ବେଦନା
ହୃଦୟ ପାଚେରୀ ଡେଇଁ
ଆସିବାକୁ ଉଦ୍ୟତ,
କିନ୍ତୁ....! ସୀମାନ୍ତର ନିଷିଦ୍ଧ
ନିଗଡର ଚାପରେ ,
ଅଣନିଶ୍ଵାସୀ, ହତ ।
ଆସିବାକୁ ଉଦ୍ୟତ,
କିନ୍ତୁ....! ସୀମାନ୍ତର ନିଷିଦ୍ଧ
ନିଗଡର ଚାପରେ ,
ଅଣନିଶ୍ଵାସୀ, ହତ ।
କହି ହୁଏନି କି ରହି ହୁଏନି
ମୁଁ ଏମିତି ଅସହାୟ.......
ଭବିଷ୍ୟତ ଅନ୍ଧକାର ମୋ ପାଇଁ
ଅତୀତ ନେଇଛି ବିଦାୟ ।
ମୁଁ ଏମିତି ଅସହାୟ.......
ଭବିଷ୍ୟତ ଅନ୍ଧକାର ମୋ ପାଇଁ
ଅତୀତ ନେଇଛି ବିଦାୟ ।
ବେଦନା ଭରା ଅକୁହା କଥାରେ
ଭାରକ୍ରାନ୍ତ ମୋ ହୃଦୟ
ସାଥୀହୀନ ସଂସାରେ
ପାଇଥିଲି ଟିକିଏ ପ୍ରଣୟ ।
ଭାରକ୍ରାନ୍ତ ମୋ ହୃଦୟ
ସାଥୀହୀନ ସଂସାରେ
ପାଇଥିଲି ଟିକିଏ ପ୍ରଣୟ ।
ହାଏରେ ବିଧାତା !!
ନିରର୍ଥକ ଜୀବନରେ
ଅର୍ଥ ଖୋଜିବାକୁ
ଆଜିବି ବଞ୍ଚିଛି,
ହୁଏତ ଦେଖିବି,
ପରମ ଶାନ୍ତିର ସୂର୍ଯ୍ୟୋଦୟ ।
ନିରର୍ଥକ ଜୀବନରେ
ଅର୍ଥ ଖୋଜିବାକୁ
ଆଜିବି ବଞ୍ଚିଛି,
ହୁଏତ ଦେଖିବି,
ପରମ ଶାନ୍ତିର ସୂର୍ଯ୍ୟୋଦୟ ।
No comments:
Post a Comment