ବାଘିଲି
ରେ ବାଘିଲି...
ତୁ ଏକ ସୌରଭ ପୁଷ୍ପ...
ଘର୍ଘରା ବଣର...
ତୁ ଏକ ସୌରଭ ପୁଷ୍ପ...
ଘର୍ଘରା ବଣର...
ଏ ବନେ ଫୁଟି
ପୁଣି ବନେ ଯାଉ ମଉଳି
ପ୍ରକାଶ ନକରୁ କଥା ମନର ।
ପୁଣି ବନେ ଯାଉ ମଉଳି
ପ୍ରକାଶ ନକରୁ କଥା ମନର ।
ଇଛ୍ଛା ହୁଏ କି ନାହିଁ ତୋର
ଘର କାନ୍ଥେ ଝୁଲିବାକୁ...?
କିମ୍ବା... ଚାହୁଁ ନା କି ତୁ
ମାଣ୍ଡଣାରେ ଫୁଟିବାକୁ...?
ମାଡୁନା କି ତୁ କେବେ ମନ୍ଦିରର ଦ୍ଵାର...
ଘର କାନ୍ଥେ ଝୁଲିବାକୁ...?
କିମ୍ବା... ଚାହୁଁ ନା କି ତୁ
ମାଣ୍ଡଣାରେ ଫୁଟିବାକୁ...?
ମାଡୁନା କି ତୁ କେବେ ମନ୍ଦିରର ଦ୍ଵାର...
ହେବାକୁ ତୋ ମନ-
ନାହିଁ କା ଗଳାର ହାର...
କାହା ଗଭାର ଶୋଭା କରୁନୁ
ମଧୁ ଶଯ୍ୟାକୁ ବି ଭଲ ପାଉନୁ...
ରଙ୍ଗ ବେରଙ୍ଗ ତୁ ଅତିବଡ ସୁନ୍ଦର
ତୋ ଆତ୍ମ ମର୍ଯ୍ୟଦା ହିଁ ତୋର ମନ୍ଦିର...
ନାହିଁ କା ଗଳାର ହାର...
କାହା ଗଭାର ଶୋଭା କରୁନୁ
ମଧୁ ଶଯ୍ୟାକୁ ବି ଭଲ ପାଉନୁ...
ରଙ୍ଗ ବେରଙ୍ଗ ତୁ ଅତିବଡ ସୁନ୍ଦର
ତୋ ଆତ୍ମ ମର୍ଯ୍ୟଦା ହିଁ ତୋର ମନ୍ଦିର...
ଛୋଟ ଫୁଲଟି ପୁଣି ଏତେ ବାସ
ଗୋଡାଣିଆ ହୋଇ ନଯାଉ ଅନ୍ୟ ପାଶ
ଯଦି କେବେ ପାଅ ସମୟ...
ବୁଲି ଜନ ମାନସେ-
ସାଜ ମଙ୍ଗଳମୟ... ।
ଗୋଡାଣିଆ ହୋଇ ନଯାଉ ଅନ୍ୟ ପାଶ
ଯଦି କେବେ ପାଅ ସମୟ...
ବୁଲି ଜନ ମାନସେ-
ସାଜ ମଙ୍ଗଳମୟ... ।
No comments:
Post a Comment