ସିନ୍ଦୂରେ ମଣ୍ଡିତ, ନଥ, ଗୁଣା, ଦଣ୍ଡି
ମସ୍ତକେ କିରୀଟ ଦିଶଇ ଶୋଭା
'ମାଆ ନାରାୟଣୀ', ଦୟାମୟୀ ତୁ
ଦୁଃଖ ହାରିବାକୁ ହୋଇଛୁ ଉଭା । || ୧ ||
ଦୁର୍ଗତି ତାରିଣୀ, ଆର୍ତ୍ତ ନିବାରିଣୀ
ହର ପ୍ରିୟା କଇଳାସ ମଣ୍ଡନୀ
ଦଶ ମହାବିଦ୍ୟା ସ୍ଵରୁପିଣୀ ସିଦ୍ଧିରୂପା-
କାତ୍ୟାୟନୀ ତୁ ନାରାୟଣୀ । || ୨ ||
ଝଙ୍କଡେ ବୋଲାଉ ତୁହି "ଶାରଳା"ଲୋ
କାକଟପୁରରେ ତୁଉ 'ମଙ୍ଗଳା'
କୋଣାରକରେ ତୁ ରାମଚଣ୍ଡୀ ପୁରୁ-
ଷୋତ୍ତମ କଟକେ ତୁଇ 'ବିମଳା' । || ୩ ||
ବାଙ୍କିରେ ଚର୍ଚ୍ଚିକା ବୋଲାଇ ମାଅଲୋ
ସମ୍ବଲପୁରରେ ତୁ 'ସମଲାଇ'
ବାଣପୁରରେ ତୋ ନାଆଁ 'ଭଗବତୀ'
ଭୁବନେଶ୍ଵରରେ ଗଉରୀ ବୋଲାଇ । || ୪ ||
ବଡମ୍ବା ରାଜ୍ୟରେ 'ଭଟ୍ଟାରିକା' ନାମ
ଭୁଷଣ୍ଡ ପୁରରେ ତୁ 'ଉଗ୍ରତାରା'
ଆସିକାରେ 'ଖମ୍ବେଶ୍ଵରୀ' ମନ୍ତ୍ରୀଡିରେ
'ଭୈରବୀ' ନାମେ ତୁ ବିଖ୍ୟାତ ପରା ! || ୫ ||
କୁଲାଡରେ 'ବ୍ୟାଘ୍ରଦେବୀ' ଡୁମ୍ବୁଳାରେ
'ବାଙ୍କେଶ୍ଵରୀ' ବୋଲି ଭକତ ଡାକେ
"କନ୍ଧୁଣୀ ଦେଇ"ତୁ ସୋରଡାରେ 'ତାରା-
ତାରିଣୀ' ପୁରସ୍ତମପୁର ପାଖେ । || ୬ ||
ଳାୟୀ' ନାଆଁ ବୁରୁପଡାରେ ତୋର
'ମହୁରୀ କାଳୁଆ' ରୂପେ ବ୍ରହ୍ମପୁରରେ
ଯାଚି ଯାଚି ତୁ ଦେଉଛୁ ବର । || ୭ ||
ଆଦିଶକ୍ତି, ଆଦିମାତା, ଆଦ୍ୟାରୂପା
ଅଯୋନି ସମ୍ଭୂତା ଗଣେଶ ମାତ
ବୈଷ୍ଣବୀ, ରୁଦ୍ରାଣୀ, ବ୍ରହ୍ମାଣୀ ତୁ ଯୋଗ-
ମାୟା ରୂପେ ଏହି ସଂସାରେ ଖ୍ୟାତ । || ୮ ||
ସର୍ବ ମଙ୍ଗଳ ଦାୟିନୀ, ହରପ୍ରିୟେ
ଅସହାୟେ ଡାକଇ ମୁଁ ଆରତେ
ଦୁଃଖ ଉଦ୍ଧାରିଣୀ ପଶିଲି ଶରଣ
ଫେଡ ମୋ କଷଣ ସୁଦୟା ଚିତ୍ତେ । ||୯||
ଶରଣ ରକ୍ଷଣୀ ମାଆ ନାରାୟଣୀ
ଅଭୟ ପାଦେ ତୋ ଗଲି ଶରଣ
ଏତିକି ମାତର ଜାଣିଛି ଏ ହରି-
କୃଷ୍ଣ ତୋର ପାଦ ଅଭୟ ସ୍ଥାନ । || ୧୦ ||
No comments:
Post a Comment