ମୋତେ ପଦେ
ବୋଲାଇ ନିଜକୁ ଭାରତୀୟ
ବଞ୍ଚିଛୁ କାହିଁକି ଡରି,
ଦେଖୁନା ଦେଶତୋ ପଛରେ ପଡିଛି
ସ୍ଵାର୍ଥପରଙ୍କୁ ଧରି ।
ବଞ୍ଚିଛୁ କାହିଁକି ଡରି,
ଦେଖୁନା ଦେଶତୋ ପଛରେ ପଡିଛି
ସ୍ଵାର୍ଥପରଙ୍କୁ ଧରି ।
ଭୁଲିଗଲୁକି ତି ପୂର୍ବପୁଋଷକୁ
ଭୁଲିଗଲୁକି ତାଙ୍କ ଇତିହାସ,
ଦେଶ ପାଇଁ ସ୍ଵାର୍ଥ ଛାଡି, ନିଜ-
ଜୀବନକୁ ଦେଲେ ଯେ ଝାସ ।
ଭୁଲିଗଲୁକି ତାଙ୍କ ଇତିହାସ,
ଦେଶ ପାଇଁ ସ୍ଵାର୍ଥ ଛାଡି, ନିଜ-
ଜୀବନକୁ ଦେଲେ ଯେ ଝାସ ।
ଭାବିଛୁକି ତୁ ପରଗୋଡ ଧରି
ଟେକିବୁ ଜାତିର ମାନ,
ଅନ୍ୟ ଠାରେ ଥରେ ନଇଁଗଲେ
କୁକୁର ସଙ୍ଗେ ତା' ସମାନ ।
ଟେକିବୁ ଜାତିର ମାନ,
ଅନ୍ୟ ଠାରେ ଥରେ ନଇଁଗଲେ
କୁକୁର ସଙ୍ଗେ ତା' ସମାନ ।
ବୀର ପୁଅ ତୁହି, ବୀରର ରକ୍ତ
ବହୁଛି ତୋ ଶିରାରେ,
ଭାଙ୍ଗିଯିବୁ ସିନା ନଇଁବୁ ନାହିଁ,
ଅନ୍ୟ ମାନଙ୍କ ଆଗରେ ।
ବହୁଛି ତୋ ଶିରାରେ,
ଭାଙ୍ଗିଯିବୁ ସିନା ନଇଁବୁ ନାହିଁ,
ଅନ୍ୟ ମାନଙ୍କ ଆଗରେ ।
ତୁହି ପରା ବୀର ପୁଋଷ,
କ୍ଷତ୍ରୀୟ ତୋହର ଜାତି,
ଅନ୍ୟାୟ ବିରୋଧୀ ସଂଗ୍ରାମ ପାଇଁ
ଲୁଚାଉ କାହିଁ ତୋ' ଛାତି ।
କ୍ଷତ୍ରୀୟ ତୋହର ଜାତି,
ଅନ୍ୟାୟ ବିରୋଧୀ ସଂଗ୍ରାମ ପାଇଁ
ଲୁଚାଉ କାହିଁ ତୋ' ଛାତି ।
କାହୁଁ ଆଗେଇବ ଦେଶ, ଯଦି
ନିଜ ସ୍ଵାର୍ଥକୁ ଚାହିଁ ବସିବୁ,
ବିଲେଇ ଯେବେ ମାଛ କେଳେଇବ...
କାହୁଁ ତିଅଣ ଖାଇବୁ ?
ନିଜ ସ୍ଵାର୍ଥକୁ ଚାହିଁ ବସିବୁ,
ବିଲେଇ ଯେବେ ମାଛ କେଳେଇବ...
କାହୁଁ ତିଅଣ ଖାଇବୁ ?
ଜାତିର ଉନ୍ନତି କେବେ ହେବ ନାହିଁ,
ସ୍ଵାର୍ଥେ ଥିଲେ ତୋ' ମନ,
ଗାଈ ଗୋରୁ ଫସଲ ଜଗିଲେ
କାହୁଁ ପାଇବୁ ତୁ ଧାନ?
ସ୍ଵାର୍ଥେ ଥିଲେ ତୋ' ମନ,
ଗାଈ ଗୋରୁ ଫସଲ ଜଗିଲେ
କାହୁଁ ପାଇବୁ ତୁ ଧାନ?
ନିଜ ସ୍ଵାର୍ଥ ଛାଡି ଦେଶ ଉନ୍ନତିରେ
ଜେବେ ଦେବୁ ତୁ ଧ୍ୟାନ,
ଟାଙ୍ଗରା ଭୁଇ`ରେ ସୁନା ଫଳିବ
ଏହା ବିଧିର ବିଧାନ ।
ଜେବେ ଦେବୁ ତୁ ଧ୍ୟାନ,
ଟାଙ୍ଗରା ଭୁଇ`ରେ ସୁନା ଫଳିବ
ଏହା ବିଧିର ବିଧାନ ।
No comments:
Post a Comment