କର୍ମ
ଏ ମଣିଷ...
ନାହିଁ ତୋର କେବେ ପରାଜୟ,
କର୍ମ ତୋତେ କରୁଛି ଅଜେୟ
ମନପ୍ରାଣେ କର୍ମ ଯାଅ କରି
ପ୍ରଶଂସା, ନିନ୍ଦାକୁ ନକରି ଖାତିରି।
ନାହିଁ ତୋର କେବେ ପରାଜୟ,
କର୍ମ ତୋତେ କରୁଛି ଅଜେୟ
ମନପ୍ରାଣେ କର୍ମ ଯାଅ କରି
ପ୍ରଶଂସା, ନିନ୍ଦାକୁ ନକରି ଖାତିରି।
ତୋ ପାଇଁ......
ଆକାଶଟା ନଇଁଯିବ,
ସମୟବି ସ୍ତବ୍ଧ ହେବ,
ସଂକଳ୍ପ-କର୍ମ ଉଦ୍ୟମେ
ହୋଇବ ତୋ ଜୀବନ ସଫଳ।
ଆକାଶଟା ନଇଁଯିବ,
ସମୟବି ସ୍ତବ୍ଧ ହେବ,
ସଂକଳ୍ପ-କର୍ମ ଉଦ୍ୟମେ
ହୋଇବ ତୋ ଜୀବନ ସଫଳ।
ଏବଂ ତେଣୁ......
କର୍ମ କର ନିଷ୍ଠାର ସହିତେ,
ସଫଳତା ଥିବ ତୋର ହାତେ,
ଅପେକ୍ଷାର ଫଳତ ମଧୁର
ନାହିଁ ସେଠି ନିରାଶାର ସ୍ଵର।
କର୍ମ କର ନିଷ୍ଠାର ସହିତେ,
ସଫଳତା ଥିବ ତୋର ହାତେ,
ଅପେକ୍ଷାର ଫଳତ ମଧୁର
ନାହିଁ ସେଠି ନିରାଶାର ସ୍ଵର।
ରେ ଆତ୍ମନ୍......
ଏକା ଚାଲ କର୍ମ ପଥେ......
ନିର୍ଭୟରେ ଜୀବନ ସଂଗ୍ରାମେ,
ଜୀବନ ଏକ ପରୀକ୍ଷାର ରଂଗଭୂମି,
ସେଠି ଖାଲି ଆଲୁଅର ଖେଳ।
ଏକା ଚାଲ କର୍ମ ପଥେ......
ନିର୍ଭୟରେ ଜୀବନ ସଂଗ୍ରାମେ,
ଜୀବନ ଏକ ପରୀକ୍ଷାର ରଂଗଭୂମି,
ସେଠି ଖାଲି ଆଲୁଅର ଖେଳ।
କର ନିରୀକ୍ଷଣ.......
ଲକ୍ଷ୍ୟ...... ହାତ ଠାରି ଡାକୁଛି ଯିବାକୁ ଆଗେଇ......
ଚାହିଁଲେ ଫେରି ଅତୀତକୁ-
ପଛରେ ପଡିବୁ ରହି,
ହତାଶାରେ ଭାଗ୍ୟେ ଦ୍ଵାହି ଦେଇ।
ଲକ୍ଷ୍ୟ...... ହାତ ଠାରି ଡାକୁଛି ଯିବାକୁ ଆଗେଇ......
ଚାହିଁଲେ ଫେରି ଅତୀତକୁ-
ପଛରେ ପଡିବୁ ରହି,
ହତାଶାରେ ଭାଗ୍ୟେ ଦ୍ଵାହି ଦେଇ।
ହୁଅ ସାବଧାନ......
ମଣିଷ ମଧ୍ୟେ କଙ୍କଡା ବି' ଅଛି
ସଫଳ-ରଜ୍ଜୁକୁ ସେ ପକାଉଛି କାଟି
ଉପରକୁ ଉଠିଗଲେ
ଗୋଡକୁ ସେ ଧରଇ ଯାବୁଡି।
ମଣିଷ ମଧ୍ୟେ କଙ୍କଡା ବି' ଅଛି
ସଫଳ-ରଜ୍ଜୁକୁ ସେ ପକାଉଛି କାଟି
ଉପରକୁ ଉଠିଗଲେ
ଗୋଡକୁ ସେ ଧରଇ ଯାବୁଡି।
ଏ ମଣିଷ......
ଜୀବନର ଏଇ ରଣେ......
ପାଇବାକୁ ହେଲେ ସଫଳତା,
ଅନ୍ୟକଥାରେ ନ ପୁରାଇ ମଥା,
କର୍ମକୁ ହିଁ କରହେ ପାଥେୟ-
କର୍ମ ପଥ ସର୍ବଦା ଅଜେୟ।
ଜୀବନର ଏଇ ରଣେ......
ପାଇବାକୁ ହେଲେ ସଫଳତା,
ଅନ୍ୟକଥାରେ ନ ପୁରାଇ ମଥା,
କର୍ମକୁ ହିଁ କରହେ ପାଥେୟ-
କର୍ମ ପଥ ସର୍ବଦା ଅଜେୟ।

No comments:
Post a Comment