|ତ୍ଵୟା ହୃଷୀକେଶ ହୃଦି ସ୍ଥିତେନ|
[ନଜାନାମିଧର୍ମ ନଚବାପ୍ରବୃତ୍ତି
ନଜାନାମିକର୍ମଂ ନଚବାନିବୃତ୍ତି
ତ୍ଵୟା ହୃଷୀକେଶ ହୃଦି ସ୍ଥିତେନ
ଯଥାନିଯୁକ୍ତିସ୍ମି ତଥା କରୋମି-]
ନଜାନାମିକର୍ମଂ ନଚବାନିବୃତ୍ତି
ତ୍ଵୟା ହୃଷୀକେଶ ହୃଦି ସ୍ଥିତେନ
ଯଥାନିଯୁକ୍ତିସ୍ମି ତଥା କରୋମି-]
ହୃଦୟରେ ରୁହ ବୋଲି ତୁମେ ହୃଷୀକେଶ
ଇନ୍ଦ୍ରିୟର ଅଧିକର୍ତ୍ତା ଆହେ ଜଗଦୀଶ।
ଇନ୍ଦ୍ରିୟର ଅଧିକର୍ତ୍ତା ଆହେ ଜଗଦୀଶ।
କେବେ ଯମୁନାପୁଳିନେ କଦମ୍ବ ଡାଳରେ
ମୋହନ ବଂଶୀ ବଜାଇ ଉଚ୍ଚାଟ ସ୍ଵରରେ
ମୋହନ ବଂଶୀ ବଜାଇ ଉଚ୍ଚାଟ ସ୍ଵରରେ
ଗୋପୀ କୁଳ ହୃଦୟରେ ଢାଳି ପ୍ରୀତି ଧାରା
ପ୍ରେମରେ ଆପ୍ଳୁତ କଲ ଏ ଦୁନିଆଁ ପାରା।
ପ୍ରେମରେ ଆପ୍ଳୁତ କଲ ଏ ଦୁନିଆଁ ପାରା।
କେବେ ପୁଣି ହସ୍ତିନାର କୁରୁକ୍ଷେତ୍ର ପରେ
ଧର୍ମ ସଂସ୍ଥାପନ ପାଇଁ ସାଜିଲ ସାରଥି,
ମାନବ ଜାତିର କଲ୍ୟାଣ ଲାଗି
ବାଣ୍ଟିଦେଲ ମହାଜ୍ଞାନ ଆହେ ଜ୍ଞାନ ଯୋଗୀ!
ଧର୍ମ ସଂସ୍ଥାପନ ପାଇଁ ସାଜିଲ ସାରଥି,
ମାନବ ଜାତିର କଲ୍ୟାଣ ଲାଗି
ବାଣ୍ଟିଦେଲ ମହାଜ୍ଞାନ ଆହେ ଜ୍ଞାନ ଯୋଗୀ!
ଏବେକିବା ମାନବ ରୂପରେ
ଧରାଧାମେ ଅଛ ଅବତରୀ
ନିରଳସ ସୁକୁମାର
ଦେବ ରୂପ ଧରି,
ଜ୍ଞାନର ସାଗର ତୁମେ
ଭାବର କାଣ୍ଡାରୀ,
କରୁଣାର ଅବତାର
ପ୍ରେମର ପୂଜରୀ ।
ଧରାଧାମେ ଅଛ ଅବତରୀ
ନିରଳସ ସୁକୁମାର
ଦେବ ରୂପ ଧରି,
ଜ୍ଞାନର ସାଗର ତୁମେ
ଭାବର କାଣ୍ଡାରୀ,
କରୁଣାର ଅବତାର
ପ୍ରେମର ପୂଜରୀ ।
ଷଡଚକ୍ର କୁଣ୍ଡଳିନୀ
ସାଧନା ମାର୍ଗରେ
ପହଁରିଚ ବିଶ୍ଵଲୋକେ
କେବେ ଅନ୍ତରୀକ୍ଷେ
ଆଲୋକର ଛାୟାପଥେ
ଚୈତନ୍ୟ ଆଲୋକେ
ବାରମ୍ବାର ଭେଟିଅଛ
ଇଷ୍ଟଦେବୀ ଦକ୍ଷିଣ କାଳିକେ।
ସାଧନା ମାର୍ଗରେ
ପହଁରିଚ ବିଶ୍ଵଲୋକେ
କେବେ ଅନ୍ତରୀକ୍ଷେ
ଆଲୋକର ଛାୟାପଥେ
ଚୈତନ୍ୟ ଆଲୋକେ
ବାରମ୍ବାର ଭେଟିଅଛ
ଇଷ୍ଟଦେବୀ ଦକ୍ଷିଣ କାଳିକେ।
ଆଦ୍ୟାଶକ୍ତି ଜନନୀଙ୍କ
ଅପାର କୃପାରେ
ସମଗ୍ର ଜୀବନବ୍ୟପି ମସୀ ଧରି କରେ
କେତେ ଯେ କବିତା ପୁଣି
କାହାଣୀ ରୂପରେ,
ଚିନ୍ତନର ଚାବୁକରେ
କେତେଯେ ଦର୍ଶନ,
ସଜାଇ ଦେଇଛ ତୁମେ
ବାଣୀ ଭଣ୍ଡାରରେ।
ଅପାର କୃପାରେ
ସମଗ୍ର ଜୀବନବ୍ୟପି ମସୀ ଧରି କରେ
କେତେ ଯେ କବିତା ପୁଣି
କାହାଣୀ ରୂପରେ,
ଚିନ୍ତନର ଚାବୁକରେ
କେତେଯେ ଦର୍ଶନ,
ସଜାଇ ଦେଇଛ ତୁମେ
ବାଣୀ ଭଣ୍ଡାରରେ।
କେବେ ଅଭିନେତା
କେବେ ଓଜସ୍ଵିନୀ ବକ୍ତା
କେବେ ସଂସ୍କାରକ ତୁମେ
କେବେ ଦିବ୍ୟ ଦ୍ରଷ୍ଟା।
କେବେ ଓଜସ୍ଵିନୀ ବକ୍ତା
କେବେ ସଂସ୍କାରକ ତୁମେ
କେବେ ଦିବ୍ୟ ଦ୍ରଷ୍ଟା।
କେତେ ରୂପେ ପ୍ରକଟିତ
ତୁମରି ବ୍ୟକ୍ତିତ୍ଵ,
ଯୁଗପରେ ଯୁଗପାଇଁ
ତୁମେହିଁ ଶାଶ୍ଵତ
ତୁମରି ବ୍ୟକ୍ତିତ୍ଵ,
ଯୁଗପରେ ଯୁଗପାଇଁ
ତୁମେହିଁ ଶାଶ୍ଵତ
କ୍ରିୟା ଯୋଗ ସାଧନାରେ
ଉଚ୍ଚତର ସିଦ୍ଧି,
ଦେଶ ବିଦେଶରେ କେତେ
ଲଭିଛ ପ୍ରସିଦ୍ଧି।
ଗୁରୁ ତୁମେ ସ୍ରଷ୍ଟା ତୁମେ!
ତୁମେ ମସୀଧର!
ପୂଜ୍ୟ ପୂଜା ପରଂପରା
ଏଇ ଭାରତର,
ତୁମେ ମସୀଧର!
ପୂଜ୍ୟ ପୂଜା ପରଂପରା
ଏଇ ଭାରତର,
ମାନବତା' ଗାଥାଗାଏ
ଏଇ ସଂସ୍କୃତିର।
ତପୋବନେ ଋଷିବାଣୀ
ପବିତ୍ର ଝଙ୍କାର
ପ୍ରତିଧ୍ଵନୀ ତୋଳେନିତି
ଭାରତ ଆତ୍ମାର।
ଏଇ ସଂସ୍କୃତିର।
ତପୋବନେ ଋଷିବାଣୀ
ପବିତ୍ର ଝଙ୍କାର
ପ୍ରତିଧ୍ଵନୀ ତୋଳେନିତି
ଭାରତ ଆତ୍ମାର।
ଗୁରୁ ଶିଷ୍ୟ ପରମ୍ପରା
ଅମୃତର ଧାରା,
ସାରା ବିଶ୍ଵେଦେଇ ଅଛି
ଦିବ୍ୟ ପ୍ରେମ ପରା।
ଅମୃତର ଧାରା,
ସାରା ବିଶ୍ଵେଦେଇ ଅଛି
ଦିବ୍ୟ ପ୍ରେମ ପରା।
ଗୁରୁଦିବସର ଏଇ
ପବିତ୍ର ବେଳାରେ
ସେହି ସୁଧା ପ୍ରେମ ଝରେ
ପ୍ରତି ହୃଦୟରେ।
ପବିତ୍ର ବେଳାରେ
ସେହି ସୁଧା ପ୍ରେମ ଝରେ
ପ୍ରତି ହୃଦୟରେ।
ରଚିବାକୁ ପୂଜ୍ୟ ପୂଜା
ଭକ୍ତି ଉପଚାର
କବିତାର କଣ୍ଠେ,
ଦେଲି ଏହି ଉପହାର।
ଭକ୍ତି ଉପଚାର
କବିତାର କଣ୍ଠେ,
ଦେଲି ଏହି ଉପହାର।
ଆଜି ଏଇ ପୁଣ୍ୟଦିନେ
ଜୟନ୍ତୀ ତିଥିରେ
ପ୍ରେମ ଭକ୍ତି ଶ୍ରଦ୍ଧାଭରା
ହୃଦୟ ଥାଳରେ
କରୁଅଛୁଁ ଗୁରୁଦେବ
ତୁମରି ବନ୍ଦନା,
କାଳ କାଳ ଥାଉ ଏଇ
ପବିତ୍ର ଭବନା।
ଜୟନ୍ତୀ ତିଥିରେ
ପ୍ରେମ ଭକ୍ତି ଶ୍ରଦ୍ଧାଭରା
ହୃଦୟ ଥାଳରେ
କରୁଅଛୁଁ ଗୁରୁଦେବ
ତୁମରି ବନ୍ଦନା,
କାଳ କାଳ ଥାଉ ଏଇ
ପବିତ୍ର ଭବନା।
କୁସୁମିତ ହେଉଥାଉ
ନିତି ଚଲାପଥ
ଝୁରୁଥାଉ ଶିରପରେ
ପ୍ରଭୁଙ୍କ ଆଶିଷ।
ନିତି ଚଲାପଥ
ଝୁରୁଥାଉ ଶିରପରେ
ପ୍ରଭୁଙ୍କ ଆଶିଷ।
ଚେତନାର ଚୌହଦୀର
ଉର୍ଦ୍ଧ୍ଵେ ଏକାକାର
ତୁମରି ପାଦରେ
ଏହା ଭକ୍ତି ଉପହାର,
ଘେନାକର ହୃଷୀକେଶ
ପ୍ରେମ ଅବତାର।
ଉର୍ଦ୍ଧ୍ଵେ ଏକାକାର
ତୁମରି ପାଦରେ
ଏହା ଭକ୍ତି ଉପହାର,
ଘେନାକର ହୃଷୀକେଶ
ପ୍ରେମ ଅବତାର।

No comments:
Post a Comment