Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Thursday, September 8, 2011

ସାରଳା ମହାଭାରତ ଏକ ଲୋକକଥାର ଗନ୍ତାଘର


 

ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ  ସୁରଭିତ ସୁମନର ଏକ ନନ୍ଦନକାନନ ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦ ଗୁଡିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ଵୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି କବି ସ୍ଵକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ' କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଶୁଷ୍କ ପ୍ରତୀୟମାନ ହୋଇଥାଏ ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ସ୍ଵାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି ସ୍ଵକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ତନ୍ମଧ୍ୟରୁ କେତିଟି ପ୍ରବଚନର ଦୃଷ୍ଟାନ୍ତ ନିମ୍ନମତେ ଆଲୋଚନା କରାଯାଇପାରେ

() ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି :-

ଗଙ୍ଗା ଶାନ୍ତାନୁଙ୍କ ଦାମ୍ପତ୍ୟ ଜୀବନକୁ କେନ୍ଦ୍ର କରି ଏହି ଆପ୍ତ ବାକ୍ୟଟିକୁ କବି ଦାସ ସଂଯୋଜନା କରିଛନ୍ତି ରାଜା ନିର୍ଘାତଙ୍କ କନ୍ୟା ଗଙ୍ଗା ଭଗବାନ ଶିବଙ୍କୁ ବିବାହ କରିବା ନିମିତ୍ତ ସଙ୍କଳ୍ପବଦ୍ଧ ଥିଲେ କିନ୍ତୁ ଭ୍ରମ ବଶତଃ ଶାନ୍ତାନୁଙ୍କୁ ଶିବ ଭାବି ବିବାହ କଲେ

() ଧୃତରାଷ୍ଟ୍ରଙ୍କୁ କନ୍ୟା ନାହିଁ କି ଗାନ୍ଧାରୀଙ୍କୁ ବର ନାହିଁ; ବା ଉଆଁସି କନ୍ୟାକୁ ସାହାଡା ବର :-

ଏହି ପ୍ରବଚନଟି ବର୍ତ୍ତମାନ ସୁଦ୍ଧା ଉତ୍କଳୀୟ ଜନଜୀବନରେ ପ୍ରଚଳିତ ବର ଅଥବା କନ୍ୟାର ବିବାହ ପାଇଁ ବାରମ୍ବାର ପ୍ରସ୍ତାବ ଭାଙ୍ଗି ଯାଉଥିଲେ କିମ୍ବା ବିବାହ ହୋଇ ନପାରିଲେ ଏହି ପ୍ରବଚନଟି ଲୋକ ମୁଖରୁ ଶୁଣାଯାଏ ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ବିବାହ ପ୍ରସଙ୍ଗରେ କବି ଏହା ଉଲ୍ଲେଖ କରିଛନ୍ତି ଜ୍ୟୋତିଷ ଗଣନା ଅନୁଯାୟୀ ଧୃତରାଷ୍ଟ୍ରଙ୍କୁ ଜନ୍ମ ସମୟରେ ବ୍ରହ୍ମ ରାକ୍ଷାସ ଦୋଷ ଲାଗିଥିଲା ଫଳତଃ ତାଙ୍କ ବିବାହ ଯେଉଁ କନ୍ୟାଙ୍କ ସହ ଅନୁଷ୍ଠିତ ହେଉଥିଲା ହସ୍ତଗ୍ରନ୍ଥି ବନ୍ଧନ କାଳରେ ତାର ମୃତ୍ୟୁ ଘଟୁଥିଲା କବି ସାରଳା ଦାସ ମହାଭାରତର - ଆଦି ପର୍ବ ପ୍ରଥମ ଖଣ୍ଡର ୧୧୮ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି

() ପ୍ରଥମ ଯୁଦ୍ଧରେ ଭୀମ ହାରେ :-

କୌଣସି କାର୍ଯ୍ୟରେ ପ୍ରଥମେ ଅସଫଳ ଏବଂ ପରବର୍ତ୍ତୀ ସମୟରେ ସଫଳତା ଲାଭ କରିବା ହେଉଛି ଏହି ପ୍ରବଚନର ଅନ୍ତର୍ନିହିତ ଅର୍ଥ ଦ୍ଵିତୀୟ ପାଣ୍ଡବ ଭୀମ ଜନ୍ମରୁ ହିଁ ଶକ୍ତିଶାଳୀ ଶତଶୃଙ୍ଗ ଗିରି ବକ୍ଷରେ ଶୁଆଇଦେଇ କୁନ୍ତି ସ୍ଵକର୍ମରେ ବ୍ୟସ୍ତ ଥିବାବେଳେ ହଠାତ୍ ଭୀମଙ୍କ ନିଦ୍ରା ଭଙ୍ଗ ହେଲା ସେ ମାତ କୁନ୍ତିଙ୍କୁ ନିକଟରେ ନପାଇ ଗୋଡବାଡେଇ କାନ୍ଦିବାରେ ଲାଗିଲେ ଯାହାଫଳରେ ଭୀମଙ୍କ ପଦାଘାତରେ ଶତ ଶୃଙ୍ଗ ଗିରିରୁ ଶୃଙ୍ଗଟିଏ ଭଙ୍ଗି ପଡିଲା ଏତାଦୃଶ ଆଚାଣରେ କ୍ରୋଧାନ୍ଵିତ ହୋଇ ଶତଶୃଙ୍ଗ ଗିରି ଭୀମଙ୍କୁ ପ୍ରଥମ ଯୁଦ୍ଧରେ ହାରିବା ପାଇଁ ଅଭିଷାପ ପ୍ରଦାନ କଲେ ସାରଳା ମହାଭାରତ, ଆଦିପର୍ବ, ପ୍ରଥମ ଖଣ୍ଡର ୨୦୫ ପୃଷ୍ଠାରେ ଏହିପରି ପ୍ରକାଶ ପାଇଛି

() ଝିମିଟି ଖେଳରୁ ମହାଭାରତ :-

କୌଣସି ଏକ ସମସ୍ୟା ସାମାନ୍ୟ ଘଟଣାରୁ ବିରାଟ ଗଣ୍ଡଗୋଳର ସୂତ୍ରପାତ ହେଲେ ଉତ୍କଳୀୟ ଲୋକ ମୁଖରେ ଏହି ପ୍ରବଚନଟି ଶୁଣାଯାଏ ବାଲ୍ୟାବସ୍ଥାରେ କୌରବ ଏବଂ ପାଣ୍ଡବ ଏକାଠି ବିଦ୍ୟାଶିକ୍ଷା କରୁଥିବା ଅବସରରେ ଝିମିଟି ଖେଳରେ ବ୍ୟାପୃତ ଥିବ ସମୟେ ଭୀମସେନ କୌରବଙ୍କୁ ପରାସ୍ତ କରୁଥିଲେ ପାଣ୍ଡବମାନଙ୍କ ଠାରୁ ବାରମ୍ବାର ପରାସ୍ତ ହୋଇ ଦୁର୍ଯ୍ୟୋଧନଙ୍କ ସମେତ କୌରବ ଭ୍ରାତାମାନେ ଅପମାନିତ ହୋଇଥିଲେ ତାଙ୍କ ମନ ମଧ୍ୟରେ ଯେଉଁ ପ୍ରତିହିଂସା ଦାବାନ ସୁପ୍ତ ଅବସ୍ଥାରେ ଥିଲା ପରବର୍ତ୍ତୀ ତାହା ପ୍ରଜ୍ଵଳିତ ହୋଇ ବିରାଟ ମହାଭାରତ ଯୁଦ୍ଧରେ ପରିଣତ ହେଲା ତେଣୁ କବି ସାରଳାଦାସ ସ୍ଵୀୟ ମହାଭାରତର ଆଦି ପର୍ବ - ପ୍ରଥମ ଖଣ୍ଡର ୪୩୩ ୪୩୬  ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ଝିମିଟି ଖେଳରୁ ମହାଭାରତର ସୃଷ୍ଟି

() ନର ବା ଗୁଞ୍ଜରେ ଅଶ୍ଵତ୍ଥାମା ହତ :-

କୌଣସି ଏକ ମିଥ୍ୟା ବିଷୟକୁ ଚତୁରତାର ସହକାରେ ସତ୍ୟ ଘଟଣା ଭାବରେ ପ୍ରକଶ କରିବା କ୍ଷେତ୍ରରେ ଏହି ପ୍ରବଚନଟି ଉଦ୍ଧାର କରାଯାଇଥାଏ

ଦ୍ରୋଣାଚାର୍ଯ୍ୟ କୌରବମାନଙ୍କ ସପକ୍ଷରେ ରହି ପାଣ୍ଡବମାନଙ୍କ ବିପକ୍ଷରେ ଯୁଦ୍ଧ କରୁଥିଲେ ଦ୍ରୋଣାଚାର୍ଯ୍ୟଙ୍କ ସମର କୌଶଳ ଅବଲୋଚନ କରି ପାଣ୍ଡବ ସଖା ଶ୍ରୀକୃଷ୍ଣ ଚିନ୍ତା କଲେ ପାଣ୍ଡବମାନେ ନିଶ୍ଚୟ ଦ୍ରୋଣଙ୍କ ଦ୍ଵାରା ପରାଜିତ ହେବେ ଏଣୁ ଦ୍ରୋଣ ପୁତ୍ର ଅଶ୍ଵତ୍ଥାମା ହତ (ମୃତ) ବୋଲି ଶ୍ରୀକୃଷ୍ଣ କପଟରେ ମିଥ୍ୟା ପ୍ରଚାର କରିଥିଲେ ଏକମାତ୍ର ପୁତ୍ର ଅଶ୍ଵତ୍ଥାମାର ହତ ସମ୍ବାଦ ଶ୍ରବଣ କରି ଦ୍ରୋଣାଚାର୍ଯ୍ୟ ଅତିଶୟ ବିଚଳିତ ହୋଇ ଏହାର ସତ୍ୟାସତ୍ୟ ସମ୍ବନ୍ଧରେ ଯୁଧିଷ୍ଠିରଙ୍କୁ ପଚାରିଥିଲେ, କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରରୋଚନାରେ ଯୁଧିଷ୍ଠିର ଦ୍ଵନ୍ଦାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ ଏହି ବିଷୟରେ କବି "ଦ୍ରୋଣ ପର୍ବ" ୩୯୫ ପୃଷ୍ଠାରେ ନିମ୍ନମତେ ବର୍ଣ୍ଣନା କରିଛନ୍ତି :-

"ଯୁଝେଷ୍ଠିଦେବ ବୋଇଲେ ଶୁଣ ଗୁରୁ ତାତ
ନରକି ଗୁଞ୍ଜର ଯେ ଅଶସ୍ତମା ହତ "

() କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ :-

ଲାଭ ଏବଂ କ୍ଷତି ସମାନ ହେଲେ ଅଥବା କୌଣସି ଗୋଟିଏ ଜିନିଷ ହରାଇ ସମଗୁଣ ବିଶିଷ୍ଟ ଅନ୍ୟ ଏକ ପଦାର୍ଥ ପ୍ରାପ୍ତ ହେବା ଏହି ପ୍ରବଚନଟିର ଅନ୍ତର୍ନିହିତ ଅର୍ଥ କର୍ଣ୍ଣ ଏବଂ ଅର୍ଜୁନଙ୍କୁ କେନ୍ଦ୍ର କରି କବି ସାରଳାଦାସ ଏହି ପ୍ରବଚନଟିର ବ୍ୟବହାର କରିଛନ୍ତି

କର୍ଣ୍ଣ ଏବଂ ଅର୍ଜୁନ ଉଭୟେ ସମାସ୍କନ୍ଧ ଯୋଦ୍ଧା କୁନ୍ତୀଙ୍କ ଗର୍ଭରୁ କୁମାରୀ ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରୁ କର୍ଣ୍ଣ ଏବଂ ବିବାହ ପରେ ପଣ୍ଡୁଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଦ୍ରଙ୍କ ଔରସରୁ ଅର୍ଜୁନ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ କର୍ଣ୍ଣ ମାତୃ ସ୍ନେହରୁ ବଞ୍ଚିତ ହୋଇ ଘଟଣା ଚକ୍ରରେ କୌରବଙ୍କ ପକ୍ଷ ସମର୍ଥନ କରି ପାଣ୍ଡବ ବିରୁଦ୍ଧରେ ଯୁଦ୍ଧ କରୁଥିଲେ କର୍ଣ୍ଣକୁ ମିଶାଇଲେ କୁନ୍ତୀ ଛଅ ଗୋଟି ପୁତ୍ରର ଜନନୀ ଯୁଦ୍ଧରେ ଯଦି କର୍ଣ୍ଣ କିମ୍ବା ଅର୍ଜୁନଙ୍କ ମଧ୍ୟରୁ କେହି ଜଣେ ନିହତ ହୁଏ ତେବେ ଜୀବିତ ରହିବା ପୁତ୍ରଙ୍କ ସଂଖ୍ୟା ପାଞ୍ଚ ହେବ ସୁତରାଂ ପୂର୍ବ ସଂଖ୍ୟା ଅପରିବର୍ତ୍ତିତ ରହିବ ଏବଂ ଯେଉଁ ପଞ୍ଚପାଣ୍ଡବକୁ ସେହି ପଞ୍ଚ ପାଣ୍ଡବ ହୋଇ ରହିବେ କବି ସାରଳାଦାସ ସ୍ଵୀୟ ମହାଭାରତର ଉଦ୍ଯୋଗ ପର୍ବର ୩୭୨ ପୃଷ୍ଠାରେ କୁନ୍ତୀ କର୍ଣ୍ଣଙ୍କ କଥୋପ କଥନରେ ଏହା ବର୍ଣ୍ଣନା କରିଛନ୍ତି

() ଭୀମବଳ କୁନ୍ତୀକୁ ଜଣା :-

ପ୍ରତ୍ୟକ୍ଷଦର୍ଶୀର ବିବରଣ ଉପରେ ସର୍ବଦା ନିର୍ଭର ବରିବା ଉଚିତ୍ ଏହି ଅର୍ଥରେ ପ୍ରବଚନଟି ବ୍ୟବହୃତ ପୁତ୍ର ଭୀମ ସେନଙ୍କ ଶକ୍ତି ସାମର୍ଥ୍ୟ ସମ୍ପର୍କରେ ଜନନୀ କୁନ୍ତୀ ଭଲ ଭାବେ ଜାଣନ୍ତି ପାଣ୍ଡବ ଜନନୀ କୁନ୍ତୀ ପଞ୍ଚପୁତ୍ର ସହ ନଦୀପାର ହେବା ସମୟେ ଅତ୍ୟଧିକ ଓଜନ ବଶତଃ ନଦୀ ମଝିରେ ଡଙ୍ଗା ଟଳୁଛି ତାହା ଠିକ୍ ଭାବେ ଗତି କରି ପାରୁ ନାହିଁ ତେଣୁ ନାଉରିଆ ମଙ୍ଗ ସମ୍ଭାଳି ନପାରି କହୁଛି ସମସ୍ତେ ବଞ୍ଚିବାକୁ ହେଲେ ଜଣେ ଜଳକୁ ଡେଇଁବାକୁ ହେବ ନାଉରିଆଠାରୁ ଏକଥା ଶ୍ରବଣ କରି କୁନ୍ତୀ ଭୀମସେନଙ୍କୁ ଡେଇଁବାକୁ ଆଜ୍ଞା ଦେଲେ ଭୀମସେନ ନଦୀକୁ ଡେଇଁବା ପରେ ଡଙ୍ଗା ଉଶ୍ଵାସ ହେଲା ସତ କିନ୍ତୁ ଅସହାୟ ହୋଇ ଝାଉଁଳି ପଡିଲେ ବଳକା ପାଣ୍ଡବେ ପରେ ଭୀମ ନିଜର ଅସାଧାରଣ ଶକ୍ତି ବଳରେ କୁମ୍ଭୀରକୁ ମାରି ସନ୍ତରଣ ପୂର୍ବକ ନଦୀ ପାର ହେଲେ ଭୀମସେନ ଦ୍ଵାରା ଏହି କର୍ଯ୍ୟ ନିଶ୍ଚୟ ସମ୍ଭବ ହେବ - ଏହି କଥା ମତା କୁନ୍ତୀ ପୂର୍ବରୁ ଜାଣିଥିଲେ ପୁଅର ବଳ ବା ଗୁଣ ମା' କେବଳ ଜାଣିଥଏ କବି ସାରଳା ଦାସ ସ୍ଵୀୟ ମହାଭାରତର ଆଦିପର୍ବର ୧୬୨ ୧୬୩ ପୃଷ୍ଠାରେ ଥିବା 'କୁମ୍ଭୀର ଦୈତ୍ୟ ବଧ' ପ୍ରସଙ୍ଗରେ ଏହା ଉଲ୍ଲେଖ କରିଛନ୍ତି

ବସ୍ତୁତଃ ବିଚାର କଲେ ସାରଳା ମହାଭାରତର ବିଭିନ୍ନ ପ୍ରସଙ୍ଗରେ ପ୍ରକାଶିତ ସାମାଜିକ ଆଦର୍ଶବୋଧ ଦେଶରେ ପାରମ୍ପାରିକ ନୀତିଶାସ୍ତ୍ର, ସ୍ମୃତି ଶାସ୍ତ୍ର ପ୍ରଭୁତି ଦ୍ଵାରା ସୁନିୟନ୍ତ୍ରିତ ଅଟେ ଭାରତୀୟ ସଂସ୍କାର ଶାସ୍ତ୍ର ସ୍ମୃତି ଶାସ୍ତ୍ରାଦିର ଆଧରରେ କବି ଲୋକ ମୁଖରେ ତତ୍କାଳୀନ ଆଦର୍ଶାବଳୀର ଯେଉଁ ପ୍ରଚାର କରିଯାଇଛନ୍ତି - ତାହା ତାଙ୍କର ମୌଳିକ ଚିନ୍ତା ଚେତନାର ବଳିଷ୍ଠ ପ୍ରକାଶନ ବୋଲି କୁହାଯାଇ ନପାରେ, ବରଂ ଲୋକାଚାର ଲୋକ ବିଶ୍ଵାସକୁ ଆଖି ଆଗରେ ରଖି ବ୍ୟକ୍ତ ବିଶେଷର କର୍ତ୍ତବ୍ୟବୋଧ ସମ୍ପର୍କରେ ସେ ଯେଉଁ ନୀତିବାଣୀର ପ୍ରଚାର କରିଯାଇଛନ୍ତି, ତାହାହିଁ ତାଙ୍କର ଆଦର୍ଶଗତ ଲୋକକଥାର ପରିଚୟ ବହନ କରିଛି କ୍ଷେତ୍ରରେ କବି ହୁଅନ୍ତି ଜଣେ ସ୍ଵୟଂ ସ୍ଵତନ୍ତ୍ର ସ୍ମୃତିକାର ଏବଂ ସେହି ସୂତ୍ରରେ କବି ସାରଳା ଦାସ ମଧ୍ୟ ତଦୀୟ ସୃଷ୍ଟି ବଳୟର ସ୍ଵୟଂମ୍ଭୁ ରୂପେ ସମ୍ମାନିତ

No comments: