ପ୍ରତାରଣା
ହେ କୋମଳାଙ୍ଗୀ-
ତୁମେ ଛଳନାମୟୀ...
ମୋ ସାଥେ ଛଳନାକର ଆଜି କିମ୍ପାଇଁ?
ତୁମେ ଛଳନାମୟୀ...
ମୋ ସାଥେ ଛଳନାକର ଆଜି କିମ୍ପାଇଁ?
କରି ଲାଞ୍ଛିତ...
କରି ପ୍ରତାରିତ...
ସୁପ୍ତ ସିଂହକୁ କଲେ ଜାଗ୍ରତ-
ହେବ ପ୍ରଳୟ!!!
ପାଇବ କ୍ଷତ...
ସେ କ୍ଷତ ପାଇଁ ନିଜେ ହେବ ଦାଇ ।
ତୁମ ସାନିଧ୍ୟେ ବଢିଥିଲା ଯଶ ।
ଭାବିଥିଲି ଜୀବନେ ଆସିବ ପୁଷମାସ ।
କହିଛି ଦଇବ,
କିଛି ନ କହିବ...
ପଥର ପଡିଲେ ତାହବି ସହିବ!
ସଭିଙ୍କ ହିତେ ନଇଁ ହୋଇ ରହିବ!!
ନ ସହିଲେ...
ଦିନେ ହେବ ତାର ସର୍ବନାଶ ।
ଭାବିଥିଲି ଜୀବନେ ଆସିବ ପୁଷମାସ ।
କହିଛି ଦଇବ,
କିଛି ନ କହିବ...
ପଥର ପଡିଲେ ତାହବି ସହିବ!
ସଭିଙ୍କ ହିତେ ନଇଁ ହୋଇ ରହିବ!!
ନ ସହିଲେ...
ଦିନେ ହେବ ତାର ସର୍ବନାଶ ।
ତୁମେ ଅନନ୍ତ ଆକାଶ ଚଢେଇ!
ନା ମାଛ!!
ଅସୀମ ସାଗରେ ହେବ ଗଡେଇ!
ତୁମେ ମଣିଷ...
ଖାଲି ମଣିଷ...
ହଁ ହଁ ମଣିଷ...
ଏକା ରହିଲେ ଉଡିବ ହୋସ ।
ସାଥୀକୁ ଧିରେ ପିଆଅ ବିଷ!!!
ସେ ବିଷ, ତୁମକୁ ହିଁ ଯିବ ଖାଇ ।
ନା ମାଛ!!
ଅସୀମ ସାଗରେ ହେବ ଗଡେଇ!
ତୁମେ ମଣିଷ...
ଖାଲି ମଣିଷ...
ହଁ ହଁ ମଣିଷ...
ଏକା ରହିଲେ ଉଡିବ ହୋସ ।
ସାଥୀକୁ ଧିରେ ପିଆଅ ବିଷ!!!
ସେ ବିଷ, ତୁମକୁ ହିଁ ଯିବ ଖାଇ ।
No comments:
Post a Comment