ଅର୍ଥ
ନିଃଶବ୍ଦ ତୀରେ ଶବ୍ଦ ଏକା କାର
ଦୁନ୍ଦୁଭି ନାଦ କେବେ ଶୁଭେ ମଧୁର
ତ ପୁଣି.. କେବେ କୋକିଳ ତାନ ଲାଗେ ଭୟଙ୍କର।
ଅର୍ଥ ବୁଝି ହୁଏନି ନିରନ୍ତର ବେଳାର
ସକାଳର ସୂର୍ଯ୍ୟ ଆଉ ନିଶାରେ ତାରା ମେଳର
ପବନର ସ୍ଥିତି ପୁଣି କଳ କଳ ନାଦେ ବହୁଥିବା ଝରଣାର
ଖରା ଛାଇ ଖେଳ ସାଥେ ପ୍ରକୃତି ମେଳାର।
ବର୍ଷା କାହିଁକି ହୁଏ?
କାହିଁକି ବହେ ଏଇ ପବନ?
ବିଜୁଳିଟା ଚମକିବା କେତେ ସ୍ଵଭାବିକ୍...
ଜୀବ ଛନକୀ ଯାଏ-
ଶୁଣି ଭଷା ମେଘର ଗର୍ଜନ...
ତଥପି; ପ୍ରକୃତିର ଖେଳ ଥାଏ ଠିକ୍।
ପୁରୁଷ ଏକ ଜାତି
ଆଉ ନାରୀ, ଏକ ପ୍ରକୃତି
ସେଠି ମମତା, ସ୍ନେହ, ଶ୍ରଦ୍ଧା-
ସାଥେ ଥାଏ ବୈଶାଖର ତାତି...
ପାଷାଣ ହୃଦୟ ଆଉ ନିଃସଂଗର ବତୀ।
ଛଳଣା, ପ୍ରତାରଣାକୁ କରି ଗହଣା
ରକ୍ତ ପିପାଶୀ... ଅନ୍ୟକୁ କରନ୍ତି ବାଟବଣା
ନିଜସ୍ଵ ହରାଇ ବସନ୍ତି ମାନବେ...
ସବୁକିଛି ଲାଗେ ନୁଆ`, ନଥାଏ କିଛି ପୁରୁଣା।
ଜନ ଗହଳିଟା ବି ଲାଗେ ଫାଙ୍କା
ତା' ବିନା ସବୁ ସାଥୀ ଲାଗେ ଏକା
ଅଟକି ଯାଏ ସମୟ ସବୁ...
ପାଖେ ଥିଲେ ସେ, ସବୁ ଲାଗେ ଚୋଖା।
ବୁଝିହୁଏନି ପ୍ରକୃତିକୁ ଅବା ନାରୀକୁ
ବାଟବଣା ହୋଇଯାଏ... ଯେତେ ଯାଏ ଗଭୀରକୁ
ଆରମ୍ଭ ଆଉ ଶେଷ ମଧ୍ୟେ ନଥାଏ ସାମଞ୍ଜସ୍ୟ
ସରିଗଲା ପରେ କେଉ`ଠେ ଅଛି ପଚାରେ ନିଜକୁ।
ମରୁଡି ହୁଏ କାହିଁକି?
କାହିଁକି ପଡେ ଦୁର୍ବିପାକ?
ଅଶାନ୍ତ ହୁଏ କାହିଁକି ମନ...
ମନ ଖୋଜେ କାହିଁକି?
କେଉଁଠେ ସ୍ଵର୍ଗ, କେଉଁଠେ ନର୍କ...
କଣ ଖୋଜିବାର ମାନେ ଜୀବନ?

No comments:
Post a Comment