ଆରେ ଅଝଟ
ଯାଆ ତୁ ଝଟ
କାଆଟୁ ଅଟରୁ-
କିଣ ଅନାଜ
ନ କରି ଲାଜ
ଆଳୁ, ପିଆଜ,
ସଢା ବାଇଗଣ,
ପଚା ଟମାଟ...
ନାହିଁ ତଟକା
ପଚାରିଲେ ଦର-
ହେବୁ ତାଟକା ।
ଖରିଦ ଦାର...
ଛାତି କରି ଟାଣ
ପରିବା କିଣ
ପଇସା ଗଣ
କାନକୁ ମୋଡ
ଶୁଖିଲା ମୁହଁରେ
ଘରକୁ ଫେର ।
ଓଡିଆ ଲେଖକ, କବି, କଥାକାର, ବକ୍ତା ଏବଂ ସମାଲୋଚକ. ଦାନ ଆମ୍ବଠା, ବ୍ରହ୍ମପୁର, ଓଡିଶା, ଭାରତ. ORIYA WRITER, POET, ORATOR AND CRITIQUE. DANAMBATHA, BERHAMPUR, ODISHA, INDIA.
No comments:
Post a Comment