Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Saturday, September 17, 2011

ଦେବୀ ଶ୍ୟାମଳାୟୀ


କେଉଁ ଆବହମାନ କାଳରୁ ସମଗ୍ର ବିଶ୍ଵରେ ଧର୍ମର ଅପ୍ରତିହତ ପ୍ରଭାବ ରହିଛି ଏହା ମାନବ ପ୍ରାଣରେ ସାମୂହିକ କଲ୍ୟାଣର ଦୃଷ୍ଟିଭଙ୍ଗୀ ସୃଷ୍ଟି କରେ ପାପ ତାପ କଳୁଷ ପୂର୍ଣ୍ଣ ସଂସାରରେ କେବଳ ଧର୍ମ ହିଁ ଶ୍ରେୟ ଧର୍ମ ସାର୍ବ ଜନୀନ ଏହା ମାନବିକ ଆବଶ୍ୟକତା ସହ ସମ୍ବନ୍ଧାନ୍ଵିତ ଧର୍ମ ମାଧ୍ୟମରେ ସମାଜରୁ ଦୂରୀଭୂତ ହୁଏ କ୍ରୋଧ, ହିଂସା, ଈର୍ଷା ପରଶ୍ରୀକାତରତା, ସମାଜ ହୁଏ ଅମୃତମୟ ମଙ୍ଗଳମୟ

ବିଚିତ୍ର ଜ୍ଞାନାଶକ୍ତ ଭାରତ ... ବୈଚିତ୍ର୍ୟମୟ ତାର ପବିତ୍ର ଉତ୍କଳ ଗଞ୍ଜାମ ଭୂମି ଭୂମିର ଜନ ଜୀବନରେ ଧର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ଏବଂ ଏହା ବହୁ ଧର୍ମର ସମନ୍ଵିତ ସ୍ଥଳୀ ବହୁ ଧର୍ମ ମଧ୍ୟରୁ ଗାଣପତ୍ୟ, ବୈଷ୍ଣବ, ଶୈବ, ଶାକ୍ତ ସୌର ଧର୍ମର ସାଧନାର ପୀଠ ଗଞ୍ଜାମରେ ସର୍ବାଧିକ ଏହି ପରିପ୍ରେକ୍ଷୀରେ ଶାକ୍ତ ଧର୍ମର ଶକ୍ତି ଉପାସନାର ବୈଶିଷ୍ଟ୍ୟକୁ ଆଲୋଚନା କରାଯାଇପାରେ ଶକ୍ତି ଏପରି ଏକ ଦେବୀ ଯାହାଙ୍କର ସ୍ଥିତି ଅଣୁଠାରୁ ପରମାଣୁ, ପର୍ଣ୍ଣ କୁଟୀର ଠାରୁ ରାଜ ପ୍ରସାଦ, ଶ୍ମଶାନ ଠାରୁ ଶିଖରୀ ପ୍ରଦେଶ, ଧୂଳି ଧୂସରିତ ଧରିତ୍ରୀ ପର୍ଯ୍ୟନ୍ତ ସର୍ବତ୍ର ବିଦ୍ୟମାନ ଶକ୍ତି ବିନା ସୃଷ୍ଟି ଅସମ୍ଭବ ଶକ୍ତିକୁ ଆଶ୍ରୟ କରି ପ୍ରାଣୀ ଜଗତ ତିଷ୍ଠି ରହିଛି ଯୁଗେ ଯୁଗେ ଦେବୀ ସର୍ବଭୂତରେ ଶକ୍ତି ରୂପରେ ସଂସ୍ଥିତା

ଇତିହାସର ଅଜ୍ଞାତ ପୃଷ୍ଠାରେ ଗ୍ରାମୀଣ ପରିବେଶ ପରିବେଷ୍ଟନୀ ମଧ୍ୟରେ ଅବସ୍ଥିତ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପଡା ଗ୍ରାମର ଐତିହ୍ୟ ଅସ୍ପଷ୍ଟ ହୋଇ ରହିଥିଲେ ହେଁ ଏହାର ପଶ୍ଚିମ ଦିଗରେ ପ୍ରକୃତିର ରମଣୀୟ ଆମ୍ର-ବକୁଳବନର ସବୁଜ ପରିବେଶ ମଧ୍ୟରେ ବିଜେ କରିଛନ୍ତି ଜଗତ ଜନନୀ ଦେବୀ ଶ୍ୟାମଳାୟୀ ଏକ ମନୋଜ୍ଞ ମନ୍ଦିର ମଧ୍ୟରେ ମା' ଶ୍ୟାମଳାୟୀ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶାକ୍ତଦେବୀ, ଏବଂ ତା'ଙ୍କ ଅଧିଷ୍ଠାନ ସ୍ଥଳୀ ଶାକ୍ତ ପୀଠ ନାମେ ବିଖ୍ୟାତ ମା' ଶ୍ୟାମଳାୟୀ ଅଭୟ ପ୍ରଦାୟିନୀ ଭାବେ ହଜାର ହଜାର ଭକ୍ତଜନଙ୍କୁ ଅଭୟ ପ୍ରଦାନ କରି ବିପଦ ନାଶିନୀ ରୂପେ ପ୍ରସିଦ୍ଧି ଲାଭ କରିଛନ୍ତି କବିଙ୍କ ବର୍ଣ୍ଣନାରେ:-
"ବୁରୁପଡା ଗ୍ରାମ ପଶ୍ଚିମ ଦିଗ ଆମ୍ରବନରେ
ବିଜେ କରିଛନ୍ତି ଜନନୀ ଶ୍ୟାମଳାୟୀ ନାମରେ
ଭକତ ବତ୍ସଳା ଦେବୀ ସେ ଅଭୟ ପ୍ରଦାୟିନୀ
ହଜାର ହଜାର ଭକ୍ତଙ୍କ ସେ ବିପଦ ନାଶିନୀ "

ମା' ଶ୍ୟାମଳାୟୀଙ୍କ ମନ୍ଦିରଟି ବୁରୁପଡା ଗ୍ରାମ ନିବାସୀ ଗୋପୀନାଥ ସାବତଙ୍କ ଦ୍ଵାରା ୧୮୫୮ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହୋଇଛି ସେହି ସମୟ ଭାରତରେ ଇଂରେଜ ରାଜତ୍ଵର ଦ୍ଵିତୀୟ ପର୍ବ, ଏବଂ ଏହାର ସାମ୍ରାଜ୍ଞ୍ ଥିଲେ ମହାରାଣୀ ଭିକ୍ଟୋରିଆ ଭିକ୍ଟୋରିଆ ରାଣୀଙ୍କ ଶାସନ କାଳରେ ଏହି ମନ୍ଦିର ସ୍ଥାପନ ହୋଇଥିବା ଅନୁମେୟ ସର୍ବ ପ୍ରଥମେ ଗୋପୀନାଥ ଦେବୀ ଶ୍ୟାମଳାୟୀଙ୍କୁ ଏକ କ୍ଷୁଦ୍ର ମନ୍ଦିର ମଧ୍ୟରେ ସ୍ଥାପନ କରି ଯୁଗଯୁଗ ପାଇଁ ଯଶ ରଖିଥିଲେ, ଏବଂ ସର୍ବ ଭକ୍ତ ଜନଙ୍କ ଧନ୍ୟବାଦର ପାତ୍ର ହେଲେ କବିଙ୍କ ଭାଷାରେ:-
"ଧନ୍ୟ ଧନ୍ୟ ଗୋପୀନାଥ ହେ ସାବତ ବଂଶେଜାତ
ମାତ ଶ୍ୟାମଳାୟୀ ସ୍ଥାପନେ ଯଶ କଲ ବର୍ଦ୍ଧିତ "

ଏହାର ୧୧୧ ବର୍ଷ ପରେ ଅର୍ଥାତ୍ ୧୯୬୯ ମସିହାରେ ଦେବୀଙ୍କ ପୁରାତନ ଜୀର୍ଣ୍ଣ ମନ୍ଦିରଟି ଭଙ୍ଗିକରି ଦାତାମାନଙ୍କ ଅର୍ଥରେ ୧୯୭୦ ମସିହାରେ ଶିଳ୍ପଶାସ୍ତ୍ର ବିଶାରଦ ବିନ୍ଧାଣୀମାନଙ୍କ ଦ୍ଵାରା ମନ୍ଦିର ନିର୍ମାଣ ହୋଇ ୧୯୭୨ ମସିହାରେ ଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ (ବୁରୁପଡା)ଙ୍କ ନେତୃତ୍ଵରେ ମା' ଶ୍ୟାମଳାୟୀଙ୍କ ନୂତନ ମନ୍ଦିର ବହୁ ଆଡମ୍ବରର ସହ ପ୍ରତିଷ୍ଠା ହେଲା ଏହାର ଉଚ୍ଚତା ପ୍ରାୟ ୧୨୦ ଫୁଟ୍ କବିଙ୍କ ବର୍ଣ୍ଣନାରେ:-
"ସୂର୍ଯ୍ୟ ନାରାୟଣ ସାହୁଙ୍କ ନେତୃତ୍ଵ ବଳରେ
ମନ୍ଦିର ପ୍ରତିଷ୍ଠା ହୋଇଲା ଏକ ପୁଣ୍ୟ ତିଥିରେ
ସେହି ପୁଣ୍ୟ ତିଥି ଅଟଇ ଊଣେଈଶ ବାସ୍ତୋରି
ମାଆଙ୍କ କରୁଣା ଲଭିଲେ ଭକ୍ତ ଦିବା ଶର୍ବରୀ "

ମା' ଶ୍ୟାମଳାୟୀଙ୍କ ମନ୍ଦିରରେ ତିନି ଗୋଟି ବଖରା ଅର୍ଥାତ୍ ବିଜୟ ବଖରା, ଭୋଗ ବଖରା ଦର୍ଶନ ବଖରାରେ ପରିପୂର୍ଣ୍ଣ ବିଜୟ ବଖରାରେ ଦେବୀ ତାଙ୍କ ଦଶଭୂଜରେ ଦଶ ଗୋଟି ଆୟୂଧ ଧାରଣ କରି ସିଂହ ପୃଷ୍ଠରେ ବିରାଜମାନ କରିଛନ୍ତି ପୂର୍ବେ ପାଷାଣରେ ନିର୍ମିତ ଏବଂ ଏହାଙ୍କ (ଦେବୀଙ୍କ) ଉଚ୍ଚତା ପ୍ରାୟ ପଞ୍ଚ ଫୁଟ ହେବ ଦେବୀଙ୍କ ମସ୍ତକରେ ଶୋଭା ପଉଛି ରୂପାର କିରିଟ, ଚକ୍ଷୁରେ କଜ୍ଵଳ, ନାସିକାରେ ନଥ, ଗୁଣା ଦଣ୍ଡି ଏବଂ କର୍ଣ୍ଣରେ ଦୀପ୍ତିମାନ ଅଳଙ୍କାର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ଅଧିକମାତ୍ରାରେ ସୌନ୍ଦର୍ଯ୍ୟାନ୍ଵୀତ କରିପାରିଛି ଦେବୀଙ୍କ କଣ୍ଠ ପ୍ରଦେଶରେ ମନ୍ଦାରର ପୁଷ୍ପମାଳା, କଟିରେ କିଙ୍କିଣୀ ନାଲି ବସ୍ତ୍ର, ପାଦରେ ନୂପୁର, ହସ୍ତରେ ନାଲି ରଙ୍ଗର ଚୂଡି ଆଦି ଶୋଭାବର୍ଦ୍ଧନ କରୁଛି ଏହି ମୂର୍ତ୍ତିର ନିର୍ମାଣ କଳା ଅତି ମଞ୍ଜୁଳ ଅଟେ ମନ୍ଦିରର ପ୍ରଥମ ଦ୍ଵାରରେ ପରିଶୋଭିତ ନବଗ୍ରହ ମୂର୍ତ୍ତି ବିଭିନ୍ନ ବଖରାର ଦ୍ଵାର ପାଳିକା ଏବଂ କାଳଘଣ୍ଟ ମହାକାଳ ନାମକ ଦ୍ଵାରପାଳ ମାନେ ନିଜ ନିଜର ଆୟୁଧ ଧାରଣ କରି ଦଣ୍ଡାୟମାନ ହୋଇଛନ୍ତି ମନ୍ଦିର ଗାତ୍ରରେ ଦଶମହାବିଦ୍ୟାର ଦେବୀଗଣ ଶୋଭାବର୍ଦ୍ଧନ କରୁଛନ୍ତି ଦେବୀ ମନ୍ଦିରସ୍ଥ ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ଵରେ ଦୁଇଗୋଟି ସିଂହ ମୂର୍ତ୍ତି ଦଣ୍ଡାୟମାନ ହୋଇ ଭକ୍ତଗଣଙ୍କୁ ସ୍ଵାଗତ ଜଣାଇଁ ମନ୍ଦିର ଶୋଭକୁ ଆକର୍ଷିତ କରୁଛନ୍ତି କବିଙ୍କ ଭଷାରେ:-
"ଦେବୀଙ୍କ ମନ୍ଦିର ସମ୍ମୁଖେ ବିକ୍ରମ ସିଂହ ଦୁଇ
ସ୍ଵାଗତ ଜଣାନ୍ତି ଭକତେ ମାଙ୍କ ଆଶିଷ ନେଇ "

ସିଂହ ଦ୍ଵାରର ଡାହାଣ ପର୍ଶ୍ଵରେ ବ୍ରହ୍ମା, କାର୍ତ୍ତିକେୟ, କାଳିକା ଏବଂ ବାମ ପାଶ୍ଵରେ ପାର୍ବତୀ, ଇନ୍ଦ୍ରାଣୀ ମୂର୍ତ୍ତି ସ୍ଥାପିତ ଦେବୀଙ୍କ ମନ୍ଦିରର ବାମ ପାର୍ଶ୍ଵରେ ଶ୍ରୀ ଶ୍ରୀ ଶ୍ରୀ ମୁଦୁଗେଶ୍ଵର ମହାଦେବଙ୍କ ମନ୍ଦିର ମନ୍ଦିର ପରିସରକୁ ଲାଗି ଦେବୀ ମଣ୍ଡପ, ବହିର୍ଦ୍ଵାର ସମ୍ମୁଖସ୍ଥ ଦୁଇ ପାର୍ଶ୍ଵରେ ନାଲି କଳା ରଙ୍ଗର ଦୁଇଟି ଅଶ୍ଵ ମୂର୍ତ୍ତି ବିରାଜମାନ ଦେବୀ ଶ୍ୟାମଳାୟୀ ଭକ୍ତ ଜନଙ୍କ ହିତ ସାଧନ ପାଇଁ ଏହି ପୀଠରେ ଉଭା ହୋଇଛନ୍ତି ଦେବୀ କେବଳ ଯେ ସାବତ ବଂଶର ନୁହେଁ ବୁରୁପଡା ହିଞ୍ଜିଳି ଅଞ୍ଚଳ ବାସୀଙ୍କ ଘରଇଷ୍ଟ ଦେବୀ ଭାବେ ପୂଜା ପାଇ ବିଘ୍ନ ବିନାଶିନୀ ନାମରେ ନିଜ ଧ୍ଵଜା ଉଡାଇଛନ୍ତି କବିଙ୍କ ଭଷାରେ:-
"ଘର ଇଷ୍ଟ ଦେବୀ ରୂପେ ମାଆ ପାଉଛନ୍ତି ପୂଜା
ବିଘ୍ନ ବିନାଶିନୀ ନାମରେ ତାଙ୍କ ଉଡୁଅଛି ଧ୍ଵଜା "

ଦେବୀ ଶ୍ୟାମଳାୟୀଙ୍କ ସମ୍ପର୍କେ ବିଭିନ୍ନ କିମ୍ବଦନ୍ତୀ ରହିଅଛି ତନ୍ମଧ୍ୟରୁ ଗୋଟିଏ ହେଲା- 'ବୁରୁପଡା ଗ୍ରାମ ନିବାସୀ ଗୋପୀନାଥ ସାବତ ନାମକ ଜଣେ ବ୍ୟବସାୟୀ ନିଜ ପରିବାର ପରିପୋଷଣ ପାଇଁ ଦୈନନ୍ଦିନ ବାଣିଜ୍ୟ କରି ଅର୍ଥ ଉପାର୍ଜନ କରୁଥିଲେ ଏବଂ ବେଳେବେଳେ ଶଗଡରେ ଗୁଡ, ପାନ ଆଦି ସାମଗ୍ରୀ ବୋଝେଇ କରି ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ସୁଦୂର ନୟାଗଡ ଜିଲ୍ଲାର ବିଭିନ୍ନ ଗ୍ରାମରେ ବିକ୍ରୟ କରି ମୂଲ୍ୟାର୍ଥ ନେଇ ସ୍ଵଗ୍ରାମକୁ ଫେରୁଥିଲେ ଦିନକର କଥା : ଗୋପୀନାଥ ନୟାଗଡ ଜିଲ୍ଲାର ଦଶପଲ୍ଲା ଗ୍ରାମରେ ପାନ ପତ୍ର ବିକ୍ରିକରି ଫେରିଲାବେଳେ ଜଙ୍ଗଲ ରାସ୍ତାରେ ଦେବୀ ଶ୍ୟାମଳାୟୀ ଯାମଳାୟୀଙ୍କୁ ବାଳିକା ରୂପରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲେ ଗୋପୀନାଥ ଜଣେ ପରମଦେବୀ ଭକ୍ତ ଥିବା ଯୋଗୁଁ ଦେବୀ ଶ୍ୟାମଳାୟୀ ନିର୍ଦ୍ଦେଶ କରି କହିଲେ, "ହେ ମୋର ପ୍ରିୟ ଭକ୍ତ ଆମର ଏହି ଦୁଇଟି ପ୍ରତିମାକୁ ନେଇ ତୁମ ଗ୍ରାମର ପଶ୍ଚିମ ଦିଗରେ ସ୍ଥାପନ କର ଏବଂ ଏହାକୁ ଭକ୍ତି ଭରେ ପୂଜା କର ନିଶ୍ଚିତ ଭାବେ ତୁମର ମନସ୍କାମନା ପୂର୍ଣ୍ଣ ହେବ " କବିଙ୍କ ଭାଷାରେ:-
"ଆହେ ମୋର ପ୍ରିୟ ଭକତ ଗୋପୀନାଥ ସାବତ
ମନରେ ଚିନ୍ତା ନକରିଣ ଗ୍ରାମେ ଯାଅ ତୁରିତ
ବୁରୁପଡା ଗ୍ରାମ ପଶ୍ଚିମ ଦିଗ ଆମ୍ର ବନରେ
ସ୍ଥାପିବ ଯେ ଆମ ମୂରତି ଅତି ପୁଣ୍ୟ ମନରେ
ଭକ୍ତି ସହକାରେ କରିବ ଆମ୍ଭ ପୂଜା-ଅର୍ଚ୍ଚନା
ନିଶ୍ଚୟ ପୂରଣ ହୋଇବ ତୁମ ମନସ୍କାମନା "

ଏହା କହି ହଠାତ୍ ଦେବୀ ଦ୍ଵୟ ଅନ୍ତର୍ଦ୍ଧାନ ହୋଇଗଲେ ତାଙ୍କ ସ୍ଥାନରେ ଦୁଇଟି ପଥର ମୂର୍ତ୍ତି ଦେଖି ଗୋପୀନାଥ ଅତ୍ୟନ୍ତ ଆନନ୍ଦିତ ହୋଇ ନିଜ ଶଗଡରେ ପଥର ମୂର୍ତ୍ତି ଦୁଇଟିକୁ ନେଇ ନିଜ ଗ୍ରାମ ବୁରୁପଡାର ପଶ୍ଚିମ ଦିଗରେ ମନ୍ଦିର ନିର୍ମାଣ କରି ବିଧି ମୁତାବକ ତନ୍ମଧ୍ୟରେ ମୂର୍ତ୍ତି ଦ୍ଵୟ ସ୍ଥାପନ କଲେ ସେହିଦିନ ଠାରୁ ଅଦ୍ୟାବଧି ଦେବୀ ଶ୍ୟାମଳାୟୀ ଭକ୍ତ ପୂଜକ ମାନଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି '

ଅନ୍ୟ ଏକ କିମ୍ବଦନ୍ତୀ:

ଦେବୀ ଶ୍ୟାମଳାୟୀ ମନ୍ଦିର ନିକଟରେ ରହିଛି ବିରାଟ ଆମ୍ବ ତୋଟା ସେହି ତୋଟାରେ ଏକଦା ବୁରୁପଡା ଗ୍ରାମର ଶିଶୁ ବାଳକ ବାଳିକା ମାନେ ଖେଳୁଥିବା ବେଳେ ଦେବୀ ଯାମଳାୟୀ ବିଦ୍ୟୁତ୍ ବେଗରେ ଆସି ଖେଳ ସ୍ଥାନରୁ ଶିଶୁ ମାନଙ୍କୁ ଉଠାଇ ଆଣି ନିର୍ଦ୍ଦୟ ଭାବେ ପନିକିରେ କାଟି ମୃତ୍ୟଦଣ୍ଡ ଦେଉଥିଲେ ଏତାଦୃଶ୍ୟ ସନ୍ଦର୍ଶନ କରି ଦେବୀ ଶ୍ୟାମଳାୟୀ ଅତିମାତ୍ରାରେ କ୍ରୋଧାନ୍ଵିତ ହୋଇ ଜ୍ୟେଷ୍ଠାଭଗ୍ନୀ ଯାମଳାୟୀଙ୍କୁ ଶକ୍ତ ଚାପଡା ମାରି ତାଙ୍କ ମୁହଁ ବୁଲାଇ ଦେଲେ, ଏବଂ କହିଲେ, "ତୋର ଅପକୀର୍ତ୍ତି ଯୋଗୁଁ ତୁ ମୋ ସହ ପୂଜା ପାଇବୁ ନାହିଁ ତୁ ମୋଠାରୁ ଅଲଗା ହୋଇ ମନ୍ଦିର ବାହାରେ ରହିବୁ ତେଣୁ ସେହି ଦିନ ଠାରୁ ଦେବୀ ଯାମଳାୟୀ ମନ୍ଦିର ବାହାରେ ଅବସ୍ଥାନ କରିଛନ୍ତି କବିଙ୍କ ଭାଷାରେ:-               ସେହି ଦିନ ଠାରୁ ଅପୂଜ୍ୟ ହୋଇଲେ, ଯାମଳାୟୀ
ମନ୍ଦିର ବାହାରେ ରହିଲେ ଅତି ବିକଳ ହୋଇ "

ଆଉ ଅନ୍ୟ ଏକ ଆଖ୍ୟାନ :-

ସେ ଦିନ ଥିଲା ବୈଶାଖ ମାସର ରୁଦ୍ରାନ୍ତ ଖରାବେଳ ଜନୈକ କାଚରା କାଚ ବିକ୍ରି କରୁଥିବାରୁ ଦେଖି ଦେବୀ ଶ୍ୟାମଳାୟୀ କୁମାରି ରୂପରେ ତା' ନିକଟରେ ଉପସ୍ଥିତ ହେବା ଏବଂ ଦେବୀଙ୍କ କହିବା ପ୍ରକାରେ କାଚରା ସ୍ଵହସ୍ତରେ ନାଲିରଙ୍ଗର କାଚ ଦୁଇ ମୁଠା ପିନ୍ଧାଇ ଥିବା ଘଟଣା- ବୁରୁପଡା ତା' ନିକଟସ୍ଥ ଗ୍ରାମବାସୀମାନଙ୍କୁ ଚକିତ୍ କରିଦେଇଥିଲା ଏଣୁ ପୂଜକ ରଣା ବହୁ ପ୍ରଶଂସା କହି କାଚରାକୁ କହିଲେ-
"ଧନ୍ୟ ଧନ୍ୟ ତୁମ ଜୀବନ ଧନ୍ୟ କାଚରା ଭାଇ
ମାତାଙ୍କ ହସ୍ତକୁ ଧରିଣ ଦେଲ କାଚ ପିନ୍ଧାଇ
ପୂର୍ବ ଭାଗ୍ୟ ବଳେ ଦର୍ଶନ କଲ ମା' ଶ୍ୟାମଳାୟୀ
ଭକତ ବତ୍ସଳା ଅଟନ୍ତି ଶ୍ରୀ ଦେବୀ ମହାମାୟୀ "

ମା' ଶ୍ୟାମଳାୟୀଙ୍କ ପବିତ୍ର ପୀଠରେ ମୁଖ୍ୟତଃ ଦୁଇଟି ପର୍ବ ଅର୍ଥାତ୍ ଶାରଦୀୟ ବାସନ୍ତୀ ପର୍ବ ମହାନ୍ ସମାରୋହରେ ଅନୁଷ୍ଠିତ ହୁଏ ଶାରଦୀୟ ପର୍ବ ପ୍ରତି ବର୍ଷ ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ "ଷୋଳ ପୂଜା" ଷୋଢଶୋପଚାରରେ ଦେବୀଙ୍କ ପାଠରେ ସମ୍ପନ୍ନ ହୁଏ ସକାଳ ବେଳା ବାଳ ଭୋଗ, ମଧ୍ୟାହ୍ନରେ ଅନ୍ନଭୋଗ, ଚଣ୍ଡୀ ପାଠ ଅପରାହ୍ନରେ ଷୋଢଶ ଉପଚାରରେ ପୂଜା, ଚଣ୍ଡୀପାଠ ସନ୍ଧ୍ୟାରେ ଯଜ୍ଞ-ହୋମାଦି କାର୍ଯ୍ୟ ସମ୍ପାଦନ ଏବଂ ରାତ୍ରିରେ ବିଧି ମୁତାବକ ଅନ୍ନଭୋଗ ଦେବୀଙ୍କ ନିକଟରେ ହୁଏ ସେହିଭଳି ବାସନ୍ତୀ ପର୍ବ ପ୍ରତି ବର୍ଷ ଚୈତ୍ର ମାସ, ଶୁକ୍ଳ ପକ୍ଷ ସପ୍ତମୀ, ଅଷ୍ଟମୀ ନବମୀ ତିଥିରେ ଅନୁଷ୍ଠିତ ହୁଏ ଏହି ପର୍ବରେ ଦେବୀଙ୍କୁ ଷୋଢଶୋପଚାରରେ ପୂଜା ହୁଏ ଏବଂ ପରମ୍ପରା ଅନୁଯାୟୀ ଚଣ୍ଡୀ ପାଠ, ହୋମ ଯଜ୍ଞାଦି କାର୍ଯ୍ୟ ଶୁଦ୍ଧପୂତ ଭାବରେ ସମାପନ ହୁଏ

ପ୍ରତି ବର୍ଷ ଚୈତ୍ର ମାସର ସମସ୍ତ ମଙ୍ଗଳବାରରେ ମହାମାୟୀ ଦେବୀ ଶ୍ୟାମଳାୟୀଙ୍କ ଯାତ୍ରା ଉତ୍ସବ ଧୂମଧାମରେ ହୁଏ ଏହି ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା ଏବଂ ତା' ପାର୍ଶ୍ଵବର୍ତ୍ତୀ ଓଡିଶାର ବିଛ୍ଛିନ୍ନାଞ୍ଚଳରୁ ଆଗତ ଭକ୍ତଗଣ ନିଜ ନିଜର ଶରଣିକ ମାନସିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ପୂଜା ଘେନି ଦେବୀଙ୍କ ପୀଠରେ ଉପସ୍ଥିତ ହୋଇ ମାତାଙ୍କୁ ପ୍ରଣାମ ଜଣାନ୍ତି କବିଙ୍କ ଭାଷାରେ:-
"ପବିତ୍ର ଚଇତ୍ର ମାସର ଚାରି ମଙ୍ଗଳ ବାରେ
ଦେବୀଙ୍କ ପୀଠରେ ଉତ୍ସବ ହୁଏ ଧୁମଧାମରେ
ଦୂର ଦୂରାନ୍ତରୁ ଆସିଣ ଅସଂଖ୍ୟ ଭକ୍ତଗଣ
ମନୋରଥ ପୂର୍ଣ୍ଣ ଆଶାରେ ନମି ମାତା ଚରଣ "

ଭକ୍ତ ମାନେ ଭକ୍ତି ଭରେ ସ୍ଵୀୟ ମାନସିକ ପୂଜା ଦେବୀଙ୍କୁ ସମର୍ପଣ କରି ଅତି ଆନନ୍ଦରେ ପ୍ରସାଦ ସେବନ କରନ୍ତି ଏବଂ ସେମାନଙ୍କ ମାନସିକ ପୂର୍ଣ୍ଣ ହେବା ପରେ ନିଜ ଶିଶୁ ମାନଙ୍କ କେଶ କର୍ତ୍ତନ ବା ସେମାନଙ୍କୁ ଲଣ୍ଡାକରି ସେମାନଙ୍କ ପ୍ରଥମ ବାଳ (କେଶ) ଦେବୀଙ୍କ ପରିସରର ନିର୍ଦ୍ଧାରିତ ସ୍ଥାନରେ ପକାଇ କରୁଣାମୟୀ ମା'ଙ୍କୁ ପ୍ରଣାମ କରି ପୁଣି ମାନସିକ କରି ଦୃଢ ବିଶ୍ଵାସ ସହ ଗୃହକୁ ଫେରନ୍ତି

ଯାତ୍ରା ସମୟରେ ଉପସ୍ଥିତ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଭାରତଲୀଳା, ରାଧାପ୍ରେମଲୀଳା, ପ୍ରହ୍ଲାଦ ନାଟକ ଆଦି ପରିବେଶାଣ ହୁଏ ଦେବୀଙ୍କ ବେଢା ପ୍ରାଙ୍ଗଣରେ ଅନେକ ମନୋହରୀ ଦୋକାନ, ନଡିଆ, କଦଳୀ, ସୁଗନ୍ଧ ଅଗରବତୀ, ଦେବୀ ଭୋଗ୍ୟ ପୁଷ୍ପ ଘୃତ ଦୀପାଦି ସଜ୍ଜିତ ଦୋକାନ ସାଙ୍ଗକୁ ବିଭିନ୍ନ କିସମର ମିଷ୍ଟାନ୍ନ ଦୋକାନ ଖୋଲିଥାଏ ଏହି ଯାତ୍ରା ଦେଖିବା ପାଇଁ ଏବଂ ଦେବୀ ଦର୍ଶନ ନିମିତ୍ତ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଲୋକ ଆସନ୍ତି ଏହି ମନ୍ଦିର ପରିସରରେ ଭକ୍ତ ବୃନ୍ଦ ନିଜ ଶକ୍ତି ଅନୁଯାୟୀ ରୋଷେଇ କରି ଷୋଢଶ ଉପଚାରରେ ଦେବୀଙ୍କୁ ଭୋଗ ଅର୍ପଣ କରି ଆମନ୍ତ୍ରିତ ବନ୍ଧୁବାନ୍ଧବ ଏବଂ ଆତ୍ମୀୟ ସ୍ଵଜନଙ୍କ ଗହଣରେ ଅନ୍ନବ୍ୟଞ୍ଜନ ଆଦି ପ୍ରସାଦ ସେବନ କରି ମହା ଆନନ୍ଦରେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି

ଦେବୀ କରୁଣାମୟୀ ଅଟନ୍ତି ତେଣୁ ତାଙ୍କ କରୁଣା ଲାଭ ଉଦ୍ଦେଶ୍ୟରେ ଭକ୍ତଗଣ ମା'ଙ୍କୁ ପ୍ରଣାମ ଜଣାଇ ନିଜ ନିଜର ଅଭିଷ୍ଟ ସିଦ୍ଧ ନିମନ୍ତେ ପୂଜାର୍ଚ୍ଚନା କରନ୍ତି ଶୁଭଯୋଗରେ ବିବାହ-ବ୍ରତାଦି କାର୍ଯ୍ୟ ଏବଂ ବିଭିନ୍ନ ସମାଜର ବୈଠକ ଦେବୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୁଏ କାରଣ ଦେବୀ ଶ୍ୟାମଳାୟୀ ଭକ୍ତ ଜନଙ୍କ ସମସ୍ୟା ସମାଧାନ ହିତ ସାଧନ ପାଇଁ ଏହି ପୀଠରେ ଉଭା ହୋଇଛନ୍ତି

ଜଗତ ଜନନୀ ଦେବୀ ଶ୍ୟାମଳାୟୀ ଶକ୍ତି ସ୍ଵରୂପିଣୀ ଅଟନ୍ତି ତାଙ୍କରି ମହିତା ସର୍ବତ୍ର ପ୍ରକଟିତ ସ୍ଥାନ କାଳ ଭେଦରେ ସେ ଦୁର୍ଗତି ନାଶିନୀ ଦୁର୍ଗା, ଐଶ୍ଵର୍ଯ୍ୟ ପ୍ରଦାୟିନୀ ଲକ୍ଷ୍ମୀ, ପ୍ରଜ୍ଞା ପ୍ରଦାୟିନୀ ସରସ୍ଵତୀ ଏବଂ ମଙ୍ଗଳଦାୟିନୀ ମଙ୍ଗଳା ପ୍ରଭୃତି ବହୁ ରୂପରେ ଉପାସିତା

ସାମ୍ପ୍ରତିକ ଦ୍ଵନ୍ଦବହୁଳ, ଯୁଦ୍ଧବିଧ୍ଵସ୍ତ ଜଗତର ସକଳ ଦୁର୍ଗତି ବିନାଶ କରିବା ନିମିତ୍ତ ସେ ଶକ୍ତିମୟୀ ଦଶଭୂଜା ଶ୍ୟାମଳାୟୀ ରୂପରେ ସର୍ବଜନାରାଧ୍ୟା ମା'ଙ୍କୁ ଭକ୍ତିପୁତ ଭାବେ ପୂଜାକଲେ ଆସୁରୀ ପ୍ରବୃତ୍ତିଗୁଡିକର ବିନାଶ, ଦୈବୀ ବୃତ୍ତିଗୁଡିକର ସମାବେଶ ଏବଂ ପରମ ଜ୍ଞାନର ସମୁପଲବ୍ଧ ହୋଇଥାଏ ତେବେ ଆସନ୍ତୁ, ଆଜିର ଏହି ପୁଣ୍ୟ ତିଥିରେ "ବୁରୁପଡା ବାସିନୀ ଦେବୀ ଶ୍ୟାମଳାୟୀ"ଙ୍କ ଆରାଧନା କରିବା ତାଙ୍କ ଅନୁକମ୍ପା ଲାଭ କରି ଆମ୍ଭ ଜୀବନକୁ ପବିତ୍ର ମହାନ୍ କରି ଗଢିତୋଳିବା

No comments: