ଭଞ୍ଜ କବି
ଉତ୍କଳର କଳା ଉତ୍କଳ ସଂସ୍କୃତି
ସାଧନା ପୀଠ ଗଞ୍ଜାମ,
ପୁରାତନ କାଳୁ ରହିଅଛି ଖ୍ୟାତି
ଓଡିଶାରେ ସେ ସୁନାମ ।।୧।।
ସାଧନା ପୀଠ ଗଞ୍ଜାମ,
ପୁରାତନ କାଳୁ ରହିଅଛି ଖ୍ୟାତି
ଓଡିଶାରେ ସେ ସୁନାମ ।।୧।।
ସଙ୍ଗୀତ କଳାର ସରଗ ଦୁଆର
ଗଞ୍ଜାମର ଗ୍ରାମାଞ୍ଚଳ,
ପରମ୍ପରାଗତ ଗୀତ ନାଚ ବାଦ୍ୟ
ଜାଣେ ଗଞ୍ଜାମୀ କେବଳ ।।୨।।
ଗଞ୍ଜାମର ଗ୍ରାମାଞ୍ଚଳ,
ପରମ୍ପରାଗତ ଗୀତ ନାଚ ବାଦ୍ୟ
ଜାଣେ ଗଞ୍ଜାମୀ କେବଳ ।।୨।।
ଓଡିଆ ଭାଷାର ସୁରକ୍ଷା ପ୍ରସାର
ରାଜା ଓ ପଣ୍ଡିତ ଗଣ,
ନାନାବିଧ କାବ୍ୟ ସଙ୍ଗୀତ ପୁରାଣ
ରଚିଲେ ଉଭୟ ଜନ ।।୩।।
ରାଜା ଓ ପଣ୍ଡିତ ଗଣ,
ନାନାବିଧ କାବ୍ୟ ସଙ୍ଗୀତ ପୁରାଣ
ରଚିଲେ ଉଭୟ ଜନ ।।୩।।
ଗଞ୍ଜାମ ସନ୍ତାନ ଉପଇନ୍ଦ୍ର ଭଞ୍ଜ
ସ୍ଵକୀୟ ସାଧନା ବଳେ,
ଲେଖନୀ ମାଧ୍ୟମେ ଓଡିଆ ଭାଷାକୁ
ବଞ୍ଚାଇଲେ ସେ ଉତ୍କଳେ ।।୪।।
ସ୍ଵକୀୟ ସାଧନା ବଳେ,
ଲେଖନୀ ମାଧ୍ୟମେ ଓଡିଆ ଭାଷାକୁ
ବଞ୍ଚାଇଲେ ସେ ଉତ୍କଳେ ।।୪।।
କୁଲାଡ ନରେଶ ନୀଳକଣ୍ଠ ଭଞ୍ଜ
ତାଙ୍କର ଜ୍ୟେଷ୍ଠ ନନ୍ଦନ,
ଉତ୍କଳ ସାହିତ୍ୟେ ସୁଧା ରସ ଢାଳି
ସରସ କରିଲେ ଜାଣ ।।୫।।
ତାଙ୍କର ଜ୍ୟେଷ୍ଠ ନନ୍ଦନ,
ଉତ୍କଳ ସାହିତ୍ୟେ ସୁଧା ରସ ଢାଳି
ସରସ କରିଲେ ଜାଣ ।।୫।।
ତାରକ ମନ୍ତ୍ରର ପରସାଦେ ପୁଣି
କବିତ୍ଵ ତବ ଉଦିତ,
ଅଳଙ୍କାର ରୂପୀ ସାଗର ମନ୍ଥନେ
ସୃଜିଲ କବ୍ୟ ଅମୃତ ।।୬।।
କବିତ୍ଵ ତବ ଉଦିତ,
ଅଳଙ୍କାର ରୂପୀ ସାଗର ମନ୍ଥନେ
ସୃଜିଲ କବ୍ୟ ଅମୃତ ।।୬।।
'କ' ଆଦ୍ୟ ଅକ୍ଷରେ 'କଳା କଉତୁକେ',
କୃଷ୍ଣ କଥା ଆଧାରିତ,
'ବ' ଅକ୍ଷରେ 'ବଇ- ଦେହୀଶ ବିଳାସେ'
ରାମ ମହିମା ବର୍ଣ୍ନିତ ।।୭।।
କୃଷ୍ଣ କଥା ଆଧାରିତ,
'ବ' ଅକ୍ଷରେ 'ବଇ- ଦେହୀଶ ବିଳାସେ'
ରାମ ମହିମା ବର୍ଣ୍ନିତ ।।୭।।
'ସ' ଅକ୍ଷର ଆଦ୍ୟ ନିୟମରେ ରଚି
ଯେ 'ସୁଭଦ୍ରା ପରିଣୟ',
ମନୋଜ୍ଞ ଭାଷାକୁ ଖଞ୍ଜିଣ ସେଥିରେ
ଦେଲ ବିଜ୍ଞ ପରିଚୟ ।।୮।।
ଯେ 'ସୁଭଦ୍ରା ପରିଣୟ',
ମନୋଜ୍ଞ ଭାଷାକୁ ଖଞ୍ଜିଣ ସେଥିରେ
ଦେଲ ବିଜ୍ଞ ପରିଚୟ ।।୮।।
ପ୍ରଣୟ ମୂଳକ କାବ୍ୟାଦି ମଧ୍ୟରେ
'ଲାବଣ୍ୟବତୀ' ପ୍ରଧାନ,
ସର୍ବଶ୍ରେଷ୍ଠ ଅଟେ 'ପ୍ରେମସୁଧାନିଧି'
'ରସପଞ୍ଚକ' ମହାନ୍ ।।୯।।
'ଲାବଣ୍ୟବତୀ' ପ୍ରଧାନ,
ସର୍ବଶ୍ରେଷ୍ଠ ଅଟେ 'ପ୍ରେମସୁଧାନିଧି'
'ରସପଞ୍ଚକ' ମହାନ୍ ।।୯।।
କାଲ୍ପନିକ ପୁଟେ ରଚିତ ହୋଇଛି
'ସୁବର୍ଣ୍ନ ରେଖା'ଟି ଜାଣ,
'କୋଟି ବ୍ରହ୍ମାଣ୍ଡ ସୁ- ନ୍ଦରୀ' କାବ୍ୟ ମଧ୍ୟେ
ହୋଇଛି ପ୍ରେମ ବର୍ଣ୍ନନ ।।୧୦।।
'ସୁବର୍ଣ୍ନ ରେଖା'ଟି ଜାଣ,
'କୋଟି ବ୍ରହ୍ମାଣ୍ଡ ସୁ- ନ୍ଦରୀ' କାବ୍ୟ ମଧ୍ୟେ
ହୋଇଛି ପ୍ରେମ ବର୍ଣ୍ନନ ।।୧୦।।
'ଅବନାରେ ରସ- ତରଙ୍ଗ ରଚନା
କବିତ୍ଵର ଗନ୍ତାଘର',
'ଛାନ୍ଦ ଭୂଷଣ'ରେ ରହିଛି ଉଲ୍ଲେଖ
ରାଧା ପ୍ରଣୟ ବେଭାର ।।୧୧।।
କବିତ୍ଵର ଗନ୍ତାଘର',
'ଛାନ୍ଦ ଭୂଷଣ'ରେ ରହିଛି ଉଲ୍ଲେଖ
ରାଧା ପ୍ରଣୟ ବେଭାର ।।୧୧।।
ଜଗନ୍ନାଥଙ୍କର ମହିମା ବର୍ଣ୍ନିତ
'ରସିକ ହାରାବଳୀରେ',
'ଚିତ୍ରକାବ୍ୟ ବନ୍ଧୋ- ଦୟ' ତହୁ` ଶ୍ରେଷ୍ଠ
ସର୍ବ କାବ୍ୟାଦି ମଧ୍ୟରେ ।।୧୨।।
'ରସିକ ହାରାବଳୀରେ',
'ଚିତ୍ରକାବ୍ୟ ବନ୍ଧୋ- ଦୟ' ତହୁ` ଶ୍ରେଷ୍ଠ
ସର୍ବ କାବ୍ୟାଦି ମଧ୍ୟରେ ।।୧୨।।
ତ୍ୟାଗ କରି ସର୍ବ ବିଳାସ ବ୍ୟସନ
କାବ୍ୟରେ ବଳାଇ ମନ
କାବ୍ୟ କୋଣାରକ ନିର୍ମାଣ କରିଲ
ବଢାଇ ଜାତିର ମାନ ।।୧୩।।
କାବ୍ୟରେ ବଳାଇ ମନ
କାବ୍ୟ କୋଣାରକ ନିର୍ମାଣ କରିଲ
ବଢାଇ ଜାତିର ମାନ ।।୧୩।।
ବିଚିତ୍ର ସାଧନା ପ୍ରତିଭା ବଳରେ
କବି ସମ୍ରାଟ ହୋଇଲ,
ଅର୍ଦ୍ଧଶତ ଗ୍ରନ୍ଥ ରଚି ଓଡିଆରେ
ଗଞ୍ଜାମ ଟେକ ରଖିଲ ।।୧୪।।
କବି ସମ୍ରାଟ ହୋଇଲ,
ଅର୍ଦ୍ଧଶତ ଗ୍ରନ୍ଥ ରଚି ଓଡିଆରେ
ଗଞ୍ଜାମ ଟେକ ରଖିଲ ।।୧୪।।
ସଂଗୀତ ମୟତା ତୁମରି କବିତା
ସବୁଠାରେ ତା' ଆଦର,
ବାଟେ ଘାଟେ ଆଜି ଗାଉଛି ପଥିକ
ପଣ୍ଡିତ ଗାଏ ସଭାର ।।୧୫।।
ସବୁଠାରେ ତା' ଆଦର,
ବାଟେ ଘାଟେ ଆଜି ଗାଉଛି ପଥିକ
ପଣ୍ଡିତ ଗାଏ ସଭାର ।।୧୫।।
ଖେତେ ଗାଏ ଚଷା ଅନ୍ତଃପୁରେ ଯୋଷା
ବାରଙ୍ଗନା ନୃତ୍ୟ କାଳେ,
ଦୁର୍ଲଭ କବିତା ରଚନା କରିଣ
ଶ୍ରେଷ୍ଠ ତୁମେ କବି କୁଳେ ।।୧୬।।
ବାରଙ୍ଗନା ନୃତ୍ୟ କାଳେ,
ଦୁର୍ଲଭ କବିତା ରଚନା କରିଣ
ଶ୍ରେଷ୍ଠ ତୁମେ କବି କୁଳେ ।।୧୬।।
ଧନ୍ୟ ଧନ୍ୟ ଆହେ ଭଞ୍ଜ ଉପଇନ୍ଦ୍ର
ତୁମେ କବି କୁଳ ଚନ୍ଦ୍ର,
ଗଗନ ମଣ୍ଡଳେ କୋଟିକୋଟି ତାରା
ମଧ୍ୟେ ଶୁଭ୍ର ଯେହ୍ନେ ଚନ୍ଦ୍ର ।।୧୭।।
ତୁମେ କବି କୁଳ ଚନ୍ଦ୍ର,
ଗଗନ ମଣ୍ଡଳେ କୋଟିକୋଟି ତାରା
ମଧ୍ୟେ ଶୁଭ୍ର ଯେହ୍ନେ ଚନ୍ଦ୍ର ।।୧୭।।
ସାଧୁ ସାଧୁ ତୁମେ ଉପଇନ୍ଦ୍ର ଭଞ୍ଜ
ବୀଣାପାଣିଙ୍କ ନନ୍ଦନ,
ଥିବେ ଯେତେଦିନ ନଭେ ସୂର୍ଯ୍ୟ ଚନ୍ଦ୍ର
ତୁମରି ଯଶ ଅମ୍ଳାନ ।।୧୮।।
ବୀଣାପାଣିଙ୍କ ନନ୍ଦନ,
ଥିବେ ଯେତେଦିନ ନଭେ ସୂର୍ଯ୍ୟ ଚନ୍ଦ୍ର
ତୁମରି ଯଶ ଅମ୍ଳାନ ।।୧୮।।
ଭାଷାର ଦୁର୍ଦ୍ଦିନେ ସ୍ମରଣ କରୁଛୁ
ତବ ନାମ ବାର ବାର,
ଭକ୍ତି ଅର୍ଘ୍ୟ ଆମ୍ଭ କରନ୍ତୁ ଗ୍ରହଣ
ନମୁଛୁ ତବ ପୟର ।।୧୯।।
ତବ ନାମ ବାର ବାର,
ଭକ୍ତି ଅର୍ଘ୍ୟ ଆମ୍ଭ କରନ୍ତୁ ଗ୍ରହଣ
ନମୁଛୁ ତବ ପୟର ।।୧୯।।
ଦିବ୍ୟ ଆତ୍ମା ନେଇ ସ୍ଵର୍ଗେ ତୁମ୍ଭେ ଥାଇ
ଦିଅହେ ଶୁଭ ଆଶିଷ,
ଲଭି ତାହା ଆମ୍ଭେ ହୋଇବୁ ମହାନ୍
ଗାଇବୁ ତୁମ୍ଭର ଯଶ ।।୨୦।।
ଦିଅହେ ଶୁଭ ଆଶିଷ,
ଲଭି ତାହା ଆମ୍ଭେ ହୋଇବୁ ମହାନ୍
ଗାଇବୁ ତୁମ୍ଭର ଯଶ ।।୨୦।।

No comments:
Post a Comment