ବୋଉଲୋ... ବୋଉଲୋ...
ଖାଇବାକୁ ଦେ, ଭୋକ ଭାରି ହେଲାଣି...
ବୋଉଲୋ... ବୋଉଲୋ...
ଖାଇବାକୁ ଦେ ବେଳ ଗଡି ଗଲାଣି ।
ଛଅଟାରୁ ନଅଟା ବେଳ ହେଲା ଓଲଟା
ଦାନା ଟିକେ ପଡିନି... ।
ଚାଉଳ ବଛା ସରିନି
ପରିବା କଟା ହୋଇନି
ଚୂଲି ବି କାହିଁ ଲାଗିନି...
କରୁଛି ବିକଳେ ରଡି
ମୂଷାତ ଧାଡିକି ଧାଡି
ପେଟରେ ବୁଲାନ୍ତି ବାଡି...
ପାଉନାହିଁ ସାହାସ ଉଡିଲାଣି ହୋଅସ
ପେଟ ଜଳି ଗଲାଣି ।
ଘର ଘର ବୁଲୁଛୁ
ଡାକିଲେ ହଁ ମାରୁଛୁ
ପୁଣିତ ବସି ପଡୁଛୁ...
ତୋତେ ମୁଁ ଖୋଜି ପାଉନି
କେଉଁଠେ ମାଉସୀ ନାନୀ
ସାଥେ ତୋ କଥା ସରୁନି...
ମଉସା ମାନେ ଆସିଲେ ମାଉସି ମାନେ ଘରକୁ ଗଲେ
ଏବେ ବି ତୋ ମନେ ପଡୁନି ।
ପାଖରେ ପଇସା ନାହିଁ
ରହୁଛି ତୋ ମୁହଁ ଚାହିଁ
ମୁଠାଏ ଖାଇବା ପାଇଁ...
ବାବା ବି ଆସି ନାହାନ୍ତି
ସାଥେ ହୋଟେଲ୍ ଯାଆନ୍ତି
ତୋତେ ମୁଁ ଜଗି ନଥାନ୍ତି...
ଯାହା ହେଲା ହେଲାଣି ଆଉ କିଛି ଦିଶୁନି
ପେଟ ରାମ ରାମ କଲାଣି ।
No comments:
Post a Comment