ତୁମେ ଏକା ମୋର
ଚତୁରଙ୍ଗା ତୁମ ଶବଦ ଚାତୁରେ ଚୋରି କଲ ଚିତ୍ତ ମୋର
ଅବୋଧ ମୁଁ ଅବାକ୍ ହୋଇ, ଅନୁସରିତ ହେଲି ତୁମ ପୟର
ପଥପ୍ରାନ୍ତ ପଥିକ ଆଉ ପାଠକ ମୁଁ
କ୍ଲାନ୍ତ ଆଜି ଶରୀର; ସାଜି ଚାତକ ମୁଁ
ଦ୍ରୁଢ ମନ ମୋର... ତୁମେ ଆସିବ ଆସିବ!
ଖୋଲା ରଖିଛି ଘରର ଫାଟକ ମୁଁ ।
ଏ କୂଳ ସେ କୂଳ ନଈ ଦୁଇ କୂଳ
କଳ କଳ ନାଦେ ବହି ଚାଲେ ଚଞ୍ଚଳ
ଏ କୂଳେ ବସି ଚାହେଁ ତୁମ କୂଳ
ଇସାରା ତୁମେ ମୋର ପାଇବ କେତେ ଚଞ୍ଚଳ ।
ତୁମ ରଙ୍ଗରେ ଆଜି ମୁଁ ଏମିତି ରଙ୍ଗିତ
ଅଣୁ କୋଣ ମୋର ତୁମ ନାମେ ତ୍ଵରିତ
ପାଷାଣ ତୁମେ ଜାଣି, ମୁଁ ନିଜକୁ କରେ ଶାଣିତ
ଛନ୍ଦି ତରଳାଇବାର ଚେଷ୍ଟା କରେ ଅନବରତ।
ଝଡ ଆଉ ଝଞ୍ଜା, ସବୁ ମୋ ପଥେ ଖଞ୍ଜା
ମାରେ ମୋତେ ତୁହା କୁ ତୁହା ସମୟ ତା ପଞ୍ଝା
ତୁମକୁ ଛାଡି ଫେରିବାର ନାହିଁ ଅଭିପ୍ରାୟ ମୋର
ପୁନରାବୃତି ହବନି କାହାଣି, ମଜ୍ନୁ, ରୋମିଓ, ରାଞ୍ଝା।
କେତେ ଦିନ ବିତି ଗଲେ ବି ମୁଁ ହି ରହିବି
କହୁଥିଲି କହୁଛି ଆଉ ଆଗକୁ କହିବି
ମୁଁ ତୁମକୁ ଭଲ ପାଏ ଏବଂ ପାଇବି
ତୁମ ଅନୁମତିରେ ଏଇ ଗୀତ ମୁ ଗାଈବି ।
ବୟସର ଛାପ କରିବନି ମୋତେ କମଜୋର
ତୁମ ଫେରିବା ବାଟେ ସଦା ଥିବ ମୋ ନଜର
ହେଲେ ହଉ ପଛେ ଦୁନିଆଁ ଟା ଶତୃ...
ଦର୍ପ ଚୂର କରି କହିବି ତୁମେ ଏକା ମୋର।
3 comments:
କକା ବଢିଆ ହେଇଛି କବିତା ଟା.
--ପିଣ୍ଟୁ--
ଅତି ସୁନ୍ଦର...
ବାବା ଆପଣଙ୍କ ଲେଖନୀ ମୁନରେ ସବୁ ସୁନ୍ଦର ହେଇଜଏ.
Post a Comment