ବିକଳାଙ୍ଗ ଆଜି ମୁଁ
ବିକଳାଙ୍ଗ ଆଜି ମୁଁ
ଅଙ୍ଗ ଅଙ୍ଗ ମୋର ଧସି ଯାଇଛି
ସମୟର ନିଗଡ ଚାପରେ।
କଳାକାର ଟିଏ ହୋଇଥିଲେ ଭଲ ହୋଇଥାନ୍ତା
ଅଭିନୟ କରି ମୁକୁଳି ପାରନ୍ତି
ଜୀବନର ଭାଙ୍ଗ ମାପରେ।
ସମୟ... ଶ୍ରୀହୀନ କରି ସାରିଲାଣି
ନୀତି, ଅନୀତିର ବୋଧ ମରିସାରିଲାଣି
ଭୟଙ୍କର ଦେଖାଗଲାଣି ଚେହେରା ମୋର
କଳେ, ବଳେ ଆଉ କଉଶଳେ ପାଇବାର ଆଶା
ବଡ ଲୋକ ହେବା ପାଇ` କରେ ବେଉସା।
ନିଜଠୁ ଚାଲିଗଲିଣି ମୁଁ ଅନେକ ଦୂର।
ଆଉ ନାହିଁ ସେଇ ସରଳିଆ ମୁର୍ତ୍ତି
ନାହିଁ ସେଇ ଜହ୍ନ, ନାହିଁ ସେଇ ରାତି
ବଦଳି ଗଲାଣି ମୋ ପାଇଁ ଦିନ ସବୁ।
ଭିତରଟା ମୋର 'ମ୍ୟୁନିସପାଲଟି' ନାଳ.
ପଦାଟା ମୋର ଚାକ ଚକ୍ୟ ପ୍ରବଳ
ତଣ୍ଟି ଚିପି, ଟାଇ ବାନ୍ଧି, ଆଜି ମୁଁ ବାବୁ।
ଫେରିବାର ବହୁତ ଚେଷ୍ଟା କରୁଛି
କିନ୍ତୁ ପାରୁନି... ଚିହ୍ନି ପାରିନି ନିଜକୁ।
ଠିକଣାଟା ମୋର ହଜିଯାଇଛି-
ସଭିଙ୍କୁ ମାରିଛି, ପଚାରିବି କାହାକୁ?
କଣ ତୁମେ କହିବ?
ହିସାବ ଦେବ?
ମୋ ଅର୍ଜିତ ନିଃ ସ୍ଵାର୍ଥପର ସମ୍ପତ୍ତିର
ନକ୍ସାଟା କର ବାହାର
ଲେଖିଥିବା ପୁରୁଣା ଦିନର
ଦୂରତା ମାପିପାରିବନି, ଏବର ଆଉ ପୁର୍ବ ସ୍ଥିତିର
ଧନ୍ୟବାଦ ତୁମକୁ...
ମନଟା ତୁମ ଭାରି ନିଆରା
ମୋ ପାଇଁ ସମୟ ଖର୍ଚ୍ଚିଲ
ସ୍ଵାର୍ଥପର ଯେବେ ଦୁନିଆ ସାରା
ଛାଡିଦିଅ ମୋତେ ମୋ ସ୍ଥିତିରେ
ମନ଼ ଥାଉ ମୋର, ମୋ ପାଖରେ
ହିସାବ ନିକାସର ଫଳକୁ ନେଇ
ବଞ୍ଚିବି କାହି`କି ଆଜି ଭୟରେ?
ତୁମେ ଆଉ ମୁଁ
ଫରକ କେବଳ ମନ
କର୍ମ କରିଚାଲେ ଅନବରତ।
ନ ଦେଖ କେବେ ମୋ ଭଳି ଦୁର୍ଦ୍ଦିନ।
No comments:
Post a Comment