
       ଜାଣିଲେ ପତ୍ନୀ, ପିଠିକୁ ମୋ କରିବ ବାଦ୍ୟ।

ତେଣୁ ତୁମକୁ ଏତିକି ମିନତି,
       ନ କହିବ ତୁମ କଥାକୁ ସାଥି।

ଯାହା ପତ୍ନୀ କରିବେ ସହିବ,
       ବାହାରେ କେବେ ତା' ପ୍ରକାଶ ନ କରିବ।

କହିଲେ ତମେ ତ ଖାଇବ ଖାଇବ,
       ସାଥେ ଆମକୁ ବି ନର୍କେ ଠେଲିବ।

ଦେଖ ମୁଁ କେତେ ସରଳ ସୁଧାର,
       ନ କହେ କେବେ କଥା ଭିତରର।

ଖାଏ, ଯାହା ପତ୍ନୀ ଦିଅନ୍ତି,
      ଶୁଣେ, ପତ୍ନୀ ଯାହା କହନ୍ତି।

କି' କହିବି ତୁମକୁ ଅନ୍ତରର କଥା,
     ଦିନ ସାରା ହୁଏ ଦେହ, ମୁଣ୍ଡ ବ୍ୟଥା।

ଏବେ ଏବେ ମାଡ ଖାଇ ଆସିଛି,
     ପୁଣି ଏବେ ସଜେଇ ହୋଇ ଯାଉଛି।

ଅକୁହା କଥା



ତମ ସାଥେ କଥା ହେବାର ଅଛି ଅନେକ,
କିନ୍ତୁ ହାୟ !
ଜାଣିନି ସମୟ ନା
ତମେ ସାଜୁଛ ପ୍ରତିବନ୍ଧକ ।

କହିବାର ଅଛି-
ଅନେକ କଥା,
ଦିନ ପରେ ରାତି
ରାତି ପରେ ଦିନ
ବିତି ଚାଲିଯିବ
ତଥାପି, ସରିବ ନାହିଁ ସେ ଗାଥା ।

ନ କହିଲେ,
କାନ୍ଦିବ ଶେଫାଳି
କାନ୍ଦିବ ଝରଣା
ଆଉ ଆକାଶଟା ଫାଟିଯିବ
ସଭିଏଁ କରିବେ ଶୋକ,
ତଥାପି...
କାହିଁ, କିଏ ବା
ସେହି, ଯେକି ସାଜୁଛି
ଆମ ରାସ୍ତାର କଣ୍ଟକ ।

ଖୋଜିବାକୁ କହିଥିଲି ତା'ର ଠିକଣା,
ପବନକୁ...  ବର୍ଷାକୁ...
ଚାରିଆଡେ ଘୁରୁଥିବା ଭଅଁରକୁ,
ସମସ୍ତଙ୍କ ଇଙ୍ଗିତ ମୋ ଆଡେ,
ମୁଁ କାଳେ ମିଶିବାକୁ ଚାହେଁନା,
ଚାହେଁନି ମୁକ୍ତ ହୋଇ ଉଡିବାକୁ
ଭାଙ୍ଗି ବନ୍ଧନ ଶିକୁଳିର ବାଡେ ବାଡେ ।

ନିଷ୍ଠୁର ସମାଜେ
ନିଷ୍ଠୁର ହୋଇ ମୁଁ
କେତେ ଦିନ ବା ବଞ୍ଚିବି...।
କୋମଳ ହୃଦୟେ
ସରଳ ବହି,
ପାଖକୁ ଘେନିଯା'
ସବୁ କଥା ତତେ କହିବି ।

ତୃଷ୍ଣା




ଦୁଇଟି ନାଆରେ ପାରିହେବା କଷ୍ଟ
ତୁମ ଠାରେ ତାହା ବାରି ହୁଏନି ସ୍ପଷ୍ଟ
ସ୍ପଷ୍ଟ ଦିବାଲୋକେ ଦେଖାଇଲେ ଚନ୍ଦ୍ର...
ନିଜ ପ୍ରତିଷ୍ଠା, ନିଜ ମର୍ଯ୍ୟାଦା ହୋଇବ ନଷ୍ଟ ।

ସାଜି ମରୀଚିକା ଖେଳ ଖେଳ ହୃଦୟର
ସାନିଧ୍ୟେ ଆଣ ବଢାଇ ତୃଷ୍ଣା ଯୌବନର
ଯୌବନ ତୃଷ୍ଣାରେ ମୁଁ କିଛି ନ ଜାଣଇ...
ଅନ୍ୟ କେହି ଥିଲେ ବି ଯାଏ ତମ ପୟର ।

ତୃଷାର୍ତ୍ତ ଯୌବନ ସାଥେ ପାଗଳ ମନ
ନିର୍ଦ୍ଧିଷ୍ଟ ନଥାଏ ତା'ର କୌଣସି ସ୍ଥାନ
ମରୀଚିକା ଠାରୁ ଭଲ ପାଏ ବାସ୍ତବକୁ...
ଚାଲିଗଲେ, ତମେ ଖେଳର ହେବ ଅବସାନ ।

ଚାହୁଁ ଯୌବନର ସୂର୍ଯ୍ୟ ଢଳିଯିବ
ତୃଷାର୍ତ୍ତ ପାଶେ ଗଲେ ବି ନ ଛୁଇଁବ
ଭ୍ରମର-ଫୁଲର ଲୁଚକାଳି ଖେଳ ...
ବସନ୍ତର ଅନ୍ତେ ଜଣା ପଡୁଥିବ ।

ଫୁଲ ହୋଇ ଆସ ଭ୍ରମର ସଂସ୍ପର୍ଶେ
ବାସ ବିକଶିଲେ ଜନ ମାନସେ
ଫଳକୁ ବି ଲୋକେ ଆଦରିବେ...
କଶା ଗୁଣ ଭୁଲିଯିବେ ତୁମ ସୁବାସେ ।

ତୃଷାର୍ତ୍ତର ବନ୍ଧୁ ତୁମେ ହେ ମରୀଚିକା
ନ କର ସଭିଙ୍କୁ ତୁମେ ଚାହିଁ ଜଳକା
ଚାଲିଆସ ବାସ୍ତବେ ମୋ ଜୀବନେ...
ଭରିଦିଅ ରଙ୍ଗ, ଉଡେଇ ସବୁ ଫିକା ।

ତମ ବିନା



ଧୀରେ ଧୀରେ ପ୍ରେମ ଅଗ୍ନି ଜଳିଲା
ଥଣ୍ଡା ମନ ମୋର ଆଜି ତରଳିଲା
ତମ ମନ ଯଦି ତା' ସାଥେ ଭିଜିଲା...
ମୁଁ କହିବି ବୈଶାଖେ ବସନ୍ତ ଫେରିଲା ।

ତମ ବିନା ଜୀବନଟା ଥିଲା ରସ ହୀନ
ପତ୍ର ଝଡା ଦେଉଥିଲା ମୋର ମନ
କଢି ବି ଫୁଲ ହେଉ ନଥିଲା...
ଯେବେ ତମେ ନଥିଲ ମୋ ଜୀବନ ।

ଓଲଟା ସବୁ ଆସି ତମେ କରିଲ
ଟାଙ୍ଗରା ଭୂଇଁରେ କଲ ଜଙ୍ଗଲ
ପକ୍ଷୀ ଆସି ଗୀତ ଗାଇଲା ...
ବୈଶାଖୀ ଜୀବନକୁ ବସନ୍ତ କଲ ।

ସବୁବେଳେ ଶୁଣୁଛି ଏବେ କୋକିଳ ତାନ
ଉଛନ୍ନ ହୁଅଇ ଶୁଣି ବଂଶୀର ସ୍ଵନ
ତଥାପି ମନ ମୋର ବୁଝେନା...
ଭିଜେଇବାକୁ ଚାହେଁ ତମର ମନ ।

ତମ ନା' କୁହନା...।



ହେ ଚାରୁ ଚନ୍ଦ୍ରାନନା, ଚମ୍ପକ ବରଣା,
                 ସୁନୀଳ ନୟନା, କେଶ ମେଘ ବର୍ଣ୍ଣା,
ମୁଖ ପୀୟୂଷ ଝରଣା, କଥା କୁହୁକର ମୁଣା,
                 ଲୋକ ମନ କିଣା, ତୁମ ନା' କୁହନା......।

         ସାଜି ତମେ ମୋ ସ୍ଵପ୍ନର ରାଣୀ
         ରଚି ଚାଲୁଥାଅ ପ୍ରେମ କାହାଣୀ
         ନିଦ ଭାଙ୍ଗିଗଲେ ନଥାଇ ପୁଣି
         ତୃଷାର୍ତ୍ତ ମନକୁ ଦେଉଛ ହାଣି ।
  ସ୍ଵପ୍ନରେ ହେଲେ ତୁମେ କର ବାହାନା
                              ବେଶି ନାହିଁ ଥରେ ତୁମ ନା' କୁହନା.....।

         ବୟସ ପଡିଲେ ତମଠେ ଥକି
         କୁହୁଡି କେଶରେ ରହିଲେ ଜାକି
         ପୁଛିବେନି କେହି ତୁମକୁ ସାଥୀ
         ତଥାପି ଥିବି ମୁଁ ତୁମକୁ ଲାଖି ।
  ଚିହ୍ନି ପାରେନି ମୁଁ ଉଆ ଉଷୁନା
                             ଥରେ ହେଲେ ତୁମ ନା' କୁହନା.....।

         ଧୋକା ଦୁନିଆରେ ତମେ ଭରସା
         ଦିଅ ମୋତେ ସଦା ତୁମେ ସହାସା
         ପାଗଳ ସାଜି ହୁଏ ଆଜି ଲୋକ ହସା
         ଘାରିଛି ମୋତେ ତୁମ ପ୍ରେମର ନିଶା ।
  ପାଗଳ କହି ଆଉ ମୋତେ ଚିଡାନା
                              ଥରେ ଖାଲି ତୁମ ନା' କୁହନା.....।

ମନ ସୁନ୍ଦରୀ



ସୁନ୍ଦେରୀ ସୁନ୍ଦେରୀ ଫୁଲଝରୀ ଫୁଲଝରୀ
ଯାଉଛ କୁଆଡେ ଦୂରେ ଦୂରେ
ରାସ୍ତାରେ ମୁଁ ଠିଆ, କଣେଇ କଣେଇ
ଅନା ଅନା ଟିକେ ମୋ ଆଡେ ।

ଯେବେଠୁ ଦେଖିଲି ତୋତେ
ସପନ ଦେଖୁଛି କେତେ
ଦିନ ନାହିଁ ରାତି ନାହିଁ
ତୋ ନା' ମାଳି ମୁଁ ଗଣେ ଗଣେ ।

ଦେଖିଛି କେତେ ସୁନ୍ଦେରୀ
ଦେଖିଛି କେତେ ଅପସରୀ
ରମ୍ଭା ଠାରୁ ମେନକା ଯାଏଁ
ତୋ' ଭଳି ନାହିଁ କେ ଜଣେ ଜଣେ ।

ମୁଁ ବି ତ ସୁନ୍ଦର ବଡ
ପଛେ ମୋ ଝିଅଙ୍କ ଭିଡ
ପାଇବା ପାଇଁ ସେ ମୋତେ
ଓଷା କରନ୍ତି ପଣେ ପଣେ ।

ମୋ ଆଡେ ଟିକିଏ ଅନା
ଉଡାଇଦେ ନୀଳ ବାନା
ତୋ-ମୋ ଭଳି ଯୋଡି
ଦୁନିଆରେ ନଥିବ ଜାଣେ ଜାଣେ ।

ମୋ ବାହା ଘର


ଆଜି ମୁଁ ହେବି ବର          ଯିବି କନିଆଁ ଘର
ବାଜିବ ସାହାନାଇ           ନାଚିବେ ଝୁମୁଝାଇଁ
           ଦୁଲୁକାଇ ଦେବି ସାରା ସହର
             ଆଜି ମୋର ବର ପଟୁଆର ।

ଆଣିବି ହାତି ଘୋଡା         ବାନ୍ଧିବି ଥୋଡା ଥୋଡା
ମଟର ବି ଆସିବ             ଆଦ୍ୟୁ ପ୍ରାନ୍ତ ଲମ୍ବିବ
             ଦେଖୁଥିବ ଖାଲି ସାରା ସହର
              ଆଜି ମୋର ବର ପଟୁଆର ।

ଆସିବେ ମନ୍ତ୍ରୀ ଯନ୍ତ୍ରୀ           ଆସିବେ ପୁଣି ତନ୍ତ୍ରୀ
ନାଚିବେ ରାସ୍ତା ଘାଟ           ସହର ସବୁ ବାଟ
              ଫେରିବନି ଆଉ କାହା ନଜର
               ଆଜି ମୋର ବର ପଟୁଆର ।

ବିଜୁଳି ଲାଗିଥିବ                ଆତସ ଫୁଟୁଥିବ
ଶଙ୍ଖର ଶଙ୍ଖ ନାଦ              ହୁଳ ହୁଳି ଶବଦ
              ଶୁଣିବ ଆଜି ଏ ସାର ସହର
               ଆଜି ମୋର ବର ପଟୁଆର ।



ପୂଜା



ପ୍ରେମ ମୋର ଧର୍ମ
ତମେ ମୋ ଠାକୁର
ପୂଜିବି ତୁମକୁ...
ମୁଁ ବରା ବର ।

ମୋର ନୌକାର କାତ ତୁ
ଏ ଇଛାର ଶେଷ ଲକ୍ଷ୍ୟ ତୁ
ବାହିଦେ ମୋର ନୌକା କୁ
ଲଙ୍ଘିଦେ ତୋର ସୀମା କୁ
ପୂଜିବି ତୁମକୁ...
ମୁଁ ବରା ବର ।

ମୋ ମନର ତୁ ମାନସୀ
ମୁଁ ପାଣି ହେଲେ ତୁ କଳସୀ
ମୋ ବିନା ପୂରା ଏକା ତୁ
ତୋ ବିନା ପୂରା ଏକା ମୁଁ
ପୂଜିବି ତୁମକୁ...
ମୁଁ ବରା ବର ।

ମୋ ମନେ ଚୋର ରହି ନାହିଁ
ବ୍ୟାକୁଳ ତୋର ଦର୍ଶନ ପାଇଁ
ଡାକିଦେ ଏଇ ପାଗଳ କୁ
ଛୁଇଁଦେ ତା'ର ପ୍ରେମ କୁ
ପୂଜିବି ତୁମକୁ...
ମୁଁ ବରା ବର ।

ବୋଉ



ବୋଉଲୋ...  ବୋଉଲୋ...
ଖାଇବାକୁ ଦେ, ଭୋକ ଭାରି ହେଲାଣି...
ବୋଉଲୋ...  ବୋଉଲୋ...
ଖାଇବାକୁ ଦେ ବେଳ ଗଡି ଗଲାଣି ।

ଛଅଟାରୁ ନଅଟା              ବେଳ ହେଲା ଓଲଟା
               ଦାନା ଟିକେ ପଡିନି... ।

ଚାଉଳ ବଛା ସରିନି
          ପରିବା କଟା ହୋଇନି
                    ଚୂଲି ବି କାହିଁ ଲାଗିନି...

କରୁଛି ବିକଳେ ରଡି
        ମୂଷାତ ଧାଡିକି ଧାଡି
                 ପେଟରେ ବୁଲାନ୍ତି ବାଡି...

ପାଉନାହିଁ ସାହାସ               ଉଡିଲାଣି ହୋଅସ
                  ପେଟ ଜଳି ଗଲାଣି ।

ଘର ଘର ବୁଲୁଛୁ
       ଡାକିଲେ ହଁ ମାରୁଛୁ
                  ପୁଣିତ ବସି ପଡୁଛୁ...

ତୋତେ ମୁଁ ଖୋଜି ପାଉନି
          କେଉଁଠେ ମାଉସୀ ନାନୀ
                      ସାଥେ ତୋ କଥା ସରୁନି...

ମଉସା ମାନେ ଆସିଲେ         ମାଉସି ମାନେ ଘରକୁ ଗଲେ
                 ଏବେ ବି ତୋ ମନେ ପଡୁନି ।

ପାଖରେ ପଇସା ନାହିଁ
            ରହୁଛି ତୋ ମୁହଁ ଚାହିଁ
                    ମୁଠାଏ ଖାଇବା ପାଇଁ...

ବାବା ବି ଆସି ନାହାନ୍ତି
           ସାଥେ ହୋଟେଲ୍ ଯାଆନ୍ତି
                     ତୋତେ ମୁଁ ଜଗି ନଥାନ୍ତି...

ଯାହା ହେଲା ହେଲାଣି                ଆଉ କିଛି ଦିଶୁନି
                    ପେଟ ରାମ ରାମ କଲାଣି ।

ମାଉସୀ



ମାଉସୀ ଲୋ ମାଉସୀ
ତୁ ଫଟା କଳସୀ...।

ସବୁ ବେଳେ ବଲ ବଲ
କାମ ପାଇଁ ନାହିଁ ବେଳ
ବେକାର କଥାରେ ତୁ ଯାଉଛୁ ଭାସି ।

ଅଲ ଇଣ୍ଡିଆ ହାରିଯିବ
ବିବିସି ବି ବନ୍ଦ ହେବ
ଆଜ୍ ତକ୍ ପ୍ରଯୋଯକ ଦେବେଲୋ ଫଶୀ ।

ହୋଇଲେ ତୁ ହାଜର
ଲୋକଙ୍କୁ ଲାଗଇ ଜ୍ଵର
ଡରି ଖୋଜନ୍ତି ବାଟ ଯିବାକୁ ଖସି ।

ନାହିଁ ବରଷା କି ଖରା
ନାହିଁ ଜହ୍ନ କି ତାରା
ସବୁ ବେଳେ ବୁଲୁଥାଉ ତୁ ବାରମାସୀ ।

ମଉସା ବି କାନ୍ଦୁଥିବେ
ଲୁଚି ମୁଣ୍ଡ ପିଟୁଥିବେ
ଭିତରେ ଦୁଃଖି ପୁଣି ବାହାରେ ଖୁସି ।

ତୁ ହୋଇଲେ ହାଜର
ନାହିଁ ତା'ଙ୍କ ପଟାନ୍ତର
ବାଧ୍ୟ ହୋଇ ରଖିଥିବେ ହେଲେବି ବାସି ।

ଶାଶ୍ଵତୀ




ଏ... ଶା... ଶ୍ଵ... ତୀ...

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ଅଗରବତୀ,
ଲୋ ପୂନେଇ ରାତି, ତୋ-
ସାଥେ କରିବି ପୀରତି ।
   
ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ବୁଧୁ ପାହାନ୍ତି,
ଲୋ ରତ୍ନର ଗୋଟି, ତୁ-
ଭରାଉ ଦେହରେ ତାତି ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ନଦୀ ଭଳି ଭାଙ୍ଗୁ ଅଳସୀ କନ୍ୟା
ନାହିଁ ତୋ ପରି କେ' ତୁ ଅନନ୍ୟା
କାଚ କେନ୍ଦୁ ଆଖି ଆଲୋ ସୁନେନା
ହେବୁ କେବେ ଲୋ ମୋ' ସାଥୀ ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ଜୀବନ ଜ୍ୟୋତି,
ଲୋ କୁହୁକ ବତୀ, ତୁ-
ଜଳୁ ଥିବୁ ନିତି ନିତି ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ତୁ ମୋ ସାବରମତି,
ଲୋ ଗୟା ଗାଙ୍ଗୋତ୍ରୀ, ତୁ-
ବହୁ ଥିବୁ ଦିନ ରାତି ।

ଏ ଶାଶ୍ଵତୀ...   ଏ ଶାଶ୍ଵତୀ...
ଆଲୋ ତୋ' ଦେହୁ ଝରୁଛି ମନ୍ଦାକିନୀ
ଖୀରା, ତୁମ୍ବି, ଚନ୍ଦ୍ରରେ ତୋ ଗଢଣୀ
କୋକିଳ ଚନ୍ଦ୍ର ଛାଞ୍ଚେ ହୋଇଛୁ ଛାଣି
ଦେବୁ କେବେ ମୋତେ ତୁ ମୁକ୍ତି ।
ଏ ଶାଶ୍ଵତୀ...   ଏ ଶାଶ୍ଵତୀ...

ଆଜିର ସୁନ୍ଦରୀ (BEAUTY)


 

ସୁନ୍ଦରୀ ମାନଙ୍କ ଲୀଳାଖେଳା...
ଦେଖି ଅନ୍ଧାରେ ବୁଡିବ ଚପଳା
ଘଡଘଡି ବି ରହିବ ଚୁପ୍ ଚାପ-
ଦିଗ ଭୁଲି ଆଦିତ୍ୟ ହେବ ବାଉଳା !!!

ଗାନ୍ଧୀ କଥାରେ ପୋଷାକ କାଟି
ପୁଙ୍ଗୁଳା ଦେହରେ ପକାଇ ପଟି
ଲାଜ ସରମ ସବୁକୁ ବିକି-
ଫେସନ ବୋଲି କରନ୍ତି ପାଟି ।

ବରଜୀବ ରସେ ନିତି ଗାଧୋଇ
ନିତି ବିୟୁଟି ପାର୍ଲରକୁ ଯାଇ
ଦେହେ ଡୋଭ୍ ସାବୁନ୍ ଲଗାଇ-
କାଳିଆ ପୋଡିକି ଗୋରୀ ହୁଅଇ ।

ନ ଖାଇ ନ ପିଇ କର ଡାଇଟି
କେବେ ଅଧା, ଫାଳେ ଖାଇଲେ ରୋଟି
ଲେମ୍ବୁ ପାଣିରେ ଦିନ ଦେଲେ କାଟି-
ଶୁଖିବ କି କେବେ ଗୋଣ୍ଠୁଣୀ ହାତୀ ।

ପାଣ୍ଡରା ନୁଖୁରା ବାଳ ସଜାର
ଆଇନା ଆଗରେ ଦିନକୁ ସାର
ମୁହେଁ ଲଗାଇ ସ୍ନୋ, ପାଉଡର-
ଧଳା ଭୂତ ହୋଇ ଘରୁ ବାହାର ।

କଠୋଉ ଥୋଇ ଛୁଞ୍ଚି ପର୍ବତ ନେଲେ
ସିଧା ରାସ୍ତାରେ ତମେ ଝୁଣ୍ଟିଲେ
ମରାଳୀ ଚାଲି ତୁମ ଦେଖିଲେ-
ଛୋଟି ବୋଲି ଲୋକେ କହିବେ ଭଲେ ।

କାଟି କାଟି କନା କର ଫିଇଟି
କେବେ ଜିନ୍ସ କେବେ ମିନି ସ୍କଟଟି
ହାଇ ହିଲ୍ ମାରି ଯେବେ ଚାଲଟି-
ତାଳ ଗଛ ପରି ତମେ ଦିଶଟି ।

ଭ୍ରୂକୁ କୁ ଯେବେ କର ଟାଙ୍ଗରା
ନୟନେ ନଦେଇ କଜଳ ଗିରା
ଢଳ ଢଳ ଆଖି ଶୁଖିଯାଇ-
ହେଡ୍ ଲାଇଟ୍ ଭଳି ଦିଶଇ ପରା ।

ତମ୍ବାରେ ତମ ଦାନ୍ତ ସଜାଡ
ଓଠରେ ଲିପ୍ ଷ୍ଟିକ୍ ରଙ୍ଗ ଅଜାଡ
ରାଗରେ ହୁଅ ଯେବେ କଡ ମଡ-
ତାଡକା ଠୁ ବି ତମେ ବଳି ପଡ ।

କଳା କେଶକୁ କର ବ୍ରାଉନ୍
ଗୋରା ଗାଲକୁ କର ରଙ୍ଗୀନ୍
ଆଖି ପତାକୁ କଲର୍ ଦେଲେ-
"ପାତି" ବି ତମଠେ ପଡିବ ଡାଉନ୍ ।

କି କରିବି ତୁମ ରୂପ ବର୍ଣ୍ଣନା
ଲେଖିବାକୁ ପାଉନି ଉପମା
କଲମ ସରିବ, କପାଳ ଫାଟିବ-
ତଥାପି ସରିବନି ତମ ରୂପ ତର୍ଜମା ।

Sunday, September 18, 2011

ମା' ଖମ୍ବେଶ୍ଵରୀ


ଭାରତୀୟଙ୍କ ଅନୁସୃତ ଧର୍ମ "ସନାତନ ଧର୍ମ" ଏହା, ଯୁଗେ ଯୁଗେ ବ୍ୟକ୍ତି, ସମାଜ, ରାଷ୍ଟ୍ର ତଥା ବିଶ୍ଵର ପରମ କଲ୍ୟାଣ ସାଧନ କରି ଆସିଛି ଧର୍ମ ପାଳନ ଦ୍ଵାର ଉତ୍ତମ ବ୍ୟକ୍ତିତ୍ଵ, ଆଦର୍ଶ ପରିବାର, ସମୃଦ୍ଧ ସମାଜ ତଥା କଲ୍ୟାଣମୟ ବିଶ୍ଵଗଠନ ହିଁ ଏହାର ଅନ୍ୟତମ ଲକ୍ଷ୍ୟହର୍ ଧର୍ମ ଶବ୍ଦ ଅତି ବ୍ୟାପକ, ଏହାର ନିର୍ଦ୍ଧିଷ୍ଠ ଅର୍ଥ ପ୍ରକାଶ କରିବା ସମ୍ଭବ ନୁହେଁ ମହାଭାରତ (/୪୫/୫୦) ଅନୁସାରେ "ଧାରଣାତ୍ ଧର୍ମମିତ୍ୟାହୁଃ" ଅର୍ଥାତ୍ ଏହା ଧାରଣା କରୁଥିବାରୁ ଏହାର ନାମ ଧର୍ମ   ଧର୍ମର ଅର୍ଥ ମାନୋବଚିତ୍ତ ଗୁଣ ମାନବୀୟ ଆତ୍ମାର ଗୌରବ ପ୍ରତିପାଦନ ଭଗବାନ ସର୍ବଶକ୍ତିମାନଙ୍କ ସହାନୁଭୂତି ବା ଜ୍ଞାନ ହେଉଛି ଧର୍ମର ମୂଳ ସିଦ୍ଧାନ୍ତ ମନ, ବଚନ, କର୍ମରେ ଅଖିଳ ପ୍ରଣୀ ଜଗତର ମଙ୍ଗଳ କାମନା ହିଁ ଧର୍ମର ମୂଳସୂତ୍ର ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ- "ଭୂମାସେରହିଛି ରେଣୁରେଣୁଭେଦି" ଧର୍ମର ମଧୁର ମୁର୍ଛନାରେ କେନ୍ଦ୍ରବିନ୍ଦୁରୂପୀ ସେହି ପରମ ସତ୍ତା ହିଁ ସୂର୍ଯ୍ୟଙ୍କର ରଶ୍ମୀ, ଚନ୍ଦ୍ରଙ୍କର ଜ୍ୟୋତ୍ସ୍ନା, ଜଳର ଶିତଳତା, ପୁଷ୍ପର ସୌନ୍ଦର୍ଯ୍ୟ, ଅଗ୍ନିର ଦାହିକା, ବୃକ୍ଷର ସହିଷ୍ଣୁତା, ମଧୁର ମଧୁରତା, ଶିଶୁର ହସ ଏବଂ ଜୀବନର ଚେତନା, ତେଣୁ ସକଳ ବିଶ୍ଵ ହିଁ ସେହି ପରମ ସତ୍ୟର ପରିପ୍ରକାଶ

"ଭା" ଅର୍ଥାତ୍ ଜ୍ଞାନ ଅଧିକାରୀ ଭାରତ ଭୂମି ଏହା ବହୁ ଧର୍ମର ସମନ୍ଵୟ ସ୍ଥଳୀ ଗାଣପତ୍ୟ, ବୈଷ୍ଣବ, ଶୈବ, ଶାକ୍ତ ସୌର ଆଦି ପଞ୍ଚ ଦେବତାଙ୍କ ସାଧନାର ପୀଠ ଉତ୍କଳଭୂମିରେ ଗଞ୍ଜାମରେ ସର୍ବାଧିକ ଏହି ପରିପ୍ରେକ୍ଷୀରେ ଶାକ୍ତ ଧର୍ମର ବୈଶିଷ୍ଟ୍ୟକୁ ବିଷ୍ଳେଷଣ କରାଯାଇପାରେ "ଶକ୍ୟତେ ଜେତୁ ମନୟା" ଅର୍ଥାତ୍ ଯାହା ଦ୍ଵାରା ଜୟ କରିବାର ଶକ୍ତି ଅର୍ଜନ କରାଯାଏ, ତାହାହିଁ ଶକ୍ତି ଶକ୍ତି ଏପରି ଏକ ଦେବୀ ଯାହାଙ୍କ ସ୍ଥିତି ଅଣୁ ଠାରୁ ପରମାଣୁ, ପର୍ଣ୍ଣକୁଟୀର ଠାରୁ ରାଜପ୍ରାସାଦ, ଶ୍ମଶାନ ଠାରୁ ଶିଖରୀ ପ୍ରଦେଶ ଏବଂ ଧୂଳି ଧୂସରିତ ଧରିତ୍ରୀ ପର୍ଯ୍ୟନ୍ତ ସର୍ବତ୍ର ବିଦ୍ୟମାନ "କ୍ତି" ଅର୍ଥ ପରାକ୍ରମ ଅତଏବ ସଂସାରରେ ସକଳ କାର୍ଯ୍ୟ ସାଧନାରେ ସମର୍ଥ ତଥା ପରାକ୍ରମ ଥିବା ବସ୍ତୁରନାମ ଯଥାର୍ଥରେ ଶକ୍ତି

ପୌରାଣିକ ରହସ୍ୟ:
ବିଭିନ୍ନ ପୁରାଣ ମତରେ ଭାରତ ହେଉଛି ଶକ୍ତିର ପୀଠ, ଭିନ୍ନ ଭିନ୍ନ ପୁରାଣ ଅଧ୍ୟୟନରୁ ତତ୍କାଳୀନ ଶକ୍ତିପୀଠ ଗୁଡିକର ପରିଚୟ ମିଳିଥାଏ ଓଡିଶାର ଶାକ୍ତ ପରମ୍ପରାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକାର ଅଧିଶ୍ଵରୀ ମା' ଖମ୍ବେଶ୍ଵରୀଙ୍କୁ ଏକ ପ୍ରଧାନ ଶକ୍ତି ରୂପେ ଗ୍ରହଣ କରାଯାଏ ଦେବୀ ଖମ୍ବେଶ୍ଵରୀଙ୍କ ଆବିର୍ଭାବ ସମ୍ପର୍କରେ ପ୍ରଚାରିତ ପୌରାଣିକ ଆଖ୍ୟାୟିକା ମୁଖ୍ୟାତଃ "ଦେବୀ ଭାଗବତ"ରୁ ଉଦ୍ଧାର କରାଯାଇଥିବା ମନେହୁଏ ଆଖ୍ୟାୟିକାଟି ହେଲା ଦକ୍ଷ ଯଜ୍ଞରେ ଋଦ୍ରଦେବଙ୍କୁ ନିମନ୍ତ୍ରଣ ନକରିବା ଫଳରେ ସତୀ ଅଭିମାନରେ ଯଜ୍ଞାଗ୍ନିରେ ଶରୀର ବିସର୍ଜନ କରିଥିଲେ ଋଦ୍ରଦେବ ଏହା ଶ୍ରବଣ ମାତ୍ରକେ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞ କୁଣ୍ଡରୁ ସ୍ଵପତ୍ନୀ ସତୀଙ୍କ ଶରୀରକୁ ଧାରଣ ପୂର୍ବକ ଭୟଙ୍କର ପ୍ରଳୟଙ୍କରୀ ତାଣ୍ଡବ ନୃତ୍ୟ କଲେ ବିଶ୍ଵବ୍ରହ୍ମାଣ୍ଡ ପ୍ରକମ୍ପିତ ହୋଇ ପ୍ରଳୟର ବିଭୀଷିକାରେ ଦେବ, ଦାନବ, ମାନବ ଅସ୍ଥିର ହେବାରେ ଲାଗିଲେ ସୁତରାଂ ରୁଦ୍ରଦେବଙ୍କୁ ସତୀ ବିରହଜନିତ ବିଷାଦରୁ ମୁକ୍ତ କରିବା ତଣ୍ଡବ ନୃତ୍ୟରୁ ଶାନ୍ତକରି ବିଶ୍ଵବିଲୟକୁ ନିୟନ୍ତ୍ରଣ କରିବା ନିମିତ୍ତ ଅନନ୍ତଶାୟୀ ଭଗବାନ ବିଷ୍ଣୁ ଆପଣାର ଆୟୁଧ ସୁଦର୍ଶନ ଚକ୍ର ସାହାଯ୍ୟରେ ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲେ ଫଳରେ ରୁଦ୍ରଦେବଙ୍କ ହସ୍ତରୁ ପୃଥକ୍ ହୋଇ ସତୀଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସମଗ୍ର ଭାରତ ବର୍ଷର ବିଭିନ୍ନ ତୀର୍ଥ କ୍ଷେତ୍ରରେ ପତିତ ହେଲା ସେହି କ୍ଷେତ୍ର ଗୁଡିକ ବିଖ୍ୟାତ ଶକ୍ତିପୀଠ ରୂପେ ପରିଚିତ ହେଲା ଏହି ପ୍ରକ୍ରୀୟାରେ ସତୀଙ୍କର ଗୋଡ ଅଂଶ ସଂପ୍ରତି ଆସିକାସ୍ଥ ମା'ଖମ୍ବେଶ୍ଵରୀ ପୀଠ ସ୍ଥଳରେ ପତିତ ହୋଇଥିବା କଥା ଲୋକମାନେ ବିଶ୍ଵାସ କରନ୍ତି ଏଣୁ ଆସିକାରେ ସତୀଙ୍କ ଅଂଶର ସ୍ମାରକ ସ୍ଵରୂପ ମା'ଖମ୍ବେଶ୍ଵରୀ ପ୍ରତିଷ୍ଠିତ ପୂଜିତ ଉତ୍କଳର ବିଭିନ୍ନ ଶାକ୍ତପୀଠ ମାନଙ୍କ ମଧ୍ୟରେ ଆସିକା ଅନ୍ୟତମ ଶାକ୍ତପୀଠ ଏହି ପୀଠରେ ପ୍ରାଧାନ୍ୟ ଲାଭ କରିଛନ୍ତି ଜଗଜ୍ଜନନୀ ଆଦ୍ୟାଶକ୍ତି ମା'ଖମ୍ବେଶ୍ଵରୀ

ଦେବୀ ଖମ୍ବେଶ୍ଵରୀ (ସ୍ତମ୍ବେଶ୍ଵର) ପ୍ରଥମେ ଅଣ ଆର୍ଯ୍ୟମାନଙ୍କ ଦ୍ଵାରା ପୂଜିତା ହୋଇଥିଲେ ଆଦିବାସୀ କନ୍ଧମାନଙ୍କ ଧର୍ମଧାରଣାରେ ଖମ୍ବେଶ୍ଵରୀ ବା ଖମ୍ବେଇଶୁଣୀ ଶବ୍ଦ ଖମ୍ବେଶ୍ଵରୀ ବା ସ୍ତମ୍ବେଶ୍ଵରୀରେ ରୂପାନ୍ତରିତ ହୋଇଥିବା ସ୍ପଷ୍ଟ ଅବଧାରିତ ହୁଏ ଶକ୍ତିରୂପରେ ପୂଜିତା ସ୍ତମ୍ବେଶ୍ଵରୀଙ୍କ ମୂର୍ତ୍ତି କୌଣସି ପ୍ରତିମା ତତ୍ତ୍ଵାନୁସାରେ ନିର୍ମିତ ହୋଇନାହିଁ, ତାହା ପ୍ରସ୍ତର ସ୍ତମ୍ଭ ସ୍ଵରୂପ, ମା' ସ୍ତମ୍ବେଶ୍ଵରୀଙ୍କ ପୂଜାର୍ଚ୍ଚନାର ପାରମ୍ପରିକ ବିଧି ପ୍ରଚୀନତା ସମ୍ପର୍କରେ ଅନେକ ଐତିହାସିକ ତଥ୍ୟ ଉଲ୍ଲେଖ ଅଛି ଐତିହାସିକମାନଙ୍କ ମତରେ ଦେବୀ ଖମ୍ବେଶ୍ଵରୀଙ୍କ ପ୍ରଥମ ରାଜ ପୃଷ୍ଠପୋଷକତା କରିଥିଲେ ମହାରାଜା ତୁଷ୍ଟିକର ଖମ୍ବେଶ୍ଵରୀ (ସ୍ତମ୍ବେଶ୍ଵର) ଥିଲେ ମହାରାଜା ତୁଷ୍ଟିକରଙ୍କର ଇଷ୍ଟଦେବୀ ଖମ୍ବେଶ୍ଵରୀ (ସ୍ତମ୍ବେଶ୍ଵର)ଙ୍କ ପଦ ବନ୍ଦନା କରି ତାଙ୍କ ଅପାର କରୁଣାରୁ ରାଜା ତୁଷ୍ଟିକର ସକଳ ସୁଖ ସମୃଦ୍ଧ ଲାଭ କରିଥିଲେ ଏବଂ ମା'ଙ୍କ କୃପା ଲାଭ କରି ରାଜମାତା ଶ୍ରୀଶୋଭିନୀ କଉସ୍ତୁଭେଶ୍ଵରୀ ରୋଗ ମୁକ୍ତ ହେଲେ, ଏହା ତେରାସିଙ୍ଗ ତାମ୍ର ଶାସନରୁ ସ୍ପଷ୍ଟ ହୁଏ

ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭ କାଳରେ ସୋନପୁର ରାଜ୍ୟର ଚୌହାନ ବଂଶଧାରୀ ସମ୍ରାଟ ରାଜସିଂହ ମା'ଖମ୍ବେଶ୍ଵରୀଙ୍କ ପୂଜାର୍ଚ୍ଚନା ନିମିତ୍ତ ଏକ ମନ୍ଦିର ପ୍ରତିଷ୍ଠା କରିଥିଲେ ଉକ୍ତ ମନ୍ଦିରରେ ପୂଜିତ କାଠ ନିର୍ମିତ ବିଗ୍ରହ ପାରଳା ଖେମୁଣ୍ଡିରୁ ଆସିଥିବା ଜନଶ୍ରୁତି କହେ ଏତଦ୍ ବ୍ୟତୀତ ବଡମ୍ବା ସନ୍ନିକଟ ବରୀମୂଳ, ଅନୁଗୁଳ ନିକଟସ୍ଥ ବାମୁର ତରାସ୍ତରେ ଦେବୀ ଖମ୍ବେଶ୍ଵରୀଙ୍କ ମନ୍ଦିର ଦୃଷ୍ଟିଗୋଚର ହୁଏ ତତ୍ ସଦୃଶ୍ୟ ଓଡିଶା ପ୍ରଦେଶସ୍ଥ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକା ସହରରେ ମଧ୍ୟ ଦେବୀ ଖମ୍ବେଶ୍ଵରୀଙ୍କ ମନ୍ଦିର ତତ୍କାଳୀନ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କ ସମୟରୁ ପ୍ରତିଷ୍ଠାଲାଭ କରି ଦେବୀ ଖମ୍ବେଶ୍ଵରୀ ଭକ୍ତ ମାନଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ରାଜପୃଷ୍ଠପୋଷକତା ଲାଭ କରି ତତ୍କାଳୀନ ଆଳୀୟ ଖଣ୍ଡାୟତ ସମାଜର ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଦାୟିନୀ ଶକ୍ତି ସାମର୍ଥ୍ୟ ଦାତ୍ରୀ ମା'ଖମ୍ବେଶ୍ଵରୀ ଇଷ୍ଟଦେବୀ ରୂପେ ମଧ୍ୟ ପୂଜିତ ଆଳୀୟ ଖଣ୍ଡାୟତମାନଙ୍କ ଅପୂର୍ବ ରଣ କୌଶଳ, ଅଦମ୍ୟ ସାହସିକତା ଅମିତ ପରାକ୍ରମରେ ମୁଗ୍ଧ ହୋଇ ରାଜା ଧନଞ୍ଜୟ ଭଞ୍ଜ ସେମାନଙ୍କର ଏହି ଐତିହାସିକ ବିଜୟ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଳୀୟ ଖଣ୍ଡାୟତମାନଙ୍କର ପ୍ରାତଃ ସ୍ମରଣୀୟ ଇଷ୍ଟ ଦେବୀ ମା'ଖମ୍ବେଶ୍ଵରୀଙ୍କ ଶକ୍ତିପୀଠ ସ୍ଥାପନ କଲେ ଆଳୀୟ ଖଣ୍ଡାୟତ ସମାଜର ଇଷ୍ଟଦେବୀ ତଥା କୁଳଦେବୀ ରୂପେ ସେ ପୂଜିତା, ଆରାଧିତା ରକ୍ଷା କର୍ତ୍ତ୍ରୀ ମଧ୍ୟ

ମା'ଖମ୍ବେଶ୍ଵରୀ କଳ୍ପତରୁ ତୁଲ୍ୟା ସର୍ବ ଘଟରେ ସେ ବିରାଜିତା "ମନ୍ତ୍ରଂ ସାଧୟେତ୍ ବା ଶରୀରଂ ପାତଏତ୍ ବା" "ମନ୍ତ୍ରର ସାଧନ ଅବା ଶରୀର ପାତନ" ଆଳୀୟ ଖଣ୍ଡାୟତ ପୁଅକୁ ଏଇ ଦୁଇଟି ମାତ୍ର ଜଣା, ସୋମବଂଶୀ କେଶରୀରାଜା କର୍ଣ୍ଣଦେବଙ୍କ ଅଧିନସ୍ଥ ଭଞ୍ଜ ସାମନ୍ତ ରାଜାଙ୍କ ସହିତ ଆଳୀୟ ଖଣ୍ଡାୟତ କୁଳର ସୁଯୋଗ୍ୟ ସନ୍ତାନ ଇଷ୍ଟଦେବୀ ଖମ୍ବେଶ୍ଵରୀଙ୍କ ନିକଟରେ ସାଧନା କରି ସିଦ୍ଧି ଲାଭର ସ୍ଵପ୍ନ ଦେଖିନଥିବ କିଏ କହିବ ? ତନ୍ତ୍ର ଶାସ୍ତ୍ର ବର୍ଣ୍ଣିତ ଷଟକର୍ମ ଯଥା:- ମୋହନ, ବଶୀକରଣ, ଉଚ୍ଚାଟନ, ସ୍ତମ୍ଭନ, ବିଦ୍ଵେଷଣ, ମାରଣ ଆଦି କର୍ମ ଦ୍ଵାରା ଶତୃକୁ ପାରାଭୂତ କରି ବିଜୟଲାଭ "ମାତୃକୃପାହିଁ କେବଳଂ" ବୋଲି ସ୍ଥିର ନିଶ୍ଚିତ ହୋଇଥିବା ଅସମ୍ଭବ ନୁହେଁ ଏଥିପାଇଁ ରାଜ ପୃଷ୍ଠପୋଷକତାର ଅଭାବ ନଥିଲା ଭୂମିରେ ପାଦ ଦେଲା ମତ୍ରେ ଶତୃ କିଂ କର୍ତ୍ତବ୍ୟ ବିମୂଢ ହୋଇ ଯାଉଥିଲା

ଜୀବନ ନାଟିକାକୁ ସ୍ତମ୍ଭୀଭୂତ କରାଇ ବିଜୟର ବୈଜୟନ୍ତି ଉଡାଇବା ସ୍ଵପ୍ନ ' ଅଞ୍ଚଳର ରାଜନ୍ୟ ମଣ୍ଡଳୀ ସହ ଆଳୀୟ ଖଣ୍ଡାୟତ ପାଇକ କୁଳ ନିଜର ଇଷ୍ଟଦେବୀ ରୂପେ ମା' ଖମ୍ବେଶ୍ଵରୀଙ୍କ ଆରାଧନା କରି ଅବଶ୍ୟ ଗାଇଥିବେ:-

"ବିବାଦେ, ବିଷାଦେ, ପ୍ରମାଦେ, ପ୍ରବାସେ
ଜଳେ ଚାନଳେ, ପର୍ବତେ ଶତୃମଧ୍ୟେ
ଅରଣ୍ୟେ ଶରଣ୍ୟେ ସଦାମାଂ ପ୍ରପାହି
ଗତିସ୍ତ୍ଵଂ, ଗତିସ୍ତ୍ଵଂ ତ୍ଵମେକାଭବାନୀ "
(ଆଦି ଶଙ୍କରାଚାର୍ଯ୍ୟ)

ଏହି ଅମାପ ମାତୃକୃପା ବଳରେ ଏକଦା ଅଞ୍ଚଳ ନିଜର ସ୍ଵତନ୍ତ୍ରତା ବହୁ କାଳ ରକ୍ଷା କରିପାରି ଥିଲା ଖଣ୍ଡାୟତ ପୁଅ ତା' ଶକ୍ତି ସାମର୍ଥ୍ୟରେ ସେ ଗଢିଥିଲା କେତେ ରାଜ୍ୟ ସାମ୍ରାଜ୍ୟ, ଖଣ୍ଡାୟତର ଗୌରବ ଗରିମାଭରା ଅତୀତ ଆଜି ପ୍ରାୟ ଅବଲୁପ୍ତ, ଖଣ୍ଡାୟତର ଶାଣିତ ଖଡ୍ଗଟି ପଡିରହିଛି କେବଳ ଗୌରବମୟ ଅତୀତର ସ୍ମୃତିରୂପରେ ଯୁଦ୍ଧ ବିଗ୍ରହ ନଥିବା କାଳରେ ଏମାନେ କୃଷି ନିର୍ଭର ହୋଇ ଉଠିଥିଲେ କୃଷି, ବାଣିଜ୍ୟ ଏମାଙ୍କ ମୁଖ୍ୟ କାର୍ଯ୍ୟ ହେଲେ ହେଁ ଇଷ୍ଟଦେବୀ ମା' ଖମ୍ବେଶ୍ଵରୀଙ୍କ ଅପାର କରୁଣାରୁ ଶିକ୍ଷା, ସଂସ୍କୃତି ରାଜନୀତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ ପୂର୍ବକ ସମାଜ ସଙ୍ଗଠନରେ ନିଜକୁ ନିୟୋଜିତ କରି ଆଳୀୟ ଖଣ୍ଡାୟତ ଜାତିକୁ ମାର୍ଗ ପ୍ରଦର୍ଶନ କରିଛନ୍ତି

ମନ୍ଦିର ପ୍ରତିଷ୍ଠା ନିର୍ମାଣ:
ରେଶମ ସହର ବ୍ରହ୍ମପୁର ଉପକଣ୍ଠସ୍ଥ ନିମଖଣ୍ଡି ଗ୍ରାମ ନିବାସୀ ତଥା ଆସିକାର ତତ୍କାଳୀନ ଚିନି କାରଖାନାର ପରିଚାଳନା ସତ୍ତ୍ଵାଧିକାରୀ ପରମାନନ୍ଦ ସାହୁଙ୍କ ବଂଶଜ ଦାମୋଦର ସାହୁଙ୍କ ଦ୍ଵାରା ମା' ଖମ୍ବେଶ୍ଵରୀଙ୍କ ବର୍ତ୍ତମାନର ମନ୍ଦିରଟି ୧୩୩୯ ଖ୍ରୀ: : ରେ ନିର୍ମିତ ହୋଇଥିଲା

ମନ୍ଦିର ବର୍ଣ୍ଣନା:
ଦେବୀ ଖମ୍ବେଶ୍ଵରୀଙ୍କ ମନୋଜ୍ଞ ମନ୍ଦିରଟି ପଥର, ଇଟା ସିମେଣ୍ଟରେ ନିର୍ମିତ ଏକ ପୀଢ ଦେଉଳ ଏହି ମନ୍ଦିରର ଉଚ୍ଚତା ପ୍ରାୟ ୨୦ ଫୁଟ ବିଶିଷ୍ଟ ଏହି ମନ୍ଦିରର ଚତୁଃପାର୍ଶ୍ଵ ବିଭିନ୍ନ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ମନ୍ଦିର ବେଢାର ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ଦ୍ଵାର ପାଳକ ଦ୍ଵୟ ଦୁଇ ଗୋଟି ସିଂହ ମୂର୍ତ୍ତି ଦଣ୍ଡାୟମାନ ଉକ୍ତ ଦ୍ଵାରବନ୍ଧର ଉର୍ଦ୍ଧ୍ଵରେ ଦୁଇ ଗୋଟି ସୁନ୍ଦର ମୟୁର ଚିତ୍ର, ମଧ୍ୟ ଭାଗର ବାମ ଡାହାଣ କଡରେ ଭଗବାନଙ୍କ ଦଶ ଅବତାର ଏବଂ ନବଗ୍ରହ ମୂର୍ତ୍ତି ବିରାଜମାନ ମନ୍ଦିର ଅନ୍ତଃ ପ୍ରଦେଶର ବାମ ଡାହାଣ ପାଖରେ ମାର୍ବଲ୍ ଚିତ୍ରିତ ଦେବୀ ଦୁର୍ଗା ବିଘ୍ନ ବିନାଶକାରୀ ବିନାୟକଙ୍କ ବିଗ୍ରହ ପରିଶୋଭିତ ଦେବୀଙ୍କ ମନ୍ଦିର ବେଢା ପ୍ରବେଶ ପଥର ବାମ କଡରେ ଦୁଇଟି ବଖରା ଏବଂ ଡାହାଣ କଡରେ ଗୋଟିଏ ବଖରା ଗୃହ ରହିଅଛି ଏହି ଗୃହ ଦୁଇଟି ଭଣ୍ଡାର ଗୃହ ଭକ୍ତ ପୂଜକ ମାନଙ୍କ ବିଶ୍ରାମାଗାର ତଥା କାର୍ଯ୍ୟାଳୟ ରୂପେ ବ୍ୟବହୃତ ଏତଦ୍ ବ୍ୟତୀତ ମନ୍ଦିର ବେଢାର ମଧ୍ୟ ଭାଗରେ ମା' ଖମ୍ବେଶ୍ଵରୀଙ୍କ ମର୍ବଲ୍ ପଥରରେ ନିର୍ମିତ ମୁଖ୍ୟ ମନ୍ଦିର, ପାକ (ରୋଷେଇ) ଗୃହ, କୂପ (କୂଅ) ଏବଂ ଦେବୀ ଖମ୍ବେଶ୍ଵରୀଙ୍କ ମନ୍ଦିର ରହିଅଛି ମନ୍ଦିର ପୂଜକ ଭକ୍ତ ମାନଙ୍କ ମତରେ ସେହି ସ୍ତମ୍ଭଟି ମା' ଖମ୍ବେଶ୍ଵରୀଙ୍କ ମନ୍ଦିର ସ୍ଥାପନ କାଳରୁ ରହିଅଛି ଉକ୍ତ ସ୍ତମ୍ଭ ନିକଟରେ ଦଶହରା ଦିନ ଦେବୀଙ୍କ ଉଦ୍ଦେଶ୍ୟରେ ପୂର୍ବେ ବଳି ଦିଆଯାଉଥିଲା

ମା' ଖମ୍ବେଶ୍ଵରୀଙ୍କ ଆସ୍ଥାନ ମନ୍ଦିର ମଧ୍ୟସ୍ଥ ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ଗଙ୍ଗା, ଯମୁନା, ବ୍ୟାଘ୍ର, ବରାହୀ ମୂର୍ତ୍ତି ଏବଂ ଦ୍ଵାରର ଉପର ଭାଗରେ ଲକ୍ଷ୍ମୀ, ବିମଳାଙ୍କ ମୂର୍ତ୍ତି ବେଶ ରମଣୀୟ ଦେଖାଯାଉଛି ମନ୍ଦିରର ମଧ୍ୟ ଭାଗକୁ ପ୍ରବେଶକଲେ ପାଷାଣ ନିର୍ମିତ ଦେବୀ ଖମ୍ବେଶ୍ଵରୀଙ୍କ ସୁନ୍ଦର ବିଗ୍ରହ ଦେଖାଯାଏ ଉକ୍ତ ବିଗ୍ରହଟି ବନଦୁର୍ଗାଙ୍କ ଯନ୍ତ୍ର ଉପରେ ସୁପ୍ରତିଷ୍ଠିତ ଦେବୀଙ୍କ ଦକ୍ଷିଣ ବାମ କଡରେ ପିତଳ ନିର୍ମିତ ମଙ୍ଗଳା, ପାଷାଣରେ ନିର୍ମିତ ଶ୍ରୀଗଣେଶ, ଦୁର୍ଗା, ମା' ଖମ୍ବେଶ୍ଵରୀଙ୍କ ବିଜୟ ପ୍ରତିମା ଏବଂ ଅନ୍ୟ କେତେକ ପଥର ମୂର୍ତ୍ତି ବିଧି ବିଧାନ ଅନୁଯାୟୀ ପୂଜା ପାଆନ୍ତି ମନ୍ଦିର ବାହାର ପାର୍ଶ୍ଵରେ ଥିବା କନ୍ଥରେ କାତ୍ୟାୟନୀ, ଦୁର୍ଗା, ଅଗ୍ରପୂଜ୍ୟ ଗଣନାଥ, କାଳରାତ୍ରୀ, ସଙ୍କଟ ମୋଚନ ବୀର ହନୁମାନ ପ୍ରଭୃତିଙ୍କ ସୁନ୍ଦର ମୁର୍ତ୍ତି ଗୁଡିକ ମନ୍ଦିର ଶୋଭାକୁ ପରିବର୍ଦ୍ଧିତ କରୁଛନ୍ତି

ମା' ଖମ୍ବେଶ୍ଵରୀଙ୍କ ଆସ୍ଥାନ ମନ୍ଦିର ମଧ୍ୟସ୍ଥ ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ଗଙ୍ଗା, ଯମୁନା, ବ୍ୟାଘ୍ର, ବରାହୀ ମୂର୍ତ୍ତି ଏବଂ ଦ୍ଵାରର ଉପର ଭାଗରେ ଲକ୍ଷ୍ମୀ, ବିମଳାଙ୍କ ମୂର୍ତ୍ତି ବେଶ ରମଣୀୟ ଦେଖାଯାଉଛି ମନ୍ଦିରର ମଧ୍ୟ ଭାଗକୁ ପ୍ରବେଶକଲେ ପାଷାଣ ନିର୍ମିତ ଦେବୀ ଖମ୍ବେଶ୍ଵରୀଙ୍କ ସୁନ୍ଦର ବିଗ୍ରହ ଦେଖାଯାଏ ଉକ୍ତ ବିଗ୍ରହଟି ବନଦୁର୍ଗାଙ୍କ ଯନ୍ତ୍ର ଉପରେ ସୁପ୍ରତିଷ୍ଠିତ ଦେବୀଙ୍କ ଦକ୍ଷିଣ ବାମ କଡରେ ପିତଳ ନିର୍ମିତ ମଙ୍ଗଳା, ପାଷାଣରେ ନିର୍ମିତ ଶ୍ରୀଗଣେଶ, ଦୁର୍ଗା, ମା' ଖମ୍ବେଶ୍ଵରୀଙ୍କ ବିଜୟ ପ୍ରତିମା ଏବଂ ଅନ୍ୟ କେତେକ ପଥର ମୂର୍ତ୍ତି ବିଧି ବିଧାନ ଅନୁଯାୟୀ ପୂଜା ପାଆନ୍ତି ମନ୍ଦିର ବାହାର ପାର୍ଶ୍ଵରେ ଥିବା କନ୍ଥରେ କାତ୍ୟାୟନୀ, ଦୁର୍ଗା, ଅଗ୍ରପୂଜ୍ୟ ଗଣନାଥ, କାଳରାତ୍ରୀ, ସଙ୍କଟ ମୋଚନ ବୀର ହନୁମାନ ପ୍ରଭୃତିଙ୍କ ସୁନ୍ଦର ମୁର୍ତ୍ତି ଗୁଡିକ ମନ୍ଦିର ଶୋଭାକୁ ପରିବର୍ଦ୍ଧିତ କରୁଛନ୍ତି ମା' ଖମ୍ବେଶ୍ଵରୀଙ୍କ ବିଗ୍ରହ ଅତ୍ୟନ୍ତ ଚିତ୍ତାକର୍ଷକ, ତାହାଙ୍କ ବିଗ୍ରହଟି ଶରୀର ବିହୀନ ବର୍ତ୍ତୁଳାକାର ପାଷାଣ (ପ୍ରସ୍ତର) ସ୍ତମ୍ଭ ସଦୃଶ ଏହି ପାଷାଣ ଉପର ଭାଗରେ ଲାଲବର୍ଣ୍ଣର ଅଠାଳିଆ ସିନ୍ଦୁର ବିଲେପନ ପୂର୍ବକ ମା'ଙ୍କ ମୁଖମଣ୍ଡଳ ତିଆରି କରାଯାଇଛି ମା'ଙ୍କ ଗୋଲକାର ମୁଖମୁଣ୍ଡଳରେ ସୁନ୍ଦର ନାସିକାଟି ବେଶ୍ ଶୋଭାବର୍ଦ୍ଧନ କରୁଛି ମା' ଖମ୍ବେଶ୍ଵରୀ ହେଉଛନ୍ତି କଜ୍ଜ୍ଵଳ ଚର୍ଚ୍ଚିତ ତ୍ରିନେତ୍ର ଧାରିଣୀ, ମା'ଙ୍କ ଚକ୍ଷ୍ୟୁ, ଭ୍ରୁଲତା, ପ୍ରଲମ୍ବିତ ଜିହ୍ଵା ଦନ୍ତପନ୍ତି ରୂପାରେ ନିର୍ମିତ ମା'ଙ୍କ ମସ୍ତକରେ କିରୀଟୀ, ଉନ୍ନତ ନାସିକାରେ ସଂଯୁକ୍ତ ନୋଥ, ଗୁଣା ଆଦି ନାସାଳଙ୍କାର ଦୀପ୍ତ ମୁଖମଣ୍ଡଳର ଶୋଭାକୁ ଦ୍ଵିଗୁଣିତ କରିଦେଉଛି ଏତଦବ୍ୟତୀତ ମା'ଙ୍କ ଗଳାପ୍ରଦେଶରେ ପଥର ଖଚିତ ରୌପ୍ୟମାଳା ଅତ୍ୟନ୍ତ ସୁନ୍ଦର ଦେଖାଦେଉଛି ବିଭିନ୍ନ ପର୍ବପର୍ବାଣୀରେ ପିତ୍ତଳ ନିର୍ମିତ୍ତ ହସ୍ତ ପାଦ ଲଗାଇ ମା' ଖମ୍ବେଶ୍ଵରୀଙ୍କୁ ଚତ୍ତୁର୍ଭୁଜା ଦେବୀରୂପେ ପୂଜାର୍ଚ୍ଚନା କରାଯାଏ ମା'ଙ୍କ ହସ୍ତରେ ଆୟୁଧ ରୂପେ ବିରାଜମାନ କରୂଛି ଗଦା,ତ୍ରିଶୁଳ ପ୍ରସ୍ଫୁଟିତ ପଦ୍ମ ଇତ୍ୟବସରରେ ଆଡମ୍ବରପୂର୍ଣ ମୂଲ୍ୟବାନ ପାଟବସ୍ତ୍ର ବିଭିନ୍ନ ଅଳଙ୍କାର ଦ୍ଵାରା ମା'ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଏ ଏପରି ଭାବେ ଦେବୀ ଖମ୍ବେଶ୍ଵରୀ ଏକ ସାକାର ହିନ୍ଦୁ ବିଗ୍ରହରେ ପରିଣତ ହୋଇ ପ୍ରତ୍ୟହ ବନଦୁର୍ଗା ମନ୍ତ୍ରରେ ବିଭିନ୍ନ ଉପଚାର ମାଧ୍ୟମରେ ଶାକ୍ତଦେବୀ (ମାତୃଦେବୀ) ରୂପେ ଭକ୍ତ-ପୂଜକଙ୍କ ଦ୍ଵାରା ପୂଜାପାଇ ଆସୁଛନ୍ତି
  
କିମ୍ବଦନ୍ତୀ :
ମା'ଖମ୍ବେଶ୍ଵରୀଙ୍କ ଆବିର୍ଭାବ ସମ୍ପର୍କରେ ବିଭିନ୍ନ କିମ୍ବଦନ୍ତି ରହିଛି ତନ୍ମଧ୍ୟରୁ ଗୋଟିଏ ହେଲା - ଏକଦା ସୁପଣ୍ୟ ଋଷିକୁଲ୍ୟା ସରିତ (ନଦୀ) ତୀର ବର୍ତ୍ତୀ ଏକ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଖମ୍ବମୁନି ନାମଧାରୀ ଜନୈକ ବୃଦ୍ଧ ଋଷିଙ୍କ ଆଶ୍ରମରେ ଦେବୀ ଖମ୍ବେଶ୍ଵରୀ କନ୍ୟା ରୂପରେ ରହି ପୂଜା ପାଉଥିଲେ; କିନ୍ତୁ ଏହି ଖବର ସର୍ବ ସାଧାରଣ ଜନତା ଜାଣିବା ପରେ ଦେବୀ ଉଗ୍ରହୋଇ ତାଣ୍ଡବ ଲୀଳା ସୃଷ୍ଟି କଲେ ଖଣ୍ଡ ଖଣ୍ଡ ହୋଇ କଟିଯାଇଥିବା ଗୋଟିଏ କୋମଳ ଶିଶୁକୁ ସ୍ଵହସ୍ତରେ ଧାରଣକରି ଉଗ୍ର ରୂପରେ ଖମ୍ବମୁନିଙ୍କୁ ଡରାଇବାରୁ ଖମ୍ବମୁନି କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଏକ ଶକ୍ତ ଚପେଟଘାତ (ଚାପୁଡା) କଲେ ଦ୍ଵାରା ଦେବୀଙ୍କ ମୁଖ ଗୋଟିଏ ପଟକୁ ଘୁରିଗଲା ଇତ୍ୟବସରରେ ଦେବୀଙ୍କ କଣ୍ଠରୁ ଘୋଷଣା ହେଲା- "ଆଜିଠାରୁ ତାଙ୍କର ବାଲ୍ୟ ଲୀଳା ଛଦ୍ମବେଶର ପରିସମାପ୍ତି ହେବ ଅବିଳମ୍ବେ ତାଙ୍କ ପାଳିତ ପିତା ଖମ୍ବମୁନିଙ୍କ ମହାପ୍ରୟାଣ ଘଟିବ ଏବଂ ତାଙ୍କୁ ସେହି ଅରଣ୍ୟ ବାସୀ ଅଣାଆଚର୍ଯ୍ୟ ଜାତିର ଲୋକମାନେ ପୂଜାକରିବେ " ସେହି ଦିନ ଠାରୁ ଜନୈକ କନ୍ଧରାଜା ପ୍ରତିଦିନ ଆଠଗୋଟି ଖଡିସିଂଙ୍କ ଭକ୍ତିପୂତ ଭାବେ ପୂଜା କରୁଥିଲେ ତନ୍ମଧ୍ୟରୁ ଦାରୁମୟୀ ଖମ୍ବେଶ୍ଵରୀ ଅନ୍ୟତମ ଶକ୍ତିଦେବୀ

ଦୈନନ୍ଦିନ ନୀତି :
ସଂପ୍ରତି ଆସିକା ସହରର ଖମ୍ବେଶ୍ଵରୀ ମନ୍ଦିରସ୍ଥ ଗର୍ଭ ଗୃହରେ ଦେବୀ ପାଷାଣ ସ୍ତମ୍ଭ ରୂପରେ ପାରମ୍ପରିକ ରୀତିରେ ସେବକମାନଙ୍କ ଦ୍ଵାରା ପୂଜା ପାଉଛନ୍ତି ପ୍ରାତଃ କାଳରୁ ମା' ଖମ୍ବେଶ୍ଵରୀଙ୍କୁ ପବିତ୍ର ଜଳରେ ମନ୍ତ୍ର ପୂତ ଉତ୍ସବରେ ସ୍ନାନ କରାଯାଏ ମା'ଙ୍କ ପୂଜାର୍ଚ୍ଚନାବିଧି ଠିକ୍ ସକାଳ ପାଞ୍ଚ () ଘଣ୍ଟା ଠାରୁ ଆରମ୍ଭ ହୋଇ ରାତ୍ର ନଅ () ଘଣ୍ଟ ସମୟ ମଧ୍ୟରେ ପରିସମାପ୍ତି ହୁଏ ମା'ଙ୍କ ଦୈନନ୍ଦିନ ବାଳଭୋଗ ସମୟରେ ବିଭିନ୍ନ ପ୍ରକାର ସ୍ଵାଦୁଯୁକ୍ତ ମଧୁର ଫଳ, ମଧ୍ୟାନ ସମୟେ ମିଠା ଖେଚୁଡି, ଡାଲି, ତର୍କାରୀ, ଖଟା ଇତ୍ୟାଦି ଭୋଗ ହୁଏ ରାତ୍ର ପହୁଡ ବେଳେ ଅନ୍ନ ଭୋଗ ହୁଏ ଏହି ସମୟରେ ମା'ଙ୍କ ଦ୍ଵାରକୁ ବନ୍ଦ କରାଯାଏ ବିଭିନ୍ନ ପର୍ବପର୍ବାଣୀ ସମୟେ ଦେବୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନାର ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ

ପର୍ବପର୍ବାଣୀ :
ମା' ଖମ୍ବେଶ୍ଵରୀଙ୍କ ପବିତ୍ର ପୀଠରେ ୧୨ ମାସରେ ୧୨ ଗୋଟି ସଂକ୍ରାତି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୂଣ୍ୟ ତିଥିମାନଙ୍କରେ ମା'ଙ୍କ ପୂଜାବିଧି ସମାରୋହରେ ପାଳିତ ହୁଏ ଆଶ୍ଵିନ ମାସରେ ଅନୁଷ୍ଠିତ ଦେବୀଙ୍କ ନବରାତ୍ର ଷୋଢଶ ଦିନାତ୍ମକ ଶାରଦୀୟ ପୂଜା ବିସ୍ତାର ଲାଭ କରିଥାଏ ଏହାକୁ ଲକ୍ଷ୍ୟ କରି କୁହାଯାଇଥାଏ
"ବାସନ୍ତି ପୂଜାର ଗହଳ ଚହଳ ମୁଖରିତ ହୁଏ ଏହି ପୀଠ ସ୍ଥଳ "

ଲୋକ ବିଶ୍ଵାସ :
ପ୍ରତି ବର୍ଷ ଚୈତ୍ର ମାସର ସମସ୍ତ ମଙ୍ଗଳବାରରେ  ମହାମାୟୀ ଇଷ୍ଟଦେବୀ ଖମ୍ବେଶ୍ଵରୀଙ୍କ ଯାତ୍ରା ଉତ୍ସବ ଧୁମଧାମରେ ହୁଏ ଏହି ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା ଏବଂ ତା' ପାର୍ଶ୍ଵବର୍ତ୍ତୀ ଓଡିଶାର ବିଛ୍ଛିନ୍ନା ଅଞ୍ଚଳରୁ ଆଗତ ଭକ୍ତଗଣ ନିଜ ନିଜର ଶହଣିକ, ମାନସିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଦେବୀଙ୍କ ପୀଠରେ ଉପସ୍ଥିତ ହୁଅନ୍ତି ମାନସିକ ପୂଜା ଦେବୀଙ୍କୁ ସମର୍ପଣ କରି ପ୍ରସାଦ ସେବନ କରନ୍ତି ଲୋକ ମାନଙ୍କ ମାନସିକ ପୂର୍ଣ୍ଣ ପରେ ନିଜ ଶିଶୁ ମାନଙ୍କୁ ଲଣ୍ଡା (କେଶକର୍ତ୍ତନ) କରି ସେମାନଙ୍କ ପ୍ରଥମ ବାଳ ଦେବୀଙ୍କ ପରିସରର ନିର୍ଦ୍ଧାରିତ ସ୍ଥାନରେ ପକାଇ କରୁଣାମୟୀ ମା'ଙ୍କୁ ପ୍ରଣାମ କରି ପୁଣି ମାନସିକ କରି ଦୃଢ ବିଶ୍ଵାସର ସହ ଗୃହକୁ ଫେରନ୍ତି

ନଗର ପରିକ୍ରମା:
ପ୍ରତ୍ୟେକ ବର୍ଷ ପାରମ୍ପରିକ ରୀତିରେ ଚୈତ୍ର ମାସରେ ମହାମାୟୀ ଦେବୀ ଖମ୍ବେଶ୍ଵରୀଙ୍କ ଯାତ୍ରା ଉତ୍ସବ ନଗର ପରିକ୍ରମା ମହା ଆଡମ୍ବର ସହକାରେ ପାଳିତ ହୁଏ ଏହି ପବିତ୍ର ଯାତ୍ରା ମା' ଖମ୍ନେଶ୍ଵରୀଙ୍କ ମନ୍ଦିର ସଂଲଗ୍ନାଦି ଅଞ୍ଚଳ, ଆସିକା ଖମ୍ବେଶ୍ଵରୀ ପାଟଣା ସରହଦ ଠାରୁ ହାଟପଦା ଯାଏଁ, ଟାଉନହଲ ରାଜ ରାସ୍ତାଠାରୁ ଏହି ସହରର ମାଳିସାହି, କୁମ୍ଭାର ସାହି ମଧ୍ୟ ଦେଇ ହରିହର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଲୋକାରଣ୍ୟ ତଥା ଭକ୍ତ ସେବକଙ୍କ ଭିଡ ମଧ୍ୟରେ ସମାପନ ହୁଏ

ଉପସଂହାର :
ଏତିକି କହିଲେ ଯଥେଷ୍ଠ ହେବ ଯେ, ମା' ଖମ୍ବେଶ୍ଵରୀ- ଆଦିବାସୀଙ୍କ ସ୍ତମ୍ଭ ଉପାସନାରୁ ବା ବୈଦିକ ଯୁଗର ଯୂବା ଉପାସନାରୁ କିମ୍ବା ଖମ୍ବ ମୁନିଙ୍କ ପାଳିତ କନ୍ୟାରୁ ସୃଷ୍ଟି ହୋଇଥିଲେ ହେଁ - ସେ ହେଉଛନ୍ତି ଆସିକା ଅଞ୍ଚଳବାସୀ ଏବଂ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଇଷ୍ଟଦେବୀ ଦକ୍ଷିଣ ଓଡିଶାର ଆରାଧ୍ୟ ଦେବୀ ମା' ଖମ୍ବେଶ୍ଵରୀ ଶକ୍ତି ସ୍ଵରୂପିଣୀ ଇଷ୍ଟଦେବୀ ଅଟନ୍ତି ତାଙ୍କର ମହିମା ସର୍ବତ୍ର ପ୍ରକଟିତ ମା'ଙ୍କୁ ଭକ୍ତିପୂତ ଭାବେ ପୂଜା କଲେ ଆସୁରି ପ୍ରବୃତ୍ତି ଗୁଡିକର ବିନାଶ, ଦୈବୀପ୍ରବୃତ୍ତି ଗୁଡିକର ସମାବେଶ ଏବଂ ପରମ ଉଚ୍ଚ ଜ୍ଞାନର ସମୁପଲବ୍ଧ ହୋଇଥାଏ ପରିଶେଷରେ ଏହି ମାନବ ଜନ୍ମର ସଫଳତା ମୋକ୍ଷ ପ୍ରାପ୍ତି ପାଇଁ ମୁକ୍ତି ପ୍ରଦାୟିନୀ ଇଷ୍ଟଦେବୀ ମା'ଖମ୍ବେଶ୍ଵରୀଙ୍କ ଶ୍ରୀଚରଣ କମଳରେ ମୋର ବିନମ୍ର ପ୍ରଥନା

"ଯା ଦେବୀ ସର୍ବ ଭୁତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ "