ଆଦି - ଅନ୍ତ
ଭାବିଛ କେବେ?
କେଉଁ ଏକ ଅନନ୍ତ କାଳରୁ
କ୍ରୋମ-ଜୋମ୍ ଯୋଡିର ମିଳନେ
ଦେଉଛି ଆତ୍ମାର ଭେଟି...।
କେଉଁ ଏକ ଅନନ୍ତ କାଳରୁ
କ୍ରୋମ-ଜୋମ୍ ଯୋଡିର ମିଳନେ
ଦେଉଛି ଆତ୍ମାର ଭେଟି...।
ଜାଣିଛ ସେ କିଏ?
କ୍ଷିତି, ଅପ, ତେଜ,
ବ୍ୟୋମ ଓ ମରୁତକୁ ନେଇ
ଜୀବିତ ସେ ଏଠି...।
କ୍ଷିତି, ଅପ, ତେଜ,
ବ୍ୟୋମ ଓ ମରୁତକୁ ନେଇ
ଜୀବିତ ସେ ଏଠି...।
କଲ୍ପନା କରିଛ କେବେ?
ପଞ୍ଚ ଭୂତ ବ୍ୟତିରେକେ
ଉଡିଯାଏ ସତ୍ତା
ନିର୍ଜୀବ ସମ ଯାଏ ପାଲଟି...।
ପଞ୍ଚ ଭୂତ ବ୍ୟତିରେକେ
ଉଡିଯାଏ ସତ୍ତା
ନିର୍ଜୀବ ସମ ଯାଏ ପାଲଟି...।
No comments:
Post a Comment