କିଛି ନ ଜଣାଇ
ହଠାତ୍ ଚାଲିଗଲ
କୌଣସି ଏକ ଅଜଣା ଇଲାକାକୁ...
କିଏ ଡାକିଲା?
ତୂଳୀ ଫୋପାଡି ଚାଲିଗଲ...!
ଜୀବନ ଛବି ଆଙ୍କୁ ଆଙ୍କୁ......!!!
ମନେ ପଡ ତୁମେ-
ସ୍ଵପ୍ନରେ, ବାସ୍ତବରେ ଆଉ ଚାଲିଯିବା ପରେ
ଦେଖୁଥାଏ ତୁମ ଛବି...
କାନ୍ଥରେ, ରାସ୍ତାରେ ଏବଂ ପତ୍ର ଗହଳରେ
ଗୁଞ୍ଜୁରି ଉଠେ ତୁମ କଥା...
ଗଛ ଉହାଡରେ, ଫଟା ହୃଦୟରେ
ସମୟର ତାଳେ ତାଳେ... ...।
ଅଶ୍ରୁ ଦୁଇ ଧାର... ...
ଖସି ଆସେ ଚକ୍ଷୁ କୋରଡରୁ
ନିଶ୍ଵାସ ନେବା ସମୟେ
ତଥାପି ହୃଦୟ
ଚାହେଁ କୁସୁମିତ ପଥ
ତୁମର ଚଲା ପାଥୟେ ।
No comments:
Post a Comment