ଆଜି ମୁଁ ହେବି ବର ଯିବି କନିଆଁ ଘର
ବାଜିବ ସାହାନାଇ ନାଚିବେ ଝୁମୁଝାଇଁ
ଦୁଲୁକାଇ ଦେବି ସାରା ସହର
ଆଜି ମୋର ବର ପଟୁଆର ।
ଆଣିବି ହାତି ଘୋଡା ବାନ୍ଧିବି ଥୋଡା ଥୋଡା
ମଟର ବି ଆସିବ ଆଦ୍ୟୁ ପ୍ରାନ୍ତ ଲମ୍ବିବ
ଦେଖୁଥିବ ଖାଲି ସାରା ସହର
ଆଜି ମୋର ବର ପଟୁଆର ।
ଆସିବେ ମନ୍ତ୍ରୀ ଯନ୍ତ୍ରୀ ଆସିବେ ପୁଣି ତନ୍ତ୍ରୀ
ନାଚିବେ ରାସ୍ତା ଘାଟ ସହର ସବୁ ବାଟ
ଫେରିବନି ଆଉ କାହା ନଜର
ଆଜି ମୋର ବର ପଟୁଆର ।
ବିଜୁଳି ଲାଗିଥିବ ଆତସ ଫୁଟୁଥିବ
ଶଙ୍ଖର ଶଙ୍ଖ ନାଦ ହୁଳ ହୁଳି ଶବଦ
ଶୁଣିବ ଆଜି ଏ ସାର ସହର
ଆଜି ମୋର ବର ପଟୁଆର ।
No comments:
Post a Comment