ପୁର୍ଣ୍ଣିମା
ହେ ପୁର୍ଣ୍ଣିମା ଆସ, ତୁମକୁ ଡାକୁଛି,
ମୋ ଜୀବନ ଏବେ ଅନ୍ଧାରରେ ଚାଲିଛି ।
ମୋ ଜୀବନ ଏବେ ଅନ୍ଧାରରେ ଚାଲିଛି ।
ଦୂରକରି ଜୀବନର ଚୀର ଅନ୍ଧାରକୁ,
ଭରିଦିଅ ଶୀତଳ ଜ୍ୟୋତ୍ସ୍ନା ଆଲୁଅକୁ ।
ଭରିଦିଅ ଶୀତଳ ଜ୍ୟୋତ୍ସ୍ନା ଆଲୁଅକୁ ।
ରାତିରେ କେବେ ଆସଇ ପୁର୍ଣ୍ଣିମା,
ଓଢଣି ଟାଣିଛି କିନ୍ତୁ ମୋଠେ ଚନ୍ଦ୍ରମା ।
ଓଢଣି ଟାଣିଛି କିନ୍ତୁ ମୋଠେ ଚନ୍ଦ୍ରମା ।
ରାତିରେ ମାଗେ ଟିକେ କିରଣ,
ଅନ୍ଧାରେ ସଢୁଛି ମୋ ବିକଶିତ ଜୀବନ ।
ଅନ୍ଧାରେ ସଢୁଛି ମୋ ବିକଶିତ ଜୀବନ ।
ସାହାସ କରେ ଯିବାପାଇଁ ଆଗକୁ,
ସାଥେ ନଥାଏ ଚନ୍ଦ୍ର, ରହିଯାଏ ପଛକୁ ।
ସାଥେ ନଥାଏ ଚନ୍ଦ୍ର, ରହିଯାଏ ପଛକୁ ।
କହିଛି ଚନ୍ଦ୍ରକୁ ଦେବାକୁ ଆଲୋକ,
ରୋଷ କରି ମୋ ଜୀବନେ ଭରିଛି ଶୋକ ।
ରୋଷ କରି ମୋ ଜୀବନେ ଭରିଛି ଶୋକ ।
ତେଣୁ ମୁଁ ଡାକୁଛି, ପୁର୍ଣ୍ଣିମା ଆସିଯା...
ଅନ୍ଧରୀ ଜୀବନେ ଆଲୁଅ ଦେଇଯା ।
ଅନ୍ଧରୀ ଜୀବନେ ଆଲୁଅ ଦେଇଯା ।
ତୁମେ ଥିଲେ ମୁଁ ଆଗକୁ ବଢିବି...
ନୂତନ ନୂତନ ଆବିଷ୍କାର କରିବି ।
ନୂତନ ନୂତନ ଆବିଷ୍କାର କରିବି ।
ହେ ପୁର୍ଣ୍ଣିମା ତୁମ ଠାରେ ମିନତି ମୋର;
ପାଖେ ରହି ଅମବାସ୍ୟାକୁ କର ଦୁର ।
ପାଖେ ରହି ଅମବାସ୍ୟାକୁ କର ଦୁର ।
No comments:
Post a Comment