ତମ ସହ ମୋର ସମ୍ପର୍କ ଏତେ ଘନିଷ୍ଠ,
ଯେପରି ଗାଈ ସହ ଗୋଠ,
ଲିପ୍ ଷ୍ଟିକ୍ ସହ ଓଠ,
ଗଛ ସହ କାଠ...
ତମ ସହ ମୋର ସମ୍ପର୍କ ଏତେ ନିବିଡ,
ଯେପରି ମାଂସ ସହ ହାଡ,
ପିଠି ସହ ମାଡ,
ଗନ୍ଧ ସହ ପାଡ...
ତମ ସହ ମୋର ସମ୍ପର୍କ ଏତେ ନିଜର,
ଯେପରି ଭଅଁର ସହ ଫୁଲର,
ଚୁମ୍ମା ସହ ଗାଲର,
ପଥ ସହ ଖାଲର...
ତମ ସହ ମୋର ସମ୍ପର୍କ ଏତେ ଅଳୀକ,
ଯେପରି ପେଟ ସହ ଭୋକ,
ବତୀ ସହ ପୋକ,
ସିଙ୍ଗାଣି ସହ ନାକ...
ତମ ସହ ମୋର ସମ୍ପର୍କ ଏତେ ନିଆରା,
ଯେପରି ବିରି ସହ ବରା,
ସୂର୍ଯ୍ୟ ସହ ଖରା,
ବେକ ସହ ହୀରା...
ତମ ସହ ମୋର ସମ୍ପର୍କ ଏତେ ରସିଳ,
ଯେପରି ତରକାରୀ ସହ ଝୋଳ,
ଦେହ ସହ ଝାଳ,
ଧାନ ସହ ପାଳ...
ତମ ସହ ମୋର ସମ୍ପର୍କ ଏତେ ସୁନ୍ଦର,
ଯେପରି ପକ୍ଷୀ ସହ ପର,
କନ୍ୟା ସହ ବର,
ପୋଲିସ୍ ସହ ଚୋର...
ତମ ସହ ମୋର ସମ୍ପର୍କ ଏତେ ଗହନ,
ଯେପରି ଇଂଧନ ସହ ଯାନ,
ହୃଦୟ ସହ ମନ,
କଥା ସହ କାନ...
ତମ ସହ ମୋର ସମ୍ପର୍କ ଏତେ ଜୀବନ୍ତ,
ଯେପରି ନୌକା ସହ କାତ,
ଦେହ ସହ ହାତ,
ବଲ୍ ସହ ଲାତ...
No comments:
Post a Comment