ମରୀଚିକା
ତୁମକୁ ଆପଣେଇବାର ପ୍ରୟାସେ
ହୋଇଥିଲି ପର...
ଛାଡିଥିଲି ସାଙ୍ଗ ସାଥୀ, ବାପା, ମାଆ-
ଛାଡିଥିଲି ଘର... ।
ହୋଇଥିଲି ପର...
ଛାଡିଥିଲି ସାଙ୍ଗ ସାଥୀ, ବାପା, ମାଆ-
ଛାଡିଥିଲି ଘର... ।
ତୁମକୁ ପାଇବାର ଜିଜ୍ଞାସାରେ
କଲି ନିଜଙ୍କୁ ତିରସ୍କାର,
ପ୍ରତିବଦଳେ ସେମାନେ ମୋତେ
ଦେଲେ ସୁନ୍ଦର ପୁରସ୍କାର ।
କଲି ନିଜଙ୍କୁ ତିରସ୍କାର,
ପ୍ରତିବଦଳେ ସେମାନେ ମୋତେ
ଦେଲେ ସୁନ୍ଦର ପୁରସ୍କାର ।
ସେ ପୁରସ୍କାର ଦେଇଥିଲା-
ବାଟ ତୁମକୁ ପାଇବାର...
ଚୋର ମନ...
ଶିକୁଳିରୁ ଫିଟିଗଲା-
ମୁକ୍ତ ହେଲା ବନ୍ଧନ ସମାଜର... ।
ବାଟ ତୁମକୁ ପାଇବାର...
ଚୋର ମନ...
ଶିକୁଳିରୁ ଫିଟିଗଲା-
ମୁକ୍ତ ହେଲା ବନ୍ଧନ ସମାଜର... ।
ତୁମେ ମରୀଚିକା...
ହାତ ଠାରି ଡାକ,
ନୁହଁ ତୁମେ ସତ୍ୟ...
ଯାଏ ଯେତେ ପାଖ-
ରୁହ ସେତେ ଦୂର
ମନକୁ କଲ ବ୍ୟତିବ୍ୟସ୍ତ... ।
ହାତ ଠାରି ଡାକ,
ନୁହଁ ତୁମେ ସତ୍ୟ...
ଯାଏ ଯେତେ ପାଖ-
ରୁହ ସେତେ ଦୂର
ମନକୁ କଲ ବ୍ୟତିବ୍ୟସ୍ତ... ।
ନପାଇ ତୁମକୁ,
ତୁମଠୁ... ସମାଜଠୁ...
ନିଜଠୁ ଗଲି ଦୂରେଇ...
ବଞ୍ଚିବାର ରାହା ଚାଲିଗଲା;
ମୃତ୍ୟୁକୁ ନେଲି ଆପଣାଇ ।
ତୁମଠୁ... ସମାଜଠୁ...
ନିଜଠୁ ଗଲି ଦୂରେଇ...
ବଞ୍ଚିବାର ରାହା ଚାଲିଗଲା;
ମୃତ୍ୟୁକୁ ନେଲି ଆପଣାଇ ।
No comments:
Post a Comment