ମୁଁ ପରା ତୁମ ସଖା
ଚନ୍ଦ୍ର ଆଜି ଫିକା
ଫିକା ଫିକା ତା'ର ଚାନ୍ଦିନୀ
ମୁଁ ଆଜି ଏକା
ଏକା ଏକା ମୋର ବାନ୍ଧିନୀ
ଫିକା ଫିକା ତା'ର ଚାନ୍ଦିନୀ
ମୁଁ ଆଜି ଏକା
ଏକା ଏକା ମୋର ବାନ୍ଧିନୀ
କାହିଁ କେତେ ଦୂର ଚାଲିଗଲ ତୁମେ
ସାଁଉଟେ ମୁଁ ସ୍ମୁତି ମନ୍ଦାରେ
ଅଙ୍କା ବଙ୍କା ଛାଇ ଆଉ ତୁମ ପ୍ରତିବିମ୍ବ
ତାତ୍ସଲ୍ୟ କରେ ମୋତେ ମୋ ରାସ୍ତାରେ।
ରାତି ପାଲଟିଲା ଅମବାସ୍ୟା ଆଉ ଦିନ ଅନ୍ଧକାର
ଶ୍ରାବଣ ବି ଶୁଖିଗଲା ତୁମେ ଗଲାପରେ।
ମୁଁ ଆଉ ମୁଁ ହୋଇ ନାହିଁ
ପାଲଟିଛି ଏକ ଖେଳନା
ଥଟା ତାମସାର ପାତ୍ର ଟିଏ ସାଜେ
ଯେତେବେଳେ ମୁଁ ଗୋଡ କାଢି ବାହାରେ।
ମନେ ପଡେ ସେଇ ଦିନ...
ତୁମ ଫର ଫର ଉଡୁଥିବା ଓଢଣୀ-
କୋଳେ ତୁମ ସଜ୍ଜାଥାଏ ମୋ ମୁଣ୍ଡ
ଆଉ ତୁମର ସେଇ ମତ୍ତଭରା ଚାହାଣି
ଜହ୍ନ୍ ଠାରୁ ପବନ...
ଗାଲିଚା ଠାରୁ ଚାନ୍ଦିନୀ...
ସମସ୍ତେ ସାଥୀ ଦେଉଥିଲେ
କହୁଥିଲେ ଆମ ଯୋଡି ଗଢିଛି ସେଇ ବିନ୍ଧାଣୀ।
ତୁମେ ଚାଲିଗଲ ଅଗନା ଅଗନୀ ବନସ୍ତେ
ଛାଡି ଏଠି ମୋତେ ଏକା...
ମୁଁ ଆଜି ଏକା, ଏକା ଏହି ରାସ୍ତାରେ
ମଜ୍ଜା ନାହିଁ ଜୀବନେ, ପାଲଟିଛି ଫିକା
ଠିକଣା ତୁମ କେଉଁଠେ...
କେଉଁଠେ ମିଳିବ ତୁମର ଦେଖା?
ସାଥେ ନିଅ ମୋତେ ତୁମର
ତୁମେ ମୋ ବାନ୍ଧବୀ, ମୁଁ ପରା ତୁମ ସଖା।
No comments:
Post a Comment