ରାଧା
ହେ ରାଧା...
ଶୁଣି ବଂଶୀ ସ୍ଵନ,
ନ ଆସି କରୁଛ ପ୍ରତାରଣା...
ଶୁଣି ବଂଶୀ ସ୍ଵନ,
ନ ଆସି କରୁଛ ପ୍ରତାରଣା...
ତୁମ ଅପେକ୍ଷାରେ କୃଷ୍ଣ-
କାନ୍ଦେ ଆଜି କୁଞ୍ଜବନେ
ହୁଏ ବାଟବଣା...।
କାନ୍ଦେ ଆଜି କୁଞ୍ଜବନେ
ହୁଏ ବାଟବଣା...।
କାଲି ଯାହା ଥିଲା
କଳା ମାଣିକ...
କି! ହୋଇଲା ଆଜ?
ଭୁଲିଗଲୁକି ତା'କୁ
ନିଇତି ଯା' ପାଈଁ
ହେଉଥିଲୁ ତୁ ସଜ...।
କଳା ମାଣିକ...
କି! ହୋଇଲା ଆଜ?
ଭୁଲିଗଲୁକି ତା'କୁ
ନିଇତି ଯା' ପାଈଁ
ହେଉଥିଲୁ ତୁ ସଜ...।
କୃଷ୍ଣ କୃଷ୍ଣ ବୋଲି
କେତେ ଝୁରୁଥିଲୁ
ଶୟନେ ଆଉ ଜାଗରଣେ,
ଏମିତି ସୁଯୋଗେ
ପ୍ରେମର ବିହନ
କିମ୍ପାଇଁ ତୁ ନ ବୁଣେ?
କେତେ ଝୁରୁଥିଲୁ
ଶୟନେ ଆଉ ଜାଗରଣେ,
ଏମିତି ସୁଯୋଗେ
ପ୍ରେମର ବିହନ
କିମ୍ପାଇଁ ତୁ ନ ବୁଣେ?
ବିନା ଇସାରାରେ
ଚାଲି ଆସୁଥିଲୁ
ଶୁଣି କାହ୍ନୁ ବଂଶୀ ନିନାଦ,
ନ ଆସି ନ ଆସି
ନେବୁ କିଲୋ ରାଧା
ଗଲାଦିନ ପ୍ରତିଶୋଧ...।
ଚାଲି ଆସୁଥିଲୁ
ଶୁଣି କାହ୍ନୁ ବଂଶୀ ନିନାଦ,
ନ ଆସି ନ ଆସି
ନେବୁ କିଲୋ ରାଧା
ଗଲାଦିନ ପ୍ରତିଶୋଧ...।
No comments:
Post a Comment