Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)

Dr. Harikrishna Nayak (ଡକ୍ଟର ହରିକୃଷ୍ଣ ନାୟକ)
Upendra Bhanja Award Winner(ଊପେନ୍ଦ୍ର୍ ଭଞ୍ଜ ପୁରଷ୍କାର୍ ବିଜେତା)

Dr. HARI KRISHNA NAYAK

ଡକ୍ଟର ହରିକୃଷ୍ଣ ନାୟକ, ଜନ୍ମ ଗ୍ରହାଣ କରନ୍ତି ୧୨ ଅଗଷ୍ଟ ୧୯୫୭ ମସିହାରେ, ସାନ ଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଦାନ ଆମ୍ବଠା ଗ୍ରାମ ନୀବାସୀ ସ୍ଵର୍ଗତ୍ ରଘୁନଥ ନାୟକଙ୍କ ଔର ଏବଂ ସ୍ଵର୍ଗତ୍ ସାବିତ୍ରୀ ଦେବୀଙ୍କ ଗର୍ଭରୁ| ବର୍ତ୍ତମାନ ସେ କଙ୍କୋରଡା ବିଜ୍ଞାନ ମହା ବିଦ୍ୟାଳୟ ରେ ଅଧ୍ୟାପକ ଭାବେ ଅଧ୍ୟୟନ ରତ|

ଡକ୍ଟର ହରିକୃଷ୍ଣ ନାୟକ, ଆଧୁନିକ ଓଡିଆ ଭାଷା ଓ ସାହିତ୍ୟର ଜଣେ ବିଶିଷ୍ଟ ଲେଖକ ଓ ଗବେଷକ ଭାବେ ଓଡିଆ ସମାଜରେ ଦୃଷ୍ଟି ଆକର୍ଷଣ କରିଛନ୍ତି| ସେ ନିଜକୁ ତାଙ୍କ ସମୟର ଜଣେ ଶ୍ରେଷ୍ଠ ସମାଲୋଚକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି| ପୁରାତନ,
ଆଧୁନିକ ଓ ଅତ୍ୟାଧୁନିକ ଓଡିଆ ସାହିତ୍ୟକୁ ଡକ୍ଟର ନାୟକଙ୍କ ଅବଦାନ ଅତୁଳନୀୟ| ସମାଜ, ସଂସ୍କୃତି ଓ ସାହିତ୍ୟ କର୍ମ ପ୍ରତି ଡକ୍ଟର ନାୟକଙ୍କ ଶ୍ରଦ୍ଧା, ନିଷ୍ଠା ଓ ଗବେଷଣାର ଗଭୀରତା, ତାଙ୍କ ପ୍ରତିଟି ଲେଖାରେ ଝଲସି ଉଠେ| ପୁରୁଣା ଲେଖକ, କବି ଓ ଗାଳ୍ପିକ ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ଗବେଷଣାତ୍ମକ ସନ୍ଧର୍ଭ ରଚନା କରିବାରେ ସେ ସିଦ୍ଧ ହସ୍ତ| ତାଙ୍କ ଲିଖିତ 'କବି ନରସିଂହ ମାଠ: ଏକ ଅଧ୍ୟୟନ' ପୁସ୍ତକ ଏବଂ ଅନବରତ ପରିଶ୍ରମ ବଳରେ ଜଣେ ଆଧୁନିକଯୁଗୀୟ କବି 'ନରସିଂହ ମାଠ'ଙ୍କୁ ଜାତୀୟ ସ୍ତରରେ ସୁପରିଚିତ କରି ଗୌରବ ଅର୍ଜନ କରିଛନ୍ତି| ସ୍ଵର୍ଗତ ମାଠଙ୍କ ରଚିତ 'ରଘୁନାଥ କୀର୍ତ୍ତନ' ଆଜି ଘରେ ଘରେ ପରିଚିତ| ସ୍ଵରଚିତ ଗବେଷଣାତ୍ମକ ସନ୍ଦର୍ଭ 'ସାରଳା ମହା ଭାରତରେ ସାମଜିକ ଆଦର୍ଶ' ଉପସ୍ଥାପନା କରି କୃତିତ୍ଵର ସହ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରୁ ପିଏଚ୍.ଡି. (ଡକ୍ଟର) ଉପାଧି ଲାଭ କରିଛନ୍ତି|

(As an eminent writer, researcher Dr. Harikrishna Nayak has been drawn attention in this modern phase of Oriya Literature. He has established himself as a best critique of the times. He has contributed many literary articles on ancient, middle and modern day literature. In this field of work, his intense love and depth of study is clearly reflected. He specialized in bringing the hidden poets and writers of this area to limelight, "KABI NARASINGH MATH" an eminent writer of the middle period has brought to the limelight in the National Sphere by his un-tired effort. By that the "EPIC" Ramayan(RAGHUNATH KIRTAN) written by Late NARASINGHA MATHA was valued and judged by the literary world in its true spirit. He has published his Ph.D. thesis on "SARALA MAHABHARATARE SAMAJIKA ADARSH" under Berhampur University.

He belongs to Ganjam district, a known person in the literary circle of this area. He is born on 12th August 1957 at Danambatha under Sanakhemundi block.)

ଆଦିତ୍ୟ ପ୍ରତାପ ନାୟକ

Monday, September 12, 2011

ପାକିଡି ପର୍ବତ ବାସିନୀ ମା' କରଞ୍ଜେଇ





ଚକ୍ର ବିହୀନ ରଥ ଯେପରି ଗତିଶୀଳ ହୋଇପାରେନା, ସେହିପରି ଧର୍ମ ଏବଂ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ଏକାନ୍ତ ଅସମ୍ଭବ ଧର୍ମକୁ ବାଦ ଦେଲେ ମଣିଷ ଜୀବନ ଅକଳ୍ପନୀୟ ଧର୍ମ ଶବ୍ଦ ଅତି ବ୍ୟାପକ ଏହାର ଆଭିଧାନିକ ଅର୍ଥ "ଧରତି ଲୋକାନ୍ ଧ୍ରିୟତେ ପୁଣ୍ୟାତ୍ମ ଭିରତି ବା ଧର୍ମ" ଯାହ ସମାଜକୁ ଦୃଢ ଭାବରେ ଧରିରଖେ ବା ନିୟନ୍ତ୍ରଣ କରେ ତାହାହିଁ ଧର୍ମ 'ଧର୍ମ ସାର୍ବ ଜନୀନ' ମାନବିକ ଆବଶ୍ୟକତା ସହ ଏହା ସମ୍ବନ୍ଧାନ୍ଵିତ

ବିଚିତ୍ର ଜ୍ଞାନସକ୍ତ ଭାରତ... ... ବୈଚିତ୍ର୍ୟମୟ ତା' ପବିତ୍ର ଉତ୍କଳ ଗଞ୍ଜାମ ଭୂମି ' ପବିତ୍ର ଭୂମିର ଜନ-ଜୀବନରେ ଧର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି, ଏବଂ ଏହା ବହୁଧର୍ମର ସମନ୍ଵିତ ସ୍ଥଳି ବହୁ ଧର୍ମ ମଧ୍ୟରୁ ଗାଣପତ୍ୟ, ବଷ୍ଣବ, ଶୈବ, ଶାକ୍ତ ସୌର ଧର୍ମର ପ୍ରଭାବ ଆମ ରାଷ୍ଟ୍ର ରେ ସର୍ବାଧିକ ଏହି ପରିପ୍ରେକ୍ଷୀରେ ଶାକ୍ତ ଧର୍ମ ଶକ୍ତି ଉପାସନାର ବୈଶିଷ୍ଟ୍ୟକୁ ବିଶ୍ଳେଷଣ କରାଯାଇ ପାରେ "ଶକ୍ୟତେ ଜେତୁ ମନୟା" ଅର୍ଥାତ୍ ଯାହାଦ୍ଵାରା ଜୟ କରିବାର ଶକ୍ତି ଅର୍ଜ୍ଜନ କରାଯାଏ, ତାହାହିଁ ଶକ୍ତି ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି, ପାଳନ ଏବଂ ସଂହାର ଆଦି "ଶକ୍ତି" ଉପରେ ନିର୍ଭର କରେ -ଅର୍ଥ ଐଶ୍ଵର୍ଯ୍ୟ ଏବଂ 'କ୍ତି' ଅର୍ଥ ପରାକ୍ରମ ପ୍ରକଶମାନ ଜୀବ ଜଡ ଜଗତର ପ୍ରତ୍ୟକ୍ଷ ପରୋକ୍ଷ ବିକାଶର ମୂଳ ଉତ୍ସ ହେଉଛି ଶକ୍ତି ଶକ୍ତିର ପ୍ରକାଶ ମାନ ଅବସ୍ଥାହିଁ ସୃଷ୍ଟି

ସୃଷ୍ଟିର ସଂସ୍ଥିତି ଠାରୁ ଆରମ୍ଭକରି ସର୍ବାଙ୍ଗୀନ ଅଭ୍ୟୁତ୍ଥାନ ପର୍ଯ୍ୟନ୍ତ ସକଳ କ୍ଷେତ୍ରରେ ଶକ୍ତିର ମହିମା ପ୍ରକଟିତ ସେ ସୂର୍ଯ୍ୟଙ୍କର ଜ୍ୟୋତି, ଚନ୍ଦ୍ରର ଜ୍ୟୋତ୍ସ୍ନା, ଜଳର ତରଳତା, ଅଗ୍ନିର ଉତ୍ତାପ, ବାୟୁର ପ୍ରବାହ, ଆକାଶର ବ୍ୟାପକତା, ଜୀବର ଚେତନା, ଅଙ୍କୁରର ବୀଜ, ପୁଷ୍ପର ସୌନ୍ଦର୍ଯ୍ୟ, ମଧୁରେ ମାଧୁର୍ଯ୍ୟ, ସୃଷ୍ଟିର ପ୍ରଚୁର୍ଯ୍ୟ ସଦୃଶ ଆତ୍ମିକ ଭାବରେ ନିହିତ

ଭାରତର ୫୨ଟି ଶକ୍ତିପୀଠ ମଧ୍ୟରେ ଉତ୍କଳ ଅନ୍ୟତମ ଶକ୍ତିପୀଠ ଉତ୍କଳର ବିଭିନ୍ନ ଶାକ୍ତପୀଠ ମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ରରେ ବିମଳା, କାକଟପୁରରେ ମଙ୍ଗଳା, ବାଣପୁରରେ ଭଗବତୀ, ବାଙ୍କୀରେ ଚର୍ଚ୍ଚିକା, ଝଙ୍କଡରେ ଶାରଳା ଦେବୀ ପ୍ରସିଦ୍ଧି ଲାଭ କଲା ପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶାକ୍ତପୀଠ ମାନଙ୍କ ମଧ୍ୟରେ ଆସିକାରେ ଖମ୍ବେଶ୍ଵରୀ, କୁଲାଡରେ ବ୍ୟାଘ୍ରଦେବୀ, ପୁରୁଷୋତ୍ତମପୁର ନିକଟରେ ତାରାତାରିଣୀ, ଖଲ୍ଲିକୋଟରେ ନାରୟଣୀ, ମନ୍ତ୍ରିଡିରେ ଭୈରବୀ, ଡୁମ୍ବୁଳାରେ ବାଙ୍କେଶ୍ଵରୀ, ବୁରୁପଡାରେ ଶ୍ୟାମଳାୟୀ ଏବଂ ଆସିକା ତହସିଲ ଅନ୍ତର୍ଗତ ପାକିଡି ପର୍ବତସ୍ଥ ମନୋଜ୍ଞ ପ୍ରକୃତିକ ପରିବେଶ ମଧ୍ୟରେ ବିଜେ କରିଛନ୍ତି ମା' କରଞ୍ଜେଇ ଦେବୀ

ମା' ଶ୍ରଦ୍ଧାଳୁ ଭକ୍ତ ପୂଜକ ଗଣଙ୍କ କଲ୍ୟାଣ ନିମନ୍ତେ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହି ପରମ୍ପରା କ୍ରମେ ପୂଜା ପାଇ ଆସୁଛନ୍ତି

"ଆସିକା ତହସିଲ ମଧ୍ୟେ ସ୍ଥିତ ପାକିଡି ଗିରି
ପ୍ରକୃତିର ଶ୍ୟାମଳ କ୍ରୋଡେ ତା' ବର୍ଦ୍ଧିତ ଶିରୀ
ଜଗତ ଜନନୀ ଅଟନ୍ତି ମାତ ସେ କରଞ୍ଜେଇ
ଜଗତର ହୀତ ପାଇଁ ସେ ଛନ୍ତି ପୀଠେ ରହି

ଭକତ ବତ୍ସଳା ଦେବୀ ସେ ମଙ୍ଗଳ ଦାୟିନୀ
ଶହ ଶହ ଭକ୍ତ ଜନଙ୍କ ବିପଦ ବିନାଶିନୀ
ଆରାଧ୍ୟ ଦେବୀ ରୂପେ ମାଆ ପାଉ ଅଛନ୍ତି ପୂଜା
ବିଘ୍ନ ବିନାଶିନୀ ନାମରେ ତାଙ୍କ ଉଡୁଛି ଧ୍ଵଜା
ସିଦ୍ଧ ସାଧବୀ ମାତା ସେ ଜଗତ ମଣ୍ଡଣୀ
ପରମ ବୈଷ୍ଣବୀ ମା; ଯେ ଅପର୍ଣ୍ଣା ନାରୟଣୀ "

ଉତ୍କଳର ଦୁର୍ବାର ଆକର୍ଷଣ ସଂସୃଉତି ସମୃଦ୍ଧ ଐତିହାସିକ ସହର ଗୋପାଳପୁର ବନ୍ଦର ଠାରୁ ରାୟପୁର ପର୍ଯ୍ୟନ୍ତ ୨୧୭ ନଂବ୍ର ଜାତୀୟ ରାଜପଥରେ ରେଶମ ସହର ବ୍ରହ୍ମପୁର ଠାରୁ ଚିନିଶିଳ୍ପର ସହର ଆସିକା ଅଭିମୁଖେ ଯାତ୍ରା କଲାବେଳେ ୩୩ କିଲୋମିଟର ଦୂରର ବାମ ପର୍ଶ୍ଵରେ ଏକ କିଲୋମିଟର ବ୍ୟାପୀ ଲମ୍ବିଯାଇଛି ଏକ ପକ୍କା ରାସ୍ତା ଚିର ସବୁଜ ପ୍ରକୃତିକ ପରିବେଶ ମଧ୍ୟରେ ଥିବା ସୁଉଚ୍ଚ ପାକିଡି ପର୍ବତର ଅନୁପମ ସୌନ୍ଦର୍ଯ୍ୟ ମଧ୍ୟରେ ଗଢି ଉଠିଛି ଏକ ମନୋଜ୍ଞ ମନ୍ଦିର, ତନ୍ମଧ୍ୟରେ ବିଦ୍ୟମାନ ମା' କରଞ୍ଜେଇଙ୍କ ଚିତ୍ତାକର୍ଷକ ରମଣୀୟ ବିଗ୍ରହ ମନ୍ଦିର ଚତୁଃପାର୍ଶ୍ଵରେ ଘେରିରହିଛି ସବୁଜ ପର୍ବତମାଳା ସେହି ଶ୍ୟାମାୟମାନ ନିଘଞ୍ଚ ବନାନୀ ମଧ୍ୟରୁ ଭାସି ଆସୁଥିବା ହିଂସ୍ର ପଶୁ ମାନଙ୍କ ଗୁରୁ ଗମ୍ଭୀର ଗର୍ଜନ, କଳା, ନୀଳ, ପୀତ, ଲୋହିତ ବର୍ଣ୍ଣର ବିହଙ୍ଗମ ଗଣଙ୍କ ମଧୁର କାକଳି ସହ ତାଳ ମିଳାଇ କଳ-କିଜ୍ଞଣୀ ନିଃସ୍ଵନ ନିନାଦିତ ନିର୍ଝରଣୀର ଅପୂର୍ବ ମୂଛ୍ଛନା ଛନ୍ଦରେ ଆତ୍ମହରା ହୋଇ ଯାଅନ୍ତି ପର୍ଯ୍ୟଟକ, ଦର୍ଶକ ଶ୍ରଦ୍ଧାଳୁ ଭକ୍ତଗଣ ' ପରି ମନୋରମ ସବୁଜ ପରିବେଶ ମଧ୍ୟରେ ବିଜେ କରିଛନ୍ତି ଜଗତ ଜନନୀ ଦେବୀ କରଞ୍ଜେଇ ମା' କରଞ୍ଜେଇ ଅଭୟ ପ୍ରଦାୟିନୀ ଭାବେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଅଭୟ ପ୍ରଦାନ ପୂର୍ବକ ମାର୍ଗ ପ୍ରଦର୍ଶିନୀ ବିପଦ ନାଶିନୀ ରୂପେ ପ୍ରସିଦ୍ଧି ଲାଭ କରିଛନ୍ତି କବି ବର୍ଣ୍ଣନାରେ ... ... ...

'କରଞ୍ଜେଇ ପୀଠେ ପାକିଡି ପାହାଡେ
ପୂଜିତା ତୁହି ଜନନୀ
ଅଗଣିତ ଭକ୍ତ ତୋହରି ଦର୍ଶନେ
ପାଦେ କରନ୍ତି ଦଇନି
ଭକତ ବତ୍ସଳା ଅଭୟ ଦାଇନୀ
ମା'ଗୋ ବିପଦ ନାଶିନୀ
ମାର୍ଗ ପ୍ରଦର୍ଶିନୀ ମୁକତି ଦାଇନୀ
ତୋ' ପାଦେ କରେ ଦଇନି
ମା' ତୋ ପାଦେ କରେ ଦଇନି '

ପୁରାଣ ପ୍ରସିଦ୍ଧ ସୁପୁଣ୍ୟ ସରିତ୍ ଋଷିକୁଲ୍ୟା ଏବଂ ସୁଶୋଭିତ ପାକିଡି ପାହାଡର ମଧ୍ୟ ସ୍ଥଳରେ ଯାଇଥିବା ସୁଦୀର୍ଘ ୨୧୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଶ୍ରଦ୍ଧାଳୁ ଭକ୍ତ ଏବଂ ପର୍ଯ୍ୟଟକ ମାନଙ୍କୁ ଆହ୍ଵାନ କରିବା ପାଇଁ ମା'ଙ୍କର ସ୍ଵାଗତ ଦ୍ଵାର ଦଣ୍ଡାୟମାନ ପ୍ରବେଶ ଦ୍ଵାର ଠାରୁ ପ୍ରାୟ ଏକ କିଲୋମିଟର ରାସ୍ତା ଅତିକ୍ରମ କଲାପରେ ମୃଦୁମଳୟରେ ଭାଷିଆସେ ଔଷଧିୟ ବୃକ୍ଷ ସମୂହର ସୁଗନ୍ଧ ଡାହଣ ପର୍ଶ୍ଵରେ ପାକିଡି ପାହଡସ୍ଥ ଚିର ସବୁଜ ବନାନୀର ଅଭୁତ ଦୃଶ୍ୟ ରାଜି ଜନ ମନଙ୍କୁ ଆକର୍ଷଣ କରୁଥିବା ବେଳେ ମା'ଙ୍କ ମନ୍ଦିର ପ୍ରବେଶ ଶୋଭା ବର୍ଦ୍ଧନ କରୁଛି ବିରାଟକାୟ ବୃଷଭର ମୂର୍ତ୍ତି   ପ୍ରବେଶ ଦ୍ଵାରର ଦକ୍ଷିଣ ଦିଗରେ ବିଜେ କରିଛନ୍ତି ଅଗ୍ର ପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ ମା'ଙ୍କ ଦର୍ଶନ ମଣ୍ଡପ ସମ୍ମୁଖରେ  ମହାଦେବ ବାନେମ୍ବରଙ୍କ ମନ୍ଦିର ବିରଜମାନ ଉତ୍ତର ଦିଗକୁ ମୁଖ କରି ମନୋଜ୍ଞ ମନ୍ଦିର ମଧ୍ୟରେ ମା' କରଞ୍ଜେଇ ବିଜେ କରିଛନ୍ତି ଶ୍ରଦ୍ଧାଳୁ ଭକ୍ତଗଣଙ୍କ ବିପଦ ଖଣ୍ଡନ କରିବା ପାଇଁ

ମା' କରଞ୍ଜେଇଙ୍କ ଆବିର୍ଭାବ ସଂପର୍କରେ ବିଭିନ୍ନ କିମ୍ବଦନ୍ତୀ ରହିଅଛି ତନ୍ମଧ୍ୟରୁ ଗୋଟିଏ ହେଲା କେଉଁ ଆବାହମାନ କାଳରୁ ଏହି ପୀଠ ଶ୍ଵାପଦ ଶଙ୍କୁଳ ଘୋର ଅରଣ୍ୟାନୀରେ ପରିଣତ ଥିଲା ଘଞ୍ଚ ଅରଣ୍ୟଟି ବାଉଁଶ, କାଳୁଚୁଆ, କରଞ୍ଜ, ନିମ ବୃକ୍ଷ, ବୈଁଚ କୋଳି ଲତା, କ୍ଷୁଦ୍ର କଣ୍ଟା ଗଛ ଏବଂ ଗୁଳ୍ମ ରାଜିରେ ପରିପୂର୍ଣ୍ଣ ଥିଲା ମା କରଞ୍ଜ ବୃକ୍ଷ ଗୁମ୍ଫାରେ ଆବିର୍ଭାବ ହେଲେ ଏଣୁ ସେ କରଞ୍ଜ ବୃକ୍ଷ ମୂଳ ବାସିନୀ ଦେବୀ କରଞ୍ଜେଇ କବିଙ୍କ ଭଷାରେ :-

"କରଞ୍ଜା ପାଦପତଳରେ ଯେଣୁ ହୋଇଲେ ସ୍ଥିତ
କରଞ୍ଜେଇ ଠାକୁରାଣୀ ମା' ତେଣୁ ଲୋକେ ବିଖ୍ୟାତ "

ମା'ଙ୍କ ପୀଠ ସମୀପବର୍ତ୍ତୀ ସ୍ଥାନରେ ଏକଦା ପର୍ବତୀପୁର ନାମରେ ଏକ ବ୍ରହ୍ମଣ ଶାସନ ଅବସ୍ଥିତ ଥିଲା ସେହି ପର୍ବତୀ ଶାସନର ବାସିନ୍ଦାଙ୍କ ଆରଧ୍ୟାଦେବୀ ଥିଲେ ମା' କରଞ୍ଜେଇ ସେହି ସମୟରେ ମା' ଗାଁ ଠାକୁରାଣୀ ରୂପରେ ପୂଜକ ଭକ୍ତ ମାନଙ୍କ ଦ୍ଵାର ପୂଜା ପାଇ ଆସୁଥିଲେ ପୂର୍ବେ ପୀଠରେ ଥିବା ପୂଜକ ଭକ୍ତ ଗଣଙ୍କ ବଂଶଧର ମାନେ ସମ୍ପ୍ରତି ପୀଠ ନିକଟସ୍ଥ ପାକିଡି ଗ୍ରାମରେ ବାସ କରିଛନ୍ତି କିନ୍ତୁ ଆଜି ସେ ପର୍ବତୀପୁର ଶାସନର ଚିହ୍ନ ବର୍ଣ୍ଣ ନାହିଁ ତାହା କାଳର କରାଳ କବଳରେ ବିଲୀନ ହୋଇ ଯାଇଛି କିନ୍ତୁ ଏହାର କିଛି ଦୂରରେ ଅବସ୍ଥିତ ଗୋଟିଏ ଗାଁ, ନାଁ ତା' ବିଜେ ରାଜେନ୍ଦ୍ରପୁର ଶାସନ ଏହି ଶାସନର ବ୍ରହ୍ମଣ, ମୁନି ଜାତିର ଲୋକମାନେ ଅଦ୍ୟାପି ମା'ଙ୍କର ପୂଜାର୍ଚ୍ଚନା କରି ଅଛନ୍ତି

ମା' କରଞ୍ଜେଇ ଆପଣାର ଭକ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ ଏକାକିନୀ ପୀଠ ସଂଲଗ୍ନ ଅଞ୍ଚଳରେ ଭ୍ରମଣ କରୁଥିବା ଲୋକ ମୁଖରୁ ଶୁଣାଯାଏ ଏହି ପୀଠ ନିକଟସ୍ଥ ଖଣ୍ଡଦୋଳି ଗ୍ରମ ପଞ୍ଚାୟତ ଅନ୍ତର୍ଗତ କରନୋଳି ଗ୍ରମର ସ୍ଵର୍ଗତ୍ ଯଦୁଗୌଡ ମା'ଙ୍କ କୃପା ଲାଭ କରି ମା'ଙ୍କ ସହ କଥୋପ କଥନ ହୋଇଥ୍ବ ବିଷୟ ଜନ ଶ୍ରୁତିରୁ ଅବଧାରିତ ଏତଦ୍ ବ୍ୟତୀତ ଦିବାକର ମିଶ୍ର ନାମଧାରୀ ଜଣେ ଦେବୀ ଭକ୍ତ ଚନ୍ଦନ ଯାତ୍ରା ଉଦ୍ଦେଶ୍ୟରେ ପୁରୀ ଯିବା ରାସ୍ତାରେ ମା'ଙ୍କ ଦର୍ଶନ କରି ସଫଳ ହୋଇଥିବା କବିଙ୍କ ଲେଖନୀରୁ ଜଣାଯାଏ

"ମଧୁମାସ ଅନ୍ତେ ମାଧବ ମାସ ହୁଏ ଆଗତ
ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ହୁଏ ଚନ୍ଦନ ଜାତ
ଏମନ୍ତ ଗ୍ରୀଷମ ସମୟେ ଶୁଦ୍ଧ ବ୍ରହ୍ମଣ ଜଣେ
ଚନ୍ଦନ ଯାତ୍ରା ଦେଖିବାକୁ ଯାଉଥିଲେ ଆପଣେ
ଦିବାକର ମିଶ୍ର ନାମଟି ସେଯେ ଭକ୍ତ ପ୍ରବର
କର୍ମ ନିଷ୍ଠ ବଳିଷ୍ଠ ତାଙ୍କ ହୃଷ୍ଟ ପୃଷ୍ଟ ଶରୀର
କରଞ୍ଜେଇ ଠାକୁରାଣୀଙ୍କୁ ଚିତ୍ତ ଭକ୍ତିରେ ଚିନ୍ତି
ସ୍ତବ ସ୍ତୋତ୍ର ମାନ ପଢିଲେ ହୋଇ ଭକତି ମତି
ଭକ୍ତର ଭକ୍ତିରେ ମା'ଯେ ଶୁଭାଶୀର୍ବାଦ ଦେଲେ
ଜଗନ୍ନାଥଙ୍କ ଦର୍ଶନେ ତାଙ୍କୁ ସଫଳ କଲେ "

ଦେବୀଙ୍କ ମହିମା ଅପାର ଏହି ଅପାର ମହିମାର ପ୍ରଚାର ପ୍ରସାର କରିଥିଲେ ଭକ୍ତ ଦିବାକର ମିଶ୍ର ପ୍ରବାଦ ଅଛି - "ଯା' ଭକ୍ତି ଯେଡେ, ତା' ପ୍ରଭୁ ତେଡେ"- ଏହି ମର୍ମରେ ଲୋକ ସମାଜରେ ବିଶ୍ଵାସର ସ୍ରୋତ ବହୁ ମତ୍ରାରେ ପ୍ରବାହିତ ହେବାରୁ ମା'ଙ୍କ ପୀଠରେ ଜନସଂଖ୍ୟା ଭକ୍ତ ପୂଜକ ମାନଙ୍କ ଭିଡ କ୍ରମଶଃ ବୃଦ୍ଧି ପ୍ରାପ୍ତ ହେବାରେ ଲାଗିଲା ପୂର୍ବେ ଶ୍ରଦ୍ଧାଳୁ ଭକ୍ତ ମାନେ ମା'ଙ୍କୁ ବିଭିନ୍ନ ରୂପରେ ଦର୍ଶନ କରିଥିବା ଜନ ଶ୍ରୁତିରୁ ଜଣାପଡେ କବିଙ୍କ ଭଷାରେ:-

"ବାହାରେ ଶୁଣାଯାଉଛି ଦେବୀ ମହିମା ମାନ
କିଏ କେଉଁ ରୂପେ କେଉଁଠି କରିଛନ୍ତି ଦର୍ଶନ
ବାଳିକା, କିଶୋରୀ, ଯୁବତୀ ବୃଦ୍ଧାରୂପେ କେ କାହିଁ
କିହେତୁ କେବେକେ ଦେଖିଛି କହିଁ କଳନା ନାହିଁ "

ସମୟାନୁକ୍ରମେ ନଳବଣ୍ଟା ଗ୍ରାମର ଗୋବିନ୍ଦ ପାଢୀଙ୍କ ବଳିଷ୍ଠ ଉଦ୍ୟମରେ ଏବଂ ତାଙ୍କ ଅଞ୍ଚଳର କେତେକ ଯୁବଗୋଷ୍ଠୀଙ୍କ ସହଯୋଗରେ ୧୯୬୮ ମସିହା ଆଶ୍ଵିନ ମାସ ବିଜୟା ଦଶମୀର ଏକ ପୁଣ୍ୟ ତିଥିରେ ଉକ୍ତ ପୀଠରେ ମା'ଙ୍କ ବିଗ୍ରହର ପୁନଃ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହେଲା ନବ ନିର୍ମିତ ମନୋଜ୍ଞ ମନ୍ଦିର ମଧ୍ୟରେ କ୍ରମେ ଶୋଭା ବର୍ଦ୍ଧନ କଲା ମା'ଙ୍କ ସମ୍ମୁଖସ୍ଥ ପ୍ରବେଶ ଦ୍ଵାର ପୀଠ ସନ୍ନିକଟ ଅଧିବାସୀଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ ହେଲା - ମନ୍ଦିରର ସୁପରିଚାଳନା ପାଇଁ

ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନୈତିକ ନେତା, ବିଧାୟକ, ମନ୍ତ୍ରୀ ଏବଂ ଉଚ୍ଚ ପ୍ରଶାସକ ମାନଙ୍କ ଆର୍ଥିକ ସାହଯ୍ୟ ଆନ୍ତରିକ ସହଯୋଗ ଫଳରେ ମନ୍ଦିରର ଉନ୍ନତି ସାଧିତ ହୋଇଛି ପରବର୍ତ୍ତୀ ଦଶପଲ୍ଲାସ୍ଥ ଦଣ୍ଡିବାବାଙ୍କ ପୌରହିତ୍ୟରେ ୧୯୮୦ ମସିହା ଏପ୍ରିଲ ୧୦ ତାରିଖ ଠାରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ମା'ଙ୍କ ପୀଠରେ ଏକ ପବିତ୍ର ଆଧ୍ୟାତ୍ମିକ ଯଜ୍ଞର ଆୟୋଜନ ମହାନ୍ ସମାରୋହରେ ଅନୁଷ୍ଠିତ ହେଲା କ୍ରମେପି ବଢି ଚାଲିଲା ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସଂଖ୍ୟା

ଦେବୀଙ୍କ ପୀଠରେ ଦୈନନ୍ଦିନ ପୂଜାର୍ଚ୍ଚନା ବିଧି ମୁତାବକ ସଂପନ୍ନ ହୁଏ ପ୍ରାତଃ ପାଞ୍ଚ ଘଣ୍ଟ ସମୟରେ ମା'ଙ୍କ ନିକଟରେ ମଙ୍ଗଳ ଆରତୀ, ସକାଳ ଛଅ ଘଣ୍ଟ ସମୟେ ମା'ଙ୍କୁ ମାର୍ଜନ ମହାସ୍ନାନ ପୂର୍ବକ ବାଳ ଧୂପ ଦିଆଯାଏ ମଧ୍ୟାନ ୧୨ ଘଣ୍ଟ ସମୟେ ମା'ଙ୍କ ନିକଟରେ ଅନ୍ନଭୋଗ ହୁଏ ୧୨ ଘଣ୍ଟ ୩୦ ମିନଟ ସମୟେ ଦ୍ଵାର ବନ୍ଦ ହୋଇ ପରିସର ମଧ୍ୟର ଅନ୍ୟାନ କର୍ଯ୍ୟ ସମ୍ପନ୍ନ ହୁଏ

ପୁଣି ସନ୍ଧ୍ୟା ଘଣ୍ଟ ସମୟେ ମା'ଙ୍କ ନିକଟରେ ଆରତୀ ଏବଂ ରାତ୍ର ଆଠ ଘଣ୍ଟ ତିରିଶି ମିନଟ ସମୟେ ଭୋଗରାଗ ସମ୍ପନ୍ନ ହୁଏ ବସ୍ତୁତଃ ମା' କରଞ୍ଜେଇ ପରମ ବୈଷ୍ଣବୀ ରୂପେ ପୂଜା ପାଆନ୍ତି ମା'ଙ୍କ ପୂଜାର୍ଚ୍ଚନା ଭୋଗରାଗ ପାଇଁ ତତ୍ କାଳୀନ ଧରାକୋଟ ରାଜା ମଦନ ମୋହନ ସିଂହ ଦେଓ କେତେ ଜମି ଦାନ କରିଥିବା ଶୁଣାଯାଏ କବିଙ୍କ ଭାଷାରେ  :-

" ମାଆଙ୍କ ଅଦ୍ଭୁତ ମହିମା ଶୁଣି ସେ ରାଜ୍ୟ ନୃପ
ମଦନ ମୋହନ କେଶରୀ ଧରାକୋଟ ଅଧିପ
ଦେବୀଙ୍କ ପୂଜା ଭୋଗ ପାଇଁ ରାଜା ଅକୁଣ୍ଠ ଚିତ୍ତେ
ଦାନ କରିଛନ୍ତି କେତେକ ଜମି ଖ୍ୟାତ ଜଗତେ "

ମାଆ କରଞ୍ଜେଇଙ୍କର ପବିତ୍ର ପୀଠରେ ଶାରଦୀୟ ନବରାତ୍ରୀ ପୂଜା, ବାସନ୍ତିକ ଅଶୋକାଷ୍ଟମୀ ପୂଜା, ନବ ବର୍ଷରେ ଚଣ୍ଡୀ ପାଠ ବିଶ୍ଵ ଶାନ୍ତି ହୋମ ଭାଦ୍ରବ ମାସ ଦ୍ଵାଦଶୀ ତିଥିଠାରୁ ପୁର୍ଣ୍ଣମୀ ପର୍ଯ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା ହୁଏ ଏତଦ୍ ବ୍ୟତୀତ ତ୍ରିଦିନାତ୍ମକ ଭାଗବତ ପରାୟଣ ଅନନ୍ତ ବ୍ରତ, ବାଡି ପୂଜା, ମହା ଶିବ ରାତ୍ରୀ ପର୍ବ ପାଳନ, ଶିବର୍ଚ୍ଚନା ଏବଂ ଦୀପଦାନ ଆଦିର ବିଧି ପାରମ୍ପରିକ ରୀତିରେ ଅନୁଷ୍ଠିତ ହୁଏ ଏହି ପର୍ବ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତ ଗଣ ମାଆଙ୍କ ଚରଣ କମଳେ ସଭକ୍ତି ପ୍ରଣାମ ଜଣାଇଁ ବିନମ୍ରେ ବର୍ଣ୍ଣନ୍ତି ବନ୍ଦନା ଗୀତ

" ବନ୍ଦଇ ମାଆ କରଞ୍ଜେଇ ଜଗତ ଜନନୀ
ପରମ ଈଶ୍ଵରୀ ମାଗୋ ପର୍ବତ ବାସିନୀ
ମନୋଜ୍ଞ କିରୀଟ ଶୋଭେ ଶିରରେ ତୋହର
ଲଲାଟେ ସିନ୍ଦୁର ଚିତା ଦିଶେ ଚମତ୍କାର
ବକ୍ଷରେ ବିରାଜେ ମାଗୋ ମନ୍ଦାରର ହାର
ଶ୍ରୀଅଙ୍ଗେ ଶୋଭିତ ରଙ୍ଗପଟ୍ଟ ବସ୍ତ୍ରେ ତୋର
ନାଲି ଚୂଡି ଶୋଭାପାଏ ତୋ ଅଷ୍ଟଭୂଜର
କଟିରେ କିଙ୍କିଣୀ ମା'ଗୋ ପାଦରେ ନୂପୁର
ତୋର କୃପାହେଲେ ଶତୃ ଭୟ ଲାଗଇ
ପ୍ରସନ୍ନେ ଅଭୟ ବର ଦିୟ ମହାମାୟୀ
ତୋର ପାଦ ପଦ୍ମେ ମାଗୋ ଏତିକି ମିନତି
ସଦା ଦୟା ରଖିଥିବୁ ମାତ ଭଗବତୀ "

ପାକିଡି ତାହାର ନିକଟବର୍ତ୍ତୀ ଗ୍ରମର ଅଧିବାସୀଗଣ ମା'ଙ୍କ ଆଶୀର୍ବାଦ ଲାଭ ଉଦ୍ଦେଶ୍ୟରେ ତାଙ୍କୁ ଦର୍ଶନ କରନ୍ତି ବିଧି ଅନୁସାରେ ମା'ଙ୍କ ନିକଟରେ ଭୋଗରାଗ କରି ଭକ୍ତି ପୂତ ପ୍ରଣାମ ଜଣାଇଁ କାର୍ଯ୍ୟ ସିଦ୍ଧି ପାଇଁ ମନେ ମନେ ମାନସିକ କରନ୍ତି ମାନସିକ ପୂର୍ଣ୍ଣ ହେଲେ ମା'ଙ୍କ ନିକଟରେ ଭୋଗ ରାଗ, ଧୂପ ଦୀପାଦି ପ୍ରଦାନ କରନ୍ତି ମା' ପ୍ରସନ୍ନ ହେଲେ ସକଳ କାର୍ୟ୍ୟରେ ସିଦ୍ଧି ଲାଭ ହେବ ଏହା ଅଦ୍ୟାବଧି ଲୋକ ବିଶ୍ଵାସରେ ରହିଛି ଏଣୁ ମା'ଙ୍କ ପବିତ୍ର ଯୁଗଳ ଚରଣରେ ଭକ୍ତି ପୂତ ପ୍ରଣାମ ଜଣାଇଁ ଶ୍ରଦ୍ଧାଳୁ ଭକ୍ତ ପ୍ରଥନା କରେ :-

" ପ୍ରକାଣ୍ଡ କରଞ୍ଜ ପାଦପ ଦେଖି ମଧ୍ୟ ଭାଗରେ
ବିଜେ କଲୁ ମାତା ପାକିଡି ପରବତ ଉପରେ
ଚତୁର୍ଦ୍ଦିଗ ଶାଖା ପ୍ରଶାଖା ଘଞ୍ଚ କୋମଳ ଜଳେ
ପ୍ରଚଣ୍ଡ ମାର୍ତ୍ତଣ୍ଡ କିରଣ ନପଡଇ ଭୂତଳେ
ବିକାଶ କରଞ୍ଜ ସୁମନେ ଭୃଙ୍ଗ ପୁଞ୍ଜ ଗୁଞ୍ଜନ
ସ୍ଵରରେ କରଇ ରଞ୍ଜନ ଜନ ମନ ନୟନ
ଝର ଝର ନାଦେ ନିର୍ଝର ନୀର ବହେ ନିକଟେ
ମନ୍ଦ ସମୀରଣ ସଂଯୋଗେ ଶୀତଳତା ପ୍ରକଟେ
'ପରି ଦିବ୍ୟ ସ୍ଥାନରେ ମାତ ତୋର ଅବସ୍ଥାନ
କି ବର୍ଣ୍ଣିବି ତବ ମହିମା ମୁ ଯେ ମୂଢ ଅଜ୍ଞାନ
କରଞ୍ଜେଇ ଠାକୁରାଣୀ ମା' ଦୀନେ କରୁଣା କର
କର ପାତି ଭିକ୍ଷା ମାଗୁଛି ଅଭୟ ଦାନ କର "

ବାସ୍ତବରେ ମା' କରଞ୍ଜେଇଙ୍କ ପୀଠ ସ୍ଥଳି ଗଞ୍ଜାମ ଜିଲ୍ଲାର ଏକ ଦର୍ଶନୀୟ ସ୍ଥାନ ପିକ୍-ନିକ୍ ସ୍ପଟ୍ ମା'ଙ୍କର ଏହି ପବିତ୍ର ପୀଠଟି ପ୍ରକୃତିକ ଶୋଭା ସଂପଦରେ ପରିପୂର୍ଣ୍ଣ ଏହି ସ୍ଥାନ ପରିଦର୍ଶନରେ ଆସି ଯାତ୍ରୀମାନେ, ଶ୍ରଦ୍ଧାଳୁ ଭକ୍ତ ଗଣ ନିଜ ଜୀବନକୁ ସରସ, ସୁନ୍ଦର ସୁଖମୟ କରିବା ଦିଗରେ ସଫଳ ହୋଇଛନ୍ତି ଜୀବ ଶ୍ରେଷ୍ଠ ମାନବର ଦର୍ଶନେନ୍ଦିୟର ପରିତୃପ୍ତି ନିମିତ୍ତ ଏହା ଏକ ରମଣୀୟ ସ୍ଥାନ ତେଣୁ ଏସବୁ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ଏହା ଏକ ପର୍ଯ୍ୟଟନ ସ୍ଥଳି କହିଲେ କିଛି ଭୁଲ ହେବ ନାହିଁ

ଏହି ପରିପ୍ରେକ୍ଷୀରେ ଅଞ୍ଚଳ ବାସୀଙ୍କ ତରଫରୁ ଅନୁରୋଧ ପୂର୍ବକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି ସେ "ମା' କରଞ୍ଜେଇ"ଙ୍କ ପୀଠ ସ୍ଥଳିଟିକୁ ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କଲେ ଏହାର ଉତ୍ତରୋତ୍ତର ଉନ୍ନତି ହେବ ଏବଂ ' ଅଞ୍ଚଳ ବାସୀ ବିଶେଷ ଉପକୃତ ହେବେ

ପରିଶେଷରେ ଏତିକି ନିବେଦନ ଦୁଷ୍ଟ ଦଳନ କରି ସନ୍ଥ ପାଳନ ଶାନ୍ତି ପ୍ରତିଷ୍ଠା ଦିଗରେ ମା' ତୁମେ ସହାୟ ହୁଅ ଏହା ହିଁ ତବ ଶ୍ରୀଚରଣ କମଳେ ମୋର ବିନମ୍ର ପ୍ରାର୍ଥନା

"ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣୀ
ସର୍ବସ୍ୟାର୍ତ୍ତି ହରେ ଦେବୀ ନାରାୟଣୀ ନମୋସ୍ତୁତେ/
ମା' କରଞ୍ଜେଇ ନମୋସ୍ତୁତେ "


No comments: