ମଣିଷ ଓ ନିଆଁ
ମଣିଷ...,
ଧରାରେ ପାଦ ଥାପୁ ଥାପୁ
ଶୁଭାରମ୍ଭ ହୁଏ
ଜନ୍ମୋତ୍ସବର... ।
ଶୁଭାରମ୍ଭ ହୁଏ
ଜନ୍ମୋତ୍ସବର... ।
ମୁଖରୁ ତା' କୁଆଁ ନଶୁଭୁଣୁ
ଦିଆଯାଏ ନିଆଁ ଏନ୍ତୁଡିଶାଳର... ।
ଦିଆଯାଏ ନିଆଁ ଏନ୍ତୁଡିଶାଳର... ।
ପରମ୍ପରା ରୀତି ଅନୁସାରେ
ଯୌବନରେ ବିବାହ ଉତ୍ସବେ ସାମିଲ୍ ହୁଏ ।
ଜୀବନ-ସାଥୀର ହାତ ଧରି
ତା' ସୁରକ୍ଷା ପାଇଁ
ନିଆଁ ଠାରେ ଶପଥ ନିଏ ।
ଯୌବନରେ ବିବାହ ଉତ୍ସବେ ସାମିଲ୍ ହୁଏ ।
ଜୀବନ-ସାଥୀର ହାତ ଧରି
ତା' ସୁରକ୍ଷା ପାଇଁ
ନିଆଁ ଠାରେ ଶପଥ ନିଏ ।
ଜୀବନଟା କ୍ଷଣିକ-ଅଳୀକ... ।
କର୍ମ ମୟ ଜୀବନର ଶେଷେ
ଦଶ ଦିଗକୁ ସାକ୍ଷୀ ରଖି
ଶେଷ ମହୋତ୍ସବରେ
ନିଆଁ ଆଗେ ଶୋଈଯାଏ ।
କର୍ମ ମୟ ଜୀବନର ଶେଷେ
ଦଶ ଦିଗକୁ ସାକ୍ଷୀ ରଖି
ଶେଷ ମହୋତ୍ସବରେ
ନିଆଁ ଆଗେ ଶୋଈଯାଏ ।
ଜୀବନରେ ଏ ତିନି ଉତ୍ସବ
ନିଶ୍ଚେ ଆସିଥାଏ,
ସାଥେ ନେଇ ନିଆଁକୁ... ।
କିନ୍ତୁ...
ଉପଭୋଗ କରିନଥାଏ
ପ୍ରଥମ ଓ ଶେଷ ଉତ୍ସବକୁ... ।
ନିଶ୍ଚେ ଆସିଥାଏ,
ସାଥେ ନେଇ ନିଆଁକୁ... ।
କିନ୍ତୁ...
ଉପଭୋଗ କରିନଥାଏ
ପ୍ରଥମ ଓ ଶେଷ ଉତ୍ସବକୁ... ।
No comments:
Post a Comment