Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Thursday, September 15, 2011

ଶକ୍ତିମୟୀ ଠାକୁରାଣୀ ଦେବୀ ବାଙ୍କେଶ୍ଵରୀ


ମାନବ ସମାଜର ଉନ୍ମେଷ କାଳରୁ ସମଗ୍ର ଜଗତ ଧର୍ମଦ୍ଵାରା ନିୟନ୍ତ୍ରିତ ହୋଇ ଆସୁଛି ବିଶ୍ଵରେ ମାନବ ସଭ୍ୟତାର ଉଦ୍ଭବ ତଥା ବିକାଶ ସହିତ ବିଭିନ୍ନ ଧର୍ମର ଅଭ୍ୟୁଦୟ ସଂଘଟିତ ହୋଇଥିବା ଇତିହାସ ଅନୁଶୀଳନରୁ ପ୍ରତୀୟମାନ ହୁଏ ଧର୍ମ ବିନା ମାନବ ସମାଜର ବକ୍ଷ ଯେପରି ବିପନ୍ନ, ମାନବ ସମାଜ ବ୍ୟତିରେକେ ଧର୍ମର ଅଭିବୃଦ୍ଧି ସେହିପରି ଅସମ୍ଭବ କୌଣସି ଏକ ନିର୍ଦ୍ଧିଷ୍ଠ ଧର୍ମ ଉତ୍କଳୀୟ ଧାର୍ମିକ ସ୍ଥିତିକୁ କବଳିତ କରିପାରି ନାହିଁ, ବରଂ ସବୁ ଧର୍ମକୁ ଆପଣାର କରି ଏହା ସର୍ବ ଧର୍ମ ସମନ୍ଵୟର ଧ୍ଵଜା ଉଡାଇଛି ଓଡିଆ ଜାତିର ସମନ୍ଵୟଶୀଳ ଧର୍ମିକ ଦୃଷ୍ଟିଭଙ୍ଗୀ କେତେବେଳେ ପ୍ରକାଶ ପାଇଛି ମନୋରମ କାରୁକଳା ବିମଣ୍ଡିତ ଉତୁଙ୍ଗ ମନ୍ଦିର ଗାତ୍ରରେ ' କେତେବେଳେ ପ୍ରକାଶିତ ହୋଇଛି ରସାଳ କାବ୍ୟ କଳାର ସାରସ୍ଵତ ଭାବନାରେ ଉତ୍କଳ ତଥା ଗଞ୍ଜାମର ପୁଣ୍ୟ ପୀଠ ମନ୍ଦିର ମାନଙ୍କରେ ପଞ୍ଚ ଦେବତାର ଉପାସନା ଉତ୍କଳୀୟ ଧର୍ମ ପରମ୍ପରାକୁ ପରିପୃଷ୍ଟ କରିଆସିଛି ତାହା ଏପରି ଭାବେ ବର୍ଣ୍ଣିତ :-

"ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭସ୍କରେ ତଥା
ଭିନ୍ନା ଭିନ୍ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ "

ବିନାୟକ, ବିଷ୍ଣୁ, ଶିବ, ଶକ୍ତି ସୂର୍ଯ୍ୟ ଏହି ପଞ୍ଚ ଦେବ ଦେବୀଙ୍କୁ ପରମ ତତ୍ତ୍ଵ ରୂପେ ସ୍ଵୀକାର କରି ଉପାସନା କରାଯାଏ ହିନ୍ଦୁ ଧର୍ମ ଧାରାରେ ପଞ୍ଚୋପାସନା ମଧ୍ୟରେ "ଶକ୍ତି" ଉପାସନାର ବୈଶିଷ୍ଟ୍ୟ ସର୍ବତୋଭାବେ ସ୍ଵୀକୃତ ଶକ୍ତି ପୂଜାର ପରମ୍ପରା ଦେଶ ମଧ୍ୟରେ ବିଶିଷ୍ଟତାର ଦାବିରଖେ ତନ୍ତ୍ର ଜଗତରେ କୁହାଯାଇଛି "ଉଡ୍ରାଖ୍ୟଂ ପ୍ରଥମଂ ପୀଠମ୍" ଅର୍ଥାତ୍ ଉଡ୍ର ପୀଠ ବା ଉଡ୍ଡୀୟାନ ପୀଠହିଁ ଆଦ୍ୟ ପୀଠ ତେଣୁ ଓଡିଶାରେ ଶକ୍ତି ପୂଜାର ମହତ୍ଵ ସବୁଠାରୁ ବେଶି ପୀଠ, ମନ୍ଦିର ସଂଖ୍ୟାରେ ମଧ୍ୟ ଅସଂଖ୍ୟ ପ୍ରତି ଗ୍ରାମରେ ଗ୍ରାମଦେବୀ ଏହି ଶକ୍ତି ପୂଜାର ନାମାନ୍ତର ମାତ୍ର ଆମର ଆର୍ଯ୍ୟ ଦର୍ଶନ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଶକ୍ତି ଦର୍ଶନ ଦ୍ଵାରା ହିଁ ପ୍ରଭାବିତ ହୋଇଛି ସମସ୍ତ ଜାଗତିକ କାର୍ଯ୍ୟକୁ ଶକ୍ତିର ସିଦ୍ଧନ୍ତ ଭାବେ ଗ୍ରହଣ କରାଯାଇଛି

ଯଥା:- "ଶକ୍ତି କରୋତି ବ୍ରହ୍ମାଣ୍ଡଂ ସାର୍ବେ - ପାଳୟତେଖିଳଂ
ଇଛ୍ଛୟା ସଂଦୂର ତ୍ୟେଷା ଜଗଦେଚ୍ଚରା ଚରମ୍ "

ସୃଷ୍ଟିର ଶକ୍ତିର ଆଧାର, ଶକ୍ତି ଦେବୀଙ୍କ ଉପାସକ ଶାକ୍ତ ଭାବେ ପ୍ରସିଦ୍ଧ, ଏଣୁ ଶାକ୍ତ ଧର୍ମରେ ଦେବୀ ମାୟା ରୂପିଣୀ, ମହାଶକ୍ତି ଭାବରେ ପରିଚିତା, ସେ ବିରାଟ ବିଶ୍ଵର ସୃଷ୍ଟି କାରିଣୀ

ସ୍ମରଣାତୀତ କାଳରୁ ଏହା ସମଗ୍ର ଦେଶର ଧର୍ମିକ ପରମ୍ପରା ମଧ୍ୟରେ ଅନ୍ତଃସଲିଳା ନଦୀ ଭଳି ପ୍ରବାହିତ ହୋଇ ଉତ୍କଳର ବିଭିନ୍ନ ରାଜା ମାନଙ୍କ ରାଜତ୍ଵ କାଳରୁ ଲୋକ ସାଧାରଣରେ ପ୍ରଚଳିତ ଥିବା ମାତୃକା ଉପାସନା ଭାବେ ବହୁ ମାତ୍ରାରେ ପ୍ରସାର ଲାଭ କରିଅଛି ଶକ୍ତି କହିଲେ କେବଳ ପାର୍ବତୀ ନୁହନ୍ତି, ଲୋକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ତଥା ପୌରାଣିକ ଧାରା ପ୍ରବାହରେ ତାଙ୍କର ବହୁ ରୂପ ରୂପାନ୍ତର ରହିଛି ଉମା, ଗୌରୀ, ଲକ୍ଷ୍ମୀ, କାଳୀ, ଉଗ୍ରତାରା, ସରସ୍ଵତୀ, ଗଙ୍ଗା, ଦୁର୍ଗା, ଚଣ୍ଡୀ, ଭୁବନେଶ୍ଵରୀ, ବ୍ୟାଘ୍ରଦେବୀ ପୁଣି ଶ୍ୟାମଳାୟୀ, ନାରାୟଣୀ ପୀତାମ୍ବର ଭେଦରେ ଶକ୍ତି ବହୁ ରୂପା ପୁରାଣ ବର୍ଣ୍ଣିତ ଅଷ୍ଟକୁଳ ପର୍ବତ ମଧ୍ୟରୁ ପାରଳା ଖେମୁଣ୍ଡି ରାଜ୍ୟ ଅନ୍ତର୍ଗତ ମହେନ୍ଦ୍ର ପର୍ବତ ଅନ୍ୟତମ ଏହାର ଐଶାନ୍ୟ କୋଣରେ ଶୋଭା ବର୍ଦ୍ଧନ କରୁଛି ଶକ୍ତିପୀଠ କେରାଣ୍ଡୀମାଳ ପର୍ବତ   ଏହାର ଚାରି ଦିଗ ଚାରି କୋଣ ଏହିପରି ଆଠ ଗୋଟି ସ୍ଥାନରେ ଆଠ ଗୋଟି ଶକ୍ତି ବିଦ୍ୟମାନ ଏହି ପର୍ବତମାଳାର ପୂର୍ବ ଦିଗରେ ପଞ୍ଚମା 'ଗଣେଶ', ଆଗ୍ନେୟ କୋଣରେ ମନ୍ତ୍ରିଡିସ୍ଥ 'ସିଦ୍ଧ ଭୈରବୀ', ଦକ୍ଷିଣ ଦିଗରେ 'ବାଳ କୁମାରୀ', ନୈଋତ କୋଣରେ କଳ ବାଡସ୍ଥ 'ବାରାହୀ', ପଶ୍ଚିମ ଦିଗରେ 'ରତନେଇ', ବାୟବ୍ୟ କୋଣରେ ବଡ ଡୁମୁଳାସ୍ଥ 'ବାଙ୍କେଶ୍ଵରୀ', ଉତ୍ତର ଦିଗରେ 'କାଳୁଆ' ଏବଂ ଐଶାନ୍ୟ କୋଣରେ ବ୍ରହ୍ମପୁରସ୍ଥ 'ଠାକୁରାଣୀ', ଏହିପରି ଆଠଟି ଦିବ୍ୟ ଶକ୍ତି ଏହି କେରାଣ୍ଡିମାଳ ପର୍ବତକୁ ରକ୍ଷକ ଭାବେ ରକ୍ଷା କରିଛନ୍ତି ' ଆଅଆଠଟି ଶକ୍ତିପୀଠ ଆଠଟି ଦୁର୍ଗ ରୂପେ ପରିଚିତ

ପ୍ରଜ୍ଞା ଅଭିଜ୍ଞାନର ପ୍ରତୀକତ୍ଵ ଶକ୍ତିଙ୍କର ବହୁବିଧ ରୂପ ବୈଚିତ୍ର୍ୟ ମଧ୍ୟରୁ ଅନ୍ୟତମ ରୂପ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଠାରୁ ଆଠ କିଲୋମିଟର ଦୂରରେ ଦକ୍ଷିଣ ପୂର୍ବକୁ ଥିବା ବଡ ଡୁମୁଳା ଗ୍ରାମର ପ୍ରକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ବିଜେ କରିଥିବା ଶକ୍ତିମୟୀ ଠାକୁରାଣୀ ଦେବୀ ବାଙ୍କେଶ୍ଵରୀ

ପୂର୍ବେ ଏହି ଶକ୍ତି ପୀଠର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଶ୍ଵାପଦ ଶଙ୍କୁଳ ଘୋର ଅରଣ୍ୟାନୀରେ ପରିପୂର୍ଣ୍ଣ ଥିଲା କିନ୍ତୁ ବର୍ତ୍ତମାନ ସେ ଘନ ଅରଣ୍ୟାନୀ କିମ୍ବା ହିଂସ୍ର ଜନ୍ତୁଙ୍କ ପ୍ରାଦୁର୍ଭାବ ନାହିଁ ତତ୍ କାଳୀନ ବଡ ଖେମଣ୍ଡି ରାଜା ଅନନ୍ତ ଅନଙ୍ଗ କେଶରୀଙ୍କ ରାଜତ୍ଵକାଳ (ଖ୍ରୀ: : ୧୬୩୨-୧୬୮୨)ରେ ଠାକୁରାଣୀ ବାଙ୍କେଶ୍ଵରୀଙ୍କୁ ପାରମ୍ପରିକ ରୀତିରେ ପୂଜାବିଧି କରି ମନ୍ଦିରରେ ପ୍ରତିଷ୍ଠା କରାଯାଇଥିବା ବିଷୟ ତଥ୍ୟ ସଂଗ୍ରହରୁ ଜଣାଯାଏ ପୁଣି ସେହି ବଂଶର ପ୍ରଜାନୁରଞ୍ଜକ ଧାର୍ମିକ ରାଜା କୃପାମୟ ଦେବ ମା' ବାଙ୍କେଶ୍ଵରୀଙ୍କ ନିମିତ୍ତ ଏକ ପକ୍କା ଦେବାଳୟ ନିର୍ମାଣ କରିଥିବା ବିଷୟ ଖେମଣ୍ଡି ଇତିହାସରେ ଉଲ୍ଲେଖ ଅଛ୍ହି ଏହି ରାଜା ହେଉଛନ୍ତି ଗଙ୍ଗ ବଂଶର ଶ୍ରେଷ୍ଠ ଦାୟାଦ ଏବଂ ଆଦ୍ୟାଶକ୍ତି ପରମ ବନ୍ଦନୀୟା ଦେବୀ ବାଙ୍କେଶ୍ଵରୀ ହେଉଛନ୍ତି ଏହି ଗଙ୍ଗ ବଂଶର 'ମାଣିକେଶ୍ଵରୀ'ଙ୍କ ତୁଲ୍ୟ ଅନ୍ୟ ଏକ ଇଷ୍ଟ ଦେବୀ ତେଣୁ ରାଜା ତାଙ୍କ ଶାସନ କାଳରେ ବଡଖେମଣ୍ଡି ରାଜ୍ୟ ଅଧୀନସ୍ଥ ଗ୍ରାମ ଗୁଡିକରେ ଭକ୍ତ ସେବକ ମାନଙ୍କ ଦ୍ଵାରା ଏହି ଶକ୍ତିମୟୀ 'ବାଙ୍କେଶ୍ଵରୀ'ଙ୍କ ମହିମା ପ୍ରଚାର କରିଥିଲେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜଗତ ଜନନୀ ଭକ୍ତଗଣଙ୍କ କଲ୍ୟାଣ କାମନା କରି ପରମ୍ପରାନୁକ୍ରମେ ସେମାନଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ବଡ ଡୁମୁଳା ତାର ନିକଟ ବର୍ତ୍ତୀ ଗ୍ରାମର ଆରାଧ୍ୟ ଦେବୀ ହେଉଛନ୍ତି 'ମା' ବାଙ୍କେଶ୍ଵରୀ' ସେ ସକଳ ସୁକୃତି ଦୁଷ୍କୃତିର ମୂଳ ପିଣ୍ଡ ଅଟନ୍ତି ତାଙ୍କ ପ୍ରତି ଅଞ୍ଚଳର ଲୋକ ମାନଙ୍କ ବିଶ୍ଵାସ ପ୍ରଗାଢ ମା'ଙ୍କ ଆଜ୍ଞାରେ ପବିତ୍ର ଭୂମି ବଡ ଡୁମୁଳା ଗ୍ରାମରେ ପ୍ରତିବର୍ଷ ଫଲ୍ଗୁନ ମାସ ପୂର୍ଣ୍ଣିମାର ପୁଣ୍ୟ ତିଥିରେ ଲୋକ ମାନଙ୍କ ଦ୍ଵାରା ଠାକୁରାଣୀଙ୍କ ଦୋଳ ପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ପାଳିତ ହୁଏ

ଜଗଜ୍ଜନନୀ ବାଙ୍କେଶ୍ଵରୀଙ୍କ ଅଧିଷ୍ଠାନ ବା' ଆଦିପୀଠ ହେଉଛି କେରାଣ୍ଡିମାଳିଆ ଅନ୍ତର୍ଗତ 'ନିଜ ବାଙ୍କେଶ୍ଵରୀ ପର୍ବତ' ଏହି ପର୍ବତରେ ମା ବାଙ୍କେଶ୍ଵରୀ କେଉଁ ଅନାଦି କାଳରୁ ଭକ୍ତ ସେବକ ମାନଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ଦେବୀ ବାଙ୍କେଶ୍ଵରୀଙ୍କ ଅଲୌକିକ ମହିମା ସଂପର୍କରେ ଏକ କିମ୍ବଦନ୍ତୀ ଥିବା ପୂଜକ ମାନଙ୍କ ଠାରୁ ଶୁଣାଯାଏ ପୂର୍ବ କାଳରେ ସେବକ ମାନେ ଶୁଚିନିଷ୍ଠ ଭାବେ ନିଜ ବାଙ୍କେଶ୍ଵରୀ ପର୍ବତକୁ ଯାଇ ଦେବୀଙ୍କୁ ଯାଥା ରୀତି ପ୍ରକାରେ ପୂଜା ଉପାସନା କରି ପ୍ରତ୍ୟାବର୍ତ୍ତନ କରୁଥିଲେ ଏକଦା ଜନୈକ ସେବକ ଠାକୁରାଣୀଙ୍କ ସେବା ପୂଜା କର୍ଯ୍ୟ ସମାପନ କରି ଶୂନ୍ୟ ହସ୍ତରେ ଗୃହକୁ ଫେରିଆସିଲା ବେଳକୁ ହଠାତ୍ ତାର ନଜର ପଡିଲା ହାତରେ ତା' ପୂଜା ଢାଳଟି ନାହିଁ ଏଣୁ ସେ ଭ୍ରମ ବଶତଃ ଢାଳଟି ଦେବୀଙ୍କ ନିକଟରେ ଛାଡିଦେଇଥିବା ଯୋଗୁଁ ତାହା ଆଣିବା ପାଇଁ ପୂନର୍ବାର ସେଠାକୁ ଗମନ କଲା, ଏବଂ ଦେବୀଙ୍କ ପୀଠରେ ପହଞ୍ଚିବା ମାତ୍ରେ ସେ ଦର୍ଶନ କଲା ଏକ ତେଜୋଦୀପ୍ତ ରୂପ ସୌନ୍ଦର୍ଯ୍ୟକୁ ନାନାଦିବ୍ୟ ଅଳଙ୍କାର ଭୂଷିତା, କଳା ଶାଢୀ ପରିହିତା ସ୍ଵୟଂ ବାଙ୍କେଶ୍ଵରୀ ଆବିର୍ଭୂତା ହୋଇ ଘୋର ଅରଣ୍ୟାନୀର ପ୍ରାକୃତିକ ଦୃଶ୍ୟ ପରିଦର୍ଶନ କରୁଛନ୍ତି !! ଶକ୍ତିମୟୀ ବାଙ୍କେଶ୍ଵରୀଙ୍କ ଲୀଳାଖେଳା କେତେ ଅଦ୍ଭୁତ ଦୃଶ୍ୟ ଅବଲୋକନ କରି ସେବକଟି କରଡା ପତ୍ର ପରି ଥରି ଉଠିଲା ମୁଖରୁ ତା' ବାକ୍ୟ ସ୍ଫୁରିଲା ନାହିଁ ହଠାତ୍ ବାସ୍ପରୁଦ୍ଧ ହୋଇ ବାତାହତ ରମ୍ଭା ତରୁବତ୍ ସଂଜ୍ଞା ଶୂନ୍ୟ ଅବସ୍ଥାରେ ଭୂପତିତ ହେଲା କିଛି କାଳ ପରେ ଦେବୀ ସେବକ ପ୍ରତି ସୁପ୍ରସନ୍ନା ହୋଇ ଲଳିତ ମଧୂର ସ୍ଵରରେ କହିଲେ-"ରେ ମୋର ପ୍ରିୟ ଭକ୍ତ! ଭୟ କରନା... ଜାଗ୍ରତ ହୁଅ... ଏବଂ ମନେରଖ - ଏଣିକି ମୋର ଦୈନନ୍ଦିନ ପୂଜା-ର୍ଚ୍ଚନା ଏହି ପର୍ବତସ୍ଥ ଆଦି ପୀଠରେ ହେବ ନାହିଁ ତୁ' ଭ୍ରମ ବଶତଃ ଛାଡି ଯାଇଥିବା ପୂଜା ଢାଳଟି ମୋ ଆଦେଶରେ ଯେଉଁ ସ୍ଥାନରେ ପତିତ ହେବ ସେହିଠାରେ ମୋର ଦୈନିକ ପୂଜାର୍ଚ୍ଚନା, ସେବା ଆରାଧନା ଆଦି ବିଧି ମୁତାବକ ଅନୁଷ୍ଠିତ ହେବ " ଏପରି କହି ଠାକୁରାଣୀ ଶ୍ରୀହସ୍ତରେ ଧାରଣ କରିଥିବା ଭକ୍ତର ପୂଜା ଢାଳଟିକୁ ଡୁମୁଳାର ପଶ୍ଚିମ ପାର୍ଶ୍ଵସ୍ଥ ପର୍ବତ ଉପରକୁ କ୍ଷେପଣକରି ପ୍ରିୟ ସେବକକୁ ଆଶ୍ଵାସନା ପ୍ରଦାନ ପୂର୍ବକ ବିଦାୟ ଦେଲେ ତା'ପରେ ସେବକଟି ଗ୍ରାମକୁ ଆସି ଅଲୌକିକ ଘଟଣାକୁ ଲୋକ ସମାଜରେ ପ୍ରଚାର କରିବା ମାତ୍ରେ ସେହି ଢାଳର ଅନୁସନ୍ଧାନ ଚାଲିଲା ଶେଷରେ ଜ୍ଞାତହେଲା ଯେ, ବଡ ଡୁମୁଳା ଗ୍ରାମ ନିକଟସ୍ଥ ଏକ କ୍ଷୁଦ୍ର ପଥର ଚାଞ୍ଚଡାରେ ଏହି ଢାଳଟି ପତିତ ହୋଇଛି ଏଣୁ ସେହି ଦିନ ଠାରୁ ଦେବୀଙ୍କ ଆଜ୍ଞା ଅନୁସାରେ ଏହି ଢାଳଟିକୁ ଠାକୁରାଣୀ ମନେ କରି ପୂଜା କରାଗଲା ଏହି ଧାତୁ ମାତୃମୟୀ ବାଙ୍କେଶ୍ଵରୀ ପାଷାଣ ପ୍ରତିମାରେ ପରିଣତ ହୋଇ ଆଜି ଭକ୍ତ ମାନଙ୍କ ଦ୍ଵାରା ପୂଜା ପାଉଛନ୍ତି ଏହି ପୀଠରେ ଠକୁରାଣୀଙ୍କ ସେବାଦି କାର୍ଯ୍ୟ ସହ ଜାନି ଜାତ ଇତ୍ୟାଦି ପର୍ବ ମହା ସମାରୋହରେ ସମ୍ପନ୍ନ ହୁଏ, ଏବଂ ଦେବୀଙ୍କ ସ୍ଵପ୍ନାଦେଶରେ ଫାଲ୍ଗୁନ ପୂର୍ଣ୍ଣିମା ଦିନ 'ଦୋଳ ପୂର୍ଣ୍ଣିମା ଯାତ୍ରା' ବଡ ଡୁମୁଳା ଗ୍ରାମରେ ଆଡମ୍ବର ସହ ଅନୁଷ୍ଠିତ ହୁଏ

ଗଞ୍ଜାମ ଜିଲ୍ଲାରେ ପରିପାଳିତ ବିଭିନ୍ନ ଯାତ୍ରା ଗୁଡିକ ମଧ୍ୟରେ ଯେପରି ପ୍ରଧାନ୍ୟ ଲାଭ କରିଛି "ବ୍ରହ୍ମପୁରସ୍ଥ 'ଠାକୁରାଣୀ ଯାତ୍ରା", ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୁଲ୍ୟା ନଦୀର ଦକ୍ଷିଣ ତୀରବର୍ତ୍ତୀ ସୁଉଚ୍ଚ ପର୍ବତ ଶୀର୍ଷରେ ବିଜେ କରିଥିବ ଦେବୀ 'ତାରାତାରିଣୀ'ଙ୍କ ଯାତ୍ରା ସେହିପରି ପ୍ରାଧାନ୍ୟ ଲାଭ କରିଛି ବଡଡୁମୁଳାର ଠାକୁରାଣୀ ଯାତ୍ରା ଏହି ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା ତଥା ଓଡିଶା ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ଶରଣିକ, ମାନସିକ କର୍ଯ୍ୟ ସମ୍ପାଦନ ଉଦ୍ଦେଶ୍ୟରେ ଆସିଥିବା ଯାତ୍ରୀମାନେ ଦେବୀଙ୍କ ଯାତ୍ରାରେ ଯୋଗ ଦିଅନ୍ତି ଏଠାରେ ସେମାନେ ନିଜ ଶିଶୁ ମାନଙ୍କର ମସ୍ତକ ମୁଣ୍ଡନ କାର୍ଯ୍ୟ ସମ୍ପାଦନ କରନ୍ତି ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇ ପୂଜା ଆରାଧନା କରନ୍ତି ପୂର୍ବେ ଛାଗ ବଳି ଦେବା ପ୍ରଥା ଏଠୋ ପ୍ରଚଳିତ ଥିଲା କିନ୍ତୁ ବର୍ତ୍ତମାନ ତାହା ସମୂଳେ ଲୋପ ପାଇଲାଣି କେବଳ ଦେବୀଙ୍କ ନିକଟରେ ନଡିଆ, କଦଳି, ଅମୃତ କୁଣ୍ଡ, ମିଷ୍ଟାନ୍ନାଦି ଭୋଗ କରାଯାଏ ସେମାନଙ୍କ ମନରୁ ସମସ୍ତ ପାପ, ତାପ, କଳୁଷ ଦୂର ହୋଇଯାଏ

ବାଙ୍କେଶ୍ଵରୀ ଠାକୁରାଣୀଙ୍କ ଦୋଳ ପୂର୍ଣ୍ଣିମା ଉତ୍ସବର ମୁଖ୍ୟ 'ଫୁଲମଣ୍ଡା' 'ରାଜାଗ୍ନି' ପ୍ରସଙ୍ଗ 'ପରି ଭାବେ ଉଲ୍ଲେଖନୀୟ ନିଜ ବାଙ୍କେଶ୍ଵରୀଙ୍କ ପୂଜା ପାଇଁ ଭକ୍ତ-ସେବକ ମାନଙ୍କ ଦ୍ଵାରା ଆସିଥିବା ଫୁଲହାର ଏବଂ ଖେମଣ୍ଡି ରାଜାଙ୍କ ପ୍ରେରିତ ସୁଗନ୍ଧ ଯୁକ୍ତ ସଦ୍ୟ ଫୁଲ ହାର ଉଭୟକୁ ଏକତ୍ର କରି ଫୁଲର ଏକ କ୍ଷୁଦ୍ର ସ୍ତୁପ ନିର୍ମାଣ କରାଯାଏ ଏହା ଫୁଲ ମଣ୍ଡା ନାମରେ ଖ୍ୟାତ ଏହି ଫୁଲ ମଣ୍ଡା ଅକ୍ଷୁର୍ଣ୍ଣ ଗୁବାକ (ଗୁଆ), ଅରୁଆ ଚାଉଳ, ଫଗୁ ଇତ୍ୟାଦି ଫାଲ୍ଗୁନ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ୍ ଶୁକ୍ଲ ଚତୁର୍ଦ୍ଦଶୀ ତିଥିର ଅର୍ଦ୍ଧରାତ୍ର ସମୟେ ଦେବୀ ବାଙ୍କେଶ୍ଵରୀଙ୍କ ଦେବାଳୟ ନିକଟ ବାଉଁଶ ବଣସ୍ଥ 'ବାଙ୍କେଶ୍ଵରୀ କୁନ୍ଦ'ରେ ପ୍ରଥମେ ଫୁଲ ମଣ୍ଡା ସ୍ଥାପନ କରି ଦେବୀଙ୍କୁ ଯଥାବିଧି ପ୍ରକାରେ ପୂଜା, ଆରାଧନା କରାଯାଏ ତା' ପରେ ଏହାର ଚତୁର୍ଦିଗରେ କଞ୍ଚାକଳାସାଜଦଣ୍ଡାକାଠ ପ୍ରାୟ କୋଡିଏ ଶଗଡ ଠିଆ କଡେ ଫୁଲମଣ୍ଡା’ ଚତୁର୍ଦ୍ଦିଗରେ ରଖାଯାଇ ଉତ୍ସବ ଆରମ୍ଭ ହୁଏ ଏହି ଉତ୍ସବ କାଠ ଡେରା ଉତ୍ସବ’ ନାମରେ ନାମିତ୍ତ ଏହି କାଠ ଘେରା ସ୍ତୁପର ଚତୁଃପାର୍ଶ୍ଵରେ କଞ୍ଚା ବାଉଁଶ ବତାରେ ବୁଣାଯାଇଥିବା ଚାଞ୍ଚ ଗୁଡିକୁ ବେଷ୍ଟନ କରାଯାଏ ଏହାପରେ ଡାବ ଛଣ ଘର୍ଷଣରେ ଯେଉଁ ଅଗ୍ନିଜାତ ହୁଏ ଏଥିରେ ସଂଯୋଗ କରି କିଛି ସମୟ ପରେ ପୁଣିତାକୁ ନିର୍ବାପିତ କରି ଉତ୍ତମ ଭାବେ ଶୋଧାହୁଏ ତା'ପରେ ସମବେତ ଦର୍ଶକ ମଣ୍ଡଳୀଙ୍କୁ ସେଠାରୁ ଅନ୍ତର କରାଯାଏ ଇତ୍ୟବସରରେ ସ୍ଵୟଂ ଠାକୁରାଣୀ ବାଙ୍କେଶ୍ଵରୀ ପବିତ୍ର ସ୍ଥାନକୁ ଶୁଭାଗମନ କରନ୍ତି ସ୍ଵହସ୍ତରେ ସୁବର୍ଣ୍ଣ ଚଟୁରେ ଆଣିଥିବା ଅଗ୍ନିକୁ ସଂଯୋଗ କରିବା ମତ୍ରେ ଅଳ୍ପ କ୍ଷଣ ମଧ୍ୟରେ ତାହା ଭସ୍ମ ସ୍ତୁପରେ ପରିଣତ ହୁଏ ତା'ପରେ ଏହି ଭସ୍ମକୁ ଚାରିଭାଗରେ ବିଭକ୍ତ କରି 'ଫୁଲମଣ୍ଡା' ଚତୁର୍ଦ୍ଦିଗରେ ସ୍ଥାପନ ପୂର୍ବକ ଠାକୁରାଣୀ ସେ ସ୍ଥାନରୁ ଅଦୃଶ୍ୟ ହେଉଥିବା କିମ୍ବଦନ୍ତୀ ଅଦ୍ୟାବଧି ରହିଅଛି ବର୍ତ୍ତମାନ ସୁଦ୍ଧା ଦୃଷ୍ଟିଗୋଚର ହେଉଛି ସେ ସ୍ଥାନରେ ଆଛ୍ଛନ୍ନ ହୋଇଥିବା ଘାସ ଉର୍ଦ୍ଧ୍ଵରେ ଥିବା ବାଉଁଶ ପତ୍ର ମଧ୍ୟ ମ୍ଳାନ ନହୋଇ ଦେବୀଙ୍କ ମହିମାରେ ସତେଜ ଅବସ୍ଥାରେ ରହିଅଛି

ଦେବୀଙ୍କ ମହିମା ଅପାର ଏହି ପବିତ୍ର ଡୁମୁଳା ଯାତ୍ରା ଦିନ ବନ୍ଧ୍ୟା ନାରୀ ଗଣ ଠାକୁରାଣୀଙ୍କ ଉପବାସ କରି 'ଫୁଲମଣ୍ଡା' ବିଜେ ହୋଇଥିବା ସ୍ଥାନରେ ଉପସ୍ଥିତ ହୋଇ ଜଗଜ୍ଜନନୀ ଶକ୍ତିମୟୀ ମା'ଙ୍କୁ ଆନ୍ତରିକ ଭକ୍ତିର ସହ ପ୍ରଣାମ ଜଣାଇଁ ତାଙ୍କ ଗୁବାକ (ଗୁଆ) ପ୍ରସାଦ ସେବନ କରି ଗର୍ଭବତୀ ହୋଇଥିବାର ବହୁ ପ୍ରମାଣ ରହିଛି ପ୍ରବାଦ ଅଛି ଯା' ଭକ୍ତି ଯେଡେ, ତା' ପ୍ରଭୁ ତେଡେ ଏହି ମର୍ମରେ ଲୋକ ସମାଜରେ ବିଶ୍ଵାସର ସ୍ରୋତ ବହୁ ମାତ୍ରାରେ ପ୍ରବାହିତ ହେବାରୁ ଡୁମୁଳା ଯାତ୍ରାରେ ଜନ ସଂଖ୍ୟା ଭକ୍ତ ମାନଙ୍କ ଭିଡ କ୍ରମଶଃ ବୃଦ୍ଧି ପ୍ରାପ୍ତ ହେବାରେ ଲାଗିଛି ଏହି ପବିତ୍ର ଦିବସରେ ଖେମଣ୍ଡି ରାଜାଙ୍କ ରୋଷେଇ ଘରୁ ବଡ ଡୁମୁଳାକୁ ଅଗ୍ନି ଅଣାଯାଇ ଯାତ୍ରା କର୍ଯ୍ୟ ଆରମ୍ଭ ହୁଏ ଏହି ଅଗ୍ନିକୁ "ରାଜାଗ୍ନି" ବୋଲି କୁହାଯାଏ ଏତଦ୍ ବ୍ୟତୀତ ନିଜ ବାଙ୍କେଶ୍ଵରୀ ପର୍ବତରେ ମଧ୍ୟ ଦେବୀଙ୍କ ପୂଜା କାର୍ଯ୍ୟ ସେବକ ମାନଙ୍କ ଦ୍ଵାରା ବିଧି ବିଧାନ ଅନୁଯାୟୀ ସଂପନ୍ନ ହେଉଛି

ଏହି ଆଲୋଚନାରୁ ପ୍ରତୀୟ ହୁଏ ଯେ, ଶକ୍ତିମୟୀ ଦେବୀ ହେଉଛନ୍ତି ସୂର୍ଯ୍ୟରେ ରଶ୍ମୀ, ଚନ୍ଦ୍ରରେ ଚନ୍ଦ୍ରିକା, ପୁରୁଷରେ ଚେତନା, ପବନରେ ବଳ, ଜଳରେ ସ୍ଵାଦୁତା ଅଗ୍ନିରେ ଉଷ୍ମତା ଦେବୀହିଁ ଶକ୍ତିର ଉତ୍ସ ତାଙ୍କ ବିନା ସୃଷ୍ଟି ରଚନା ଅସମ୍ଭବ ସେ ନଥିଲେ ସାର ବିଶ୍ଵ ନିଃସାର ହୋଇଯିବ - ଏଥିରେ ସନ୍ଦେହ ନାହିଁ ଏଣୁ ଅଖିଳ ବ୍ରହ୍ମାଣ୍ଡମୟୀ ଶକ୍ତିକୁ ଲକ୍ଷ୍ୟ କରି ସପ୍ତ ଶତୀରେ କୁହାଯାଇଛି:-

"ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ "

ବହୁ ଦର୍ଶକ ଭକ୍ତ ଗଣ ପ୍ରତି ସଂକ୍ରାନ୍ତି ଅନ୍ୟ ଦିନ ମାନଙ୍କରେ ମଧ୍ୟ ଦେବୀଙ୍କ ଦର୍ଶନ ପାଇଁ ଏହି ପବିତ୍ର ପୀଠକୁ ଆସନ୍ତି ସେଠି ଭୋଜି ଭାତର ଆୟୋଜନ କରି ଦେବୀଙ୍କ ନିକଟରେ ଭୋଗ ଲଗାଇ ପ୍ରସାଦ ସେବନ ପୂର୍ବକ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏଠାରେ ବାଙ୍କେଶ୍ଵରୀ ଝରଣା’ ନାମରେ ପ୍ରାୟ ପାଞ୍ଚ ହାତ ଗଭୀରର ଏକ କୂପ ଅଛି ବହୁ ସଂଖ୍ୟକ ଲୋକ ଏହି ଝରଣାର ଜଳ ବ୍ୟବହାର କଲେ ମଧ୍ୟ ଦେବୀଙ୍କ ମହିମାରୁ ଏହା ଶୁଷ୍କ ହୁଏ ନାହିଁ ସବୁ ଋତୁରେ ସମଭାବରେ ଜଳ ରହିଥାଏ

ଏହି ଆଲୋଚନାରୁ ପ୍ରତୀୟ ହୁଏ ଯେ, ଡୁମୁଳା ବାସିନୀ ପରମ ବନ୍ଦନୀୟା ଶକ୍ତିମୟୀ ଠାକୁରାଣୀ ଦେବୀ ବାଙ୍କେଶ୍ଵରୀ ଏହି ଖେମଣ୍ଡି ଅଞ୍ଚଳର ପରମାଧ୍ୟା ଦେବୀ ସେହିଁ ଭକ୍ତ ସେବକ ମନଙ୍କର ଭାଗ୍ୟ ମୋକ୍ଷ ପ୍ରଦାନ କାରିଣୀ ସଙ୍କଟ ତାରିଣୀ କୃପାମୟୀ ଅଟନ୍ତି ତାଙ୍କ ଅପାର କରୁଣାରୁ ଖେମଣ୍ଡି ଅଞ୍ଚଳର ସର୍ବକ୍ଷେତ୍ରରେ ଉତ୍ତରୋତ୍ତର ଅଭିବୃଦ୍ଧି ସାଧନ ହୋଇଛି ତେଣୁ ଏହି ପବିତ୍ର ଦିବସରେ ଆମ୍ଭ ମାନବ ଜନ୍ମର ସଫଳତା ମୋକ୍ଷ ପ୍ରାପ୍ତି ନିମିତ୍ତ ସେହି ସର୍ବ ଲୋକ ଜନନୀ, ବିଶ୍ଵ ଧାତ୍ରୀ ମୁକ୍ତି ପ୍ରଦାୟିନୀ ଶକ୍ତିମୟୀ ଠାକୁରାଣୀ ଦେବୀ ବାଙ୍କେଶ୍ଵରୀଙ୍କ ପବିତ୍ର ଯୁଗଳ ଚରଣରେ ଶରଣାପନ୍ନ ହୋଇ ଭକ୍ତି ପୂତ ପ୍ରଣାମ ଜଣାଇଁ ସମର୍ପିତ କରୁଛୁ ଆମର ବାସ୍ତବ ଶ୍ରଦ୍ଧାଞ୍ଜଳି

"ସର୍ବସ୍ଵରୂପେ ସର୍ବେଶ ସର୍ବ ଶକ୍ତି ସମନ୍ଵିତ
ଭୟେ ଭ୍ୟସ୍ତ୍ରାହିନୋ ଦେବୀ, ବାଙ୍କେଶ୍ଵରୀ ନମୋସ୍ତୁତେ "

(ହେ ସର୍ବ ସ୍ଵରୂପେ, ସର୍ବେଶ୍ଵରୀ ତଥା ସମସ୍ତ ଶକ୍ତି ସମ୍ପନ୍ନା ବାଙ୍କେଶ୍ଵରୀ ଦେବୀ! ସମସ୍ତ ଭୟରୁ ଆମ୍ଭଙ୍କୁ ରକ୍ଷା କର ତୁମକୁ ନମସ୍କାର )  

No comments: