ଓଡିଆ ଲେଖକ, କବି, କଥାକାର, ବକ୍ତା ଏବଂ ସମାଲୋଚକ. ଦାନ ଆମ୍ବଠା, ବ୍ରହ୍ମପୁର, ଓଡିଶା, ଭାରତ. ORIYA WRITER, POET, ORATOR AND CRITIQUE. DANAMBATHA, BERHAMPUR, ODISHA, INDIA.
Dr. HARI KRISHNA NAYAK
ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ, ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|
(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.
He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)
ଆଦିତ୍ୟ ପ୍ରତାପ ନାୟକ
Monday, August 29, 2011
Nice Girl...
A Poem for You!
Whenever and wherever
you walk with me-
I makes wonder.
Either ask to the Moon or ask to the Sun
Ask to the breeze or ask to my hormone.
Ask to all those elements, which have I touched...
They will say result with the entire pros & cons.
Once in a while, I fall short of time
when I find hard to find you in my line.
I forget everything and do all wrong.
At the peak of frustration...
everything gets solved, when I chant your name.
Believe me, you are there always in my heart
I cannot stay without you, but can stay a breath apart.
I visualize your memories and inhale your words.
Without you I cannot measure, my life becomes what?
Hence, a request... don’t go away but stay in me always
I wonder, my life without you will be in a mess.
Pay the loyalty and make my environment green
lay your love on me, no matter... what is the case.
Monday, August 15, 2011
।...ଭଞ୍ଜ କବି...।
ସାଧନା ପୀଠ ଗଞ୍ଜାମ,
ପୁରାତନ କାଳୁ ରହିଅଛି ଖ୍ୟାତି
ଓଡିଶାରେ ସେ ସୁନାମ ।।୧।।
ଗଞ୍ଜାମର ଗ୍ରାମାଞ୍ଚଳ,
ପରମ୍ପରାଗତ ଗୀତ ନାଚ ବାଦ୍ୟ
ଜାଣେ ଗଞ୍ଜାମୀ କେବଳ ।।୨।।
ରାଜା ଓ ପଣ୍ଡିତ ଗଣ,
ନାନାବିଧ କାବ୍ୟ ସଙ୍ଗୀତ ପୁରାଣ
ରଚିଲେ ଉଭୟ ଜନ ।।୩।।
ସ୍ଵକୀୟ ସାଧନା ବଳେ,
ଲେଖନୀ ମାଧ୍ୟମେ ଓଡିଆ ଭାଷାକୁ
ବଞ୍ଚାଇଲେ ସେ ଉତ୍କଳେ ।।୪।।
ତାଙ୍କର ଜ୍ୟେଷ୍ଠ ନନ୍ଦନ,
ଉତ୍କଳ ସାହିତ୍ୟେ ସୁଧା ରସ ଢାଳି
ସରସ କରିଲେ ଜାଣ ।।୫।।
କବିତ୍ଵ ତବ ଉଦିତ,
ଅଳଙ୍କାର ରୂପୀ ସାଗର ମନ୍ଥନେ
ସୃଜିଲ କବ୍ୟ ଅମୃତ ।।୬।।
କୃଷ୍ଣ କଥା ଆଧାରିତ,
'ବ' ଅକ୍ଷରେ 'ବଇ- ଦେହୀଶ ବିଳାସେ'
ରାମ ମହିମା ବର୍ଣ୍ନିତ ।।୭।।
ଯେ 'ସୁଭଦ୍ରା ପରିଣୟ',
ମନୋଜ୍ଞ ଭାଷାକୁ ଖଞ୍ଜିଣ ସେଥିରେ
ଦେଲ ବିଜ୍ଞ ପରିଚୟ ।।୮।।
'ଲାବଣ୍ୟବତୀ' ପ୍ରଧାନ,
ସର୍ବଶ୍ରେଷ୍ଠ ଅଟେ 'ପ୍ରେମସୁଧାନିଧି'
'ରସପଞ୍ଚକ' ମହାନ୍ ।।୯।।
'ସୁବର୍ଣ୍ନ ରେଖା'ଟି ଜାଣ,
'କୋଟି ବ୍ରହ୍ମାଣ୍ଡ ସୁ- ନ୍ଦରୀ' କାବ୍ୟ ମଧ୍ୟେ
ହୋଇଛି ପ୍ରେମ ବର୍ଣ୍ନନ ।।୧୦।।
କବିତ୍ଵର ଗନ୍ତାଘର',
'ଛାନ୍ଦ ଭୂଷଣ'ରେ ରହିଛି ଉଲ୍ଲେଖ
ରାଧା ପ୍ରଣୟ ବେଭାର ।।୧୧।।
'ରସିକ ହାରାବଳୀରେ',
'ଚିତ୍ରକାବ୍ୟ ବନ୍ଧୋ- ଦୟ' ତହୁ` ଶ୍ରେଷ୍ଠ
ସର୍ବ କାବ୍ୟାଦି ମଧ୍ୟରେ ।।୧୨।।
କାବ୍ୟରେ ବଳାଇ ମନ
କାବ୍ୟ କୋଣାରକ ନିର୍ମାଣ କରିଲ
ବଢାଇ ଜାତିର ମାନ ।।୧୩।।
କବି ସମ୍ରାଟ ହୋଇଲ,
ଅର୍ଦ୍ଧଶତ ଗ୍ରନ୍ଥ ରଚି ଓଡିଆରେ
ଗଞ୍ଜାମ ଟେକ ରଖିଲ ।।୧୪।।
ସବୁଠାରେ ତା' ଆଦର,
ବାଟେ ଘାଟେ ଆଜି ଗାଉଛି ପଥିକ
ପଣ୍ଡିତ ଗାଏ ସଭାର ।।୧୫।।
ବାରଙ୍ଗନା ନୃତ୍ୟ କାଳେ,
ଦୁର୍ଲଭ କବିତା ରଚନା କରିଣ
ଶ୍ରେଷ୍ଠ ତୁମେ କବି କୁଳେ ।।୧୬।।
ତୁମେ କବି କୁଳ ଚନ୍ଦ୍ର,
ଗଗନ ମଣ୍ଡଳେ କୋଟିକୋଟି ତାରା
ମଧ୍ୟେ ଶୁଭ୍ର ଯେହ୍ନେ ଚନ୍ଦ୍ର ।।୧୭।।
ବୀଣାପାଣିଙ୍କ ନନ୍ଦନ,
ଥିବେ ଯେତେଦିନ ନଭେ ସୂର୍ଯ୍ୟ ଚନ୍ଦ୍ର
ତୁମରି ଯଶ ଅମ୍ଳାନ ।।୧୮।।
ତବ ନାମ ବାର ବାର,
ଭକ୍ତି ଅର୍ଘ୍ୟ ଆମ୍ଭ କରନ୍ତୁ ଗ୍ରହଣ
ନମୁଛୁ ତବ ପୟର ।।୧୯।।
ଦିଅହେ ଶୁଭ ଆଶିଷ,
ଲଭି ତାହା ଆମ୍ଭେ ହୋଇବୁ ମହାନ୍
ଗାଇବୁ ତୁମ୍ଭର ଯଶ ।।୨୦।।
Saturday, August 13, 2011
Whom Shall I Adore!
A harsh from an outsider
and a bunch of difficulties from the nature.
I am in confusion...
Whom shall I leave-
and whom shall I adore!
Nature is wonderful, but not reliance though
my hopes at you also looking very low.
Thinking the things by calculating imagination wings-
walking... by keeping my heart on your toe.
Why have I lost my control over my heart?
Why there is increasing distance in nature and my carts?
I always love to lose me in nature’s lap...
Who have changed my P.O.Box and also my dart?
Okay... let me feel and take a decision.
Not in a hurry but in a true obsession.
Never mind on my coming life...
No need for any request and confession.
My demand is less and objection is nowhere.
Neither I will quiet, nor going to share.
Letting my chances on outsider and nature.
I will be happy with one, because...
to both I do adore.
|ତ୍ଵୟା ହୃଷୀକେଶ ହୃଦି ସ୍ଥିତେନ|
ନଜାନାମିକର୍ମଂ ନଚବାନିବୃତ୍ତି
ତ୍ଵୟା ହୃଷୀକେଶ ହୃଦି ସ୍ଥିତେନ
ଯଥାନିଯୁକ୍ତିସ୍ମି ତଥା କରୋମି-]
ଇନ୍ଦ୍ରିୟର ଅଧିକର୍ତ୍ତା ଆହେ ଜଗଦୀଶ।
ମୋହନ ବଂଶୀ ବଜାଇ ଉଚ୍ଚାଟ ସ୍ଵରରେ
ପ୍ରେମରେ ଆପ୍ଳୁତ କଲ ଏ ଦୁନିଆଁ ପାରା।
ଧର୍ମ ସଂସ୍ଥାପନ ପାଇଁ ସାଜିଲ ସାରଥି,
ମାନବ ଜାତିର କଲ୍ୟାଣ ଲାଗି
ବାଣ୍ଟିଦେଲ ମହାଜ୍ଞାନ ଆହେ ଜ୍ଞାନ ଯୋଗୀ!
ଧରାଧାମେ ଅଛ ଅବତରୀ
ନିରଳସ ସୁକୁମାର
ଦେବ ରୂପ ଧରି,
ଜ୍ଞାନର ସାଗର ତୁମେ
ଭାବର କାଣ୍ଡାରୀ,
କରୁଣାର ଅବତାର
ପ୍ରେମର ପୂଜରୀ ।
ସାଧନା ମାର୍ଗରେ
ପହଁରିଚ ବିଶ୍ଵଲୋକେ
କେବେ ଅନ୍ତରୀକ୍ଷେ
ଆଲୋକର ଛାୟାପଥେ
ଚୈତନ୍ୟ ଆଲୋକେ
ବାରମ୍ବାର ଭେଟିଅଛ
ଇଷ୍ଟଦେବୀ ଦକ୍ଷିଣ କାଳିକେ।
ଅପାର କୃପାରେ
ସମଗ୍ର ଜୀବନବ୍ୟପି ମସୀ ଧରି କରେ
କେତେ ଯେ କବିତା ପୁଣି
କାହାଣୀ ରୂପରେ,
ଚିନ୍ତନର ଚାବୁକରେ
କେତେଯେ ଦର୍ଶନ,
ସଜାଇ ଦେଇଛ ତୁମେ
ବାଣୀ ଭଣ୍ଡାରରେ।
କେବେ ଓଜସ୍ଵିନୀ ବକ୍ତା
କେବେ ସଂସ୍କାରକ ତୁମେ
କେବେ ଦିବ୍ୟ ଦ୍ରଷ୍ଟା।
ତୁମରି ବ୍ୟକ୍ତିତ୍ଵ,
ଯୁଗପରେ ଯୁଗପାଇଁ
ତୁମେହିଁ ଶାଶ୍ଵତ
କ୍ରିୟା ଯୋଗ ସାଧନାରେ
ଉଚ୍ଚତର ସିଦ୍ଧି,
ଦେଶ ବିଦେଶରେ କେତେ
ଲଭିଛ ପ୍ରସିଦ୍ଧି।
ତୁମେ ମସୀଧର!
ପୂଜ୍ୟ ପୂଜା ପରଂପରା
ଏଇ ଭାରତର,
ଏଇ ସଂସ୍କୃତିର।
ତପୋବନେ ଋଷିବାଣୀ
ପବିତ୍ର ଝଙ୍କାର
ପ୍ରତିଧ୍ଵନୀ ତୋଳେନିତି
ଭାରତ ଆତ୍ମାର।
ଅମୃତର ଧାରା,
ସାରା ବିଶ୍ଵେଦେଇ ଅଛି
ଦିବ୍ୟ ପ୍ରେମ ପରା।
ପବିତ୍ର ବେଳାରେ
ସେହି ସୁଧା ପ୍ରେମ ଝରେ
ପ୍ରତି ହୃଦୟରେ।
ଭକ୍ତି ଉପଚାର
କବିତାର କଣ୍ଠେ,
ଦେଲି ଏହି ଉପହାର।
ଜୟନ୍ତୀ ତିଥିରେ
ପ୍ରେମ ଭକ୍ତି ଶ୍ରଦ୍ଧାଭରା
ହୃଦୟ ଥାଳରେ
କରୁଅଛୁଁ ଗୁରୁଦେବ
ତୁମରି ବନ୍ଦନା,
କାଳ କାଳ ଥାଉ ଏଇ
ପବିତ୍ର ଭବନା।
ନିତି ଚଲାପଥ
ଝୁରୁଥାଉ ଶିରପରେ
ପ୍ରଭୁଙ୍କ ଆଶିଷ।
ଉର୍ଦ୍ଧ୍ଵେ ଏକାକାର
ତୁମରି ପାଦରେ
ଏହା ଭକ୍ତି ଉପହାର,
ଘେନାକର ହୃଷୀକେଶ
ପ୍ରେମ ଅବତାର।

