ହେ ଭାରତ
ହେ ଭାରତ ପବିତ୍ର ମୋ ଜନ୍ମମାଟି
ସଭ୍ୟତାର ଆଦିଭୂମି ବିଶ୍ଵରେ ମହାନ୍
ସାହିତ୍ୟ କଳା ସ୍ଥାପତ୍ୟ ଧର୍ମ ପରମ୍ପରା
ମହାକାଳ ଯୁଗେ ଯୁଗେ ତୁମକୁ ସ୍ମରିଛି
ସଭ୍ୟତାର ସଙ୍କଟରେ...
ତୁମ ଠାରୁ ଉତ୍ତର ଲୋଡିଛି ।
ସଭ୍ୟତାର ଆଦିଭୂମି ବିଶ୍ଵରେ ମହାନ୍
ସାହିତ୍ୟ କଳା ସ୍ଥାପତ୍ୟ ଧର୍ମ ପରମ୍ପରା
ମହାକାଳ ଯୁଗେ ଯୁଗେ ତୁମକୁ ସ୍ମରିଛି
ସଭ୍ୟତାର ସଙ୍କଟରେ...
ତୁମ ଠାରୁ ଉତ୍ତର ଲୋଡିଛି ।
ହେ ମୋ ଦେଶ ପବିତ୍ର ଭାରତ
ତୁମେ ମୋର ସାଧନାର ସିଦ୍ଧିର ପ୍ରଣବ ।
ତୁମେ ମୋର ସାଧନାର ସିଦ୍ଧିର ପ୍ରଣବ ।
ତୁମ କୋଳେ ଜନ୍ମ ନେଇ ବୁଦ୍ଧ ଓ ଶଙ୍କର
ରାମାନୁଜ, ଶିବାନନ୍ଦ, ତୁଳସୀ, କବୀର
ତୁମ ବାର୍ତ୍ତା ପ୍ରଚାରିଲେ ଦେଶ ଦେଶାନ୍ତର
ତୁମେ ମୋର ପୁଣ୍ୟମୟୀ ତପସ୍ୟାର ଭୂମି ।
ସକଳ ତୀର୍ଥରେ ଶୋଭା...
ମର୍ତ୍ତ୍ୟେ ସ୍ଵର୍ଗ ଭୂମି ।
କାଳର ବକ୍ଷରେ ଶୋଭା...
ଚିରକାଳ ତୁମର ଏ-
ମନୋରମ ଛବି।
ରାମାନୁଜ, ଶିବାନନ୍ଦ, ତୁଳସୀ, କବୀର
ତୁମ ବାର୍ତ୍ତା ପ୍ରଚାରିଲେ ଦେଶ ଦେଶାନ୍ତର
ତୁମେ ମୋର ପୁଣ୍ୟମୟୀ ତପସ୍ୟାର ଭୂମି ।
ସକଳ ତୀର୍ଥରେ ଶୋଭା...
ମର୍ତ୍ତ୍ୟେ ସ୍ଵର୍ଗ ଭୂମି ।
କାଳର ବକ୍ଷରେ ଶୋଭା...
ଚିରକାଳ ତୁମର ଏ-
ମନୋରମ ଛବି।

No comments:
Post a Comment